ରାଷ୍ଟ୍ର ଗଠନ ସମ୍ମାନରେ ସମ୍ମାନିତ କଲା ରୋଟାରୀ କ୍ଲବ୍ ଅଫ୍ ଯାଜପୁର ରୋଡ

0
    ବ୍ୟାସନଗର : ଗୁରୁଦିବସ ପୂର୍ବରୁ ରୋଟାରୀ କ୍ଲବ୍ ଅଫ୍ ଯାଜପୁର ରୋଡ ଦ୍ବାରା ଶିକ୍ଷକ ଓ ଶିକ୍ଷତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା ।ସ୍ଥାନୀୟ ଟାଉନ୍ ହଲ୍ ପରିସରରେ ଥିବା ବ୍ୟାସନଗର ପ୍ରେସ୍ ଫୋରମ୍ ର ସଭାଗୃହରେ ଏକ ବର୍ଣ୍ଣାଢ୍ଯ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ରୋଟାରୀ କ୍ଲବ୍ ର ସଭାପତି ଅଭୟ ପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋରାଇ ବ୍ଲକ ଏ.ବି.ଇ.ଓ. ଶ୍ରୀଯୁକ୍ତ ଅକ୍ଷୟ କୁମାର ଧଳ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଶିକ୍ଷକ ଶିକ୍ଷତ୍ରୀ ମାନଙ୍କୁ ସମାଜର ମେରୁଦଣ୍ଡ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ ।ଶିକ୍ଷା ବିନା ଏକ ସୁସ୍ଥ ସମାଜ ଗଠନ ଅସମ୍ଭବ ବୋଲି ମତ୍ତପୋଷଣ କରିଥିଲେ । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶୈଳବାଳା ରାଉତ, ଅଶ୍ବିନି ମହାନ୍ତି, ବିଜୟ କୁମାର ସ୍ବାଇଁ, ସଂଯୁକ୍ତା ମହାରଣା, ଦୀପକ କୁମାର ପୃଷ୍ଟି, ପୂର୍ଣ୍ଣଚନ୍ଦ୍ର ଦାସ, ରମେଶ ଦାସ, ଲଳିତା ପତି, ଅର୍ଚ୍ଚନା ଯେନା, ପ୍ରଦୀପ କୁମାର ମହାନ୍ତି,ଯଯାତୀ କେଶରୀ ମଲ୍ଲିକଙ୍କୁ ପ୍ରଭୃତି ଶିକ୍ଷକ ଓ ଶିକ୍ଷତ୍ରୀ ମାନଙ୍କୁ ରାଷ୍ଟ୍ରଗଠନ ସମ୍ମାନରେ ସମ୍ମାନିତ କରାଯାଇଥିଲା ।ସମସ୍ତ ଶିକ୍ଷକ ଶିକ୍ଷତ୍ରୀଙ୍କୁ ଏ.ବି.ଇ.ଓ.ଙ୍କ ସମେତ ରୋଟାରୀ କ୍ଲବ୍ ର ସଭାପତି ରୋଟାରିଆନ୍ ଅଭୟ ପତି, ସମ୍ପାଦକ ରୋଟାରୀଆନ୍ ପ୍ରବିର ବିଶ୍ବାଳ,କ୍ଲବ୍ ସର୍ଭିସ୍ ରୋଟାରୀଆନ ଉଦୟନାଥ ଖଣ୍ଡାଇ, କ୍ଲବର ମେମ୍ବରସିପ୍ ଅଧ୍ଯକ୍ଷା ରୋଟାରୀଆନ ଅସ୍ମିତା ପତି ପ୍ରମୁଖ ପୂଷ୍ପ ଗୁଚ୍ଛ,ମାନପତ୍ର ସହ ଉପଢୌକନ ଓ ସ୍ମାରକୀ ପ୍ରଦାନକରିଥିଲେ ।ଏହି ସମ୍ବର୍ଦ୍ଧନା ଉତ୍ସବକୁ କୋଷାଧ୍ୟକ୍ଷ ରୋଟାରୀଆନ ଅଜୟ କୁମାର ସାହୁ ପରିଚାଳନା କରିଥିଲେ ।ଶେଷରେ କ୍ଲବ୍ ସର୍ଭିସ୍ ରୋଟାରୀଆନ ଉଦୟ ନାଥ ଖଣ୍ଡାଇ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ କ୍ଲବ୍ ର ଆଷୁତୋଶ ମିଶ୍ର,ଚିତ୍ତରଞ୍ଜନ ବୋଇତାଇ,କଳ୍ପତରୁ ସାହୁ,ଅଭିଳାଷ ବୋଇତାଇ,ବିରେଶ୍ବର ପତି,ଦୀପକ ଦାସ ପ୍ରଭୃତି ସହାୟତା କରିଥିଲେ ।

ନବୀନଙ୍କ 29ଜଣିଆ ମିଡିଆ ଟିମ…..

0

ଭୁବନେଶ୍ବର : ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦଳର ୨୯ ଜଣିଆ ନୂଆ ମିଡିଆ ଟିମ ଘୋଷଣା କରିଛନ୍ତି ।

ମେଡିଆ କୋର୍ଡିନେଟର ଭାବେ ସାଂସଦ ଡ ସସ୍ମିତ ପାତ୍ରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଜାତୀୟ ମୁଖପାତ୍ର ଭାବେ ସାଂସଦ ପିନାକୀ ମିଶ୍ର, ଅନୁଭବ ମହାନ୍ତି, ଡ ଅମର ପଟ୍ଟନାୟକ, ଡ ସସ୍ମିତ ପାତ୍ରଙ୍କ ସହିତ ସତ୍ୟନାରାୟଣ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି ।

ସେହିପରି ମୁଖପାତ୍ର ଭାବେ ପ୍ରତାପ କେଶରୀ ଦେବ, ଦେବୀ ପ୍ରସାଦ ମିଶ୍ର, ପ୍ରଶାନ୍ତ ନନ୍ଦ, ରମେଶ ଚନ୍ଦ୍ର ମାଝୀ, ବ୍ୟୋମକେଶ ରାୟ, ସୁଭାଷ ଚୌହାନ, ସୁଭାସ ସିଂହ, ଆକାଶ ଦାସ ନାୟକ, ଅନୁଭବ ପଟ୍ଟନାୟକ, ଡ. ଲେନିନ ମହାନ୍ତି, ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ମିଶ୍ର ଏବଂ ଭରଦ୍ୱାଜ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି ।

ସେହିପରି ପ୍ୟାନେଲିଷ୍ଟ ଭାବେ ମିହିର ମହାନ୍ତି, ଡ. ସନ୍ତୋଷ ଲେଙ୍କା, ବିଶ୍ୱଜିତ ମହାନ୍ତି, ସଞ୍ଜୟ ବାବୁ, ଡ ହରିଶ ଚୌଧୁରୀ, ତପନ ଦାସ, ଦୁର୍ଗା ସାମନ୍ତରାୟ , ପ୍ରୀୟବ୍ରତ ମାଝି, ଚକ୍ରଧର ଦାଶ, ଆଉ ଓମପ୍ରକାଶ ସାହୁଙ୍କୁ ନିଯୁକ୍ତି । ଏହାପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଛାମୁଆ ସଂଗଠନ ନାମ ଘୋଷଣା କରିବେ ବୋଲି ସୂଚନା ମିଳିଛି।

ଶ୍ରମିକଙ୍କ ପାଇଁ ଅଣ୍ଟା ଭିଡ଼ିଲେ ଧର୍ମେନ୍ଦ୍ର.

0

କମ ଖର୍ଚରେ ଅଧିକ ଲକ୍ଷ୍ୟ ହାସଲ ଓ ଶ୍ରମିକ କଲ୍ୟାଣ ପରସ୍ପର ପରିପନ୍ଥୀ ନୁହନ୍ତି – ଧର୍ମେନ୍ଦ୍ର ପ୍ରଧାନ ଇସ୍ପାତ ଶିଳ୍ପରେ ଭାଗିଦାରୀ ସଂସ୍କୃତିକୁ ମଜବୁତ କରିବା ପାଇଁ ଅନେକ ସକାରାତ୍ମକ ଓ ଗଠନ ମୂଳକ ପ୍ରସଙ୍ଗରେ ଆଲୋଚନାନୂଆଦିଲ୍ଲୀ, ଭୁବନେଶ୍ୱର, ୦୩ ସେପ୍ଟେମ୍ବର – ଅଳ୍ପ ଖର୍ଚରେ ଅଧିକ ଲକ୍ଷ୍ୟ ହାସଲ ଓ ଶ୍ରମିକ କଲ୍ୟାଣ ପରସ୍ପର ପରିପନ୍ଥୀ ନୁହନ୍ତି ବରଂ ଉଭୟଙ୍କୁ ଏକା ସଙ୍ଗେ ହାସଲ କରି ହେବ ବୋଲି ଇସ୍ପାତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ଟ୍ରେଡ ୟୁନିୟନ ନେତୃମଣ୍ଡଳୀ ସହିତ ଆଲୋଚନା ବେଳେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଆଲୋଚନାରେ ଇସ୍ପାତ ଶିଳ୍ପରେ ଭାଗିଦାରୀ ସଂସ୍କୃତିକୁ ମଜବୁତ କରିବା ପାଇଁ ଅନେକ ସକାରାତ୍ମକ ଓ ଗଠନ ମୂଳକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଏହି ଆଲୋଚନା ସମୟରେ ଟ୍ରେଡ ୟୁନିୟନର ପ୍ରତିନିଧି ମାନେ ଶ୍ରମିକ କଲ୍ୟାଣ, ମାନବ ସମ୍ବଳର ସୁବିନିଯୋଗ, ଦକ୍ଷତା ବିକାଶ, ସୁରକ୍ଷା, ବାସଗୃହ, ସବୁ ବୟସର ଶ୍ରମିକଙ୍କ ଉପସ୍ଥିତି, ମଜୁରୀର ରିଭିଜନ ପ୍ରସଙ୍ଗରେ ଚର୍ଚା ହୋଇଥିଲା । ଉପସ୍ଥିତ ଟ୍ରେଡ ୟୁନିୟନ ପ୍ରତିନିଧି ମାନେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଶ୍ରମିକ ମାନଙ୍କ ନିକଟତର ହେବାକୁ ଉଦ୍ୟମକୁ ପ୍ରଶଂସା କରିଥିଲେ । ଗତ ମାସରେ ବୋକାରୋ ଷ୍ଟିଲ ପ୍ଲାଂଟ ଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ପ୍ରଧାନ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ କର୍ମଚାରୀ ମାନଙ୍କର ସ୍ୱାର୍ଥ ରକ୍ଷା ସହ ପ୍ରବନ୍ଧନ ଓ କର୍ମଚାରୀ ମାନଙ୍କ ମଧ୍ୟରେ ସହବନ୍ଧନ ମାଧ୍ୟମରେ ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସ୍ଥାୟୀ ଓ ଠିକା ଉଭୟ କର୍ମଚାରୀଙ୍କୁ ଡିଜିଟାଲ ରାସ୍ତାରେ ଦେୟ ପ୍ରଦାନ କରା ଯିବା ସହ ପାରଦର୍ଶିତା ରକ୍ଷା କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱ ଆରୋପ କରିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଇସ୍ପାତ ଶିଳ୍ପର ଟାଉନସିପ ସମସ୍ତ ନାଗରିକଙ୍କ ସହିତ ସ୍ମାର୍ଟ ସିଟି ମାନର ହେବା ଜରୁରୀ । ସେଲ ଦ୍ୱାରା ପ୍ରଦାନ କରା ଯାଉଥିବା ସ୍ୱାସ୍ଥ୍ୟ ସେବା ସୁବିଧା ଆଗାମୀ ଦିନରେ ଚାଲୁ ରହିବା ସହ ଏହାକୁ ଆଧୁନିକୀକରଣ କରା ଯିବ ।

ଥାନା ଅଧିକାରୀଙ୍କ ଅଭିନବ ପ୍ରୟାସ

0

ବ୍ୟାସନଗର: ଆଜି ସନ୍ଧ୍ୟା ସମୟରେ ଯାଜପୁର ରୋଡର ଥାନା ଅଧିକାରୀଙ୍କ ସମେତ ଯାଜପୁର ରୋଡ ପୋଲିସ୍ଅ ସ୍ଥାନୀୟ ଜନସାଧାରଣଙ୍କୁ ଏକ ଅଭିନବ ଉପାୟରେ ସଚେତନ କରିବା ନଜରକୁ ଆସିଛି । ବ୍ୟାସନଗରର ବିଭିନ୍ନ ଛକମାନଙ୍କରେ ଜନସାଧାରଣଙ୍କୁ ମଟରସାଇକଲ ଚଳାଇବା ସମୟରେ ହେଲମେଟ୍ ପିନ୍ଧିବା,ଗାଡି ଚଳାଇବା ସମୟରେ ମୋବାଇଲ କିମ୍ୱା ଇଅରଫୋନ୍ ବ୍ଯବହାର ନକରିବାକୁ ତଥା ନିଜ ପରିଚୟ ପତ୍ର, ଗାଡି କାଗଜପତ୍ର ଇତ୍ୟାଦି ପାଖରେ ରଖିବାକୁ ପରାମର୍ଶ ଦେଇଥିଲେ ।ସେହିପରି ଚାରି ଚକିଆ ଯାନ ଚଳାଇବା ସମୟରେ ସିଟ୍ ବେଲ୍ଟ୍ ବାନ୍ଧିବା,ଅତ୍ଯଧିକ ଶବ୍ଦ ପ୍ରଦୂଷଣ ନକରିବା ଇତ୍ୟାଦି ସମ୍ପର୍କରେ ବୁଝାଇଥିଲେ ।ଏଠାରେ ଉଲ୍ଲେଖ କରାଯାଇପାରେ ସଚେତନ ଅଭାବ ହେଉ କିମ୍ୱା ବେପରୁଆ ମନୋଭାବ ଯୋଗୁଁ ପ୍ରାୟ ପ୍ରତ୍ୟେକ ଦିନ ଛୋଟ ବଡ ଅନେକ ଦୁର୍ଘଟଣା ଘଟିଥିବା ପରିଲିକ୍ଷିତ ହେଉଛି ।

ନଡିଆ ଚାଷୀଙ୍କୁ ରିଲିଫ…

0

ଫନି ବାତ୍ୟାଜନିତ କ୍ଷତିଗ୍ରସ୍ତ ନଡିଆ ଚାଷୀଙ୍କୁ ରିଲିଫ ପ୍ରଦାନ ଏବଂପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାର ସଫଳ କାର୍ଯ୍ୟକାରିତା ପ୍ରସଙ୍ଗରେକେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କଲା ରାଜ୍ୟ ବିଜେପି ଫନି ବାତ୍ୟା କାରଣରୁ ନିଜ ନିଜ ଜୀବନ ଜୀବିକା ହରାଇ ବ୍ୟାପକ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା କ୍ଷତିଗ୍ରସ୍ତ ନଡିଆ ଚାଷୀଙ୍କୁ ସ୍ପେସିଆଲ ରିଲିଫ ପ୍ରଦାନ କରିବାକୁ ଦାବି ଯଥାଶୀଘ୍ର ସଠିକ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ତାଲିକା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଏହି ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର, ତା.୦୨/୦୯: ଫନି ବାତ୍ୟା କାରଣରୁ ରାଜ୍ୟର ବ୍ୟାପକ କ୍ଷତି ହୋଇଛି । ଘଂଟା ପ୍ରତି ୨୫୦କିମିରୁ ଉର୍ଦ୍ଧ ପବନର ବେଗ ଏବଂ ପ୍ରବଳ ବର୍ଷା କାରଣରୁ ପୁରୀ ସମେତ ଉପକୂଳବର୍ତୀ ୧୩ଟି ଜିଲ୍ଲାଗୁଡିକରେ ବ୍ୟାପକ କ୍ଷତି ହୋଇଛି । ପ୍ରାଥମିକ ଆକଳନ ଅନୁଯାୟୀ ପାଖାପାଖି ୧୫ ଲକ୍ଷରୁ ଉର୍ଦ୍ଧ ନଡିଆ ଗଛ ସଂପୂର୍ଣ୍ଣ ନଷ୍ଟ ହେବା କାରଣରୁ ନଡିଆ ଚାଷ ସର୍ବାଧିକ ପ୍ରଭାବିତ ହୋଇଛି । ଫନି ବାତ୍ୟା କାରଣରୁ ନିଜ ନିଜ ଜୀବନ ଜୀବିକା ହରାଇ ବ୍ୟାପକ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା କ୍ଷତିଗ୍ରସ୍ତ ନଡିଆ ଚାଷୀଙ୍କୁ ସ୍ପେସିଆଲ ରିଲିଫ ପ୍ରଦାନ କରିବାକୁ ବିଜେପିର ଏକ ପ୍ରତିନିଧି ଦଳ ଆଜି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛି । ଏହା ଦ୍ୱାରା ସେମାନଙ୍କ ଜୀବନ ଓ ଜୀବିକାର ପୁନରୁ୍ଦ୍ଧାର ଶିଘ୍ର ଓ ତ୍ୱରାନ୍ୱିତ ହୋଇପାରିବ ବୋଲି ଏହି ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାରଙ୍କୁ କହିଛନ୍ତି ।ରାଜ୍ୟର ଉପକୂଳବାସିନ୍ଦା ଚାଷୀକୁଳ ପାଇଁ ନଡିଆ ଚାଷ ପ୍ରମୁଖ୍ୟ ଭୁମିକା ଗ୍ରହଣ କରିବା ସହ ପ୍ରାୟ ୫ଟି ଜିଲ୍ଲାବାସୀଙ୍କ ପାଇଁ ଅତିରିକ୍ତ ରୋଜଗାର ଅଟେ । ଗୋଟିଏ ନଡିଆ ଗଛ ସଂପୂର୍ଣ୍ଣ ବା ଆଂଶିକ ଭାବେ ନଷ୍ଟ ହୋଇଗଲେ ଆଉ ଫଳପ୍ରଦ ହୋଇନଥାଏ । ସେହିପରି ଗୋଟିଏ ନୂଆ ଗଛ ଫଳ ଦେବା ପାଇଁ ପ୍ରାୟ ୪ ରୁ ୫ ବର୍ଷ ସମୟ ଲାଗିଥାଏ । ଫନି ବାତ୍ୟା ଜନିତ ନଡିଆ ଚାଷ ନଷ୍ଟ ହୋଇଥିବା କାରଣରୁ ହଜାର \nହଜାର ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି । ସେହିପରି ରାଜ୍ୟରେ କତା ଶିଳ୍ପ ପାଇଁ ନଡିଆ ଚାଷ ପ୍ରମୁଖ ଭୁମିକା ଗ୍ରହଣ କରିଅଛି । ଏହି କତା ଶିଳ୍ପ କାରଣରୁ ହସ୍ତତନ୍ତ୍ର ଦ୍ରବ୍ୟ ଉତ୍ପାଦ କରୁଥିବା ଅନେକ ମହିଳା ସ୍ୱୟଂ ସହାୟିକା ଗୋଷ୍ଟୀମାନେ ପ୍ରଭାବିତ ହୋଇଥିବାର ଏହି ପ୍ରତନିଧି ଦଳ ସ୍ମାରକ ପତ୍ର ଜରିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।ବର୍ତମାନ ସୁଦ୍ଧା ରାଜ୍ୟର ପାଖାପାଖି ୩୦ ଲକ୍ଷରୁ ଉର୍ଦ୍ଧ ଚାଷୀ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ତାଲିକାରୁ ବାଦ୍ ପଡି ସମସ୍ତ କେନ୍ଦ୍ରୀୟ ଯୋଜନାର ସୁବିଧା ପାଇବାକୁ ବଂଚିତ ହୋଇଛନ୍ତି । ଯଥାଶୀଘ୍ର ସଠିକ ଲାଭାର୍ଥୀ ତାଲିକା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଏହି ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।ଏହି ପ୍ରତିନିଧି ଦଳରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ବରିଷ୍ଠ ନେତ୍ରୀ ସୁରମା ପାଢୀ, ରାଜ୍ୟ ସଂପାଦକ ଡ.ଯତୀନ ମହାନ୍ତି, ଡ.ଲେଖାଶ୍ରୀ ସାମନ୍ତସିଂହାର, ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଗୋଲକ ମହାପାତ୍ର ଓ ଜୀବନ ସାହୁ, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ମହେଶ ମହାନ୍ତି ପ୍ରମୁଖ ସାମିଲ ଥିଲେ ।

ଭୁବନେଶ୍ବରରେ ସୋନମ କାପୂର….

0

ଭୁବନେଶ୍ବର : ଭୁବନେଶ୍ବରେ ସୋନମ କପୁର। ରୟାଲ ଲାଗୁନ ପାଖରେ ଲାଲଚାନ୍ଦ ଜୁଏଲରସର ଏକ ନୂଆ ଶୋରୁମ ଖୋଲା ଯାଇଛି। ଶୋରୁମକୁ ଉଦଘାଟନ କରିଛନ୍ତି ସୋନମ କପୂର।ଏହି ଅବସରରେ ଲାଲଚାନ୍ଦର ସ୍ୱତ୍ୱଧିକାରୀ ସଞ୍ଜୟ ହଂସ ମଧ୍ୟ ଉପସ୍ଥିତ ଥିଲେ। ସୋନମଙ୍କୁ ପାଖରୁ ଦେଖି ଫ୍ୟାନଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଥିଲା।

ପୁରୀ ପାଇଁ ନବୀନ ଖୋଲିଲେ ପେଡି…

0

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ପାଇଁ ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଶ୍ରୀମନ୍ଦିରର ସୁରକ୍ଷା ସରକାରଙ୍କ ସର୍ବାଧିକ ପ୍ରାଥମିକତା

ଶ୍ରୀମନ୍ଦିରର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ରାଜ୍ୟ ସରକାର ମନ୍ଦିର ଚତୁପାର୍ଶ୍ୱରେ ଏକ ସୁରକ୍ଷିତ ଅଞ୍ଚଳ ସୃଷ୍ଟି କରିବା ପାଇଁ ନିଷ୍ପତ୍ତି କରି କାର୍ଯ୍ୟାରମ୍ଭ କରିଛନ୍ତି ୤ ଶ୍ରୀମନ୍ଦିର ଆମର ଏକ ପ୍ରମୁଖ ଐତିହସ୍ଥଳ ହୋଇଥିବାରୁ ଏହାର ସୁରକ୍ଷାରେ କୌଣସି ସାଲିସ କରାଯାଇ ପାରିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରି ଦେଇଛନ୍ତି ୤
ସୂଚନାଯୋଗ୍ୟ ଯେ ମନ୍ଦିରର ସୁରକ୍ଷା ଓ ପୁରୀକୁ ବିଶ୍ୱ ଐତିହ ନଗରୀ ଭାବରେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତ ଅଗଷ୍ଟ ୨୩ ତାରିଖ ଦିନ ଏକ ପ୍ୟାକେଜ୍‌ ଘୋଷାଣା କରିଥିଲେ ୤ ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ଅଞ୍ଚଳରେ ଥିବା ଜମି ଓ ଅନ୍ୟାନ୍ୟ ସମ୍ପତ୍ତି ଅଧିଗ୍ରହଣ ପାଇଁ Right to Fair Compensation and Transparency in Land Acquisition, Rehabilitation and Resettlement Act, 2013 ସହିତ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଥଇଥାନ ଓ ପୁନର୍ବାସ (Relief & Rehabilitation Policy) ନୀତି ଘୋଷଣା କରିଛନ୍ତି ୤
ଏହି ନୀତି ଅନୁଯାୟୀ :
ବାସଗୃହ ଅଧିଗ୍ରହଣ – ବାସଗୃହ ପାଇଁ ବ୍ୟବହୃତ ହୋଇଥିବା ଜମି ଓ ଅନ୍ୟାନ୍ୟ ସମ୍ପତ୍ତିର ଅଧିଗ୍ରହଣ କ୍ଷେତ୍ରରେ Right to Fair Compensation and Transparency in Land Acquisition, Rehabilitation and Resettlement Act, 2013 ସହିତ ସ୍ୱତନ୍ତ୍ର ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ୤
ଥଇଥାନ ଓ ପୁନର୍ବାସ ସହାୟତା – ଅଧିଗୃହିତ ଅଞ୍ଚଳରେ ଥିବା ଘର ଗୁଡିକ ପାଇଁ ସବୁ ପରିବାରକୁ କ୍ଷତିପୂରଣ ଦିଆଯିବ ୤
୧. ସ୍ଥାନାନ୍ତରିତ ହେଉଥିବା ପରିବାରଗୁଡିକୁ ପରିବହନ ତଥା ଆନୁସଙ୍ଗିକ ଖର୍ଚ୍ଚ ପାଇଁ ୫୦ ହଜାର ଟଙ୍କା ତୁରନ୍ତ ସହାୟତା ଦିଆଯିବ ୤
୨. ବିସ୍ଥାପିତ ପରିବାର ଗୁଡିକ ବାସଗୃହ କିମ୍ବା ଜମି ପାଇବା ପର୍ଯ୍ୟନ୍ତ ସେମାନଙ୍କୁ ମାସିକ ୧୦ ହଜାର ଟଙ୍କା ଘରଭଡା ସହାୟତା ଦିଆଯିବ ୤ ଏକକାଳୀନ ସହାୟତା ନେଉଥିବା ପରିବାର ପାଇଁ ଏହା ପ୍ରଯୁଜ୍ୟ ନୁହେଁ ୤
ପୁନର୍ବାସ ଯୋଜନା : ଏହି ଯୋଜନା ଅନୁଯାୟୀ ପ୍ରତ୍ୟେକ ବିସ୍ଥାପିତ ପରିବାର ନିମ୍ନଲିଖିତ ତିନୋଟି ଇଚ୍ଛାଧୀନ ସହାୟତା ମଧ୍ୟରୁ ଯେ କୌଣସି ଗୋଟିଏକୁ ବାଛିପାରିବେ ୤ ଏହା ହେଉଛି (୧) ଗୋଟିଏ ପରିବାର ଏକକାଳୀନ ୩୦ ଲକ୍ଷ ଟଙ୍କାର ସହାୟତା ନେଇପାରିବେ କିମ୍ବା (୨) ମନ୍ଦିରର ୧.୫ କି.ମି. ଅଞ୍ଚଳ ମଧ୍ୟରେ ପ୍ରସ୍ତାବିତ ପୁନର୍ବାସ ଓ ଥଇଥାନ କଲୋନୀରେ ୫୨୦ ବର୍ଗଫୁଟ ପରିମିତ ଘର କିମ୍ବା (୩) ମନ୍ଦିରର ୨ କି.ମି. ମଧ୍ୟରେ ୪୦ X ୨୫ ଫୁଟର ଏକ ଜାଗା ୤ ଏକକାଳୀନ ସହାୟତା ନେଇଥିବା ପରିବାର ଘରଭଡା ସହାୟତା ପାଇବେ ନାହିଁ ୤

ଦୋକାନ ଗୃହ ଅଧିଗ୍ରହଣ ସହାୟତା :
ଦୋକାନଗୃହ ଅଧିଗ୍ରହଣ – ଦୋକାନଗୃହ ପାଇଁ ବ୍ୟବହୃତ ହୋଇଥିବା ଜମି ଓ ଅନ୍ୟାନ୍ୟ ସମ୍ପତ୍ତିର ଅଧିଗ୍ରହଣ କ୍ଷେତ୍ରରେ Right to Fair Compensation and Transparency in Land Acquisition, Rehabilitation and Resettlement Act, 2013 ସହିତ ସ୍ୱତନ୍ତ୍ର ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ୤
କ୍ଷତିପୂରଣ – ପରିବହନ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏକକାଳୀନ ୫୦ ହଜାର ଟଙ୍କା ସହାୟତା ୤
ଘରଭଡା ସହାୟତା – ଦୋକାନ ଘର ପାଇଁ ମଧ୍ୟ ୨ ପ୍ରକାର ସହାୟତା ଘୋଷଣା କରାଯାଇଛି ୤ ଏଥିରୁ ଯେ କୌଣସି ଗୋଟିଏକୁ ବାଛିପାରିବେ ୤
(୧) ୨୦୦ ବର୍ଗ ଫୁଟରୁ କମ୍‌, ୨୦୦ ରୁ ୫୦୦ ବର୍ଗଫୁଟ ମଧ୍ୟରେ ଏବଂ ୫୦୦ ବର୍ଗଫୁଟରୁ ଅଧିକ Built-up area ରେ ଥିବା ଦୋକାନ ପାଇଁ ମାସିକ ଯଥାକ୍ରମେ ୫ ହଜାର, ୧୦ ହଜାର ଓ ୧୫ ହଜାର ଟଙ୍କା ଘର ଭଡା ଦିଆଯିବ କିମ୍ବା
(୨) ଜିଲ୍ଲାପାଳଙ୍କ ସହାୟତାରେ ପୁରୀର ବିଭିନ୍ନ Market Complex ରେ ଉପଲବ୍ଧ ଦୋକାନ ଘର ଦିଆଯିବ ୤
ପୁନର୍ବାସ ସହାୟତା – Security Zone ଭିତରେ ଥିବା ପ୍ରତ୍ୟେକଟି ଦୋକାନ ଘର ପାଇଁ ଥଇଥାନ ବ୍ୟବସ୍ଥା କରାଯିବ ୤
ଲଜ୍‌(Lodge) ଅଧିଗ୍ରହଣ –
ଯେଉଁ ଲଜ୍‌ ଗୁଡିକ ୧୫୦୦ ବର୍ଗଫୁଟରୁ ଅଧିକ ସେମାନଙ୍କ ପାଇଁ ନିର୍ଦ୍ଧାରିତ ପୁନର୍ବାସ ଥଇଥାନ ନୀତି ଅନୁଯାୟୀ କ୍ଷତିପୂରଣ ଓ ଅନ୍ୟାନ୍ୟ ସହାୟତା ବ୍ୟବସ୍ଥା କରାଯାଇଛି ୤
୩୦୦୦ ବର୍ଗଫୁଟରୁ ଅଧିକ ଅଞ୍ଚଳରେ ଥିବା ଲଜ୍‌ଗୁଡିକୁ ୧୦ ଲକ୍ଷ ଟଙ୍କା ଏବଂ ୩୦୦୦ ବର୍ଗଫୁଟରୁ କମ୍‌ ଅଞ୍ଚଳରେ ଥିବା ଲଜ୍‌ଗୁଡିକ ପାଇଁ ୫ ଲକ୍ଷ ଟଙ୍କା ତୁରନ୍ତ ସହାୟତା ଦିଆଯିବ ୤ ଏତଦ୍‌ ବ୍ୟତୀତ ପ୍ରତି ଲଜ୍‌କୁ ବର୍ଗଫୁଟ ପିଛା ୨୫ ଟଙ୍କା ଲେଖାଏଁ ମାସିକ ଆର୍ଥିକ ସହାୟତା ୧୮ ମାସ ପର୍ଯ୍ୟନ୍ତ ଦିଆଯିବ ୤
ଲଜ୍‌ ଅଧିଗ୍ରହଣ – ଲଜ୍‌ ପାଇଁ ବ୍ୟବହୃତ ହୋଇଥିବା ଜମି ଓ ଅନ୍ୟାନ୍ୟ ସମ୍ପତ୍ତିର ଅଧିଗ୍ରହଣ କ୍ଷେତ୍ରରେ Right to Fair Compensation and Transparency in Land Acquisition, Rehabilitation and Resettlement Act, 2013 ସହିତ ସ୍ୱତନ୍ତ୍ର ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ୤
ପୁନର୍ବାସ ସହାୟତା – ଲଜ୍‌ ମାଲିକମାନେ Built up area ର ପ୍ରତି ବର୍ଗଫୁଟ ପାଇଁ ୨୦୦୦ ଟଙ୍କା ଲେଖାଏଁ ଏକକାଳୀନ ସହାୟତା ନେଇପାରିବେ କିମ୍ବା
ବଡଦାଣ୍ଡର ଉଭୟ ପାର୍ଶ୍ୱର ୩୦୦ ମିଟର ମଧ୍ୟରେ ସେମାନେ ଚାହିଁଲେ ୫୦ X ୩୦, ୫୦ X ୪୦, ୫୦ X ୬୦ ବର୍ଗଫୁଟ ଜାଗା ଯୋଗାଇ ଦିଆଯିବ ୤ ଏଥିରେ ଲଜ୍‌ ନିର୍ମାଣ ପାଇଁ ବର୍ଗଫୁଟ ପିଛା ୭୫୦ ଟଙ୍କା ଲେଖାଏଁ ସହାୟତା ଦିଆଯିବ ୤
ଅସ୍ଥାୟୀ କ୍ଷୁଦ୍ର ବ୍ୟବସାୟୀ –
ଏକକାଳୀନ ସହାୟତା ୩୦ ହଜାର ଟଙ୍କା ୤
ସେମାନଙ୍କର ବ୍ୟବସାୟ ପାଇଁ ଜିଲ୍ଲାପାଳ ନିର୍ଦ୍ଧାରିତ ଯାଗା ଯୋଗାଇ ଦେବେ ୤
ମଠ :
ସୁରକ୍ଷିତ ଜୋନ୍‌ ମଧ୍ୟରେ ଥିବା ମଠ ପାଇଁ ଏକ ବିସ୍ତୃତ ଥଇଥାନ, ସଂରକ୍ଷଣ ଏବଂ ପୁନର୍ବାସ ବ୍ୟବସ୍ଥା କରାଯାଇଛି ୤ ପୁରୀ ଜିଲ୍ଲାପାଳ ସଂପୃକ୍ତ ପକ୍ଷମାନଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ଗ୍ରହଣ କରିବେ ୤
ମଠର ଗାଦି ଏବଂ ପ୍ରତିଷ୍ଠିତ ଦେବାଦେବୀ ପୀଠର ସଂରକ୍ଷଣ କରାଯିବ ୤
ପ୍ରତ୍ୟେକ ମଠର ସ୍ୱତନ୍ତ୍ର ପରିଚୟ ରହିଥିବାରୁ ସେଗୁଡିକର ପୁନର୍ବିନ୍ୟାସ ସମୟରେ ସଂପୃକ୍ତ ମଠର କୀର୍ତ୍ତିରାଜିର ସଂରକ୍ଷଣ କରାଯିବା ସହିତ ଶ୍ରୀମନ୍ଦିରରେ ସେବାପାଇଁ ଥିବା ପାରମ୍ପରିକ ବ୍ୟବସ୍ଥା ବଜାୟ ରଖାଯିବ ୤
ଏହି ମଠଗୁଡିକରେ ପାର୍କିଙ୍ଗ୍‌ ବ୍ୟବସ୍ଥା ସହିତ ସେମାନଙ୍କର ଆର୍ଥିକ ସୁରକ୍ଷା ପାଇଁ Market Complex ମାନଙ୍କରେ ଦୋକାନ ଘର ଯୋଗାଇ ଦିଆଯିବ୤
ଏହି Package ଜିଲ୍ଲାପାଳଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯିବ ୤ ଜିଲ୍ଲାପାଳ ସଂପୃକ୍ତ ପକ୍ଷଙ୍କ ସହିତ ଆଲୋଚନା କରି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ଅନୁମୋଦନ କ୍ରମେ ଏହି Package ରେ ଆବଶ୍ୟକ ସ୍ଥଳେ ପରିବର୍ତ୍ତନ କରିପାରିବେ ୤
ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ ଦିନ ଭିତରେ ଯେଉଁମାନେ ସ୍ୱେଚ୍ଛାକୃତ ଭାବରେ ସୁରକ୍ଷା ଜୋନ୍‌ରେ ଥିବା ସେମାନଙ୍କରେ ସମ୍ପତ୍ତି ସରକାରଙ୍କୁ ହସ୍ତାନ୍ତର କରିବେ ସେମାନଙ୍କୁ ପ୍ୟାକେଜ୍‌ ସହିତ ୧୦ ପ୍ରତିଶତ ଅଧିକ ଆର୍ଥିକ ସହାୟତା ଦିଆଯିବ ୤
ଉଲ୍ଲେଖଯୋଗ୍ୟ ଯେ ସୁରକ୍ଷା ଓ ବିକାଶକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସ କମିଶନଙ୍କ କେତେକ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ୤ ଜଷ୍ଟିସ ଦାସ କମିଶନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ହେଉଛି ଶ୍ରୀମନ୍ଦିରର ସୁରକ୍ଷାକୁ ସୁଦୃଢ କରିବା ପାଇଁ ମନ୍ଦିର ଚତୁପାର୍ଶ୍ୱରେ ୭୫ ମିଟର ପ୍ରସ୍ଥ ବିଶିଷ୍ଟ ଏକ ସୁରକ୍ଷା ଜୋନ୍‌ ବା ନିରାପତ୍ତା ଅଞ୍ଚଳ ନିର୍ମାଣ କରିବା ୤ ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଏହି ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ୤ ଏଥିପାଇଁ ସୁରକ୍ଷିତ ଜୋନ୍‌ ମଧ୍ୟରେ ଘର, ଦୋକାନ ଓ ମଠ ଗୁଡିକର ସ୍ଥାନାନ୍ତରଣ ଅତ୍ୟନ୍ତ ଜରୁରୀ ହୋଇଥିବାରୁ ରାଜ୍ୟ ସରକାର ପୁରୀର ଜନସାଧାରଣଙ୍କର ସହଯୋଗ କାମନା କରିଛନ୍ତି ୤
ବି:ଦ୍ର: ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରୁ ସ୍ଥାନାନ୍ତରିତ ବାସଗୃହ, ଦୋକାନ, ଘର ଓ ଲଜ୍‌ ମାଲିକମାନଙ୍କ ନିମନ୍ତେ ୨୦୧୩ ମସିହାରେ ଘୋଷିତ ଥଇଥାନ ନୀତି ସହିତ ଅତିରିକ୍ତ ଭାବେ ସ୍ୱତନ୍ତ୍ର ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ କ୍ଷତିପୁରଣ ଓ ସହାୟତା ପ୍ରଦାନ କରାଯିବ ୤

ଆଡମ୍ବରରେ ଚାଲିଛି ବିଘ୍ନ ହର୍ତ୍ତା ଗଜାନନଙ୍କ ଆବହନ

0

ବ୍ୟାସନଗର :ଆଜି ସହରଠୁ ଗାଁ ଶିକ୍ଷା ଅନୁଷ୍ଠାନ ରୁ ଆରମ୍ଭ କରି ସାହି ଗଳି ସବୁଆଡେ ଚାଲିଛି ଅଗ୍ର ପୂଜ୍ଯ ଗଣେଷଙ୍କ ପୂଜା ଅର୍ଚ୍ଚନା ।ପ୍ରାୟ ସମସ୍ତ ସରକାରୀ ଓ ଘରୋଇ ଶିକ୍ଷା ଅନୁଷ୍ଠାନ ତଥା ସ୍ଥାନୀୟ ସାହି ଏବଂ ଗଳି ମାନଙ୍କରେ ଛୋଟ ବଡ ଶହେରୁ ଊର୍ଦ୍ଧ୍ବ ଅସ୍ଥାୟୀ ମଣ୍ଡପ ଦେଖିବାକୁ ମିଳିଛି ।ଏହି ମଣ୍ଡପ ଗୁଡିକରେ ଜନଗହଳି ମଧ୍ୟରେ ଏକ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା ।ସଖାଳୁ ସଖାଳୁ ବିଦ୍ଯାର୍ଥୀମାନେ ସଜବାଜ ହୋଇ ହାତରେ ଫୁଲ ଓ ଭୋଗ ଧରି ଆନନ୍ଦରେ ସାଙ୍ଗସାଥିଙ୍କ ସହ ନିଜ ନିଜ ଶିକ୍ଷା ଅନୁଷ୍ଠାନକୁ ଯାଉଥିବା ପରିଲକ୍ଷିତ ହୋଇଥିଲା ।ଆଗାମୀ କାଲି ଶିକ୍ଷା ଅନୁଷ୍ଠାନଗୁଡିକ ପଶ୍ଚିମ ଓଡିଶାର ମୂଖ୍ୟ ପର୍ବ ନୂଆଖାଇ ପାଇଁ ଛୁଟି ଥିବାରୁ ବୁଧବାର ଦିନ ବିସର୍ଜନ କରାଯିବ ବୋଲି କିଛି ଅନୁଷ୍ଠାନ ପକ୍ଷରୁ ପ୍ରକାଶ କରାଯାଇଛି ।ସେହିପରି ବିଭିନ୍ନ ବଜାର ଓ ସାହି ମାନଙ୍କରେ ହେଉଥିବା ପୂଜା ଚାରି ପାଞ୍ଚ ଦିନ ପର୍ଯ୍ୟନ୍ତ ରହିବାସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସୂଚନା ମିଳିଛି ।

ଆଜି ଗଣେଷ ଚତୁର୍ଥୀ : ଯାଜପୁର ସହର ଉତ୍ସବ ମୁଖର

0

ଯାଜପୁର: ଧରାପୃଷ୍ଠରେ ଅବତରଣ କରିଛନ୍ତି ସିଦ୍ଧିଦାତା ଶ୍ରୀଗଣେଷ । ଆଜି ଗଣେଶ ଚତୁଥୀ । ଗଣେଷ ଚତୁଥୀ ପାଇଁ ଉତ୍ସବ ମୁଖର ହୋଇଛି ଗାଁ ଠାରୁ ସହର । ସକାଳୁ ସକାଳୁ ବିଘ୍ନରାଜ ଶ୍ରୀ ଗଣେଷ ପୂଜା ପାଇଲେଣୀ । ବଡ଼ବଡ଼ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜାରେ ହୋଇଛି । ଭ୍ରାଦ୍ରବମାସ ଶୁଷ୍ମପକ୍ଷ ଚତୁର୍ଥୀ ତିଥିରେ ଗଣେଶ ପୂଜା କରାଯାଇଥାଏ । ମନ୍ଦିର, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ କ୍ଲବରେ ଗଣେଶପୂଜା ଧୁମଧାମରେ ପାଳନ କରାଯାଏ । ମୁମ୍ବାଇ ଗଣେଶପୂଜା ଧୁମଧାମରେ ପାଳନ କରାଯାଏ । ଧୀରେ ଧୀୀରେ ଓଡ଼ିଶାରେ ବି ଗଣେଶ ପୂଜା ଧୁମଧାମରେ ପାଳନ କରାଯାଉଛି । ଯାଜପୁର ସହରରେ ବି ଗଣେଶ ପୂଜା ସ୍ୱତନ୍ତ୍ର ଭାବେ ପାଳନ କରାଯାଏ । ପ୍ରତି ଛକରେ ସିଦ୍ଦିଦାତାଙ୍କୁ ପୂଜା କରାଯାଏ । ଭାଇଚାରର ସହର ଯାଜପୁରରେ ବଡ଼ବଡ଼ ତୋରଣ ସାଙ୍ଗକୁ ଓ ସୁନ୍ଦର ଆଲୋକମାଳାରେ ଝଲସି ଉଠେ ପୁରା ସହର । ସହର କୋଟବସନ୍ତ ପୁର ପୂଜା କମିଟି ପକ୍ଷରୁ ପ୍ରତିବର୍ଷ ନିଆର ଢଙ୍ଗରେ ଗଣେଶ ପୂଜା କରଯାଇଥାଏ ।

ଉଭୟ ହିନ୍ଦୁ ଓ ମୁସଲମାନ ଭାଇଭଉଶୀମାନେ ଏକାଠି ହୋଇ ଗଣେଶ ପୂଜା କରିଥାନ୍ତି । ଧୀରେଧରେ ସହର ଗଣେଷ ପୂଜା ବୃଦ୍ଧି ପାଉଥିବା ଏହାକୁ ଶନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ବିଶେଷକରି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବୁଲେଟରେ ସମସ୍ତ ପୂୁଜା ମଣ୍ଡପ ବୁଲି ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥାନ୍ତି । ଯାଜପୁରର ଗରିଆପୁର, ଗୋପାଳି ଛକ, ବଡ଼ ବଜାର, ସାନ ବଜାର, ହାବିଳିବାଜର, ବିଜରା ମନ୍ଦିର , ବୈଦରାଜପୁର, ଲଳିତେଶ୍ୱର ନଗର, ମହାବୀର ଛକ, ମାନସାପଲ ଛକ, କିଆନାଳୀକୁଳ ଛକ, ଆଙ୍କୁଲା, ପଣସା, ଗାନ୍ଧୀଛକ, ଆଦି ଅଧିକାଂଶ ସ୍ଥାନରେ ଶାନ୍ତି ଶୃଙ୍ଖଳାରେ ଗଣେଶପୂଜା ପାଳନ କରାଯାଏ । ଅଧିକାଶ ପୂଜାମଣ୍ଡରେ ଦିନରେ ନୀତି ହେବା ସହ ରାତିରେ ସାଂସୃତିକ କାର୍ଯ୍ୟକ୍ରମ କରାଯାଇଥାଏ । ଯାଜପୁର କୋଟବସନ୍ତ ପୂଜା କମିଟିର ସଭାପତି ରଂଜିତ ସାହୁ, କାର୍ଯ୍ୟକାରୀ ସଭାପତି ଧ୍ରୃବ କୁମାର ମହାପାତ୍ର, ସମ୍ପାଦକ ଦିଲ୍ଲୀପ ମହାପାତ୍ର, ଶିବ ପ୍ରସାଦ ସେନାପତି ପ୍ରମୁଖ ଗଣେଶପୂଜା ଅବସରରେ ଯାଜପୁରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । \

ଅଭିନୟରେ ନମ୍ବର ୱାନ : ନବୀନ

0

ଭୁବନେଶ୍ୱର : ୫ଥର ମୁଖ୍ୟମନ୍ତ୍ରୀ ହୋଇ ଓଡ଼ିଶାର ଜନ ମାନସର ନେତା ସାଜିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ଜତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଦଳର ଉପଦଭାପତି ତଥା ନବୀନ ପିଲାଦିନର ବନ୍ଧୁ ଅନଙ୍ଗ ଉଦୟ ସିଂହଦେଓ ନବୀନ ବହୁ ଗୁଣର ଅଧିକାରୀ ବୋଲି ନିଜର ଭାଷଣରେ କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନଙ୍ଗ ଉଦୟ ସିଂହଦେଓ ଉଭୟ ଡ଼ୁନ ସ୍କୁଲର ଛାତ୍ର ଥିଲେ ।ଅନଙ୍ଗ କହିଛନ୍ତି ଯେ ନବୀନ ପାଠପଢା ସହ ଭଲ ଅଭିନୟ କରନ୍ତି ।

ନାଟକ ଅଭିନୟରେ ସେ ନମ୍ବର ୱାନ । କେବଳ ସେତିକି ନୁହେଁ, ସନ୍ତରଣ ଓ ଖେଳକୁଦରେ ବି ନବୀନ ସିଦ୍ଧ । ବିଶେଷ କରି ଜାତୀୟ ଖେଳ ହକି ପ୍ରତି ନବୀନ ଦୁର୍ବଳତା ବେଶୀ । ହକି ଦଳର ନେତୃତ୍ୱ ନେଉଥିଲେ ନବୀନ । ଏହାସହ ଚିତ୍ର ଆଙ୍କିବାରେ ମଧ୍ୟ ତାଙ୍କର ଦକ୍ଷତା ରହିଛି । କର୍ଯ୍ୟକାରିଣୀ ବୈଠକରେ ନବୀନଙ୍କ ଅତି ଘନିଷ୍ଠ ବନ୍ଧୁଙ୍କ ଏପରି ଭାଷଣ ଉପସ୍ଥିତ ଥିବା ବିଜେଡ଼ି ନେତାମାନେ ଶୁଣିଥିଲେ ଓ ନବୀନ ମଧ୍ୟ ନିଜେ ଶୁଣି ଟିକେ ହସିଦେଇଥିଲେ । କେବଳ ସେତିକ ନୁହେଁ, ଅନଙ୍ଗ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଏପରି ନେତା ଯେ କି କେବେ ହେଲେ ନିର୍ବାଚନ ହାରିନାହାନ୍ତି । ସେ ୬ଷ୍ଠ ଥର ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ । ଯେତେବେଳେ କି ନିର୍ବାଚନ ବୈତରଣୀରେ ସ୍ୱର୍ଗତ ଇନ୍ଧିରା ଗାନ୍ଧୀ ଓ ଅଟଳ ବିହାରୀ ବାପଜେୟୀଙ୍କ ପରି ନେତା ହାରିଛନ୍ତି । \n\n

Follow us

20,832FansLike
0FollowersFollow
14,700SubscribersSubscribe

Latest news