ଅଧିକାରୀଙ୍କ ଦକ୍ଷତା ବୃଦ୍ଧି…

- Advertisement -

ୱାର୍ଡ ଅଧିକାରୀ ମାନଙ୍କର ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଉନ୍ନତ ପରିଚାଳନାକୁ ଗୁରୁତ୍ୱ ।ଭୁବନେଶ୍ୱର, ୬ ସେପ୍ଟେମ୍ବର ୨୦୧୯: ସମ୍ପ୍ରତି କରାଯାଇଥିବା ୱାର୍ଡ କାର୍ଯ୍ୟାଳୟ ଗୁଡିକୁ ଦୃଢ ଓ କାର୍ଯ୍ୟକ୍ଷମ କରିବା ଦିଗରେ ଭୁବନେଶ୍ୱର ମହାନଗର ନିଗମ ଆଜି ଅପରାହ୍ଣ ୩ଟା ରୁ ୬ଟା ପର୍ଯ୍ୟନ୍ତ “ରାଜ୍ୟ ସହରାଂଚଳ ଉନ୍ନୟନ ସଂସ୍ଥା(ସୁଡା)” ର ସଭାଗୃହରେ ୱାର୍ଡ ଅଧିକାରୀ ମାନଙ୍କ ନିମନ୍ତେ ଏକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣର ଆୟୋଜନ କରିଛନ୍ତି । ଏହି କାର୍ଯ୍ୟକ୍ରମର ମୂଖ୍ୟ ଅଂଶଗ୍ରହଣକାରୀ ଭାବେ ରହିଥିଲେ ୬୭ ଜଣ ୱାର୍ଡ ଅଧିକାରୀ ଏବଂ ୨୩ ଜଣ ଗୋଷ୍ଠୀ ସଂଗଠିକା/ସଂଗଠକ ।ଓଡିଶା ସରକାରଙ୍କର “୫-ଟି”ର ମୂଲ୍ୟବୋଧକୁ ଆଚରଣଗତ ପରିବର୍ତନରେ ଲଗାଇ ନାଗରିକ ମାନଙ୍କୁ ସମୟ ଉପଯୋଗୀ ସେବା ଦେବାର ଆଭିମୂଖ୍ୟ କୁ ନେଇ ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ସମସ୍ତ ସହରାଂଚଳରେ ୱାର୍ଡ କାର୍ଯ୍ୟାଳୟର ପ୍ରଚଳନକୁ ଏକ ବିକେନ୍ଦ୍ରୀକରଣ ତୃଣମୂଳ ସେବା ଯୋଗାଣ ଭାବେ ଗ୍ରହଣ କରିଛନ୍ତି, ଯାହା ସମସ୍ୟା ସମାଧାନ ଦିଗରେ ସହାୟକ ହୋଇ ନାଗରିକ ଅଭିମୂଖୀ ପ୍ରଗତି କୁ ଆଗେଇ ନେବ ବୋଲି କହିଛନ୍ତି ମୂଖ୍ୟ ଅତିଥି ନିର୍ଦ୍ଦେଶକ, ରାଜ୍ୟ ପୈାର ପ୍ରଶାସନ ତଥା ବି.ଏମ୍.ସି ର ପ୍ରଶାସକ ସଂଗ୍ରାମ୍ଜିତ୍ ନାୟକ । ଉପର ସ୍ତରରୁ ତଳ ସ୍ତର ବଦଳରେ ତଳ ସ୍ତରରୁ ଉପର ସ୍ତର କାର୍ଯ୍ୟାନ୍ୱୟନ ୱାର୍ଡ କାର୍ଯ୍ୟାଳୟର ପ୍ରତିଷ୍ଠା ଓ କାର୍ଯ୍ୟକାରିତା ଦ୍ୱାରା ସମ୍ଭବ ହୋଇ ପାରିବ ଏବଂ ବିଏମ୍ସି ଏ ଦିଗରେ ତତ୍ପରତାର ସହିତ କାର୍ଯ୍ୟ କରୁଛି ବୋଲି କହିଛନ୍ତି ଆୟୁକ୍ତ ପ୍ରେମ୍ ଚନ୍ଦ୍ର ଚୈାଧାରୀ । ପ୍ରତ୍ୟେକ ୱାର୍ଡରେ ୱାର୍ଡ କାର୍ଯ୍ୟାଳୟ ସ୍ଥାପନ ଦ୍ୱାରା ଏହା ନାଗରିକ ଏବଂ ପୈାର ସଂସ୍ଥାର ନିକଟତମ ସଂଯୋଗସ୍ଥଳୀ ହୋଇପାରିବ । ୱାର୍ଡ ସ୍ତରରେ ଉପୁଜୁଥିବା ସମସ୍ୟା ର ପରିଚାଳନା ଏବଂ ଆବଶ୍ୟକୀୟ ସୂଚନା ମିଳିବା ସହଜ ହେବ ଯ ଦ୍ୱାରା ସମାଧାନ ତୁରୁନ୍ତ ହୋଇ ପାରିବ ବୋଲି ସେ କହିଛନ୍ତି । ନାଗରିକଙ୍କ ସହଯୋଗ ବିଏମ୍ସି ର ଏହି ପଦକ୍ଷେପ କୁ ଆଗେଇ ନେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ବିଏମ୍ସିର ଅତିରିକ୍ତ ଆୟୁକ୍ତ ସୁରଥ ଚନ୍ଦ୍ର ମଲ୍ଲିକ୍ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ରୁପରେଖ ବର୍ଣ୍ଣନା କରିଥିଲେ । ଅନ୍ୟାନ୍ୟ ପଦାଧିକାରୀ ମାନଙ୍କ ମଧ୍ୟରେ ବିଏମ୍ସିର ସିଟି ଇଂଜିନିୟର, ଦେବ ସୁନ୍ଦର ମହାପାତ୍ର ଆସବାବ ପତ୍ର ଏବଂ ନିର୍ମାଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରିଥିଲେ ; ମୂଖ୍ୟ ବିତ ଅଧିକାରୀ ଲାବଣ୍ୟ ଶବର ଆର୍ଥିକ ପରିଚାଳନା ବାବଦରେ ଆଲୋଚନା କରିଥିଲେ ଅତିରିକ୍ତ ଆୟୁକ୍ତ ଅବନୀକାନ୍ତପଟ୍ଟନାୟକ ପ୍ରବର୍ତନ ବାବଦରେ ଆଲୋଚନା କରିଥିଲେ ; ରାଜସ୍ୱ ଜନିତ ବିଷୟ ବସ୍ତୁ ବାବଦରେ ଉପ ଆୟୁକ୍ତ ଶ୍ରୀମନ୍ତ ମିଶ୍ର ଆଲୋଚନା କରିଥିଲେ; ସହରର ପରିମଳ ବାବଦରେ ଉପ ଆୟୁକ୍ତ ସୁଭେନ୍ଦୁ କୁମାର ସାହୁ ଆଲୋଚନା କରିଥିଲେ; ଖାଦ୍ୟ ଓ ଯୋଗାଣ ବାବଦରେ ଉପ ଆୟୁକ୍ତ ସଂଘମିତ୍ରା ବେହେରା, ପ୍ରାଣୀ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟ ବାବଦରେ ଉପ ଆୟୁକ୍ତ ଶ୍ୟାମ ସୁନ୍ଦର ସେଠୀ ଏବଂ ଜନ କଲ୍ୟାଣ କାର୍ଯ୍ୟକ୍ରମ ବାବଦରେ ଅଶୋକ କୁମାର ମହାନ୍ତି ପ୍ରମୂଖ ବିବିଧ ଆଲୋଚନା ମାନ କରିଥିଲେ । ଏହି ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ର କାର୍ଯ୍ୟାନୁସରଣ ଭାବେ ମଣ୍ଡଳ ସ୍ତରୀୟ କାର୍ଯ୍ୟକ୍ରମ କରାଯାଇ ୱାର୍ଡ କାର୍ଯ୍ୟାଳୟ ଗୁଡିକର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି କାର୍ଯ୍ୟକ୍ରମର ସାରମର୍ମ ଆଲୋଚନା କରି କହିଛନ୍ତି ଉପ ଆୟୁକ୍ତ ସୁରଥ ଚନ୍ଦ୍ର ମଲ୍ଲିକ୍ । ଉପ ଆୟୁକ୍ତ ସରିତା ଧନୱାର୍ କାର୍ଯକ୍ରମ ପରିଚାଳନାର ତଦାରଖ କରିଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles