- Advertisement -

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ପ୍ରତିରକ୍ଷାମନ୍ତ୍ରୀ ଏବଂ ବିଜେପିର ତୁଙ୍ଗ ନେତା ଅରୁଣ ଜେଟଲୀଙ୍କର ଆଜି ଅପରାହ୍ନ ୧୨ଟା ୭ରେ ପରଲୋକ ହୋଇଛି। ଗମ୍ଭୀର ରୋଗରେ ସେ ପୀଡ଼ିତ ଥିଲେ। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି।ରାଜନୀତିରେ ସକ୍ରିୟ ରହିଥିବା ଏହି ନେତା କେବେ ନିର୍ବାଚନ ଜିତିନଥିଲେ ହେଲେ ବିଜୟୀ ନେତାଙ୍କ ପାଇଁ ଥିଲେ ରକ୍ଷାକବଚ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ତଥା ବିଜେପି ସଭାପତିଙ୍କର ସବୁବେଳେ ସେ ଥିଲେ ନିକଟତର। ସାଧାରଣତଃ ଲୋକସଭାରେ ପରାଜୟ ବରଣ କରୁଥିବା ନେତା ଏତେ ରାଜ୍ୟସଭାକୁ ନିର୍ବାଚିତ ହେଉଥିଲେ ମଧ୍ୟ ଏତେ ବଡ଼ ମନ୍ତ୍ରୀ ପଦ ମିଳିନଥାଏ। ହେଲେ ଜେଟଲୀଙ୍କ କ୍ଷେତ୍ରରେ କିନ୍ତୁ ମୋଦି ସରକାର ଏହି ଚିନ୍ତାଧାରାକୁ ବ୍ୟତିକ୍ରମ କରିଥିଲେ।

୨୦୦୨ରେ ଗୁଜରାଟରେ ଦଙ୍ଗା ହୋଇଥିଲା, ସେତେବେଳେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ମୋଦି ଦଙ୍ଗାରେ ସଂପୃକ୍ତି ଥିବା ନେଇ ମାମଲା କୋର୍ଟରେ ପହଞ୍ଚିଥିଲା, ସେତେବେଳେ ଜେଟଲୀ ହିଁ ମୋଦିଙ୍କୁ ଆଇନ ପରାମର୍ଶ ଦେଉଥିଲେ। କାରଣ ସେ ଜଣେ ପେଶାରେ ଓକିଲ ଥିଲେ। ଯାହାକି ମୋଦିଙ୍କ ସହ ତାଙ୍କୁ ନିକଟତର କରାଇଥିଲା।ସେହିପରି ଅମିତ ଶାହଙ୍କ ନାଁରେ ଯେତେବେଳେ ୨୦୦୯ରେ ଫେକ୍ ଏନକାଉଣ୍ଟର ମାମଲା ରୁଜୁ ହୋଇଥିଲା। ସେତେବେଳେ ସେ କିଛି ମାସ ଜେଲରେ ରହି ଜାମିନରେ ବାହାରିଥିଲେ। ଏହାପରେ ସେ ଗୁଜରାଟରୁ ଦୀର୍ଘ ୩ ବର୍ଷ ଧରି ବାହାରେ ରହୁଥିଲେ। ଏହି ସମୟରେ ଦିଲ୍ଲୀରେ ଜେଟଲୀଙ୍କ ବାସଭବନରେ ପ୍ରାୟତଃ ଅମିତ ଶାହଙ୍କୁ ଦେଖିବାକୁ ମିଳୁଥିଲା। ସପ୍ତାହକରେ ପ୍ରାୟ ସମୟରେ ଜେଟଲୀ ଓ ଶାହ ଏକାଠି ଖାଇବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଥିଲା।ଏହାପରେ ୨୦୧୪ରେ ଯେତେବେଳେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଘୋଷଣା କରାଗଲା ସେତେବେଳେ ଜେଟଲୀ ହିଁ ପରଦା ପଛରେ ରାଜନାଥ ସିଂହ, ନୀତୀନ ଗଡକରୀ, ଶିବରାଜ ସିଂହ ଚୌହ୍ୱାନ ଓ ସୁଷମା ସ୍ୱରାଜଙ୍କୁ ଏକାଠି କରାଇଥିଲେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles