ମୁନିସିପାଲଟି, ମହାନଗର ନିଗମ ଓ ଏନଏସିରରେ ୫-ଟି ମନ୍ତ୍ର

- Advertisement -

ପୌର ନିର୍ବାଚନ ନିର୍ଦ୍ଦାରିତ ସମୟ ଗଢିଯାଇଛି । ହେଲେ ନିର୍ବାଚନ ହୋଇପାରିନାହିଁ । କେବେ ନିର୍ବାଚନ ହେବ ତାହାର ବି ଠିକଣା ନାହିଁ । ଆଉ ଏହାରି ଭିତରେ ପଂଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ମନ୍ତ୍ରକୁ ପୌରପରିଷଦ ଗୁଡ଼ିକରେ କାର୍ଯ୍ୟକାରି କରିବା ପାଇଁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଏଣିକି ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ରକୁ କାର‌୍ୟ୍ୟକାରୀ କରିବାକୁ ଗୋଟିଏ ପରେ ଗୋଟିଏ ବିଭାଗ ତତ୍ପରତାର ସହ କାର‌୍ୟ୍ୟ ଆରମ୍ଭ କରିଦେଇଛନ୍ତି ।

ଏହି କ୍ରମରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହରାଞ୍ଚଳରେ ସବୁ ପୌର ସଂସ୍ଥା ଲୋକଙ୍କ ନିକଟତର ହେବାକୁ ଆରମ୍ଭ କରିଛି ଏକ ଅଭିନବ ଯୋଜନା । ସବୁ ମୁନିସିପାଲଟି, ମହାନଗର ନିଗମ ଓ ଏନଏସିରେ ପ୍ରତି ୱାର୍ଡରେ ନିଯୁକ୍ତି ହେବେ ଜଣେ ଜଣେ ୱାର୍ଡ ଅଫିସର । ସାଧାରଣ ନାଗରିକ ଓ ପୌର ସଂସ୍ଥା ମଧ୍ୟରେ ଏହି ୱାର୍ଡ ଅଫିସର ଏକ ସେତୁ ଭଳି କାର‌୍ୟ୍ୟ କରିବେ ।ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ରର ଏକ ଗୁରୁତ୍ବପୂର୍ଣ୍ଣ ଟି ହେଉଛି ଟାଇମ ବା ସମୟ । ଅର୍ଥାତ ନିର୍ଦ୍ଧାରିତ ସମୟରେ ଲୋକଙ୍କ ନିକଟରେ ସେବା ପହଁଚାଇବା । ସେହି ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ପ୍ରତି ମୁନିସିପାଲଟି, ମହାନଗର ନିଗମ ଓ ଏନଏସିର ଜଣେ କର୍ମଚାରୀଙ୍କୁ ୱାର୍ଡ ଅଫିସର ଭାବେ ଦାୟିତ୍ବ ଦିଆଯିବ । ସଂପୃକ୍ତ ମୁନିସିପାଲଟିର ଯେକୌଣସି କାର‌୍ୟ୍ୟାଳୟରେ ୱାର୍ଡ ଅଫିସ କାର‌୍ୟ୍ୟ କରିବ । ନିଜର ଦୈନନ୍ଦିନ ଦାୟିତ୍ବ ସହ ସଂପୃକ୍ତ କର୍ମଚାରୀ ୱାର୍ଡ ଅଫିସର ଭାବେ ମଧ୍ୟ କାମ କରିବେ ।

ୱାର୍ଡର ସର୍ବନିମ୍ନ ସେବା, ବିକାଶ ସଂପର୍କିତ କାର‌୍ୟ୍ୟ, ସୂଚନା ଓ ତଥ୍ୟ ସଂଗ୍ରହ, ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗର ଶୁଣାଣୀ ଏବଂ ୱାର୍ଡର ଅନ୍ୟାନ କାର‌୍ୟ୍ୟ ତାଙ୍କ ଉପରେ ନ୍ୟସ୍ତ କରାଯିବ । ମୋଟାମୋଟି ଭାବେ ସଂପୃକ୍ତ ୱାର୍ଡ ଅଫିସର ସେହି ୱାର୍ଡର ଜଣେ ନୋଡାଲ ଅଫିସର ଭାବେ କାର‌୍ୟ୍ୟ କରିବେ । ସେ ପୌର ସଂସ୍ଥା ଉପରେ ରହିଥିବା ଚାପକୁ ହ୍ରାସ କରିବା ପାଇଁ ୱାର୍ଡ ଅଫିସର ସାଧାରଣ ନାଗରିକ ଓ ପୋର ସଂସ୍ଥା ମଧ୍ୟରେ ଏକ ସେତୁ ଭଳି କାର‌୍ୟ୍ୟ କରିବେ ।ପ୍ରତି ୱାର୍ଡରେ ଏହି ୱାର୍ଡ ଅଫିସ ଦୈନିକ ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର‌୍ୟ୍ୟନ୍ତ କାର‌୍ୟ୍ୟ କରିବ । ଏନେଇ ପୌର ସଂସ୍ଥା ପକ୍ଷରୁ ୱାର୍ଡ ଅଫିସର ଚୟନ ଏବଂ ନିର୍ଦ୍ଧିଷ୍ଟ ନିୟମାବଳୀ ପ୍ରସ୍ତୁତ କରିବାକୁ ଗତ ୧୯ ତାରିଖରେ ନଗର ଉନ୍ନୟନ ସଚିବ ସବୁ ମୁନିସିପାଲଟି, ମହାନଗର ନିଗମ ଓ ଏନଏସିକୁ ଚିଠି ଲେଖିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles