ବିଜେଡ଼ି ପରିବର୍ତ୍ତତ କାର୍ଯ୍ୟକାରିଣୀ ବୈଠକ : ଫୋକସରେ ସାଂଗଠନ ନିର୍ବାଚନ, ମଙ୍ଗ ଧରିବେ ନବୀନ

- Advertisement -

ବିଜେଡ଼ି ନେତାଙ୍କୁ ଆଜି ଟିଉସନ କରିବେ ନବୀନ । ଯେଉଁ ଦାୟିତ୍ୱ ଦିଆଯାଇଛି ତାହାକୁ କିପରି ସମ୍ପାଦନ କରୁଛନ୍ତି ତାହାର ହେବ ହିସାବ । ତୃଣମୂଳ ସ୍ତରରେ ଦଳ ଯେଉଁଠି ଦୁର୍ବଳ ରହିଛି ସେଠାରେ ଦଳକୁ ମଜବୁତ କରିବା ପାଇଁ ପ୍ରସ୍ତୁତ ହେବ ବ୍ଲ୍ରୁପ୍ରିଣ୍ଟ । ସବୁନେତା କିପରି ଏକଜୁଟ ହୋଇ କାମ କରିବେ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ନବୀନ । ଏହାଛଡ଼ା କିଛି ନେତାଙ୍କୁ ଦଳରୁ ଗୁରୁଦାୟିତ୍ୱ ଦେବେ ନବୀନ । ଭୁବନେଶ୍ୱରରେ ଅନୁଷ୍ଠିତ ବିଜେଡ଼ିର ପରିବର୍ତ୍ତତ କାର୍ଯ୍ୟକାରିଣୀ ବୈଠକରେ ସାଂସଦ,ବିଧାୟ୍କ, ମନ୍ତ୍ରୀ ମାନେ ଯୋଗଦେବେ ।

ସେପ୍ଟେମ୍ବର ୨ତାରିଖରୁ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ। ରାଜ୍ୟର ପଅତି ଗ୍ରାମାଞ୍ଚଳ ଓ ପୌରାଞ୍ଚଳରେ ଏଥିବାଇଁ ସ୍ଵତନ୍ତ୍ର ଆୟୋଜନ ହେବ। ଅକ୍ଟୋବର ୩୧ ତାରିଖ ଯାଏ ଏହି ଅଭିଯାନ ଚାଲିବ ବୋଲି ବିଜେଡି କାର‌୍ୟ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ତେବେ ଏହି ବୈଠକକୁ ନେଇ ଏବେ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି । ବୈଠକରେ ବିଜେଡ଼ି କି ନିଷ୍ପତି ନେଉଛି ତାହା ଦେଖିବାର କଥା । ସାଂଗଠନିକ ସ୍ଥିତିକୁ ମଜବୁତ କରିବା ପାଇଁ ବିଜେଡ଼ି ଏହି ପରିବର୍ତ୍ତତ ବୈଠକରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବ । ଏହି ପରିବର୍ଦ୍ଧିତ କାର୍ଯ୍ୟକାରୀ ବୈଠକରେ ପୁଣି ଥରେ ନବୀନ ନିର୍ବାଚିତ ହେବେ । ଏହାସହ ନିର୍ବାଚ ପ୍ରକୟୀୟାକୁ ତ୍ୱରାନୀତି କରାଯିବ । ଅନଲାଇନରେ ସଦସ୍ୟତା ଅଭିଯାନ ହେବ । ଦଳରକୁ ତୃଣମୂ ସ୍ତରରେ ଅଧିକ ସଂଗଠିତ ଓ କ୍ରୀୟାଶୀଳ କରିବା ପାଇଁ ନିଷ୍ପତି ନେବେ । ରାଜ୍ୟ କାର୍ଯ୍ୟାଳୟରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବେ ନବୀନ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles