କୁଆଡ଼େ ଗଲେ ପିନାକୀ, ସମ୍ବିତ ଓ ସତ୍ୟପ୍ରକାଶ …

- Advertisement -

ପୁରୀ : ପୁରୀରେ ଜୋରଦାର ଚାଲିଛି ଉଚ୍ଛେଦ ପ୍ରକ୍ରୀୟା । ମଠ,ଘର,ଦୋକାନ ଘର ଭାଙ୍ଗୁଛି । ଯାହା ଘର ଉଚ୍ଛେଦ ହେଉଛି ସେ ଦୁଃଖରେ ନେହୁରା ହେଉଛି ଗଣମାଧ୍ୟମରେ ମତେ ଥଇଥାନ କରାଯାଉ । ଘର ଭାଙ୍ଗୁଥିବା ବ୍ୟବସାୟୀର ଯେଭଳି ତେଲ ଲୁଣର ସଂସାର ବି ଭାଙ୍ଗୀଯାଇଛି । ହେଲେ ତାର ଏହି ଦୁଃଖ ସମୟରେ ୨୦୧୯ ସାଧାରଣ ନିର୍ବାଚନରେ ଯେଉ ନେତାମାନେ ତାହା ପାଖକୁ ୧୦ଥର ଯାଇଥିଲେ ଖଣ୍ଡେ ଭୋଟ ପାଇଁ ଆଜି ସେମାନଙ୍କର ଦେଖାନାହିଁ । ସତେ ଯେମିତିି ଭୋଟ ସରିଲା ପରେ ଏହି ବ୍ୟବସାୟୀ ସହ ନେତାର ସର୍ମ୍ପକ ତୁଟି ଯାଇଛି । ପୁଣି ପାଂଚବର୍ଷ ପରେ ସେହି ସର୍ମ୍ପକ ଯୋଡ଼ିହେବ । ସେ ନିର୍ବାଚିତ ନେତା ହୁଅନ୍ତୁ କି ପରାଜିତ ନେତା । କେହି ବି ଦୁଃଖ ସମୟରେ ଲୋକଙ୍କ ପାଖରେ ଛିଡ଼ାହେବାକୁ ପସନ୍ଦ କରିନାହାନ୍ତି । ବିଚାର ଭୋଟର ଭଲଭାବେ ବୁଝିଯାଇଥିବ ଯେ ନେତା କେବଳ ଭୋଟ ପାଇଁ ଆସନ୍ତି ।

୨୦୧୯ ସାଧାରଣ ନିର୍ବାଚନରେ ପୁରୀ ସଂସଦୀୟ କ୍ଷେତ୍ର ସବୁଠରୁ ଫୋକସରେ ଥିଲା । ରାଜ୍ୟର ୩ ପ୍ରମୁଖ ଦଳ ବହୁ ଚର୍ଚ୍ଚିତ ନେତାଙ୍କୁ ପୁରୀ ସାଂସଦ ପ୍ରାର୍ଥୀ କରିଥିଲା । ସେମାନେ ହେଲେ ବିଜେଡ଼ିର ବରିଷ୍ଠ ନେତା ତଥା ସୁପ୍ରିମକୋର୍ଟ ଓକିଲ ପିନାକୀ ମିଶ୍ର ଯେ କିଏ ଏବେ ସାଂସଦ ,କଂଗ୍ରେସ ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟଙ୍କୁ ପ୍ରାର୍ଥୀ କରିଥିଲା ଓ ବିଜେପି ଜାତୀୟ ମୁଖପାତ୍ର ଓ ଜାତୀୟ ଗଣମାଧ୍ୟମରେ ସବୁଠାରୁ ଚଚ୍ଚିତ ଚେହେରା ସମ୍ବିତ ପାତ୍ରଙ୍କୁ ଦଳୀୟ ପ୍ରାର୍ଥୀ କରିଥିଲା ।

ନିର୍ବାଚନ ସମୟରେ ଦେଖାଦେଇଥିଲା ଯେ ଏହି ନେତାମାନେ ଦିନରାତି ଏକ କରି ଭୋଟର ଘର ବୁଲୁଥିଲେ ଓ ସୁଖ ଦୁଃଖର ସାଥି ହେଉଥିଲେ । ସେହିପରି କିଏ ପୋଖରୀ ଗାଧୋଇ ଲୋକଙ୍କ ସହ ଥିବା କଥା କରୁଥିଲା ତ କିଏ ଚାଳଘରେ ଭାତ ,ଡ଼ାଲମା ଖାଇ ନିଜର କରୁଥିଲା ଲୋକଙ୍କୁ । ଆଉ କିଏ ଲୋକଙ୍କୁ ଅସୁବିଧା ସମୟରେ ପହଞ୍ଚି ଆର୍ଥୀକ ସହଯୋଗ କରୁଥିଲା । ହେଲେ ୨୦୧୯ ନିର୍ବାଚନ ଫଳାଫଳ ଆସିବା ପରେ ନେତାଙ୍କ ସ୍ୱଭାବରେ ଆସିଛି ପରିବର୍ତ୍ତନ । ବର୍ତ୍ତମାନ ପୁରୀ ଉଚ୍ଛେଦ ପ୍ର୍ରକ୍ରୀୟା ଚାଲିଥିବା ବେଳେ ଏହି ୩ ପ୍ରମୁଖ ଚଚ୍ଚିତ ନେତାଙ୍କ ପାଦ କିନ୍ତୁ ପୁରୀ କି ଘର ଭାଙ୍ଗିଥିବା ଗରିବ ବ୍ୟବସାୟ ପାଖରେ ପଡ଼ୁନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । \

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles