ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ରେ କ୍ୟାଟେରିଙ୍ଗ ସେବା ଏବେ ଇଛାଧିନ

- Advertisement -

ରାଜଧାନୀ ଏକ୍ସପ୍ରେସ ରେ ଯାତ୍ରା ସମୟରେ ଏବେ କ୍ୟାଟେରିଙ୍ଗ ସେବା କୁ ଇଛାଧିନ ଭାବେ ରେଳବାଇ ପକ୍ଷରୁ ଅନୁଶୀଳନ କରାଯାଉଅଛି ö  ସେପ୍ଟେମ୍ବର ମାସ ପହିଲା ଠାରୁ ଏହି ଟ୍ରେନ ରେ ଯାତ୍ରା କରିବା ପାଇଁ କ୍ରୟ କରାଯାଉଥିବା ଟିକେଟରେ ଏଣିକି କ୍ୟାଟେରିଙ୍ଗ ସେବାକୁ ଯାତ୍ରୀମାନେ ଇଛାଧିନ ଭାବେ ବାଛି ପାରିବେ ।   ପୁରୀ-ହାଓଡ଼ା ଶତାବ୍ଦୀ ଏବଂ ଭୁବନେଶ୍ୱର-ନୂଆ ଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସ ମାନଙ୍କରେ ପୂର୍ବରୁ କ୍ୟାଟେରିଙ୍ଗ ସେବାକୁ ଇଛାଧିନ ଭାବେ ପ୍ରଚଳନ କରାଯାଇଅଛି ।

ଗୁରୁତ୍ୱପୂର୍ଣ୍ଣ ଟ୍ରେନ ଯଥା ରାଜଧାନୀ, ଶତାବ୍ଦୀ, ଦୁରନ୍ତ, ଗତିମାନ ଓ ବନ୍ଦେ ଭାରତ ଭଳି ଟ୍ରେନ ମାନଙ୍କରେ କ୍ୟାଟେରିଙ୍ଗ ସେବାକୁ ଯାତ୍ରୀ ମାନଙ୍କ ପାଇଁ ଇଛାଧିନ ଭାବେ ବାଛିବାକୁ ରେଳମନ୍ତ୍ରଣାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇ ଅଛି ।ଏଥିପାଇଁ ଯାତ୍ରୀମାନେ ଟିକେଟ ବୁକ କରିବା ସମୟରେ କ୍ୟାଟେରିଙ୍ଗ ସେବା ପାଇଁ ସେମାନଙ୍କର ପସନ୍ଦ ଦର୍ଶାଇବେ ö ଥରେ ପସନ୍ଦ ଦର୍ଶାଯିବା ପରେ ଏହି ଅଭିରୁଚି କୁ ଆଉ ବଦଳାଯାଇ ପାରିବ ନାହିଁ ।

ଏହି ଇଛାଧିନ କ୍ୟାଟେରିଙ୍ଗ ସେବା ସୁବିଧା ନିମ୍ନ ପ୍ରଦତ୍ତ କୁ ସୂଚିତ କରୁଛି –

୦୧.  ଟ୍ରେନ ଯାତ୍ରା ସମୟରେ ଯାତ୍ରୀମାନେ ସେମାନଙ୍କର ନିଜ ଖାଦ୍ୟ ବ୍ୟବହାର କରିବେ

୦୨.  ଟ୍ରେନ ଟିକେଟ ଦେୟରେ କ୍ୟାଟେରିଙ୍ଗ ଦେୟକୁ ମିସାଯିବ ନାହିଁ

 

 

 

 

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles