୫ଟି ପ୍ରଭାବ : ବାବୁଙ୍କ ଜଗୁଛନ୍ତି ମନ୍ତ୍ରୀ , ମନ୍ତ୍ରୀଙ୍କୁ ନବୀନ

- Advertisement -

ସରକାରୀ କର୍ମଚାରୀମାନଙ୍କ ମନରେ ଏବେ ଭୟ । କେମିତି ଠିକ ସମୟରେ ଆସିବେ ଅଫିସ । ଆ ଉ ଚଳିବନି ଢିଲା ମାରିବା ବ୍ୟବସ୍ଥା । ପଂଚମ ପାଳିରେ ନବୀନ ନିଜ ଶାସକର ଢଙ୍ଗକୁ ବଦଳାଇଛନ୍ତି । ଲୋକଙ୍କ ସେବାରେ ଯେପରି କୌଣସି ଦିଗରୁ ଭୂଲ ନହୁଏ ତାହା ଉପରେ ବିଶେଷ ଦୃଷ୍ଟି ହେଇଛନ୍ତି । ଯେଉଁମାନେ ଏଥିରେ ଖିଲାପ କରୁଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛପ୍ତି ମୁଖ୍ୟମନ୍ତ୍ରୀ । ଏହି ମର୍ମରେ ମନ୍ତ୍ରୀମାନେ ଅଚାନକ ନିଜ ବିଭାଗର କାର୍ଯ୍ୟାଳୟକୁ ବୁଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ନିର୍ଦ୍ଦେଶ ଅନୁସାରେ ମନ୍ତ୍ରୀମାନେ କାମ କରୁଛନ୍ତି । ସକାଳ ୧୦ଟାରେ ସରକାରୀ ଅଫିସରେ କର୍ମଚାରୀମାନେ ପହଞ୍ଚି କାମ କରିବା ନିୟମକୁ କଡ଼ାକଡ଼ି ପାଳନ କରିଛନ୍ତି ରାଜ୍ୟ ସରକାର । ଯେଉଁଠି ଏଥିରେ ଖିଲାପ ଦେଖାଯାଉଛି ସେଠି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର ।

ମନ୍ତ୍ରୀମାନେ ମଧ୍ୟ ଲୋକସେବା ଭବନର ଶୀତନିୟନ୍ତ୍ରଣ କୋଠରୀରେ ନବସି ତୃଣମୂଳ ସ୍ତରରେ ତାଙ୍କ ବିଭାଗର କାମ କିପରି ଚାଲିଛି ତାହାର ତଦାରଖ କରୁଛନ୍ତି । ରାଜ୍ୟ ସରକାର ସରକାରୀ କାର‌୍ୟ୍ୟାଳୟରେ କାମ କରିବା ସମୟ ୧୦ଟାରୁ ୫.୩୦ ଧାର‌୍ୟ୍ୟ କରିଛନ୍ତି । କିନ୍ତୁ ଏସହି ନିର୍ଦେଶ ଲାଗୁ ହେବାର ପ୍ରାୟ ମାସେ ବିତିଲେଣି ବି ବହୁ ସରକାରୀ କାର‌୍ୟ୍ୟାଳୟରେ ଏହାର ପାଳନ ହେଉନି। ଫଳରେ ଏବେ ବିଭାଗୀୟ ମୁଖ୍ୟମାନେ ଶକ୍ତ ହୋଇଛନ୍ତି ।ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ପୁଣିଥରେ ଏକ ନିର୍ଦେଶନାମା ଜାରି କରାଯାଇଛି । ଉପସଚିବ ଓ ତାଦୁର୍ଦ୍ଧ ଅଫିସରମାନେ ସକାଳ ୧୦ଟା ସୁଦ୍ଧା ଅଫିସ ଆସିବା ବାଧ୍ୟତାମୂଳକ । ଏହାର ଉଲ୍ଲଂଘନ ହେଲେ କାର‌୍ୟ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଛି । ସେହିଭଳି ସମବାୟ ନିବନ୍ଧକ ମଧ୍ୟ ସେହିଭଳି ଏକ ରିମାଇଣ୍ଡର ଜାରି କରିଛନ୍ତି ।

ଏହି ନିର୍ଦେଶନାମାରେ କୁହାଯାଇଛି ଯେ, ବିଳମ୍ବରେ ଆସିଲେ ସେହିଦିନକୁ ଅନୁପସ୍ଥିତ ଭାବେ ଗ୍ରହଣ କରାଯିବ । ଦୈନିକ ସେକ୍ସନ ମୁଖ୍ୟମାନେ ସକାଳ ୧୦ଟା୩୦ ସୁଦ୍ଧା ଉପସ୍ଥାନ ଯାଞ୍ଚ କରି ୧୦ଟା ୪୫ ସୁଦ୍ଧା ନିବନ୍ଧକଙ୍କ ପାଖକୁ ରିପୋର୍ଟ ପଠାଇବେ । ଯେଉଁମାନେ ନିୟମିତ ଅଫିସ ବିଳମ୍ବରେ ଆସୁଛନ୍ତି ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର‌୍ୟ୍ୟାନୁଷ୍ଠାନ ନିଆଯିବ । ନିକଟରେ ମନ୍ତ୍ରୀ ଅରୁଣ ସାହୁ, ସମୀର ଦାସ, ସୁଶାନ୍ତ ସିଂହ, ନବ ଦାସ, ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ନିଜ ବିଭାଗ ଅଫିସ ଗୁଡ଼ିକୁ ଯାଇ କାମର ତଦାରଖ କରୁଛନ୍ତି । କେବଳ ମନ୍ତ୍ରୀମାନେ ନୁହନ୍ତି ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ଓ ବିଭିନ୍ନ ନିଗମର ଅଧ୍ୟକ୍ଷ ମାନେ ମଧ୍ୟ ୧୦ଟାରୁ ୫.୩୦ ଯାଏ ସରକାରୀ କାମ ଠିକ ହେଉଛି କି ନାହିଁ ତାହାର ତଦାରଖ କରୁଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles