ନବୀନ ପିନ୍ଧିଲେ ସିଟ ବେଲ୍ଟ…..

0

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିନ୍ଧିଲେ ସିଟ ବେଲ୍ଟ । ଲୋକସେବା ଭବନରୁ ଏପରି ଫଟୋ ଆସିବା ପରେ ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ନେତାଙ୍କୁ ମିଳିଲା ପାହ୍ୟା …..

0

ଭୁବନେଶ୍ବର : ବିଜେଡିର ନବନିଯୁକ୍ତ ୬ ଜଣ ନେତାଙ୍କୁ ରାଜ୍ୟମନ୍ତ୍ରୀ ପାହ୍ୟା ମିଳିଛି । ୪ ଜଣଙ୍କୁ ପ୍ରମୁଖ ସଚିବ ପାହ୍ୟା ଦିଆଯାଇଛି । ଜଣେ ନେତାଙ୍କୁ ଦିଆଯାଇଛି ମୁଖ୍ୟ ସଚିବ ପାହ୍ୟା । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି । ତେବେ କାହାକୁ କଣ ଦାୟିତ୍ବ ମିଳିଛି ନଜର ପକାନ୍ତୁ..
ପୟ୧- ଲୋପାମୁଦ୍ରା ବକ୍ସିପାତ୍ର
୨- ସୁଧୀର ଦାସ
୩-ମୁନ୍ନା ଖାଁ
୪- ଅନୁଭବ ପଟ୍ଟନାୟକ
୫-କୃତିବାସ ପାତ୍ର
୬- ରାମଚନ୍ଦ୍ର ପଣ୍ଡା

ପ୍ରମୁଖ ସଚିବ ପାହ୍ୟା:

୧- ଉକ୍ରଳ ପରିଡ଼ା
୨- ସୁଲତା ଦେଓ
୩- ଜନ୍ମେଜୟ ଲେଙ୍କା
୪- ଦେବାଶିଷ ମଲ୍ଲିକ

ମୁଖ୍ୟ ସଚିବ ପାହ୍ୟା:

୧- ସୁଜିତ କୁମାର

କୋହଳ ହେଲା ଟ୍ରାଫିକ ନିୟମ….

0

ଭୁବନେଶ୍ବର : ଫାଇନ ଆଦାୟ କରୁଥିବା ଅଫିସରଙ୍କ ଉପରେ ଚଡକ। ତ୍ରୁଟିପୂର୍ଣ୍ଣ ଉପାୟରେ ଫାଇନ କାଟିବା କଥା ଯଦି ସତ ହୁଏ, ଫାଇନର ଦୁଇ ଗୁଣ ଅର୍ଥ ଦେବେ ସମ୍ପୃକ୍ତ ଅଧିକାରୀ। ଯଦି ଚାଲନ କାଟିବା ପରେ ସବୁ ଆବଶ୍ୟକ ଦସ୍ତାବିଜ ଉପସ୍ଥାପନ କରନ୍ତି, ତେବେ ଫାଇନ ଦେବାକୁ ପଡିବ ନାହିଁ। ଆଉ ମାସେ ପାଇଁ କୋହଳ ହେଲା ପ୍ରଦୂଷଣ ଚେକିଂ ନିୟମ। ଅନେକ ବଦଳରେ ଗୋଟିଏ ଫାଇନ ପାଇଁ ଯୋଜନା ହେଉଛି। 17ଟି ସ୍ଥାନରେ ଅନଲାଇନ ଡ୍ରାଇଭିଂ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ସୂଚନା ଦେଇଛନ୍ତି ଜି.ଶ୍ରୀନିବାସ, ପ୍ରମୁଖ ଶାସନ ସଚିବ, ସଡ଼କ ଓ ପରିବହନ ବିଭାଗ ।

ଜରିମାନା ଆଦାୟରେ ଓଡିଶା ନମ୍ବର 1….

0

ଭୁବନେଶ୍ବର : ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ମୋଟରଯାନ ଆଇନ ସାରା ଦେଶରେ ଲାଗୁ ହୋଇଛି। ବେଆଇନ ଗାଡ଼ି ଚାଳକଙ୍କୁ ସାରା ଦେଶରେ ପୁଲିସ ଧରି ତଣ୍ଡ ଗଣାଉଛି। ଯାହାକୁ ନେଇ ସବୁଠି କୋକୁଆ ଭୟ। ଏବେ ଖବର ଆସିଛି କେଉଁ ରାଜ୍ୟ କେତେ ଟଙ୍କା ଜୋରିମାନା ଗଣାଇ ସାରିଲାଣି।

ତେବେ ଏଥିରେ ସବୁଠାରୁ ଆଗରେ ଅଛି ଆମ ରାଜ୍ୟ ଓଡ଼ିଶା। ଓଡ଼ିଶାରେ ୪ ହଜାରରୁ ଅଧିକ ଚାଲାଣ କଟାଯାଇଥିବାବେଳେ ୮୮ ଲକ୍ଷରୁ ଅଧିକ ଟଙ୍କାର ଜୋରିମାନା ଆଦାୟ ସରିଲାଣି। ସେହିଭଳି ୪୬ଟି ଗାଡ଼ି ଜବତ କରାଯାଇଥିବା ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ହରିଆଣାରେ ମଧ୍ୟ ଏହାର ମାତ୍ରା ବେଶ ଅଧିକ। ଏଠାରେ ୩୫୦ଟି ଚାଲାଣ କାଟି ୫୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ଟଙ୍କା ଆଦାୟ କରାଯାଇସାରିଛି।

ଏହି ରାଜ୍ୟ ନିୟମ ଲାଗୁ କରି ନାହାନ୍ତି

ପଞ୍ଜାବ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ଏହି ଆଇନକୁ ପୁନଃବିଚାର କରି ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୁଜରାଟ ସରକାର କହିଛନ୍ତି ଆରଟିଓରୁ ରିପୋର୍ଟ ମିଳିବାପରେ ଯାଇ କିଛି ନିଷ୍ପତ୍ତି ନିଆଯିବ। କିନ୍ତୁ କେନ୍ଦ୍ର ସରକାର କହିସାରିଛନ୍ତି, ଏହି ନିୟମକୁ ସବୁ ରାଜ୍ୟ ପାଳନ କରିବାକୁ ପଡ଼ିବ।

ଡିସେମ୍ବରରେ ବିଜେପିର ନୂଆ ସଭାପତି…..

0

ସାଙ୍ଗଠନିକ ନିର୍ବାଚନର ରାଜ୍ୟସ୍ତରୀୟ କର୍ମଶାଳା ଓ ସଦସ୍ୟତା ସମୀକ୍ଷା ବୈଠକ ଅନୁଷ୍ଠିତ ,ଡିସେମ୍ବରରେ ରାଜ୍ୟ ବିଜେପି ସାଙ୍ଗଠନିକ ନିର୍ବାଚନ:ବିଜେପି  ସେପ୍ଟେମ୍ବର ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ନିର୍ବାଚନ କର୍ମଶାଳା  ସେପ୍ଟେମ୍ବର ୧୫ରୁ ୨୨ ତାରିଖ ମଧ୍ୟରେ ସମସ୍ତ ବୁଥରେ ନିର୍ବାଚନ  ଅକ୍ଟୋବର ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ମଣ୍ଡଳ ସ୍ତରୀୟ ନିର୍ବାଚନ ନଭେମ୍ବରରେ ଜିଲ୍ଲାସ୍ତରୀୟ ନିର୍ବାଚନ ଭୁବନେଶ୍ୱର, ତା.୦୫/୦୯: ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ ସାଙ୍ଗଠନିକ ନିର୍ବାଚନ ପାଇଁ ରାଜ୍ୟସ୍ତରୀୟ କର୍ମଶାଳା ଓ ସଦସ୍ୟତା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ କେନ୍ଦ୍ରୀୟ ସହ ନିର୍ବାଚନ ଅଧିକାରୀ ଓ ସାଂସଦ ବିନୋଦ ସୋନକାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ବିଜେପି ସାଙ୍ଗଠନିକ ନିର୍ବାଚନ ପରିଚାଳନା ଏବଂ ସଦସ୍ୟତା ସମୀକ୍ଷା ସଂର୍ପକରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ବିଭିନ୍ନ ସ୍ତରରେ ହୋବାକୁ ଥିବା ସ୍ଥାନୀୟ ସମିତି ବୁଥ କମିଟି, ମଣ୍ଡଳ କମିଟି ଏବଂ ରାଜ୍ୟ କମିଟି ନିର୍ବାଚନ ପାଇଁ ଏକ କ୍ୟାଲଣ୍ଡର ପ୍ରସ୍ତୁତ କରାଯାଇଛି । ଆଗାମୀ ସେପ୍ଟେମ୍ବର ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ଏଭଳି କର୍ମଶାଳା ଆୟୋଜନ ହେବ । ଯେଉଁଥିରେ ଜିଲ୍ଲା, ମଣ୍ଡଳ ଓ ବୁଥ୍ ସ୍ତରର କାର୍ଯ୍ୟକର୍ତା ଯୋଗଦେବେ । ସେପ୍ଟେମ୍ବର ୧୫ରୁ ୨୨ ତାରିଖ ମଧ୍ୟରେ ସମସ୍ତ ବୁଥରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଜିଲ୍ଲାସ୍ତରରେ ୩ ହଜାରରୁ ଅଧିକ କାର୍ଯ୍ୟକର୍ତା ଏହି କାର୍ଯ୍ୟକୁ ପରିଚାଳନା କରିବେ । ଅକ୍ଟୋବର ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ମଣ୍ଡଳସ୍ତରୀୟ ନିର୍ବାଚନ ହେବ । ସେହିପରି ନଭେମ୍ବରରେ ଜିଲ୍ଲାସ୍ତରୀୟ ଏବଂ ଡିସେମ୍ବରରେ ରାଜ୍ୟସ୍ତରୀୟ ନିର୍ବାଚନ ହେବ ବୋଲି ରାଜ୍ୟ ବିଜେପି ସହ ନିର୍ବାଚନ ଅଧିକାରୀ ଓ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି । ବିଜେପିର ସର୍ବଭାରତୀୟ ସ୍ତରରେ ୧୬ କୋଟିରୁ ଉଦ୍ଧ୍ୱର୍ ଲୋକ ସଦସ୍ୟତା ଗ୍ରହଣ କରିଛନ୍ତି । ଓଡିଶାରେ ୫୦ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ସଦସ୍ୟତା ନେଇଛନ୍ତି । ଆଜିଠାରୁ ପୁଣି ଥରେ ସଦସ୍ୟତା ଅଭିଯାନ ଚାଲୁ ରହିବ ଏବଂ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଶ୍ରୀ ରାୟ କହିଛନ୍ତି । ବିଜେପି ହେଉଛି ଭାରତର ସବୁଠାରୁ ବଡ ରାଜନୈତିକ ଦଳ । ରାଷ୍ଟ୍ରୀୟ ସଭାପତିଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟରେ ଥିବା ୩୭ ହଜାର ବୁଥ ଗୁଡିକର ‘ନିର୍ବାଚିତ କମିଟି’ ଗଣତାନ୍ତ୍ରିକ ପକ୍ରିୟାରେ କରାଯିବ ବୋଲି ଶ୍ରୀ ରାୟ କହିଛନ୍ତି । ଭାରତୀୟ ଜନତା ପାର୍ଟି ଗଣତାନ୍ତ୍ରିକ ପଦ୍ଧତିରେ ବୁଥ ସଭାପତି, ମଣ୍ଡଳ ସଭାପତି, ଜିଲ୍ଲା ସଭାପତି, ରାଜ୍ୟ ସଭାପତି ନିର୍ବାଚିତ ହୋଇଥାନ୍ତି । ସକ୍ଷମ କାର୍ଯ୍ୟକର୍ତାମାନଙ୍କୁ ଭାରତୀୟ ଜନତା ପାର୍ଟିର ବିଭିନ୍ନ ସ୍ତରର ସଭାପତି କରାଯିବ ବୋଲି ରାଜ୍ୟ ଗଣମାଧ୍ୟମ ବିଭାଗର ମୁଖ୍ୟ ଏବଂ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ।ଏହି କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ରଂଜନ ପଟେଲ, ସଦସ୍ୟତା ରାଜ୍ୟ ସଂଯୋଜକ ଅନନ୍ତ ନାୟକ, ସହ ସଂଯୋଜକ ଶାରଦା ଶତପଥୀ, ରାଜ୍ୟ ସଂପାଦକ(ସଙ୍ଗଠନ) ମାନସ ମହାନ୍ତି, ରାଷ୍ଟ୍ରୀୟ ସଂପାଦକ ତଥା ସାଂସଦ ସୁରେଶ ପୂଜାରୀ, ବରିଷ୍ଟ ନେତା ବିଜୟ ମହାପାତ୍ର, ବିରାଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ରାଜ୍ୟ ପଦାଧିକାରୀ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସମେତ ପୂର୍ବତନ ସାଂସଦ ଏବଂ ବିଧାୟକମାନେ ଉପସ୍ଥିତ ଥିଲେ ।

ସରକାରଙ୍କୁ ବିଜୁଳି ଚୋର ଚିନ୍ତା…..

0

ଭୁବନେଶ୍ବର :ବିଦ୍ୟୁତ ଚୋରି ରୋକିବାକୁ ସେସୁର ଘନ ଘନ ବୈଠକ। 10℅ ଚୋରି ପାଇଁ 90℅ ଲୋକ ପ୍ରଭାବିତ ହେଉଛନ୍ତି। ସେସୁ ବି 30℅କ୍ଷତି ସହୁଛି। ତେଣୁ ସୋସିଆଲ ମିଡ଼ିଆ ହେଉ ବା ଅନ୍ୟ ମଧ୍ୟମରେ ସୂଚନା ଦେବାକୁ ଅନୁରୋଧ କରିଛନ୍ତି ସେସୁ ceo ଅରୁଣ ବୋଥରା। ସୂଚନଦାତାଙ୍କ ନାମ ଗୋପନ ରଖାଯିବ। କିଛି ଦିନ ତଳେ ସାଲେପୁର ଓ ପରାଜଙ୍ଗରୁ ଲୋକଙ୍କ ଖବର ପାଇ ରେଡ଼ ହୋଇଥିଲା। ଫାଇନ ବି ଆଦାୟ ହୋଇଛି। ସୂଚନଦାତାଙ୍କୁ ଫାଇନ ଆଦୟର 10℅ ରାଶି ପୁରସ୍କାର ମିଳିବ। ପାର୍ବଣ ଋତୁରେ ଯେପରି ଭଲ ବିଦ୍ୟୁତ ସେବା ମିଳିବ, ତାକୁ ଗୁରୁତ୍ବ ଦିଆଯାଉଛି। ସେସୁ ଅଧିକାରୀଙ୍କୁ ବି ଲୋକଙ୍କ ଅଭିଯୋଗ ଶୁଣିବାକୁ କୁହାଯାଇଛି। ଲୋକ ବି ଧର୍ଯ୍ୟ ରଖନ୍ତୁ। ସମୟ ଲାଗିବ। ହେଲେ କାମ ହେବ। ସରକାର ଵିଜୁଳି ଚୋରି ରୋକିବାକୁ ଯେଉଁ ଚିନ୍ତା କରିଛନ୍ତି ତାହା କେତେ ସଫଳ ହେବ ତାହା ଦେଖିବାର କଥା।

ଅଟୋ ଚାଳକ ଗଣିଲେ ୪୭୫୦୦ଟଙ୍କା ଜୋରିମାନା

0

ଭୁବନେଶ୍ବର: ଆଚାର୍ଯ୍ୟ ବିହାର ଅଞ୍ଚଳରେ ଆଜି ଅଭାବନିୟ ଘଟଣା ଘଟିଛି ।ସ୍ଥାନୀୟ ଅଞ୍ଚଳରେ ଗାଡି ମଟର ଯାଞ୍ଚ କରି ଜୁନିୟର ଏମ୍.ଭି.ଆଇ.ସନ୍ଦିପ୍ ପାଇକରାୟ ଏକ ଅଟୋ ଚାଳକୁ ଏହି ଜୋରିମାନା କରିଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ OR02AQ2243ନମ୍ବର ବିଶିଷ୍ଟ ଏକ ଅଟୋ ଧାର୍ଯ୍ୟ କ୍ଷମତା ଠାରୁ ଅଧିକ ଯାତ୍ରୀ ନେଇ ଯାଉଥିଲା ।ଯାଞ୍ଚ ସମୟରେ ଚାଳକର ଲାଇସେନ୍ସ ନଥିବା, ସମ୍ପୃକ୍ତ ଅଟୋର ବୈଧ କାଗଜପତ୍ର ନଥିବା ଏପରି ଅନେକ ଗୁଡିଏ କାରଣ ଦର୍ଶାଇ ସଂପୃକ୍ତ ଅଧିକାରୀ ୪୭୫୦୦ଟଙ୍କାର ରସିଦ୍ କାଟିଛନ୍ତି ।ଏହା ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ଏଥିସହିତ ଅଟୋ ଚାଳକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

ମୋଦିଙ୍କ ପାଇଁ ସେବା ସପ୍ତାହ ପାଳିବ ଵିଜେପି….

0

ଭୁବନେଶ୍ବର : ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ବିଜେପି ସାରା ଦେଶରେ ପାଳିବ ସେବା ସସ୍ତାହ । ସେପଟେମ୍ବର ୧୪ରୁ ୨୦ ତାରିଖ ଯାଏଁ ୭ ଦିନ ପାଳନ ହେବ ସେବା ସପ୍ତାହ । ଏହି ସପ୍ତାହ ଅବସରରେ ୨ଟି ପ୍ରମୁଖ ପଦକ୍ଷେପ ହାତକୁ ନିଆଯିବ ବୋଲି ପ୍ରେସମିଟରେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ । ବିଷ୍ଣୁ ସେଠୀ ହେବେ ସେବା ସପ୍ତାହର ରାଜ୍ୟ ସଂଯୋଜକ !
୧. ଦିବ୍ୟାଙ୍ଗକୁ ପୋଷ୍ୟ ଭାବେ ଗ୍ରହଣ କରିବେ ଏନଜିଓ । ଅତି କମରେ ୧୦ ଜଣ ଦିବ୍ୟାଙ୍ଗକୁ ପୋଷ୍ୟ ନେବେ । ସେମାନଙ୍କର ଶିକ୍ଷାଠୁ ନେଇ ଭରଣ ପୋଷଣ, ସାମାଜିକ ସୁରକ୍ଷା ବ୍ୟବସ୍ଥା କରିବେ ଏହି ଏନଜିଓ । ସେବା, ସମର୍ପଣ ଏହାର ଲକ୍ଷ୍ୟ ।
୨. ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ଉପରେ ଦିଆଯିବ ମାତ୍ରାଧିକ ଗୁରୁତ୍ବ । ଚା ଦୋକାନଠୁ ନେଇ ବଡବଡ ମଲ ଓ ଅନୁଷ୍ଠାନ ସହ ଜନସାଧାରଣଙ୍କୁ କରାଯିବ ଅପିଲ ।

ବିଜେଡି ବିଧାୟକଙ୍କ ନୂଆ ରୂପ….

0

.
ଭୁବନେଶ୍ବରରେ : ସରଳ ହୁଅ, ଲୋକଙ୍କ ପାଖକୁ ଯାଅ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ସମସ୍ତ ଵିଧାୟକଙକୁ କହିଥିଲେ। ଯାହା ପାଳନ କରିଛନ୍ତି ବିଧାୟକ ମାନେ। ହାତରେ କୋଦାଳ ଧରି ବିଧାୟକ ନିତ୍ୟାନନ୍ଦଗଣ୍ଡ ରାସ୍ତା କାମ କରିଛନ୍ତି । ନବରଙ୍ଗପୁର ଜିଲ୍ଲାର ଉମରକୋଟ ବିଧାୟକ ନିତ୍ୟାନନ୍ଦଗଣ୍ଡ ନିଜ ନିର୍ବାଚନ ମଣ୍ଡଳୀରେ ହାତରେ କୋଦାଳ ଧରି ଖାଲଢ଼ିପ ରାସ୍ତା ସମତୁଲ କଲେ । ସବୁବେଳେ ନିଜ କାର୍ଯ୍ୟଶୈଳୀ ପାଇଁ ଚର୍ଚ୍ଚିତ ନିତ୍ୟାନନ୍ଦଗଣ୍ଡ ପୁଣି ଚର୍ଚ୍ଚାରେ । ବିଧାୟକଙ୍କ ଏପରି କାମ ଏବେ ଉମରକୋଟ ଅଂଚଳରେ ଚର୍ଚାର ବିଷୟ।

ଵିଜେଡି ବିଧାୟକ ସୈ।ଭିକ ଗାଇଲେ ଗୀତ…

0

କଟକ- ଵିଜେଡି ଯୁବ ବିଧାୟକ ସୈ।ଭିକ ବିଶ୍ଵ।ଳ ଗାଇଲେ ଗୀତ। ସେ ପୁଣି ଆଧୁନିକ ଗୀତ ନୁହେଁ, ଭଜନ। ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମାଆ ଝାଡିଦିଏ ଯେତେ ଦେହ ଧୂଳି ଅଝଟ ଝାଡଇ ବାପା..ମେଲୋଡି ପାର୍ଟିରେ ବିଧାୟକଙ୍କ ଏହି ଗୀତ ବୋଲିବା ପୁରା କଟକ ଅଂଚଳରେ ଆଲୋଚନାର ବିଷୟ।

Follow us

20,832FansLike
0FollowersFollow
14,700SubscribersSubscribe

Latest news