ଓଡିଶା ଫେରିଲେ ପ୍ରମୋଦ…..

0

ଦୁଇ ଦୁଇଟି ସ୍ୱର୍ଣ୍ଣ ପଦକ ଓ ଅର୍ଜୁନ ଆୱାର୍ଡ ସହ ଓଡ଼ିଶା ଫେରିଲେ ସୁନା ପୁଅ ପ୍ରମୋଦ ଭଗତ। ନିକଟରେ ସ୍ୱିଜରଲାଣ୍ଡର ବାସେଲଠାରେ ଅନୁଷ୍ଠିତ ପାରା-ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଅନସିପରେ ୨ ଟି ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଥିଲେ ପ୍ରମୋଦ। ସେ ଏକମାତ୍ର ଭାରତୀୟ ଭାବେ ବିଶ୍ୱ ପାରା ବ୍ୟାଡମିଣ୍ଟନ ଚମ୍ପିୟାନସିପରେ ଏପର୍ଯ୍ୟନ୍ତ ତିନୋଟି ସ୍ଵର୍ଣ ପଦକ ପାଇ ସାରିଛନ୍ତି। ଆକର୍ଷଣୀୟ ପ୍ରଦର୍ଶନ ପାଇଁ ତାଙ୍କୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ରାଜ୍ୟର ପ୍ରଥମ ପାରା-କ୍ରୀଡ଼ାବିତ ଭାବେ ପ୍ରମୋଦ ଭଗତ ଅର୍ଜୁନ ପୁରସ୍କାର ପାଇଛନ୍ତି।ପୁରସ୍କାର ସ୍ୱରୂପ ୫ ଲକ୍ଷ ଟଙ୍କା, ଏକ ମାନପତ୍ର ଓ ଫଳକ ପ୍ରମୋଦଙ୍କୁ ପ୍ରଦାନ କରାଯାଇଛି ।ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି…

ଶିଶୁ ପାଇଁ କଣ୍ଢେଇ ର ହେଲା ଅସ୍ତ୍ରୋପଚାର

0

ପିଲାଙ୍କ ଜିଦ ପାଖରେ ସବୁ କିଛି ତୁଚ୍ଛ । ବାପା ମାଆ, ମାମୁଁ, ଠାରୁ ଆରମ୍ଭ କରି ଗୁୁରୁଜନ ସମସ୍ତେ ପିଲାଙ୍କ ଜିଦକୁ ମାନି ନିଅନ୍ତି । ଇଚ୍ଚା ନଥିଲେ ବି ପିଲାଙ୍କ ଜିଦ ପାଇଁ ବହୁତ କାମ କରିବାକୁ ପଡ଼େ । ଆଉ ଆଜି ଯୁଗରେ ତ ଜନ୍ମରୁ ପିଲାମାନେ ଏତେ ବୃଦ୍ଧିମାନ ଯେ ସେମାନଙ୍କୁ ଠକିବା ବଡ଼ ମୁସକିଲ । ତେବେ ରାଜଧାନୀ ଦିଲ୍ଲୀରୁ ଏପରି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ଆଚର୍ଯ୍ୟ ହୋଇଯିବେ । ଗୋଟ ଛୋଟ ଶିଶୁର ଜିଦ ପାଇଁ ଡ଼ାକ୍ତର ବାଧ୍ୟହୋଇ ଗୋଟେ କଣ୍ଢେଇ ର ଅସ୍ତ୍ରୋପଚାର କରାଯାଇଛି । ଏହି ଖବର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ଥିଲ ଏପରି । ପରିବାର ଲୋକଙ୍କ ଅସାବଧାନତାରୁ ଅଘଟଣ ଘଟିଲା ! ଶିଶୁଟିର ଦୁଇ ଗୋଡ ଭାଙ୍ଗି ଯାଇଥିଲା ! ଶିଶୁର ବୟସ ଦେଢ଼ କି ଦୁଇ ବର୍ଷ ହେବ ! ଅସ୍ତ୍ରୋପଚାର ଲାଗି ପରିବାର ଲୋକ ଲୋକନାୟକ ହସ୍ପିଟାଲରେ ଭର୍ତ୍ତି କଲେ ! କିନ୍ତୁ ଶିଶୁର ଗୋଟିଏ ଜିଦି କି ପ୍ରଥମେ ତା ଗୁଡ଼ିଆ (କଣ୍ଢେଇ)ର ଅସ୍ତ୍ରୋପଚାର ହେବ ତାପରେ ତାର ! ଡାକ୍ତର ତା କଥା ମାନିଲେ ! ପ୍ରଥମେ କଣ୍ଢେଇର ପରେ ଶିଶୁର ପ୍ଳାଷ୍ଟର ହେଲା !

ଆଇଏଏସ ସ୍ତରରେ ରାଜ୍ୟ ସରକାର ବଡ଼ ଧରଣର ଅଦଳବଦଳ

0

ବିଷ୍ଣୁ ସେଠୀଙ୍କ ସ୍ଥାନରେ ପ୍ରଦୀପ ଜେନା । ବଦଳିଲେ ସ୍ୱତନ୍ତ୍ର ରିଲିଫ କମିଶନ । ଜଳସମ୍ପଦ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯିବା ସହ ତାଙ୍କୁ ସ୍ବତନ୍ତ୍ର ରିଲିଫ କମିଶନର ଓ ଓସଡମାର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସେହିଭଳି ଗ୍ରାମ୍ୟ ଉନ୍ନୟନ ସଚିବ ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରାଙ୍କୁ ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । ସେ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ ।

କୃଷି ସମ୍ପଦ ସଚିବ ସୌରଭ ଗର୍ଗଙ୍କୁ ଗ୍ରିଡକୋର ମୁଖ୍ୟ ପରିଚାଳନା ନିର୍ଦ୍ଦେଶ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଗ୍ରିଡକୋର ସିଏମଡି ଏବଂ ଶକ୍ତି ବିଭାଗର ସଚି ଭାବେ ଅତିରିକ୍ତ ଦାୟିତ୍ବରେ ଥିବା ହେମନ୍ତ ଶର୍ମାଙ୍କୁ ଶିଳ୍ପ ଓ ଏମଏସଏମଇ ବିଭାଗର ସଚିବ ଭାବେ ବଦଳି କରାଯାଇଛି । ବାଣିଜ୍ୟକର କମିଶନର ତଥା ଏସଆରସି ଭାବେ ଅତିରିକ୍ତ ଦାୟିତ୍ବରେ ଥିବା ବିଷ୍ଣୁପଦ ସେଠୀଙ୍କୁ ଶକ୍ତି ବିଭାଗର ସଚିବ ଭାବେ ବଦଳି କରାଯାଇଛି । ଯୋଜନା ଓ ସଂଯୋଜନା ବିଭାଗର ସ୍ବତନ୍ତ୍ର ସଚିବ ଚିତ୍ରା ଅରୁଙ୍ଗମଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ବଦଳି କରାଯାଇଛି । ଜଳ ସଂପଦ ବିଭାଗର ସ୍ବତନ୍ତ୍ର ସଚିବ ବିଶାଲ ଗଗନଙ୍କୁ ଜଳସମ୍ପଦ ବିଭାଗର ସଚି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସମାଜ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି

ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ରେ କ୍ୟାଟେରିଙ୍ଗ ସେବା ଏବେ ଇଛାଧିନ

0

ରାଜଧାନୀ ଏକ୍ସପ୍ରେସ ରେ ଯାତ୍ରା ସମୟରେ ଏବେ କ୍ୟାଟେରିଙ୍ଗ ସେବା କୁ ଇଛାଧିନ ଭାବେ ରେଳବାଇ ପକ୍ଷରୁ ଅନୁଶୀଳନ କରାଯାଉଅଛି ö  ସେପ୍ଟେମ୍ବର ମାସ ପହିଲା ଠାରୁ ଏହି ଟ୍ରେନ ରେ ଯାତ୍ରା କରିବା ପାଇଁ କ୍ରୟ କରାଯାଉଥିବା ଟିକେଟରେ ଏଣିକି କ୍ୟାଟେରିଙ୍ଗ ସେବାକୁ ଯାତ୍ରୀମାନେ ଇଛାଧିନ ଭାବେ ବାଛି ପାରିବେ ।   ପୁରୀ-ହାଓଡ଼ା ଶତାବ୍ଦୀ ଏବଂ ଭୁବନେଶ୍ୱର-ନୂଆ ଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସ ମାନଙ୍କରେ ପୂର୍ବରୁ କ୍ୟାଟେରିଙ୍ଗ ସେବାକୁ ଇଛାଧିନ ଭାବେ ପ୍ରଚଳନ କରାଯାଇଅଛି ।

ଗୁରୁତ୍ୱପୂର୍ଣ୍ଣ ଟ୍ରେନ ଯଥା ରାଜଧାନୀ, ଶତାବ୍ଦୀ, ଦୁରନ୍ତ, ଗତିମାନ ଓ ବନ୍ଦେ ଭାରତ ଭଳି ଟ୍ରେନ ମାନଙ୍କରେ କ୍ୟାଟେରିଙ୍ଗ ସେବାକୁ ଯାତ୍ରୀ ମାନଙ୍କ ପାଇଁ ଇଛାଧିନ ଭାବେ ବାଛିବାକୁ ରେଳମନ୍ତ୍ରଣାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇ ଅଛି ।ଏଥିପାଇଁ ଯାତ୍ରୀମାନେ ଟିକେଟ ବୁକ କରିବା ସମୟରେ କ୍ୟାଟେରିଙ୍ଗ ସେବା ପାଇଁ ସେମାନଙ୍କର ପସନ୍ଦ ଦର୍ଶାଇବେ ö ଥରେ ପସନ୍ଦ ଦର୍ଶାଯିବା ପରେ ଏହି ଅଭିରୁଚି କୁ ଆଉ ବଦଳାଯାଇ ପାରିବ ନାହିଁ ।

ଏହି ଇଛାଧିନ କ୍ୟାଟେରିଙ୍ଗ ସେବା ସୁବିଧା ନିମ୍ନ ପ୍ରଦତ୍ତ କୁ ସୂଚିତ କରୁଛି –

୦୧.  ଟ୍ରେନ ଯାତ୍ରା ସମୟରେ ଯାତ୍ରୀମାନେ ସେମାନଙ୍କର ନିଜ ଖାଦ୍ୟ ବ୍ୟବହାର କରିବେ

୦୨.  ଟ୍ରେନ ଟିକେଟ ଦେୟରେ କ୍ୟାଟେରିଙ୍ଗ ଦେୟକୁ ମିସାଯିବ ନାହିଁ

 

 

 

 

ଅସୁରକ୍ଷିତ ଭାବେ କାମ କରୁଛନ୍ତି ବିଦ୍ଯୁତ ଠିକା କର୍ମଚାରୀ

0

ବ୍ୟାସନଗର  : ସ୍ଥାନୀୟ ପୌରାଞ୍ଚଳରେ ଗତ କିଛିଦିନ ହେବ ଚାଲିଛି  ବିଦ୍ଯୁତ ଖୁଣ୍ଟ ଓ କେବୁଲ୍ ର ନବକଳେବର । ଆଇ.ପି.ଡି.ଏସ୍ ଯୋଜନା ମାଧ୍ୟମରେ ଏହି ଆଧୁନିକୀକରଣ କରାଯାଉଛି । ଏହି କାର୍ଯ୍ୟାଦେଶ କଲିକତାର ଏକ ସଂସ୍ଥା (ଲେଜର୍ ପାବାର୍) କୁ ଦିଆଯାଇଛି ।କିନ୍ତୁ ସେହି ସଂସ୍ଥା ନିଜର ଶ୍ରମିକଙ୍କୁ କାମରେ ନିୟୋଜିତ ନକରି , ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କୁ ଉକ୍ତ କାମକୁ ପେଟି ଦେଇଦେଇଛି । ଫଳରେ ଦିପଇସା ଲାଭ ପାଇଁ କୁଶଳୀ କର୍ମଚାରୀ ପରିବର୍ତ୍ତେ ସ୍ଥାନୀୟ ଅର୍ଦ୍ଧ କୁଶଳୀ ଶ୍ରମିକଙ୍କୁ ନିୟୋଜିତ କରାଯାଉଛି ।ଏଠାରେ ଉଲ୍ଲେଖ କରାଯାଇପାରେ କି ସେମାନଙ୍କୁ ସୁରକ୍ଷା ସାମଗ୍ରୀ ମଧ୍ୟ ଦିଆଯାଉନାହିଁ ।ନିୟୋଜିତ ଶ୍ରମିକ ମାନେ ବିନା ସେଡିରେ ବିଦ୍ଯୁତ ଖୁଣ୍ଟକୁ ଚଢି ବିଦ୍ଯୁତ ସଂଯୋଗ ଓ ରାସ୍ତା ଆଲୁଅ ସଂଯୋଗ କରୁଥିବା ନଜରକୁ ଆସୁଛି ।ଏ ନେଇ ବିଦ୍ଯୁତ ବିଭାଗ କିମ୍ବା ପ୍ରଶାସନ କହାରି ନିଘା ନାହିଁ ।ଏପରି ପରିସ୍ଥିତି ଶ୍ରମିକ ମାନେ କାମ କରିବା ଏକ ଆଲୋଚନାର ବିଷୟ ହୋଇଛି । ଶ୍ରମିକ ମାନଙ୍କ ଜୀବନ ପ୍ରତି ବିପଦ ଥିବା ଜାଣି ମଧ୍ୟ ସଂପୃକ୍ତ ସଂସ୍ଥା ନୀରବ ରହିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।ଏଥିପ୍ରତି ଧ୍ଯାନ ଦେବାପାଇଁ ଉଭୟ ବିଦ୍ଯୁତ ବିଭାଗ ଓ ପ୍ରଶାସନକୁ ନିବେଦନ କରାଯାଇଛି ।

ଫିଟ ଇଣ୍ଡିଆ ଶୁଭାରମ୍ଭରେ ଅନଫିଟ୍ ହେଲେ ଦାମ…

0

ଭୁବନେଶ୍ୱର : ଯେଉଁ ଦିନ ସାରା ଭାରତକୁ ଫିଟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ ଇଣ୍ଡିଆର ଶୁଭାରମ୍ଭ କଲେ । ଠିକ ସେହିଦିନ ରାଜ୍ୟର ବରିଷ୍ଠ ନେତା ଡ଼ାକ୍ତର ଦାମୋଦର ରାଉତ ବିଜେପି ପାଇଁ ଅନଫିଟ ହୋଇଗଲେ । ଯାହାକୁ ନେଇ ସେ ଖୋଦ ଅସନ୍ତୋଷ ପ୍ରକାଶ କରିଛନ୍ତି । ଦାମ ବାବୁ ଏବେ କାଳେ ଦଳ ପାଇଁ ଅଲୋଡ଼ା ହୋଇଯାଇଛନ୍ତି । କଣ କହିଛନ୍ତି ଦାମ ବାବୁ ବିଜେପି ଦଳ ସର୍ମ୍ପକରେ ପଢ଼ନ୍ତୁ

ଯେଉଁ ଦଳରେ ନୀତି , ଆଦର୍ଶ ନାହିଁ ସେ ଦଳରେ ରହି ଲାଭ କଣ ..?

ନିର୍ବାଚନ ସମୟରେ ମୁଁ ଥିଲେ ଲୋଡ଼ା , ନିର୍ବାଚନ ସରିଗଲାପରେ ମୁଁ ହୋଇଯାଇଛି ଅଲୋଡ଼ା

ଦଳ ମୋତେ ଦୁରେଇ ଦେଲାଣି ମୋ ଫୋନ କୁ ମଧ୍ୟ କେହି ଉଠାଉନାହାନ୍ତି

ବହୁ ଦିନ ନିରବତା ପରେ ଦାମବାବୁଙ୍କ ଏହି ବୟାନ ଏବେ ରାଜ୍ୟ ରାଜନୀତିକୁ ଯେତିକି ପ୍ରଭାବିତ କରିବ ନାହିଁ । ବିଜେପି ପାଇଁ ସେତେ ଅଡ଼ୁଆ ସୃଷ୍ଟି କରିବ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦିଲ୍ଲୀ ଯାଇ ବିଜେପି ରାଷ୍ଟ୍ରୀୟ କାର‌୍ୟ୍ୟାଳୟରେ ପଦ୍ମ ଧରିଥିବା ଓଡ଼ିଶାର ଚର୍ଚିତ ନେତା ତଥା ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ ବିଜେପିକୁ ନେଇ ଗଣମାଧ୍ୟମ ଆଗରେ ଏପରି ବିଷ ଓଗାଳିଛନ୍ତି । ଯାହା ଓଡିଶା ରାଜନୀତିକୁ ଯେତିକି ହଲଚଲ ନକରିଛି ପଦ୍ମ ଗାଡ଼ିଆ ପାଣିକୁ ସେତିକି ଗରମ କରିଛି ।

୨୦୧୯ ନିର୍ଵାଚନ ପୂର୍ବରୁ ନବୀନଙ୍କ ବିରୁଦ୍ଧରେ ଓ କିଛି ବିଜେଡିର ବଛା ବଛା ନେତାଙ୍କ ବିରୁଦ୍ଧରେ ମନଇଛା ଗାଳି କରିଥିଲେ ଦାମ ରାଉତ ଓ ଦୁର୍ନୀତି । ଭ୍ରଷ୍ଟାଚାରକୁ ମୁଖ୍ୟ ପ୍ରସଙ୍ଗ କରି ଗାଁ ଗାଁ ବୁଲି ନବୀନଙ୍କ ବିରୁଦ୍ଧରେ ବିଷ ଓଗାଳିଥିଲେ । ଯେଉଁଥି ପାଇଁ ବିଜେପି ଏହି ବିଜେଡିର ବରିଷ୍ଠ ନେତାଙ୍କୁ ନିଜ ଦଳରେ ସାମିଲ କରିଥିଲା ଓ ପଦ୍ମ ଧରିବା ଦିନ ଠାରୁ ଦାମ ବାବୁଙ୍କ ତୁଣ୍ଡ ନବୀନ ଓ ବିଜେଡି ନେତାଙ୍କ ବିରୁଦ୍ଧରେ କ୍ଷିପ୍ର ଗତିରେ ଚାଲିଲା । ହେଲେ ଫଳ ସ୍ୱରୂପ ଦାମ ବାବୁ ନିଜ ନିର୍ବାଚନୀ ମଣ୍ଡଳୀରେ ପରାଜୟ ହେଲେ ଓ ନବୀନ ଓ ବିଜେଡି ପଞ୍ଚମ ଥର ପାଇଁ ରାଜ୍ୟରେ ଶାସନ ଭାର ଧରିଲେ ।

୨୦୧୯ ସାଧାରଣ ନିର୍ବାଚନ ପରେ ପରେ ବିଜେଡି-ବିଜେପି ସମ୍ପର୍କ ବେଶ ନିବିଡ ହୋଇଛି ।  କହିବାକୁ ଗଲେ ଉଭୟ ଦଳଙ୍କ ମଧ୍ୟରେ ମେଣ୍ଟର ପୁରୁଣା ପ୍ରେମ ଫେରିଛି ଓ ଯାହାକି ଦାମ ବାବୁଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି । ଯେଉଁଥି ପାଇଁ ସେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ରାଜନୈତିକ ସମୀକ୍ଷକଙ୍କ କହିବା କଥା ହେଉଛି , ଦାମ ବାବୁ ଯେଉଁ ଦଳରେ ରହନ୍ତି ସେ ଦଳ ବିରୁଦ୍ଧରେ କୁହନ୍ତି । ହେଲେ ବିଜେପକୁ ନେଇ ଦାମ ବାବୁ ଯେଉଁ ଅସନ୍ତୋଷର ନିଆଁ ଢାଳି ଛନ୍ତି ତାହା ପଦ୍ମ ପୋଖରୀକୁ ବେଶ ଗରମ କରିଛି । ଏବେ ଦାମଙ୍କ ଅସନ୍ତୋଷର ନିଆଁକୁ ବିଜେପି ନା ଲିଭାଇ ପାରୁଛି ନା ଆଉ କିଛି ଉପାୟ ବାହାର କରିପାରୁଛି । ଦାମବାବୁଙ୍କ ଏପରି ବୟାନ ଏବେ ସେ ଯେ ଦଳରେ ଅନଫିଟ ହୋଇଛନ୍ତି ଏହା କିଏ କହିବା ପୂର୍ବରୁ ଦାମବାବୁ ନିଜେ ନିଜ ମୁହଁରେ କହିଦେଇଛନ୍ତି । ତେବେ ଅନଫିଟ ଦାମଙ୍କୁ ରାଜ୍ୟ ବିଜେପି ଫିଟ କରିବା ପାଇଁ କିଛି ଉପାୟ ଚିନ୍ତା କରୁଛି ନା ଅନ୍ୟକିଛି ବାଟ ବାହାର କରୁଛି ତାହା ଦେଖିବାର କଥା ।

ଏମ୍ସରୁ ଏସ୍ସିବିକୁ ଫେରିଲେ ଜଗା-କାଳିଆ

0

ଭୁବନେଶ୍ୱର : ପିତା ମାତାଙ୍କ ଅନୁରୋଧ ଓ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବା ପରେ ଓଡ଼ିଶା ଫେରିବେ ବହୁ ଚର୍ଚ୍ଚିତ ଯୋଡ଼ାମୁଡ଼ ଶିଶୁ ଜଗା-କାଳିଆ । ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା କନ୍ଧମାଳ ମିଲୁପଡ଼ାର ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ କାଳିଆ ଖୁବ ଶୀଘ୍ର ଓଡ଼ିଶା ଫେରିବାକୁ ଯାଉଛନ୍ତି । ଆସନ୍ତା ସେପ୍ଟେମ୍ବର ୬ ରେ ସେମାନେ ଦିଲ୍ଲୀରୁ ଫେରିବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି ।\nଜଗା ଓ କାଳିଆ ରାଜଧାନୀ ଏକ୍ସପ୍ରେସରେ ୬ ତାରିଖରେ ସେମାନେ ଦିଲ୍ଲୀରୁ ବାହାରିବେ । ସେମାନଙ୍କ ସହିତ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଏବଂ ଓଡ଼ିଶା ଭବନ କର୍ମଚାରୀ ସାଙ୍ଗରେ ଆସିବେ । ସମସ୍ତେ ୭ ତାରିଖରେ ଓଡ଼ିଶାରେ ପହଁଚିବେ । ଏହା ପରେ ସେମାନଙ୍କୁ କଟକ ଏସ୍ସିବି ମେଡ଼ିକାଲକୁ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ୟପକ୍ଷରେ ଏସ୍ସିବିରେ ଜଗା କାଳିଆଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦୁଇ ଶିଶୁଙ୍କୁ ଏସ୍ସିବିର ସର୍ଜରି ବିଭାଗର ୧ ନମ୍ବର କ୍ୟାବିନ୍ରେ ରଖାଯିବ । ଦୁଇ ଭାଇଙ୍କ ଚିକିତ୍ସା ପାଇଁ ୬ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଗଠନ କରାଯାଇଛି । ଉକ୍ତ ଡାକ୍ତରୀ ଟିମ୍ ଦୁଇ ଜଣଙ୍କ ଉପରେ ଚବିଶ ଘଣ୍ଟିଆ ନଜର ରଖିବେ । ଆବଶ୍ୟକ ପଡ଼ିଲେ ଜଣେ ଡାଏଟିସିଆନ୍ ଓ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଶେଷଜ୍ଞଙ୍କୁ ମଧ୍ୟ ଟିମ୍ରେ ରଖାଯିବ ବୋଲି ଏସ୍ସିବି ଜରୁରିକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୧୭ ଜୁଲାଇ ୧୪ରେ କନ୍ଧମାଳ ଜିଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ୨୦୧୭ ଅକ୍ଟୋବର ୨୫ ଓ ୨୬ ଦୁଇ ଦିନ ଧରି ଅସ୍ତ୍ରୋପଚାର କରି ସଫଳତାର ସହ ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା । ସେଠାରେ ସୁସ୍ଥ ହେବା ପରେ ସେମାନେ ଓଡ଼ିଶା ଆସିପାରିବେ ବୋଲି ଏମ୍ସ କର୍ତ୍ତୃପକ୍ଷ କହିଥିଲେ । ତେବେ ଦୁଇ ଶିଶୁ କେଉଁଠି ରହିବେ ସେ ନେଇ ବିଚାର କରାଯାଇଥିଲା । ଭୁବନେଶ୍ୱର ଏମ୍ସରେ ରଖିବା ପାଇଁ ମନା କରିଦେବା ପରେ ଏସ୍ସିବିରେ ରଖିବାକୁ ସ୍ଥିର ହୋଇଥିଲା ।\n

ଟିଉସନ ହେବେ ନେତା : ସେପ୍ଟେମ୍ବର ୧ରେ ବିଜେଡ଼ି ପରିବର୍ତ୍ତତ କାର୍ଯ୍ୟକାରିଣୀ ବୈଠକ …

0

ବିଜେଡ଼ି ନେତାଙ୍କୁ ଟାଉସନ କରିବେ ନବୀନ । ଯେଉଁ ଦାୟିତ୍ୱ ଦିଆଯାଇଚି ତାହାକୁ କିପରି ସମ୍ପାଦନ କରୁଛନ୍ତି ତାହାର ହେବ ହିସାବ । ଏହାସହ କାହିକିଁ ସେମାନଙ୍କ ଜିଲ୍ଲାରେ ଏଥର ନିର୍ବାଚନରେ ବିଜେଡ଼ି ଭଲ ପ୍ରଦର୍ଶନ କଲା ତାହା ଉପରେ ମଧ୍ୟହେବ ଆଲୋଚନା । କେଉଁଠି ରହୁଛି ଭୂଲ । କାହିକିଁ ବିଧାୟକ,ସାହସଦ ଓ ମନ୍ତ୍ରୀମାନେ ତୃଣମୂଳ ସ୍ତରର ସଂଗଠନକୁ ନେଇ ଆଗକୁ ଯାଉଦାହାନ୍ତି । କାହାର କାହା ସହ କାହିକିଁ ସର୍ମ୍ପକ ରହୁନାହିଁ । ଦଳରେ ଅସନ୍ତୋଷର ବାତାବରଣ କିଏ ସୃଷ୍ଟି କରୁଛି । ଏମସବୁ ସହ ନୂଆ ଦାୟିତ୍ୱ ଦିଆଯିବ ନେତାଙ୍କୁ । କିପରି ବିଜେଡ଼ି ସଂଗଠନକୁ ଆହୁରୀ ମଜବୁତ କରାଯିବ । ତୃଣମୂଳ ସ୍ତରରେ ଦଳ ଯେଉଁଠି ଦୁର୍ବଳ ରହିଛି ସେଠାରେ ଦଳକୁ ମଜବୁତ କରିବା ପାଇଁ ପ୍ରସ୍ତୁତ ହେବ ବ୍ଲ୍ରୁପ୍ରିଣ୍ଟ । ସବୁନେତା କିପରି ଏକଜୁଟ ହୋଇ କାମ କରିବେ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ନବୀନ ।

ଏହାଛଡ଼ା କିଛି ନେତାଙ୍କୁ ଦଳରୁ ଗୁରୁଦାୟିତ୍ୱ ଦେବେ ନବୀନ । ଖାସ ସେଥିଲାଗି ସେପ୍ଟେମ୍ବର ୧ ତାରିଖରେ ଭୁବନେଶ୍ୱରର ବସିବାକୁ ଯାଉଛି ବିଜେଡ଼ିର ପରିବର୍ତ୍ତତ କାର୍ଯ୍ୟକାରିଣୀ ବୈଠକ । ଏହି ବୈଠକରେ ସମସ୍ତ ନେତା, ବିଧାୟକ,ସାଂସଦ,ମନ୍ତ୍ରୀମାନେ ଉପସ୍ଥିତି ରହିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡ଼ା ସେପ୍ଟେମ୍ବର ୨ତାରିଖରୁ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ। ରାଜ୍ୟର ପଅତି ଗ୍ରାମାଞ୍ଚଳ ଓ ପୌରାଞ୍ଚଳରେ ଏଥିବାଇଁ ସ୍ଵତନ୍ତ୍ର ଆୟୋଜନ ହେବ। ଅକ୍ଟୋବର ୩୧ ତାରିଖ ଯାଏ ଏହି ଅଭିଯାନ ଚାଲିବ ବୋଲି ବିଜେଡି କାର‌୍ୟ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ତେବେ ଏହି ବୈଠକକୁ ନେଇ ଏବେ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି । ହେଲେ ବିଜେଡ଼ି ସୁପ୍ରିମୋ ଏହି କାର୍ଯ୍ୟକାରିଣୀ ବୈଠକରେ କି ନିଷ୍ପତି ନେଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।

ଉଚ୍ଚଶିକ୍ଷାରେ ସଂସ୍କାର

0

ଉଚ୍ଚଶିକ୍ଷାରେ କିପରି ସଂସ୍କାର ଅଣାଯିବ ସେନେଇ ଦିନରତି କାମ କରୁଛନ୍ତି ମନ୍ତ୍ରରୀ ଅରୁଣ ସାହୁ । ବାରମ୍ବାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଗସ୍ତ କରି ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସହ ଆଲୋଚନା କରୁଛନ୍ତି ଅରୁଣ । ଯାହା ଫଳରେ ବହୁ ମୂଲ୍ୟବାନ ମତମତ ଆସୁଛି । ଆଉ ଏହି ମତାମତକୁ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରୀ ଅଣ୍ଟା ଭିଡ଼ିଛନ୍ତି । ଗୋଟିଏ ସିଲାବସ, ଖାତାଦେଖା ଫ୍ରିସ ବୃଦ୍ଧି, ଅଧ୍ୟାପକଙ୍କ ଦରମା ବୃଦ୍ଧି, ୭ଘଣ୍ଟା ପାଠପଢାଥଇବାକୁ ବାଧ୍ୟ, କଲେଜ ନିର୍ବାଚନ ବନ୍ଦ ଆଦି ବହୁ ପଦକ୍ଷପ ନେଲେଣୀ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଆଉ ଏବେ ପରୀକ୍ଷାଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କରାଇବା ଓ ପରୀକ୍ଷା ଫଳ ଠିକ୍ ସମୟରେ ବାହାର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।
ଏଥି ନିମନ୍ତେ ଅଧିକ ସଂଖ୍ୟକ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ର ଖୋଲିବା ପାଇଁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେଇଛନ୍ତି ।ଆଜି ପୂର୍ବାହ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ, କୁଳସଚିବ ଏବଂ ବିତ୍ତ ନିୟନ୍ତ୍ରକଙ୍କ ବୈଠକ ଅନୁଷ୍ଠିତ ହୋଇ ଠିକ୍ ସମୟରେ ପରୀକ୍ଷା ଯେପରି ଶେଷ ହେବ ଓ ପରୀକ୍ଷା ଫଳ ଧାର‌୍ୟ୍ୟ ସମୟରେ ବାହାରିବ ସେଥି ନିମନ୍ତେ ଆଲୋଚନା ହୋଇଥିଲା । ଏଥି ନିମନ୍ତେ ମହାବିଦ୍ୟାଳୟ ତରଫରୁ ଠିକ୍ ସମୟରେ ଆଡ୍ମିସନ୍ ଏବଂ କୋର୍ସ ସାରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ପରୀକ୍ଷା ଖାତା ମୂଲ୍ୟାୟନ ନିମନ୍ତେ ଅଧିକ ସଂଖ୍ୟକ ମୂଲ୍ୟାୟନ କେନ୍ଦ୍ର ଖୋଲାଯିବ ଏବଂ ମୂଲ୍ୟାୟନକାରୀ ଅଧ୍ୟାପକମାନଙ୍କୁ ଦିଆଯାଉଥିବା ଅର୍ଥରାଶିକୁ ବୃଦ୍ଧି କରାଯିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା ।ଏହା ସହ ପ୍ରଶ୍ନ ପ୍ରସ୍ତୁତକାରୀ ଅଧ୍ୟାପକମାନଙ୍କୁ ଦିଆଯାଉଥିବା ଅର୍ଥ ମଧ୍ୟ ବୃଦ୍ଧି କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

ପ୍ରତି ୧୨ରୁ ୧୫ଟି ମହାବିଦ୍ୟାଳୟକୁ ନେଇ ଗୋଟିଏ ମୂଲ୍ୟାୟନ କେନ୍ଦ୍ର କରାଯିବ । ଏଥି ସହିତ ପ୍ରଶ୍ନ ପତ୍ର ସେଟ୍ ମଧ୍ୟ ବୃଦ୍ଧି କରାଯିବ ବୋଲି ସ୍ଥିର କରାଯାଇଥିଲା । ସଂଶୋଧିତ ସିଲାବସ୍ ଏବଂ ପ୍ରଶ୍ନପତ୍ର ପରିବର୍ତ୍ତନ ସଂପର୍କରେ ବିଶ୍ୱବିଦ୍ୟାଳୟଗୁଡ଼ିକ ମହାବିଦ୍ୟାଳୟଗୁଡ଼ିକୁ ଅବଗତ କରାଇବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଏତଦ୍ବ୍ୟତୀତ ବିଇଡି ପରୀକ୍ଷାଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରି ପରୀକ୍ଷା ଫଳ ବାହାର କରିବା ପାଇଁ କୁହାଯାଇଥିଲା ।ବିଶ୍ୱବିଦ୍ୟାଳୟଗୁଡ଼ିକ ନିକଟରେ ବର୍ଷ ବର୍ଷ ଧରି ଖର୍ଚ୍ଚ ନହୋଇ କେଉଁଠି କେତେ ଅର୍ଥ ରହିଛି ସେ ବିଷୟରେ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଅର୍ଥର ଉପଯୁକ୍ତ ବିନିଯୋଗ କରିବାକୁ ମଧ୍ୟ କୁହାଯାଇଥିଲା ।
ବିଶ୍ୱବିଦ୍ୟାଳୟର ନିୟମିତ ଅଡିଟ୍ କରିବା ଏବଂ ଅଡିଟ୍ ପାରାର ଅନୁପାଳନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକର ଜମିଜମା ସଂକ୍ରାନ୍ତରେ ଆଲୋଚନା ହେବା ସହ ଭିତ୍ତିଭୂମି ନିର୍ମାଣ ପାଇଁ ଜମିର ସଠିକ୍ ଉପଯୋଗ ଓ ବହୁତଳ ପ୍ରସାଦ ନିର୍ମାଣ ଉପରେ ମତ ପ୍ରକାଶ ପାଇଥିଲା । ବୈଠକରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର, ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ବିଶ୍ୱବ୍ୟାଙ୍କ) ପରମେଶ୍ୱରନ୍ ବି.ଙ୍କ ସମେତ ବିଭାଗୀୟ ସମସ୍ତ ଆଞ୍ଚଳିକ ନିର୍ଦ୍ଦେଶକ ଉପସ୍ଥିତ ଥିଲେ ।

ଦେଶରେ ହେବ ୭୫ଟି ନୂଆ କଲେଜ

0

ଦେଶରେ ୭୫ଟା ନୂଆ କଲେଜ ହେବ । ବୁଧବାର ଦିନ ପ୍ରଧାପନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । କେନ୍ଦ୍ର ପରିବେଶ, ଜଙ୍ଗଲା ଏବଂ ଜଳବାୟୁ ପରିବର୍ତ୍ତନ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଘୋଷଣା କରିଛନ୍ତି।୨୪ ହଜାର ୩୭୫ କୋଟି ଟଙ୍କା ବ୍ୟୟରେ ଏହି ୭୫ଟି ନୂତନ ମେଡିକାଲ ୩ ବର୍ଷରେ କଲେଜ୍ ଖୋଲାଯିବ।

ଏଥିରେ ଏମବିବିଏସର ୧୫,୭୦୦ ନୂତନ ସିଟ୍ ରହିବ। ଦେଶର ଯେଉଁ ଜିଲ୍ଲା ସ୍ଵାସ୍ଥ୍ୟ କ୍ଷେତ୍ରରେ ପଛୁଆ ରହିଛି ସେଠାରେ ଏହି ନୂତନ ମେଡିକାଲ କଲେଜ୍ ଖୋଲାଯିବ ବୋଲି ଜାଭେଦକର କହିଛନ୍ତି।

Follow us

20,832FansLike
0FollowersFollow
14,700SubscribersSubscribe

Latest news