ଆଜିଠୁ ଘରେ ପହଞ୍ଚିବ ବିଜେଡ଼ି

0

ଭୁବନେଶ୍ୱର : ଆଜିଠାରୁ ଘରେ ଘରେ ପହଞ୍ଚିବ ବିଜେଡ଼ି । ଦଳୀୟ କାର୍ଯ୍ୟାଳୟରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନକୁ ଶୁଭରାମ୍ଭ କରିବେ । ୧କୋଟି ଲୋକଙ୍କୁ ବିଜେଡ଼ିର ସଭ୍ୟ ସଂଗ୍ରହରେ ସାମିଲ କରିବା ସହ ଆଧାର ଲିଙ୍କ କରିବା ଲାଗି ଦଳ ଲକ୍ଷ ରଖିଛି । ସଂଗଠନକୁ ମଜବୁତ ଓ କ୍ରୀୟାଶୀଳ କରିବା ସହ ଲୋକଙ୍କ ସୁଖ ଦୁଃଖରେ ବିଜେଡ଼ି କର୍ମୀମାନେ ସାମିଲ କରିବା ଲକ୍ଷରେ ଏହି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ଏଥôଲାଗି ତୃଣମୂଳ ସ୍ତରରୁ ରାଜ୍ୟ ନେତୃତ୍ୱ ପର୍ଯ୍ୟନ୍ତ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି ନବୀନ । ଆସନ୍ତା ଅକ୍ଟୋବର ୩୧ ତାରିଖ ପର‌୍ୟ୍ୟନ୍ତ ବିଜେଡ଼ିର ଏହି ସଭ୍ୟ ସଂଗ୍ରହ ଅଭିଯାନ ଚାଲିବ । ଏଥିରେ ଦଳର ସବୁ ନେତା ଓ କର୍ମୀ ସକ୍ରିୟ ଭାବରେ ସାମିଲ ହୋଇ ତୃଣମୂଳସ୍ତରର କାର‌୍ୟ୍ୟକର୍ତ୍ତା ଓ କର୍ମୀଙ୍କୁ ସାଥିରେ ଧରି ଘରେ ଘରେ ପହଞô୍ଚବାକୁ ସେ ପରାମର୍ଶ ଦେଇଛନ୍ତି । ପ୍ରତି ୧୫ ଦିନରେ ଥରେ ନବୀନ ସଭ୍ୟ ସଂଗ୍ରହ କାର‌୍ୟ୍ୟର ଅଗ୍ରଗତିର ସମୀକ୍ଷା କରିବେ ।

ବିଜେଡ଼ି ବର୍ତ୍ତମାନ ରାଜ୍ୟରେ ୧ ନମ୍ବର ରାଜନୈତିକ ଦଳ ରହିଛି । ତେବେ ପଂଚାୟତ ଓ ପୌର ନିର୍ବାଚନ ପୂବରୁ ଦଳକୁ ଆହୁରୀ ସୁ-ସଂଗଠିତ କରିବା ପାଇଁ ନବୀନ ନେତାଙ୍କୁ ଗୁୁରୁମନ୍ତ୍ର ଦେଇଚନ୍ତି । ସେ କହିଛନ୍ତି ଯେ ରାଜ୍ୟର ସାଢେ ୪ କୋଟି ଜନତା ବିଜେଡି ଦଳକୁ ଆଶୀର୍ବାଦ କରିଥିବାରୁ ସେ ତାଙ୍କ ପାଖରେ ଋଣୀ । ଲକ୍ଷ ଲକ୍ଷ କର୍ମୀଙ୍କ ତ୍ୟାଗ ଓ ପରିଶ୍ରମ ଯୋଗୁଁ ବିଜେଡି ତା’ର ବିଜୟ ଧାରା ଜାରି ରଖିଛି । ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି । ସାଧାରଣ ଲୋକେ ଆମର ସବୁ କାର‌୍ୟ୍ୟକ୍ରମର କେନ୍ଦ୍ର ବିନ୍ଦୁ । ଲୋକଙ୍କୁ ତାଙ୍କର ହକ୍ ଦେବା ପାଇଁ ୫-ଟି ମନ୍ତ୍ର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି । ସଭ୍ୟ ସଂଗ୍ରହ ଅଭିଯାନକୁ ତବରାନୀତି କରିବା ପାଇଁ ପୂର୍ବରୁ କମିଟି ଗଠନ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।

ନବୀନ ଦେଲେ ମନ୍ତ୍ର….

0

ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଚାଲିଛି। ସଦସ୍ୟ ସଂଗ୍ରହ କୁ ଅଧିକ ରୁ ଅଧିକ କରିବା ଦିଗରେ ଗୁରୁତ୍ୱ। ବର୍ତମାନ 47ଲକ୍ଷ ସଦସ୍ୟଙ୍କୁ ଦୁଇଗୁଣ କରାଯିବ। ପୂର୍ବରୁ ସଦସ୍ୟତା ସଂଗ୍ରହ ଅଭିଯାନ ପାଇଁ ଦଳୀୟ ସଭାପତି ନବୀନ ପଟ୍ଟନାୟକ କମିଟି କରିଛନ୍ତି। ଏଥିରେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ପ୍ରମିଳା ମାଲିକ, ସଞ୍ଜୟ ଦାସବର୍ମା, ପ୍ରତାପ ଦେବ, ପ୍ରଦୀପ ପାଣିଗ୍ରାହୀ ଓ ପ୍ରଣବ ପ୍ରକାଶ ଦାସ ସଦସ୍ୟ ଅଛନ୍ତି। ଏହି କମିଟି ଦଳୀୟ ଏଜେଣ୍ଡା, ବିକାଶ ଯୋଜନା ଓ କାର୍ଯ୍ୟକାରିତା ନେଇ ଲୋକଙ୍କ ପାଖକୁ ଯିବ। ଗତ କିଛି ଦିନ ହେବ ମୁଖ୍ୟମନ୍ତ୍ରୀ 5ଟି ଓ ମୋ ସରକାର ପରି କାର୍ଯ୍ୟକ୍ରମ କରି ଲୋକଙ୍କ ପାଖରେ ପହଞ୍ଚିଛନ୍ତି। ଆଗକୁ ପୌର ନିର୍ବାଚନ ଥିବାରୁ, ସଦସ୍ୟ ସଂଗ୍ରହ କମିଟିର ଦାୟିତ୍ୱ ଅଧିକ ବଢିବ। ସେହିପରି ବିଜେପୁର ଉପନିର୍ବାଚନ ଥିବାରୁ ସଦସ୍ୟ ସଂଗ୍ରହ ବିଶେଷ ଭୂମିକା ନେବ।

ନିଜ ତିଆରି ରାସ୍ତାରେ ଫସିଗଲା ଠିକାଦାରଙ୍କ ଗାଡି

0

କଳିଙ୍ଗନଗର  : କଳିଙ୍ଗନଗର ବିଭିନ୍ନ ସମୟରେ ବିଭିନ୍ନ ସମୟରେ  ଚର୍ଚ୍ଚାରେ ରହି ଆସିଛି ।କେତେବେଳେ ଖଣିକୁ ନେଇ ତ କେକେତେବେଳେ ଶିଳ୍ପ ସଂସ୍ଥାକୁ ନେଇ । ଏହି ପରିପ୍ରେକ୍ଷୀରେ ଏଠାରେ ଆଉ ଏକ ଅଧ୍ଯାୟ ଜୋଡି ହୋଇଯାଇଛି । ଜିଲ୍ଲା ଖଣିଜ ପାଣ୍ଠି ସାହାଯ୍ୟରେ ଗୋବରଘାଟି ସ୍ଥିତ ନୀଳାଚଳ ପୁନର୍ବସତି କଲୋନୀର ଏକ କଂକ୍ରିଟ୍ ରାସ୍ତା ନିର୍ମାଣ କରାଯାଇଥିଲା ।ପ୍ରାୟ ତିନି କି.ମି.ରାସ୍ତା ପାଇଁ ଖର୍ଚ୍ଚ ହୋଇଥିଲା ପାଖାପାଖି ୩କୋଟି ।ଗତ ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା କାର୍ଯ୍ୟ ଏପର୍ଯ୍ଯନ୍ତ ସରି ନଥିବା ବଳେ ବାଲି ବୋଝେଇ କରି ନେଉଥିବା ଠିକାଦାର ସଂସ୍ଥାର ଡମ୍ଫର ମଝି ରାସ୍ତାରେ ଦବିଯାଇଥିଲା ।ଘଟିଥିବା ଘଟଣାରୁ ରାସ୍ତାର ମାନ ନିଶ୍ଚିତ ରୂପେ ଅନୁମେୟ ।ସରକାର ପିସି କାରବାରକୁ ନିଯନ୍ତ୍ରଣ କରିବାକୁ ଆଦେଶ ଦେଇଥିଲେ ମଧ୍ୟ ଏହା କିପରି ପାଳନ କରାଯାଉଛି ତାହା ସ୍ପଷ୍ଟ ରୂପେ ଦୃଶ୍ୟମାନ ।ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।ଏହାକୁ ନେଇ କଲୋନୀରେ ରହୁଥିବା ବାସିନ୍ଦା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯଥାଶୀଘ୍ର ଏହାର ତଦନ୍ତ କରି ସଂପୃକ୍ତ ଠିକାଦାର ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କଲୋନୀବାସୀ ।

ନୂଆ ରାଜ୍ୟପାଳ

0

ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବରିଷ୍ଠ ବିଜେପି ନେତା ବି ଦତ୍ତାତ୍ରୟଙ୍କୁ ହିମାଚଳପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ମିଲିଥୁବା ବେଳେ କଲରାଜ ମିଶ୍ରଙ୍କୁ ରାଜସ୍ଥାନ ରାଜ୍ୟପାଳ ଭାବେ ଦାୟିତ୍ୱ ମିଳିଛି । ସେହିପରି ମହାରାଷ୍ଟ୍ରର ନୂଆ ରାଜ୍ୟପାଳ ହୋଇଛନ୍ତି ଭଗତ ସିଂ କୋସ୍ୟାରି । ଆରିଫ ମହମ୍ମଦ ଖାନ ହେଲେ କେରଳ ରାଜ୍ୟପାଳ ହୋଇଥିବା ବେଳେ ତେଲଙ୍ଗାନା ରାଜ୍ୟପାଳ ଭାବେ ଡକ୍ଟର ତାମିଲସାଇ ସୁନ୍ଦରରାଜନଙ୍କୁ ନିଯୁକ୍ତି ମିଲିଛି ।

ଦିନକୁ ଦିନ ବଢୁଛି ଟ୍ରାଫିକ୍ ସମସ୍ୟା ଚିନ୍ତାରେ ଜନତା

0

କୋରାପୁଟ  : ସୁନାବେଡା ର ପ୍ରାଣବିନ୍ଦୁ ସାଜିଥିବା ସେମିଳିଗୁଡାରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଜଟିଳ ହେବାକୁ ବସିଲାଣି ।ଯାନବାହନ ସାଙ୍ଗକୁ ବ୍ଯବସାୟ ପ୍ରତିଷ୍ଠାନ ମାନ ବଢିବାରେ ଲାଗିଛି । ଯେଉଁ କାରଣରୁ ରାଜରାସ୍ତାରେ ଯାତାୟାତରେ ବାଧା ସୃଷ୍ଟି ହେଉଅଛି । ସେହିପରି ବିଭିନ୍ନ ସୋପିଂ ମଲ୍ ମାନଙ୍କରେ ଗ୍ରାହକଙ୍କ ନିମନ୍ତେ ଯାନବାହନ ପାର୍କିଂ ର ସୁବିଧା ନଥିବାରୁ ଗ୍ରାହକ ମାନେ ରାଜରାସ୍ତାରେ ନିଜ ନିଜ ଯାନବାହନ ଗୁଡିକ ରଖୁଥିବା ପରିଲକ୍ଷିତ ହୋଇଛି ।ନିୟମ ଅନୁଯାୟୀ ବଡ ବଡ ସୋପିଂ ମଲ୍ ରେ ଗାଡି ପାର୍କିଂ ର ସୁବିଧା ରହବା ଜରୁରୀ ।କିନ୍ତୁ ପ୍ରଶାସନ ଅବହେଳା ହେଉ ବା ମଲ୍ ମାଲିକଙ୍କ ଫନ୍ଦିଫିକର , ସେଥିପାଇଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏପରିକି ନିକଟରେ ନୁଆ କରି ଖୋଲିଥିବା ଏକ ଜାତୀୟ ସ୍ତରର ସୋପିଂ ମଲ୍ ପାଇଁ ସାଧାରଣ ଜନତାଙ୍କୁ ଦୀର୍ଘ ସମୟ ଧରି ଟ୍ରାଫିକ ସମସ୍ୟାର ସାମନା କରିବାକୁ ପଡୁଛି ।ଏପରିକି ସମୟ ସମୟରେ ରୋଗୀକୁ ନେଇ ଯାଉଥିବା ଆମ୍ବ୍ଯୁଲାନ୍ସକୁ  ମଧ୍ୟ ଏହି ସମସ୍ଯାର ସମ୍ମୁଖିନ ହେବାକୁ ପଡୁଛି ।ଆଗାମୀ ଦିନରେ ଏହି ସମସ୍ଯାର ସମାଧାନ ପାଇଁ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।ପ୍ରଶାସନ ଏଦିଗରେ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ସାଧାରଣରେ ନିବେଦନ କରିଛନ୍ତି ।

କାଲି ଗଣେଶ ପୂଜା…..

0

ଭୁୁଵନେଶୁର : ଆସନ୍ତାକାଲି ଗଣେଶ ପୂଜା । ଏଥିପାଇଁ ଉତ୍ସବମୁଖର ଗାଁଠୁ ସହର । ସବୁଠି ବିଘ୍ନ ବିନାଶକଙ୍କ ପୂଜା ପାଇଁ ମଣ୍ଡପ ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଗୁଡିକରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ । ସୁନ୍ଦର ମୂର୍ତ୍ତି ସାଙ୍ଗକୁ ତୋରଣରେ ଝଲସିବ ସାରା ପରିବେଶ । ରାଜ୍ୟର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଇଁ ତତ୍ପରତା ପ୍ରକାଶ ପାଇଥିବା ବେଳେ ବିଶେଷ କରି ଖୋର୍ଦ୍ଧା ଜିଲ୍ଲାର ବାଣିଜ୍ୟ ସହର କୁହାଯାଉଥିବା ଜଟଣୀ ସହରରେ ପ୍ରତିବର୍ଷ ଭଳି ୧୦୦ରୁ ଅଧିକ ଗଣେଶ ମୂର୍ତ୍ତି ସାଙ୍ଗକୁ ସୁଉଚ୍ଚ ତୋରଣ ଓ ରଙ୍ଗବେରଙ୍ଗର ଆଲୋକ ମାଳାରେ ଝଲସି ଉଠିବ ସହର । ସେହିପରି ତାଳଚେର ଓ ଭଦ୍ରକ ସହରରେ ମଧ୍ୟ ବେଶ ଧୁମଧାମରେ ଗଣେଶ ପୂଜା କରାଯିବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି ।

ବିଜେଡ଼ି ପରିବର୍ତ୍ତତ କାର୍ଯ୍ୟକାରିଣୀ ବୈଠକ : ଫୋକସରେ ସାଂଗଠନ ନିର୍ବାଚନ, ମଙ୍ଗ ଧରିବେ ନବୀନ

0

ବିଜେଡ଼ି ନେତାଙ୍କୁ ଆଜି ଟିଉସନ କରିବେ ନବୀନ । ଯେଉଁ ଦାୟିତ୍ୱ ଦିଆଯାଇଛି ତାହାକୁ କିପରି ସମ୍ପାଦନ କରୁଛନ୍ତି ତାହାର ହେବ ହିସାବ । ତୃଣମୂଳ ସ୍ତରରେ ଦଳ ଯେଉଁଠି ଦୁର୍ବଳ ରହିଛି ସେଠାରେ ଦଳକୁ ମଜବୁତ କରିବା ପାଇଁ ପ୍ରସ୍ତୁତ ହେବ ବ୍ଲ୍ରୁପ୍ରିଣ୍ଟ । ସବୁନେତା କିପରି ଏକଜୁଟ ହୋଇ କାମ କରିବେ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ନବୀନ । ଏହାଛଡ଼ା କିଛି ନେତାଙ୍କୁ ଦଳରୁ ଗୁରୁଦାୟିତ୍ୱ ଦେବେ ନବୀନ । ଭୁବନେଶ୍ୱରରେ ଅନୁଷ୍ଠିତ ବିଜେଡ଼ିର ପରିବର୍ତ୍ତତ କାର୍ଯ୍ୟକାରିଣୀ ବୈଠକରେ ସାଂସଦ,ବିଧାୟ୍କ, ମନ୍ତ୍ରୀ ମାନେ ଯୋଗଦେବେ ।

ସେପ୍ଟେମ୍ବର ୨ତାରିଖରୁ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ। ରାଜ୍ୟର ପଅତି ଗ୍ରାମାଞ୍ଚଳ ଓ ପୌରାଞ୍ଚଳରେ ଏଥିବାଇଁ ସ୍ଵତନ୍ତ୍ର ଆୟୋଜନ ହେବ। ଅକ୍ଟୋବର ୩୧ ତାରିଖ ଯାଏ ଏହି ଅଭିଯାନ ଚାଲିବ ବୋଲି ବିଜେଡି କାର‌୍ୟ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ତେବେ ଏହି ବୈଠକକୁ ନେଇ ଏବେ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି । ବୈଠକରେ ବିଜେଡ଼ି କି ନିଷ୍ପତି ନେଉଛି ତାହା ଦେଖିବାର କଥା । ସାଂଗଠନିକ ସ୍ଥିତିକୁ ମଜବୁତ କରିବା ପାଇଁ ବିଜେଡ଼ି ଏହି ପରିବର୍ତ୍ତତ ବୈଠକରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବ । ଏହି ପରିବର୍ଦ୍ଧିତ କାର୍ଯ୍ୟକାରୀ ବୈଠକରେ ପୁଣି ଥରେ ନବୀନ ନିର୍ବାଚିତ ହେବେ । ଏହାସହ ନିର୍ବାଚ ପ୍ରକୟୀୟାକୁ ତ୍ୱରାନୀତି କରାଯିବ । ଅନଲାଇନରେ ସଦସ୍ୟତା ଅଭିଯାନ ହେବ । ଦଳରକୁ ତୃଣମୂ ସ୍ତରରେ ଅଧିକ ସଂଗଠିତ ଓ କ୍ରୀୟାଶୀଳ କରିବା ପାଇଁ ନିଷ୍ପତି ନେବେ । ରାଜ୍ୟ କାର୍ଯ୍ୟାଳୟରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବେ ନବୀନ ।

କୁଆଡ଼େ ଗଲେ ପିନାକୀ, ସମ୍ବିତ ଓ ସତ୍ୟପ୍ରକାଶ …

0

ପୁରୀ : ପୁରୀରେ ଜୋରଦାର ଚାଲିଛି ଉଚ୍ଛେଦ ପ୍ରକ୍ରୀୟା । ମଠ,ଘର,ଦୋକାନ ଘର ଭାଙ୍ଗୁଛି । ଯାହା ଘର ଉଚ୍ଛେଦ ହେଉଛି ସେ ଦୁଃଖରେ ନେହୁରା ହେଉଛି ଗଣମାଧ୍ୟମରେ ମତେ ଥଇଥାନ କରାଯାଉ । ଘର ଭାଙ୍ଗୁଥିବା ବ୍ୟବସାୟୀର ଯେଭଳି ତେଲ ଲୁଣର ସଂସାର ବି ଭାଙ୍ଗୀଯାଇଛି । ହେଲେ ତାର ଏହି ଦୁଃଖ ସମୟରେ ୨୦୧୯ ସାଧାରଣ ନିର୍ବାଚନରେ ଯେଉ ନେତାମାନେ ତାହା ପାଖକୁ ୧୦ଥର ଯାଇଥିଲେ ଖଣ୍ଡେ ଭୋଟ ପାଇଁ ଆଜି ସେମାନଙ୍କର ଦେଖାନାହିଁ । ସତେ ଯେମିତିି ଭୋଟ ସରିଲା ପରେ ଏହି ବ୍ୟବସାୟୀ ସହ ନେତାର ସର୍ମ୍ପକ ତୁଟି ଯାଇଛି । ପୁଣି ପାଂଚବର୍ଷ ପରେ ସେହି ସର୍ମ୍ପକ ଯୋଡ଼ିହେବ । ସେ ନିର୍ବାଚିତ ନେତା ହୁଅନ୍ତୁ କି ପରାଜିତ ନେତା । କେହି ବି ଦୁଃଖ ସମୟରେ ଲୋକଙ୍କ ପାଖରେ ଛିଡ଼ାହେବାକୁ ପସନ୍ଦ କରିନାହାନ୍ତି । ବିଚାର ଭୋଟର ଭଲଭାବେ ବୁଝିଯାଇଥିବ ଯେ ନେତା କେବଳ ଭୋଟ ପାଇଁ ଆସନ୍ତି ।

୨୦୧୯ ସାଧାରଣ ନିର୍ବାଚନରେ ପୁରୀ ସଂସଦୀୟ କ୍ଷେତ୍ର ସବୁଠରୁ ଫୋକସରେ ଥିଲା । ରାଜ୍ୟର ୩ ପ୍ରମୁଖ ଦଳ ବହୁ ଚର୍ଚ୍ଚିତ ନେତାଙ୍କୁ ପୁରୀ ସାଂସଦ ପ୍ରାର୍ଥୀ କରିଥିଲା । ସେମାନେ ହେଲେ ବିଜେଡ଼ିର ବରିଷ୍ଠ ନେତା ତଥା ସୁପ୍ରିମକୋର୍ଟ ଓକିଲ ପିନାକୀ ମିଶ୍ର ଯେ କିଏ ଏବେ ସାଂସଦ ,କଂଗ୍ରେସ ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟଙ୍କୁ ପ୍ରାର୍ଥୀ କରିଥିଲା ଓ ବିଜେପି ଜାତୀୟ ମୁଖପାତ୍ର ଓ ଜାତୀୟ ଗଣମାଧ୍ୟମରେ ସବୁଠାରୁ ଚଚ୍ଚିତ ଚେହେରା ସମ୍ବିତ ପାତ୍ରଙ୍କୁ ଦଳୀୟ ପ୍ରାର୍ଥୀ କରିଥିଲା ।

ନିର୍ବାଚନ ସମୟରେ ଦେଖାଦେଇଥିଲା ଯେ ଏହି ନେତାମାନେ ଦିନରାତି ଏକ କରି ଭୋଟର ଘର ବୁଲୁଥିଲେ ଓ ସୁଖ ଦୁଃଖର ସାଥି ହେଉଥିଲେ । ସେହିପରି କିଏ ପୋଖରୀ ଗାଧୋଇ ଲୋକଙ୍କ ସହ ଥିବା କଥା କରୁଥିଲା ତ କିଏ ଚାଳଘରେ ଭାତ ,ଡ଼ାଲମା ଖାଇ ନିଜର କରୁଥିଲା ଲୋକଙ୍କୁ । ଆଉ କିଏ ଲୋକଙ୍କୁ ଅସୁବିଧା ସମୟରେ ପହଞ୍ଚି ଆର୍ଥୀକ ସହଯୋଗ କରୁଥିଲା । ହେଲେ ୨୦୧୯ ନିର୍ବାଚନ ଫଳାଫଳ ଆସିବା ପରେ ନେତାଙ୍କ ସ୍ୱଭାବରେ ଆସିଛି ପରିବର୍ତ୍ତନ । ବର୍ତ୍ତମାନ ପୁରୀ ଉଚ୍ଛେଦ ପ୍ର୍ରକ୍ରୀୟା ଚାଲିଥିବା ବେଳେ ଏହି ୩ ପ୍ରମୁଖ ଚଚ୍ଚିତ ନେତାଙ୍କ ପାଦ କିନ୍ତୁ ପୁରୀ କି ଘର ଭାଙ୍ଗିଥିବା ଗରିବ ବ୍ୟବସାୟ ପାଖରେ ପଡ଼ୁନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । \

୫ଟି ପ୍ରଭାବ : ବାବୁଙ୍କ ଜଗୁଛନ୍ତି ମନ୍ତ୍ରୀ , ମନ୍ତ୍ରୀଙ୍କୁ ନବୀନ

0

ସରକାରୀ କର୍ମଚାରୀମାନଙ୍କ ମନରେ ଏବେ ଭୟ । କେମିତି ଠିକ ସମୟରେ ଆସିବେ ଅଫିସ । ଆ ଉ ଚଳିବନି ଢିଲା ମାରିବା ବ୍ୟବସ୍ଥା । ପଂଚମ ପାଳିରେ ନବୀନ ନିଜ ଶାସକର ଢଙ୍ଗକୁ ବଦଳାଇଛନ୍ତି । ଲୋକଙ୍କ ସେବାରେ ଯେପରି କୌଣସି ଦିଗରୁ ଭୂଲ ନହୁଏ ତାହା ଉପରେ ବିଶେଷ ଦୃଷ୍ଟି ହେଇଛନ୍ତି । ଯେଉଁମାନେ ଏଥିରେ ଖିଲାପ କରୁଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛପ୍ତି ମୁଖ୍ୟମନ୍ତ୍ରୀ । ଏହି ମର୍ମରେ ମନ୍ତ୍ରୀମାନେ ଅଚାନକ ନିଜ ବିଭାଗର କାର୍ଯ୍ୟାଳୟକୁ ବୁଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ନିର୍ଦ୍ଦେଶ ଅନୁସାରେ ମନ୍ତ୍ରୀମାନେ କାମ କରୁଛନ୍ତି । ସକାଳ ୧୦ଟାରେ ସରକାରୀ ଅଫିସରେ କର୍ମଚାରୀମାନେ ପହଞ୍ଚି କାମ କରିବା ନିୟମକୁ କଡ଼ାକଡ଼ି ପାଳନ କରିଛନ୍ତି ରାଜ୍ୟ ସରକାର । ଯେଉଁଠି ଏଥିରେ ଖିଲାପ ଦେଖାଯାଉଛି ସେଠି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର ।

ମନ୍ତ୍ରୀମାନେ ମଧ୍ୟ ଲୋକସେବା ଭବନର ଶୀତନିୟନ୍ତ୍ରଣ କୋଠରୀରେ ନବସି ତୃଣମୂଳ ସ୍ତରରେ ତାଙ୍କ ବିଭାଗର କାମ କିପରି ଚାଲିଛି ତାହାର ତଦାରଖ କରୁଛନ୍ତି । ରାଜ୍ୟ ସରକାର ସରକାରୀ କାର‌୍ୟ୍ୟାଳୟରେ କାମ କରିବା ସମୟ ୧୦ଟାରୁ ୫.୩୦ ଧାର‌୍ୟ୍ୟ କରିଛନ୍ତି । କିନ୍ତୁ ଏସହି ନିର୍ଦେଶ ଲାଗୁ ହେବାର ପ୍ରାୟ ମାସେ ବିତିଲେଣି ବି ବହୁ ସରକାରୀ କାର‌୍ୟ୍ୟାଳୟରେ ଏହାର ପାଳନ ହେଉନି। ଫଳରେ ଏବେ ବିଭାଗୀୟ ମୁଖ୍ୟମାନେ ଶକ୍ତ ହୋଇଛନ୍ତି ।ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ପୁଣିଥରେ ଏକ ନିର୍ଦେଶନାମା ଜାରି କରାଯାଇଛି । ଉପସଚିବ ଓ ତାଦୁର୍ଦ୍ଧ ଅଫିସରମାନେ ସକାଳ ୧୦ଟା ସୁଦ୍ଧା ଅଫିସ ଆସିବା ବାଧ୍ୟତାମୂଳକ । ଏହାର ଉଲ୍ଲଂଘନ ହେଲେ କାର‌୍ୟ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଛି । ସେହିଭଳି ସମବାୟ ନିବନ୍ଧକ ମଧ୍ୟ ସେହିଭଳି ଏକ ରିମାଇଣ୍ଡର ଜାରି କରିଛନ୍ତି ।

ଏହି ନିର୍ଦେଶନାମାରେ କୁହାଯାଇଛି ଯେ, ବିଳମ୍ବରେ ଆସିଲେ ସେହିଦିନକୁ ଅନୁପସ୍ଥିତ ଭାବେ ଗ୍ରହଣ କରାଯିବ । ଦୈନିକ ସେକ୍ସନ ମୁଖ୍ୟମାନେ ସକାଳ ୧୦ଟା୩୦ ସୁଦ୍ଧା ଉପସ୍ଥାନ ଯାଞ୍ଚ କରି ୧୦ଟା ୪୫ ସୁଦ୍ଧା ନିବନ୍ଧକଙ୍କ ପାଖକୁ ରିପୋର୍ଟ ପଠାଇବେ । ଯେଉଁମାନେ ନିୟମିତ ଅଫିସ ବିଳମ୍ବରେ ଆସୁଛନ୍ତି ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର‌୍ୟ୍ୟାନୁଷ୍ଠାନ ନିଆଯିବ । ନିକଟରେ ମନ୍ତ୍ରୀ ଅରୁଣ ସାହୁ, ସମୀର ଦାସ, ସୁଶାନ୍ତ ସିଂହ, ନବ ଦାସ, ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ନିଜ ବିଭାଗ ଅଫିସ ଗୁଡ଼ିକୁ ଯାଇ କାମର ତଦାରଖ କରୁଛନ୍ତି । କେବଳ ମନ୍ତ୍ରୀମାନେ ନୁହନ୍ତି ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ଓ ବିଭିନ୍ନ ନିଗମର ଅଧ୍ୟକ୍ଷ ମାନେ ମଧ୍ୟ ୧୦ଟାରୁ ୫.୩୦ ଯାଏ ସରକାରୀ କାମ ଠିକ ହେଉଛି କି ନାହିଁ ତାହାର ତଦାରଖ କରୁଛନ୍ତି ।

ଡାଳୁଅ ପାଇଁ କାନସିରି ପାଇଲା ପାଣି

0

ବ୍ୟାସନଗର: ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ପୌରାଞ୍ଚଳରେ ବିଭିନ୍ନ ଯୋଜନା ର ଶିଳାନ୍ଯାଶ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା ।ଏହି ଅବସରରେ ଯାଜପୁର ର ବିଧାୟକ ଶ୍ରୀଯୁକ୍ତ ପ୍ରଣବ୍ ପ୍ରକାଶ ଦାସ୍ ଙ୍କୁ ନିମନ୍ତ୍ରଣ କରାଯାଇଥିଲା ।କିନ୍ତୁ କୌଣସି କାରଣ ବଶତଃ କାର୍ଯ୍ୟକ୍ରମରେ ସାମିଲ ହୋଇପାରି ନଥିଲେ ।ହେଭିୱେଟ୍ ନେତା ଭାବେ ସାରା ଓଡ଼ିଶାରେ ପରିଚିତ ନେତାଙ୍କୁ ସ୍ବାଗତ କରିବା ପାଇଁ ପୌରପରିଷଦ ଓ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ପାରମ୍ପରିକ ବାଦ୍ୟ ସହ ଡିଜେ ଓ ବାଣର ବ୍ଯବସ୍ଥା କରଥିଲେ ।ବବି ବାବୁ ନ ଆସିବା ଖବରରେ ଉତ୍ସାହିତ ଥିବା ବବି ପ୍ରେମିଙ୍କ ମଧ୍ୟରେ ନୈରାଶ୍ଯ ଭାବେ ପରିଲକ୍ଷିତ ହୋଇଥିଲା । କିନ୍ତୁ କୋରାଇ ବିଧାୟକ ଶ୍ରୀଯୁକ୍ତ ଅଶୋକ କୁମାର ବଳଙ୍କ ସମର୍ଥକ ତଥା ଅଶୋକ ପ୍ରେମିଙ୍କ ଉତ୍ସାହ ଅଧିକ ପରିଲକ୍ଷିତ ହୋଇଥିଲା ।କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରେ ଟୁପୁରୁ ଟାପର ଶୁଣିବାକୁ ମିଳିଥିଲା , ଡାଳୁଅ ପାଇଁ କାନସିରି ପାଇଲା ପାଣି । କାରଣ ଯେଉଁ ଭବ୍ଯ ସ୍ବାଗତ ଆୟୋଜନ କରାଯାଇଥିଲା ତାହା କେବଳ ହେଭି ୱେଟ୍ ବବିଙ୍କୁ ଖୁସି କରିବାଲାଗି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news