ଓଡିଶା ଫେରିଲେ ପ୍ରମୋଦ…..

- Advertisement -

ଦୁଇ ଦୁଇଟି ସ୍ୱର୍ଣ୍ଣ ପଦକ ଓ ଅର୍ଜୁନ ଆୱାର୍ଡ ସହ ଓଡ଼ିଶା ଫେରିଲେ ସୁନା ପୁଅ ପ୍ରମୋଦ ଭଗତ। ନିକଟରେ ସ୍ୱିଜରଲାଣ୍ଡର ବାସେଲଠାରେ ଅନୁଷ୍ଠିତ ପାରା-ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଅନସିପରେ ୨ ଟି ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଥିଲେ ପ୍ରମୋଦ। ସେ ଏକମାତ୍ର ଭାରତୀୟ ଭାବେ ବିଶ୍ୱ ପାରା ବ୍ୟାଡମିଣ୍ଟନ ଚମ୍ପିୟାନସିପରେ ଏପର୍ଯ୍ୟନ୍ତ ତିନୋଟି ସ୍ଵର୍ଣ ପଦକ ପାଇ ସାରିଛନ୍ତି। ଆକର୍ଷଣୀୟ ପ୍ରଦର୍ଶନ ପାଇଁ ତାଙ୍କୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ରାଜ୍ୟର ପ୍ରଥମ ପାରା-କ୍ରୀଡ଼ାବିତ ଭାବେ ପ୍ରମୋଦ ଭଗତ ଅର୍ଜୁନ ପୁରସ୍କାର ପାଇଛନ୍ତି।ପୁରସ୍କାର ସ୍ୱରୂପ ୫ ଲକ୍ଷ ଟଙ୍କା, ଏକ ମାନପତ୍ର ଓ ଫଳକ ପ୍ରମୋଦଙ୍କୁ ପ୍ରଦାନ କରାଯାଇଛି ।ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି…

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles