ଓଡିଶୀ ଗୁରୁ ଙ୍କ ନାଁ ରେ ସଙ୍ଗୀନ ଅଭିଯୋଗ…

- Advertisement -

ଗୁରୁଦିବସ ର ଗୋଟେ ଦିନ ବିତି ଛି କି ନାହିଁ ଓଡିଶୀ ଗୁରୁ ଶାଶ୍ୱତ ଯୋଶୀ ଙ୍କ ନାଁ ରେ ଆସିଛି ସଙ୍ଗୀନ ଅଭିଯୋଗ l ଓଡିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ନିଜ ଛାତ୍ର ଛାତ୍ରୀ ମାନେ, ଦେଶ ବିଦେଶ ରେ ନାଁ କରିଥିବା ଶାଶ୍ୱତ ଯୋଶୀ ଙ୍କୁ ଯୌନ ଶୋଷଣ, ଦୁର୍ବ୍ୟବହାର ପରି ଅଭିଯୋଗ ରେ ଘେରିଛନ୍ତି ଛାତ୍ର ଛାତ୍ରୀ l ଏହି ନୃତ୍ୟଶିଳ୍ପୀ ଙ୍କ ବିରୋଧ ରେ ଯୌନଶୋଷଣ ର ଅଭିଯୋଗ ଆଣିଛନ୍ତି, ତାଙ୍କ ପାଖରେ ନୃତ୍ୟ ଶିଖୁଥିବା ଜଣେ ଛାତ୍ର,ଅନ୍ୟପଟେ ଜଣେ ଛାତ୍ରୀ ତାଙ୍କ ନାଁ ରେ ଦୁର୍ବ୍ୟବହାର ର ଅଭିଯୋଗ ଆଣିଛନ୍ତି କିନ୍ତ ଶାଶ୍ୱତ ଯୋଶୀ ଙ୍କ ପ୍ରତିକ୍ରିୟା ଅନୁଯାଇ, ସେ କହିଛନ୍ତି ତାଙ୍କୁ ନେଇ କିଛି ଛାତ୍ର ଛାତ୍ରୀ ମିଡ଼ିଆ ସହାୟତାରେ ଅପପ୍ରଚାର କରୁଛନ୍ତି lଶାଶ୍ୱତ ଯୋଶୀ କେବଳ ଓଡିଶା ନୁହଁ ଦେଶ ବିଦେଶ ରେ ଏହି ନୃତ୍ୟଶିଳ୍ପ ର ବିକାଶ ଏବଂ ସମ୍ମାନ, ଗୌରବ ରଖିଛନ୍ତି, ଏମିତି କି ସଂଗୀତ ରତ୍ନ ପୁରସ୍କାର ସହ ଆମେରିକା, ଜାପାନ, ଫ୍ରାନ୍ସ, ଇଟାଲୀ ପରି ଅନେକ ଦେଶରେ ବଡ଼ ବଡ କାର୍ଯ୍ୟକ୍ରମ କରି ବେଶ ଆଦୃତ ଲାଭ କରିଛନ୍ତି କିନ୍ତ ଯେମିତି ତାଙ୍କ ନୃତ୍ୟ ଆକର୍ଷଣୀୟ ସେମିତି ଅଭିଯୋଗ ବି ସାଙ୍ଘାତିକ l ଯୋଶୀ ନୃତ୍ୟ କାର୍ଯ୍ୟକ୍ରମ ରେ ବିଦେଶ(ଫୋରେନ) ରେ ଅଛନ୍ତି, ତେଣୁ ସେ ଓଡିଶା ଫେରିବା ପରେ ଆଇନ ର ଆଶ୍ରୟ ନେବେ ବୋଲିକହିଛନ୍ତି ଏପଟେ ତାଙ୍କ ପତ୍ନୀ ଏ ନେଇ ମୁହଁ ଖୋଲିଛନ୍ତି, କହିଛନ୍ତି ଯେ ଏଇ ଅଭିଯୋଗ ସମ୍ପୂର୍ଣ ମିଥ୍ୟା, ବିଦେଶ ଟ୍ରିପ ରେ ଏମାନଂକୁ ନିଆନଯିବାରୁ ଏଭଳି ଅଭିଯୋଗ ଆଣିଛନ୍ତି l
ଓଡିଶୀ ନୃତ୍ୟ କୁ ଲୋକପ୍ରିୟତା ର ଏକ ଭଲ ସ୍ତର କୁ ନେଇଥିବା ଏହି ନୃତ୍ୟଶିଳ୍ପୀ ଙ୍କୁ କିଏ ବା ନଜାଣେ, ପ୍ରଥମ ଥର ପାଇଁ ଏମିତି ଅଭିଯୋଗ ଆସିଥିବାରୁ, ଏହାର ସତ୍ୟାସତ୍ୟ ଅନୁସନ୍ଧାନ ସାପେକ୍ଷ ବୋଲି ମତପ୍ରକାଶ ପାଇଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles