ଟ୍ରାଫିକ ନିୟମ ଆଳରେ ମାତ୍ରାଧିକ ଫାଇନ ଆଦାୟ :ବିଜେପି

0

ଯାନବାହନ ପରିବହନ ଏବଂ ଟ୍ରାଫିକ ନିୟମ ଆଳରେ ମାତ୍ରାଧିକ ଫାଇନ ଆଦାୟ କରିବା ପ୍ରସଙ୍ଗରାଜ୍ୟ ସରକାର ନିଜର ବ୍ୟବସ୍ଥାକୁ ଆଗ ସଜାଡନ୍ତୁ :ବିଜେପି ଭୁବନେଶ୍ୱର, ୦୭/୦୯: ସରକାର ଏବେ ଆଣିଥିବା ନୁଆ ଯାନବାହନ ପରିବହନ ଏବଂ ଟ୍ରାଫିକ ନିୟମ ବ୍ୟବସ୍ଥାକୁ ଭାରତୀୟ ଜନତା ପାର୍ଟି ସମର୍ଥନ କରୁଛି । କିନ୍ତୁ ନୂତନ ଆଇନ ପ୍ରଣୟନ ପୂର୍ବରୁ ରାଜ୍ୟ ସରକାର ନିଜସ୍ୱ ବ୍ୟବସ୍ଥାକୁ ସଜାଡିବା ଓ ଲୋକମାନଙ୍କୁ ବ୍ୟାପକ ଭାବେ ସଚେତନା କରାଇବା ଆବଶ୍ୟକ ଥିଲା । କିନ୍ତୁ ତାହା ନକରି ରାଜ୍ୟସରକାର ଓ ପୋଲିସ ପ୍ରଶାସନ ତରବରିଆ ଭାବେ ଯେପରି ଆଇନକୁ ଲାଗୁ କରାଇ ରାଜସ୍ୱ ବୃଦ୍ଧି ନାଁରେ ଲକ୍ଷ ଲକ୍ଷ ଟଙ୍କାର ଜରିମନା ଆଦାୟ କରିଚାଲିଛନ୍ତି ତାହା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାର ବିନା କୌଣସି ପ୍ରସ୍ତୁତିରେ ନିରୀହ ଲୋକଙ୍କ ଠାରୁ ଜରିମନା ଆଦାୟ କରିଚାଲିଛନ୍ତି । ପୋଲିସର ମାତ୍ରାଧିକ ଫାଇନ ଆଦାୟ ଲୋକଙ୍କ ମନରେ ଆକ୍ରୋଶ ତିଆରି କରିଛି । ଆଜି ତାହାର ଆକ୍ରୋଶ ରାଜମହଲ ଛକରେ ଦେଖିବାକୁ ମିଳିଛି । ଏହା ପରେ ପୋଲିସ ଓ ପ୍ରଶାସନ ଯେଉଁଭଳି ଭାବରେ ସାଧାରଣ ଲୋକଙ୍କ ଉପରେ ଲାଠି ଚାର୍ଜ କରି ଭୟର ବାତାବରଣ ତିଆରି କରୁଛି ତାହା ଗ୍ରହଣୀୟ ନୁହେଁ । ଜନସାଧାରଣଙ୍କୁ ସାଙ୍ଗରେ ନେଇକି ପୋଲିସ ଓ ପରିବହନ ବିଭାଗ ଆଇନକୁ ଲାଗୁ କରନ୍ତୁ । ପୋଲିସର ଗଣମାଧ୍ୟମରେ ବୟାନ ଏବଂ ତାଙ୍କ କାର୍ଯ୍ୟକାରିତା ଭିତରେ ତାଳମେଳ ରହୁନାହିଁ । ସେହିପରି ପ୍ରଦୁଷଣ ଚେକିଙ୍ଗ କରିବା ପାଇଁ ବ୍ୟବସ୍ଥା ରାଜ୍ୟ ସରକାର କାହିଁକି ଆଗୁଆ ନକରି ଜୋରିମାନା ଆଦାୟ କରୁଥିଲେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।ଯେଉଁ ଆଇନ ସାଧାରଣ ଲୋକଙ୍କ ପାଇଁ ଲାଗୁ ହୋଇଛି ତାହା ସରକାରୀ ଗାଡି ପାଇଁ ମଧ୍ୟ ଲାଗୁ ହେବା ଦରକାର । ମାତ୍ର ରାଜ୍ୟ ପୋଲିସ ଓ ପରିବହନ ବିଭାଗ ସାଧାରଣ ଲୋକଙ୍କ ଉପରେ ଜରିମାନା ଆଦାୟରେ ମାତିଥିବା ବେଳେ ନିଜେ ସେହି ନିୟମକୁ ନମାନିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାର ନିଜ ବ୍ୟବସ୍ଥାକୁ ନିଜେ ସଠିକ ଭାବରେ ଲାଗୁ କରନ୍ତୁ । ପୋଲିସ ଗାଡି, ସରକାରୀ ଗାଡି, ବିଏମସି ଗାଡି ଗୁଡିକର ପ୍ରଦୁଷଣ ପ୍ରମାଣ ପତ୍ର, ବୀମା ପଂଜୀକରଣ, ଫିଟନେସ ସାର୍ଟିଫିକେଟର ବୈଧତା ଅଛିକି ନାହିଁ ତାକୁ ଯାଂଚ କରନ୍ତୁ । ସଡକ ଉପରେ ବୁଲା ଗାଇ, ଗୋରୁ, ଷଣ୍ଡ ଏବଂ କୁକୁରମାନଙ୍କ ଅବାଧ ଚଳପ୍ରଚଳ ଓ ଦୈାରାତ୍ମ କାରଣରୁ ପ୍ରତିଦିନ ଦୁର୍ଘଟଣା ଘଟିଚାଲିଛି । ସେହିପରି ସ୍ମାର୍ଟ ସିଟି ଭୂବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅଣ ଓସାରିଆ ଓ ଖାଲ ଢିପ ରାସ୍ତା, ମରାମତି ଆଳରେ ଦୀର୍ଘ ଦିନ ଧରି ପଡି ରହିଥିବା ଅଧପନ୍ତରିଆ ରାସ୍ତା, ରାସ୍ତା ଉପରେ ଖୋଲା ଡ୍ରେନ ଏବଂ ଅବ୍ୟବସ୍ଥିତ ପାର୍କିଂ ସମସ୍ୟା କାରଣରୁ ବ୍ୟାପକ ଦୁର୍ଘଟଣା ଘଟୁଛି । ରାଜ୍ୟ ସରକାର ଏବଂ ପ୍ରଶାସନ ଏ ସମସ୍ତ ସମସ୍ୟାର ସମାଧାନ କରି ଟ୍ରାଫିକ ସମସ୍ୟାରେ ସୁଧାର ଆଣିବା ଆବଶ୍ୟକ । ପୋଲିସ ପ୍ରଶାସନ ଲୋକମାନଙ୍କୁ ଭଲ ବ୍ୟବହାର ଦେଖାଇବା ସହ ଜନତାଙ୍କ ସେବକ ହୋଇ କାର୍ଯ୍ୟ କରନ୍ତୁ ବୋଲି ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି ।

ଜୋରିମାନା ଆଦାୟରେ 5ଟି …..

0

ଭୁବନେଶ୍ବର : ରାଜମହଲରେ ମହାଭାରତ। ତାହା ପୁଣି ଜୋରିମାନା ଆଦାୟକୁ ନେଇ। ଦେଶରେ ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଯାହାକୁ ନେଇ ରାଜଧାନୀରେ ଜନ ଅସନ୍ତୋଷ ଦେଖାଦେଇଛି। ତେବେ ଏହି ଜୋରିମାନା ଆଦାୟରେ 5ଟିକୁ ଗୁରୁତ୍ବ ଦିଆଯାଇଛି ।
୫ଟି ଭୁଲ୍ ଉପରେ ନଜର ଦିଆଯାଇ ଜୋରିମାନା କରାଯାଉଛି। ଗାଡ଼ିର ବୀମା ଓ ପ୍ରଦୂଷଣ ଏବେ ଦେଖାଯାଉ ନାହିଁ। ପରିବହନ ବିଭାଗ ସହ ଆଲୋଚନା କରି ଏହି ନିଷ୍ପତ୍ତି ନିଆଯାଇଥିବା ଦ୍ୱୈତନଗରୀ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।ବାଇକ୍ରେ ୩ ଜଣଙ୍କୁ ବସାଇ ନେଲେ, ହେଲମେଟ ନପିନ୍ଧିଲେ, ମଦ ପିଇ ଗାଡ଼ି ଚଳାଉଥିଲେ, ଗାଡ଼ି ଚଳାଉଥିବା ବେଳେ ମୋବାଇଲରେ ଗପୁଥିଲେ ଓ ରାସ୍ତାର ଭୁଲ୍ ସାଇଡ୍ରେ ଯାଉଥିବା ବ୍ୟକ୍ତିଙ୍କୁ ଜୋରିମାନା କରାଯାଉଛି। ଜୋରିମାନା ବାବଦକୁ ୧ ହଜାର ଟଙ୍କା ଜାଗାରେ ୫ ଶହ ଟଙ୍କା ଆଦାୟ କରୁଛୁ ବୋଲି ପୁଲିସ କମିଶନର କହିଛନ୍ତି।

ତିନି ବର୍ଷ ପରେ ବି ସମ୍ପୁର୍ଣ୍ଣ ହୋଇପାରିଲାନି ଦଶଫୁଟ ରାସ୍ତା

0

ବ୍ୟାସନଗର: ପ୍ରାୟ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କଂକ୍ରିଟ୍ ହୋଇପାରିଲା ନାହିଁ ଦଶଫୁଟ ରାସ୍ତା । ଏହା ହେଉଛି ଯାଜପୁର ରୋଡ ର ଦ୍ବିତୀୟ ଚଳଚଞ୍ଚଳ ରାସ୍ତାର ଚିତ୍ର । ସ୍ଥାନୀୟ ଓୟାର ହାଉସ୍ ଠାରୁ ଷ୍ଟାଡିୟମ ଦେଇ ଷ୍ଟେସନ,ସାଇ ମନ୍ଦିର ଓ ଚିକିତ୍ସାଳୟ କୁ ସଂଯୋଗ କରୁଥିବା ଏହି ରାସ୍ତା ।ଏହି ରାସ୍ତାଟିକୁ ଗତ୨୦୧୬ ମସିହା ଜୁନ୍ ମାସରେ ପୁନରୁଦ୍ଧାର କରାଯାଇ କଂକ୍ରିଟ୍ ହୋଇଥିଲା ।କିନ୍ତୁ ବଡ଼ ପରିତାପର ବିଷୟ,ବଙ୍ଗାଳୀ ସାହି ନିକଟରେ ଏକ ଦଶଫୁଟ ଲମ୍ବ କଲଭର୍ଟ ଥିବାରୁ ସଂପୃକ୍ତ ଠିକାଦାର ଏହାକୁ ଛାଡି ବାକି ରାସ୍ତାକୁ କଂକ୍ରିଟ୍ କରି ଚାଲି ଯାଇଥିଲେ ।ଏହି କାରଣରୁ ଉକ୍ତ ଜାଗାଟି ଖାଲୁଆ ହୋଇ ଯାଇଛି ।ପ୍ରତ୍ଯେକ ଦିନ ଶହ ଶହ ଲୋକଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଏହି ବାଟ ଦେଇ ଯାଉଥିଲେ ମଧ୍ୟ କାହାରି ଏଥିପ୍ରତି ନିଘା ନାହିଁ ।ଏଠାରେ ଉଲ୍ଲେଖ କରାଯାଇପାରେ ଉକ୍ତ ଜାଗାଟି ଖାଲ ଥିବାରୁ ସେହି ରାସ୍ତା ସହ ପରିଚିତ ନଥିବା ବହୁ ବ୍ଯକ୍ତି ଦୁର୍ଘଟଣାର ଶିକାର ହେଉଛନ୍ତି ।ଏ ନେଇ ପୂର୍ବରୁ ବହୁବାର ପୂର୍ବତନ ପୌରପାଳିକାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା ।ଏହି ରାସ୍ତା ଦେଇ ପ୍ରତିଦିନ ବହୁ ବୁଦ୍ଧିଜୀବି,ସାମ୍ବାଦିକ,ଶିକ୍ଷକ ଓ ଆଇନଜୀବି ପ୍ରାତ ଭ୍ରମଣ କରୁଥିଲେ ମଧ୍ୟ ସେମାନଙ୍କର ଏହି ଦିଗ ପ୍ରତି ଦୃଷ୍ଟି ପଡୁନାହିଁ ।ଉକ୍ତ ସ୍ଥାନଟିକୁ ଦେଖିଲେ ଲାଗୁଛି ଯେପରି ଏହା ଗୋଟିଏ ପଟ ବିବାଦୀୟ ପିଓକେ ଓ ଅନ୍ୟ ପଟଟି କାଶ୍ମୀର ।ସ୍ଥାନୀୟ ସାହି ବାସିନ୍ଦା ଏଥିପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ।

ଫାଇନ ଆମେ କମାଇ ପାରିବୁନି : ପରିବହନର ସଚିବ

0

ଭୁବନେଶ୍ବର : ସଠିକ କାଗଜପତ୍ର ନଥିଲେ ଜୋରିମାନା ଆଦାୟ କରାଯାଉଛି । ଏହା କେନ୍ଦ୍ର ସରକାରଙ୍କ ନିୟମ । ତେଣୁ ଫାଇନ ଆମେ କମାଇପାରିବୁ ନାହିଁ ବୋଲି କହିଛନ୍ତି ପରିବହନ ସଚିବ । ଯଦି ଚାଲନ କାଟିବା ପରେ ସବୁ ଆବଶ୍ୟକ ଦସ୍ତାବିଜ ଉପସ୍ଥାପନ କରନ୍ତି, ତେବେ ଫାଇନ ଦେବାକୁ ପଡିବ ନାହିଁ। ଆଉ ମାସେ ପାଇଁ କୋହଳ ହେଲା ପ୍ରଦୂଷଣ ଚେକିଂ ନିୟମ। ଅନେକ ବଦଳରେ ଗୋଟିଏ ଫାଇନ ପାଇଁ ଯୋଜନା ହେଉଛି। 17ଟି ସ୍ଥାନରେ ଅନଲାଇନ ଡ୍ରାଇଭିଂ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି ଵୋଲି ଜି.ଶ୍ରୀନିବାସ, ପ୍ରମୁଖ ଶାସନ ସଚିବ, ସଡ଼କ ଓ ପରିବହନ ବିଭାଗ ଆଜି ଗଣମାଧ୍ୟମକୁ କହିଛନ୍ତି।

କଂଗ୍ରେସରେ ଭିଲିଆନ ଅଛନ୍ତି -ଅମର ପ୍ରଧାନ

0

ଭୁବନେଶ୍ବର : ପୁଣି କଂଗ୍ରେସ ନେତା ଅମର ପ୍ରଧାନ ବିସ୍ଫୋରକ ବୟାନ ଦେଇଛନ୍ତି। କଂଗ୍ରେସରେ ଭିତରେ ଭିଲିଆନ ଅଛନ୍ତି । ଯିଏ କଂଗ୍ରେସ ଭିତରେ ଥାଇ ସରକାରୀ ଦଳ ସହ ହାତ ମିଳାଇଛନ୍ତି । କଂଗ୍ରେସ ନେତାଙ୍କୁ ମଧ୍ୟ ଗିରଫ କରାଉଛନ୍ତି ଵୋଲି ଅମର ଅଭିଯୋଗ କରିଛନ୍ତି। ଏନେଇ ସୋନିଆଙ୍କ ଆଗରେ ମୁଁ ଭିଲିଆନକୁ ଖୁଲାସା କରିବି ଵୋଲି ସେ କହିଛନ୍ତି । ଏଥିଲାଗି ସୋନିଆଙ୍କୁ ସମୟ ମାଗିବି ସେ । ସମୟ ଦେଲେ ମୁଁ ତାଙ୍କ ଆଗରେ ଖୁଲାସା କରିବି ପୁରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଜଣେ ବଡ ବେପାରୀ ବୋଲି ସେ ଅଭିଯୋଗ କରିଥିଲେ।

ଓଡିଶୀ ଗୁରୁ ଙ୍କ ନାଁ ରେ ସଙ୍ଗୀନ ଅଭିଯୋଗ…

0

ଗୁରୁଦିବସ ର ଗୋଟେ ଦିନ ବିତି ଛି କି ନାହିଁ ଓଡିଶୀ ଗୁରୁ ଶାଶ୍ୱତ ଯୋଶୀ ଙ୍କ ନାଁ ରେ ଆସିଛି ସଙ୍ଗୀନ ଅଭିଯୋଗ l ଓଡିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ନିଜ ଛାତ୍ର ଛାତ୍ରୀ ମାନେ, ଦେଶ ବିଦେଶ ରେ ନାଁ କରିଥିବା ଶାଶ୍ୱତ ଯୋଶୀ ଙ୍କୁ ଯୌନ ଶୋଷଣ, ଦୁର୍ବ୍ୟବହାର ପରି ଅଭିଯୋଗ ରେ ଘେରିଛନ୍ତି ଛାତ୍ର ଛାତ୍ରୀ l ଏହି ନୃତ୍ୟଶିଳ୍ପୀ ଙ୍କ ବିରୋଧ ରେ ଯୌନଶୋଷଣ ର ଅଭିଯୋଗ ଆଣିଛନ୍ତି, ତାଙ୍କ ପାଖରେ ନୃତ୍ୟ ଶିଖୁଥିବା ଜଣେ ଛାତ୍ର,ଅନ୍ୟପଟେ ଜଣେ ଛାତ୍ରୀ ତାଙ୍କ ନାଁ ରେ ଦୁର୍ବ୍ୟବହାର ର ଅଭିଯୋଗ ଆଣିଛନ୍ତି କିନ୍ତ ଶାଶ୍ୱତ ଯୋଶୀ ଙ୍କ ପ୍ରତିକ୍ରିୟା ଅନୁଯାଇ, ସେ କହିଛନ୍ତି ତାଙ୍କୁ ନେଇ କିଛି ଛାତ୍ର ଛାତ୍ରୀ ମିଡ଼ିଆ ସହାୟତାରେ ଅପପ୍ରଚାର କରୁଛନ୍ତି lଶାଶ୍ୱତ ଯୋଶୀ କେବଳ ଓଡିଶା ନୁହଁ ଦେଶ ବିଦେଶ ରେ ଏହି ନୃତ୍ୟଶିଳ୍ପ ର ବିକାଶ ଏବଂ ସମ୍ମାନ, ଗୌରବ ରଖିଛନ୍ତି, ଏମିତି କି ସଂଗୀତ ରତ୍ନ ପୁରସ୍କାର ସହ ଆମେରିକା, ଜାପାନ, ଫ୍ରାନ୍ସ, ଇଟାଲୀ ପରି ଅନେକ ଦେଶରେ ବଡ଼ ବଡ କାର୍ଯ୍ୟକ୍ରମ କରି ବେଶ ଆଦୃତ ଲାଭ କରିଛନ୍ତି କିନ୍ତ ଯେମିତି ତାଙ୍କ ନୃତ୍ୟ ଆକର୍ଷଣୀୟ ସେମିତି ଅଭିଯୋଗ ବି ସାଙ୍ଘାତିକ l ଯୋଶୀ ନୃତ୍ୟ କାର୍ଯ୍ୟକ୍ରମ ରେ ବିଦେଶ(ଫୋରେନ) ରେ ଅଛନ୍ତି, ତେଣୁ ସେ ଓଡିଶା ଫେରିବା ପରେ ଆଇନ ର ଆଶ୍ରୟ ନେବେ ବୋଲିକହିଛନ୍ତି ଏପଟେ ତାଙ୍କ ପତ୍ନୀ ଏ ନେଇ ମୁହଁ ଖୋଲିଛନ୍ତି, କହିଛନ୍ତି ଯେ ଏଇ ଅଭିଯୋଗ ସମ୍ପୂର୍ଣ ମିଥ୍ୟା, ବିଦେଶ ଟ୍ରିପ ରେ ଏମାନଂକୁ ନିଆନଯିବାରୁ ଏଭଳି ଅଭିଯୋଗ ଆଣିଛନ୍ତି l
ଓଡିଶୀ ନୃତ୍ୟ କୁ ଲୋକପ୍ରିୟତା ର ଏକ ଭଲ ସ୍ତର କୁ ନେଇଥିବା ଏହି ନୃତ୍ୟଶିଳ୍ପୀ ଙ୍କୁ କିଏ ବା ନଜାଣେ, ପ୍ରଥମ ଥର ପାଇଁ ଏମିତି ଅଭିଯୋଗ ଆସିଥିବାରୁ, ଏହାର ସତ୍ୟାସତ୍ୟ ଅନୁସନ୍ଧାନ ସାପେକ୍ଷ ବୋଲି ମତପ୍ରକାଶ ପାଇଛି l

ଅଧିକାରୀଙ୍କ ଦକ୍ଷତା ବୃଦ୍ଧି…

0

ୱାର୍ଡ ଅଧିକାରୀ ମାନଙ୍କର ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଉନ୍ନତ ପରିଚାଳନାକୁ ଗୁରୁତ୍ୱ ।ଭୁବନେଶ୍ୱର, ୬ ସେପ୍ଟେମ୍ବର ୨୦୧୯: ସମ୍ପ୍ରତି କରାଯାଇଥିବା ୱାର୍ଡ କାର୍ଯ୍ୟାଳୟ ଗୁଡିକୁ ଦୃଢ ଓ କାର୍ଯ୍ୟକ୍ଷମ କରିବା ଦିଗରେ ଭୁବନେଶ୍ୱର ମହାନଗର ନିଗମ ଆଜି ଅପରାହ୍ଣ ୩ଟା ରୁ ୬ଟା ପର୍ଯ୍ୟନ୍ତ “ରାଜ୍ୟ ସହରାଂଚଳ ଉନ୍ନୟନ ସଂସ୍ଥା(ସୁଡା)” ର ସଭାଗୃହରେ ୱାର୍ଡ ଅଧିକାରୀ ମାନଙ୍କ ନିମନ୍ତେ ଏକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣର ଆୟୋଜନ କରିଛନ୍ତି । ଏହି କାର୍ଯ୍ୟକ୍ରମର ମୂଖ୍ୟ ଅଂଶଗ୍ରହଣକାରୀ ଭାବେ ରହିଥିଲେ ୬୭ ଜଣ ୱାର୍ଡ ଅଧିକାରୀ ଏବଂ ୨୩ ଜଣ ଗୋଷ୍ଠୀ ସଂଗଠିକା/ସଂଗଠକ ।ଓଡିଶା ସରକାରଙ୍କର “୫-ଟି”ର ମୂଲ୍ୟବୋଧକୁ ଆଚରଣଗତ ପରିବର୍ତନରେ ଲଗାଇ ନାଗରିକ ମାନଙ୍କୁ ସମୟ ଉପଯୋଗୀ ସେବା ଦେବାର ଆଭିମୂଖ୍ୟ କୁ ନେଇ ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ସମସ୍ତ ସହରାଂଚଳରେ ୱାର୍ଡ କାର୍ଯ୍ୟାଳୟର ପ୍ରଚଳନକୁ ଏକ ବିକେନ୍ଦ୍ରୀକରଣ ତୃଣମୂଳ ସେବା ଯୋଗାଣ ଭାବେ ଗ୍ରହଣ କରିଛନ୍ତି, ଯାହା ସମସ୍ୟା ସମାଧାନ ଦିଗରେ ସହାୟକ ହୋଇ ନାଗରିକ ଅଭିମୂଖୀ ପ୍ରଗତି କୁ ଆଗେଇ ନେବ ବୋଲି କହିଛନ୍ତି ମୂଖ୍ୟ ଅତିଥି ନିର୍ଦ୍ଦେଶକ, ରାଜ୍ୟ ପୈାର ପ୍ରଶାସନ ତଥା ବି.ଏମ୍.ସି ର ପ୍ରଶାସକ ସଂଗ୍ରାମ୍ଜିତ୍ ନାୟକ । ଉପର ସ୍ତରରୁ ତଳ ସ୍ତର ବଦଳରେ ତଳ ସ୍ତରରୁ ଉପର ସ୍ତର କାର୍ଯ୍ୟାନ୍ୱୟନ ୱାର୍ଡ କାର୍ଯ୍ୟାଳୟର ପ୍ରତିଷ୍ଠା ଓ କାର୍ଯ୍ୟକାରିତା ଦ୍ୱାରା ସମ୍ଭବ ହୋଇ ପାରିବ ଏବଂ ବିଏମ୍ସି ଏ ଦିଗରେ ତତ୍ପରତାର ସହିତ କାର୍ଯ୍ୟ କରୁଛି ବୋଲି କହିଛନ୍ତି ଆୟୁକ୍ତ ପ୍ରେମ୍ ଚନ୍ଦ୍ର ଚୈାଧାରୀ । ପ୍ରତ୍ୟେକ ୱାର୍ଡରେ ୱାର୍ଡ କାର୍ଯ୍ୟାଳୟ ସ୍ଥାପନ ଦ୍ୱାରା ଏହା ନାଗରିକ ଏବଂ ପୈାର ସଂସ୍ଥାର ନିକଟତମ ସଂଯୋଗସ୍ଥଳୀ ହୋଇପାରିବ । ୱାର୍ଡ ସ୍ତରରେ ଉପୁଜୁଥିବା ସମସ୍ୟା ର ପରିଚାଳନା ଏବଂ ଆବଶ୍ୟକୀୟ ସୂଚନା ମିଳିବା ସହଜ ହେବ ଯ ଦ୍ୱାରା ସମାଧାନ ତୁରୁନ୍ତ ହୋଇ ପାରିବ ବୋଲି ସେ କହିଛନ୍ତି । ନାଗରିକଙ୍କ ସହଯୋଗ ବିଏମ୍ସି ର ଏହି ପଦକ୍ଷେପ କୁ ଆଗେଇ ନେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ବିଏମ୍ସିର ଅତିରିକ୍ତ ଆୟୁକ୍ତ ସୁରଥ ଚନ୍ଦ୍ର ମଲ୍ଲିକ୍ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ରୁପରେଖ ବର୍ଣ୍ଣନା କରିଥିଲେ । ଅନ୍ୟାନ୍ୟ ପଦାଧିକାରୀ ମାନଙ୍କ ମଧ୍ୟରେ ବିଏମ୍ସିର ସିଟି ଇଂଜିନିୟର, ଦେବ ସୁନ୍ଦର ମହାପାତ୍ର ଆସବାବ ପତ୍ର ଏବଂ ନିର୍ମାଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରିଥିଲେ ; ମୂଖ୍ୟ ବିତ ଅଧିକାରୀ ଲାବଣ୍ୟ ଶବର ଆର୍ଥିକ ପରିଚାଳନା ବାବଦରେ ଆଲୋଚନା କରିଥିଲେ ଅତିରିକ୍ତ ଆୟୁକ୍ତ ଅବନୀକାନ୍ତପଟ୍ଟନାୟକ ପ୍ରବର୍ତନ ବାବଦରେ ଆଲୋଚନା କରିଥିଲେ ; ରାଜସ୍ୱ ଜନିତ ବିଷୟ ବସ୍ତୁ ବାବଦରେ ଉପ ଆୟୁକ୍ତ ଶ୍ରୀମନ୍ତ ମିଶ୍ର ଆଲୋଚନା କରିଥିଲେ; ସହରର ପରିମଳ ବାବଦରେ ଉପ ଆୟୁକ୍ତ ସୁଭେନ୍ଦୁ କୁମାର ସାହୁ ଆଲୋଚନା କରିଥିଲେ; ଖାଦ୍ୟ ଓ ଯୋଗାଣ ବାବଦରେ ଉପ ଆୟୁକ୍ତ ସଂଘମିତ୍ରା ବେହେରା, ପ୍ରାଣୀ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟ ବାବଦରେ ଉପ ଆୟୁକ୍ତ ଶ୍ୟାମ ସୁନ୍ଦର ସେଠୀ ଏବଂ ଜନ କଲ୍ୟାଣ କାର୍ଯ୍ୟକ୍ରମ ବାବଦରେ ଅଶୋକ କୁମାର ମହାନ୍ତି ପ୍ରମୂଖ ବିବିଧ ଆଲୋଚନା ମାନ କରିଥିଲେ । ଏହି ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ର କାର୍ଯ୍ୟାନୁସରଣ ଭାବେ ମଣ୍ଡଳ ସ୍ତରୀୟ କାର୍ଯ୍ୟକ୍ରମ କରାଯାଇ ୱାର୍ଡ କାର୍ଯ୍ୟାଳୟ ଗୁଡିକର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି କାର୍ଯ୍ୟକ୍ରମର ସାରମର୍ମ ଆଲୋଚନା କରି କହିଛନ୍ତି ଉପ ଆୟୁକ୍ତ ସୁରଥ ଚନ୍ଦ୍ର ମଲ୍ଲିକ୍ । ଉପ ଆୟୁକ୍ତ ସରିତା ଧନୱାର୍ କାର୍ଯକ୍ରମ ପରିଚାଳନାର ତଦାରଖ କରିଥିଲେ ।

ବିଦେଶ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ …..

0

ପାଂଚଦିନିଆ ସାଉଦିଆରବ, ୟୁଏଇ ଏବଂ କତାର ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିନି ରାଷ୍ଟ୍ର ସହ ତୈଳ, ଗ୍ୟାସ ଓ ଇସ୍ପାତ କ୍ଷେତ୍ରରେ ସହଯୋଗ ନେଇ କରିବେ ଆଲୋଚନା ୮ତମ ଏସିଆନ ମିନିଷ୍ଟେରିଆଲ୍ ଏନର୍ଜି ରାଉଣ୍ଡଟେବୁଲ (ଏଏମଇଆର୍)ରେ ଯୋଗଦେବାର କାର୍ଯ୍ୟକ୍ରମ ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୦୬ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତର ତୈଳ, ଗ୍ୟାସ ଓ ଇସ୍ପାତ କ୍ଷେତ୍ରର ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ସହ ଉପସାଗରୀୟ ଦେଶ ସାଉଦିଆରବ, ୟୁଏଇ ଏବଂ କତାର ଗସ୍ତରେ ଯାଇଛନ୍ତି । ସେପ୍ଟମ୍ବର ୭ରୁ ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ପାଂଚଦିନିଆ ଗସ୍ତରେ ଶ୍ରୀ ପ୍ରଧାନ ଉକ୍ତ ତିନି ଦେଶ ସହ ତୈଳ, ଗ୍ୟାସ ଓ ଇସ୍ପାତ କ୍ଷେତ୍ରରେ ଆଲୋଚନା କରିବେ । ଏହି ଗସ୍ତରେ ଶ୍ରୀ ପ୍ରଧାନ ଆସନ୍ତା ୧୩ ତାରିଖରେ ଆବୁଧାବୀରେ ଅନୁଷ୍ଠିତ ହେବାକୁ ଥିବା ୮ତମ ଏସିଆନ ମିନିଷ୍ଟେରିଆଲ୍ ଏନର୍ଜି ରାଉଣ୍ଡଟେବୁଲ (ଏଏମଇଆର୍)ରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି, ଏହି କାର୍ଯ୍ୟକ୍ରମ ୟୁଏଇ ଓ ଭାରତର ମିଳିତ ସହଯୋଗରେ କରାଯାଉଛି । ସାଉଦିଆରବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶକ୍ତି ମନ୍ତ୍ରୀ ଏଚ.ଇ ଖଲିଦ ଏବଂ ଅଲ୍-ଫଲ୍ଲି ଓ ସାଉଦିଆରବର ତୈଳ କମ୍ପାନୀ ଅରାମକୋର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଶ୍ରୀ ପ୍ରଧାନ ହାଇଡ୍ରୋକାର୍ବନ କ୍ଷେତ୍ରରେ ସାଉଦିଆରବର ସହଯୋଗ ପାଇଁ ଆଲୋଚନା କରିବେ । ପ୍ରକାଶ ଥାଉକି, ସାଉଦିଆରବ ପାରମ୍ପାରିକ ରୂପରେ ଭାରତକୁ କଚ୍ଚା ତୈଳ ରପ୍ତାନୀ କରିବା ଦିଗରେ ପ୍ରଥମା ସେହିପରି ୟୁଏଇ ଗସ୍ତରେ ଶ୍ରୀ ପ୍ରଧାନ ୟୁଏଇର ଶକ୍ତି ଏବଂ ଶିଳ୍ପ ମନ୍ତ୍ରୀ ଏଚ.ଇ ସୁହାଲି ମହମ୍ମଦ ଫରାଜ ଅଲ୍ମଜ୍ରୌଇ ଏବଂ ରାଷ୍ଟ୍ରମନ୍ତ୍ରୀ ତଥା ଏଡିଏନଓସି ଗ୍ରୁପର ଅଧ୍ୟକ୍ଷ ସୁଲତାନ୍ ଅହମ୍ମଦ ଅଲ୍ ଜାବେରଙ୍କୁ ସାକ୍ଷାତ୍ କରି ଭାରତ-ୟୁଏଇ ଋଣନୈତିକ ବୁଝାମଣା ଏବଂ ହାଇଡ୍ରୋକାର୍ବନ ଓ ଇସ୍ପାତ କ୍ଷେତ୍ର ସମ୍ବନ୍ଧରେ ମଧ୍୍ୟ ଆଲୋଚନା କରିବେ । ଏହାବ୍ୟତିତ ୮ତମ ଏସିଆନ ମିନିଷ୍ଟେରିଆଲ୍ ଏନର୍ଜି ରାଉଣ୍ଡଟେବୁଲ (ଏଏମଇଆର୍)ରେ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରକାଶ ଥାଉକି, ୨୦୨୧ରେ ଭାରତ ୯ତମ ଏସିଆନ ମିନିଷ୍ଟେରିଆଲ୍ ଏନର୍ଜି ରାଉଣ୍ଡଟେବୁଲ ଆୟୋଜନ କରିବ । ଏହବ୍ୟତିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କତାରର ବିଭିନ୍ନ ମନ୍ତ୍ରୀମାନଙ୍କ ସହ ଏଲଏନଜି ଏବଂ ଏଲପିଜି କ୍ଷେତ୍ରରେ ଆଲୋଚନା କରିବେ ।

ସୋନିଆ ଡାକିଲେ ବୈଠକ…

0

ଭୁବନେଶ୍ବର : ସୋନିଆ ଗାନ୍ଧୀ ଡାକିଲେ ବୈଠକ। ଏହି ବୈଠକରେ ସେପ୍ଟେମ୍ବର ୧୨ରେ ଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି AICC ବୈଠକରେ AICC ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀମାନେ ଯୋଗଦେବେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ରାଜ୍ୟର ବିଧାୟକ ଦଳର ନେତାମାନେ ବି ବୈଠକରେ ଯୋଗଦେବେ । ଓଡ଼ିଶାର ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ବୈଠକରେ ଯୋଗଦେବେ । ବୈଠକରେ ଦଳର ଭବିଷ୍ୟତ ଉପରେ ଆଲୋଚନା ହେବ।

ଆଇନ ମନ୍ତ୍ରୀ ହେଲେ ସମାଲୋଚନା :ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ

0

ଭୁବନେଶ୍ବର : ଆଜି ଭଦ୍ରକ ଗସ୍ତରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ନୂଆ ମଟର ଯାନ ଆଇନ ଉଲଂଘନ କରିଥିବା ଅଭିଯୋଗରେ ସୋସିଆଲ ମିଡ଼ିଆରେ ସମାଲୋଚନା ହୋଇଛନ୍ତି। ଶୋଭାଯାତ୍ରାରେ ବାଇକ ଚାଳକ ଓ ଆଗରେ ଭଦ୍ରକ ସାଂସଦ ସିଟ ବେଲ୍ଟ ପିନ୍ଧିନଥିବାରୁ ଆଇନ ମନ୍ତ୍ରୀଙ୍କୁ ସୋସିଆଲ ମିଡ଼ିଆରେ ସମାଲୋଚନା ହେବାକୁ ପଡିଛି।

Follow us

20,832FansLike
0FollowersFollow
14,700SubscribersSubscribe

Latest news