ଉଚ୍ଚଶିକ୍ଷାରେ ସଂସ୍କାର

- Advertisement -

ଉଚ୍ଚଶିକ୍ଷାରେ କିପରି ସଂସ୍କାର ଅଣାଯିବ ସେନେଇ ଦିନରତି କାମ କରୁଛନ୍ତି ମନ୍ତ୍ରରୀ ଅରୁଣ ସାହୁ । ବାରମ୍ବାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଗସ୍ତ କରି ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସହ ଆଲୋଚନା କରୁଛନ୍ତି ଅରୁଣ । ଯାହା ଫଳରେ ବହୁ ମୂଲ୍ୟବାନ ମତମତ ଆସୁଛି । ଆଉ ଏହି ମତାମତକୁ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରୀ ଅଣ୍ଟା ଭିଡ଼ିଛନ୍ତି । ଗୋଟିଏ ସିଲାବସ, ଖାତାଦେଖା ଫ୍ରିସ ବୃଦ୍ଧି, ଅଧ୍ୟାପକଙ୍କ ଦରମା ବୃଦ୍ଧି, ୭ଘଣ୍ଟା ପାଠପଢାଥଇବାକୁ ବାଧ୍ୟ, କଲେଜ ନିର୍ବାଚନ ବନ୍ଦ ଆଦି ବହୁ ପଦକ୍ଷପ ନେଲେଣୀ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଆଉ ଏବେ ପରୀକ୍ଷାଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କରାଇବା ଓ ପରୀକ୍ଷା ଫଳ ଠିକ୍ ସମୟରେ ବାହାର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।
ଏଥି ନିମନ୍ତେ ଅଧିକ ସଂଖ୍ୟକ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ର ଖୋଲିବା ପାଇଁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେଇଛନ୍ତି ।ଆଜି ପୂର୍ବାହ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ, କୁଳସଚିବ ଏବଂ ବିତ୍ତ ନିୟନ୍ତ୍ରକଙ୍କ ବୈଠକ ଅନୁଷ୍ଠିତ ହୋଇ ଠିକ୍ ସମୟରେ ପରୀକ୍ଷା ଯେପରି ଶେଷ ହେବ ଓ ପରୀକ୍ଷା ଫଳ ଧାର‌୍ୟ୍ୟ ସମୟରେ ବାହାରିବ ସେଥି ନିମନ୍ତେ ଆଲୋଚନା ହୋଇଥିଲା । ଏଥି ନିମନ୍ତେ ମହାବିଦ୍ୟାଳୟ ତରଫରୁ ଠିକ୍ ସମୟରେ ଆଡ୍ମିସନ୍ ଏବଂ କୋର୍ସ ସାରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ପରୀକ୍ଷା ଖାତା ମୂଲ୍ୟାୟନ ନିମନ୍ତେ ଅଧିକ ସଂଖ୍ୟକ ମୂଲ୍ୟାୟନ କେନ୍ଦ୍ର ଖୋଲାଯିବ ଏବଂ ମୂଲ୍ୟାୟନକାରୀ ଅଧ୍ୟାପକମାନଙ୍କୁ ଦିଆଯାଉଥିବା ଅର୍ଥରାଶିକୁ ବୃଦ୍ଧି କରାଯିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା ।ଏହା ସହ ପ୍ରଶ୍ନ ପ୍ରସ୍ତୁତକାରୀ ଅଧ୍ୟାପକମାନଙ୍କୁ ଦିଆଯାଉଥିବା ଅର୍ଥ ମଧ୍ୟ ବୃଦ୍ଧି କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

ପ୍ରତି ୧୨ରୁ ୧୫ଟି ମହାବିଦ୍ୟାଳୟକୁ ନେଇ ଗୋଟିଏ ମୂଲ୍ୟାୟନ କେନ୍ଦ୍ର କରାଯିବ । ଏଥି ସହିତ ପ୍ରଶ୍ନ ପତ୍ର ସେଟ୍ ମଧ୍ୟ ବୃଦ୍ଧି କରାଯିବ ବୋଲି ସ୍ଥିର କରାଯାଇଥିଲା । ସଂଶୋଧିତ ସିଲାବସ୍ ଏବଂ ପ୍ରଶ୍ନପତ୍ର ପରିବର୍ତ୍ତନ ସଂପର୍କରେ ବିଶ୍ୱବିଦ୍ୟାଳୟଗୁଡ଼ିକ ମହାବିଦ୍ୟାଳୟଗୁଡ଼ିକୁ ଅବଗତ କରାଇବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଏତଦ୍ବ୍ୟତୀତ ବିଇଡି ପରୀକ୍ଷାଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରି ପରୀକ୍ଷା ଫଳ ବାହାର କରିବା ପାଇଁ କୁହାଯାଇଥିଲା ।ବିଶ୍ୱବିଦ୍ୟାଳୟଗୁଡ଼ିକ ନିକଟରେ ବର୍ଷ ବର୍ଷ ଧରି ଖର୍ଚ୍ଚ ନହୋଇ କେଉଁଠି କେତେ ଅର୍ଥ ରହିଛି ସେ ବିଷୟରେ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଅର୍ଥର ଉପଯୁକ୍ତ ବିନିଯୋଗ କରିବାକୁ ମଧ୍ୟ କୁହାଯାଇଥିଲା ।
ବିଶ୍ୱବିଦ୍ୟାଳୟର ନିୟମିତ ଅଡିଟ୍ କରିବା ଏବଂ ଅଡିଟ୍ ପାରାର ଅନୁପାଳନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକର ଜମିଜମା ସଂକ୍ରାନ୍ତରେ ଆଲୋଚନା ହେବା ସହ ଭିତ୍ତିଭୂମି ନିର୍ମାଣ ପାଇଁ ଜମିର ସଠିକ୍ ଉପଯୋଗ ଓ ବହୁତଳ ପ୍ରସାଦ ନିର୍ମାଣ ଉପରେ ମତ ପ୍ରକାଶ ପାଇଥିଲା । ବୈଠକରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର, ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ବିଶ୍ୱବ୍ୟାଙ୍କ) ପରମେଶ୍ୱରନ୍ ବି.ଙ୍କ ସମେତ ବିଭାଗୀୟ ସମସ୍ତ ଆଞ୍ଚଳିକ ନିର୍ଦ୍ଦେଶକ ଉପସ୍ଥିତ ଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles