ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ : ଇନ୍‌ଫୋସିଟି, ଇନ୍‌ଫୋଭ୍ୟାଲି ଓ ଏସ୍‌ଟିପିଆଇ ଅଞ୍ଚଳରେ ସୁରକ୍ଷା ଓ ଭିତ୍ତିଭୂମି ଉପରେ ଗୁରୁତ୍ୱ

- Advertisement -

ଭୁବନେଶ୍ୱର, ୦୭ ସେପେଫମ୍ବର, ୨୦୧୯ ଆଇଟି ପାର୍କ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହ ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ନେଇ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଇନ୍‌ଫୋଭ୍ୟାଲି, ଇନ୍‌ଫୋସିଟି ଏବଂ ଏସ୍‌ଟିପିଆଇ (ଗୋଠପାଟଣା) ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା, ନିୟମିତ ପାଟ୍ରୋଲିଂ, ନିଶାଖୋର ଏବଂ ମଦ୍ୟପ ଗୋଷ୍ଠୀଙ୍କ ଉପରେ କଡ଼ା ନଜର ସହ ରାସ୍ତାଘାଟର ଉନ୍ନତିକରଣ, କ୍ୟାମ୍ପସ୍‌ର ସୌନ୍ଦର୍ଯ୍ୟକରଣ, ପାଚେରୀ ନିର୍ମାଣ, ଷ୍ଟି୍ରଟ୍‌ଲାଇଟ୍‌ ମରାମତି, ଆଇଟି କମ୍ପାନୀଗୁଡ଼ିକୁ \nଅଗ୍ନିନିରାପତ୍ତା ଏବଂ ବୃତ୍ତିଗତ ପ୍ରମାଣପତ୍ର ପ୍ରଦାନ ସହ ଭିତ୍ତିଭୂମିର ଉନ୍ନତିକରଣ ଉପରେ ଗୁରୁତ୍ୱ ଦିଆଯିବା ସହ ଅଧିକ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିବା ଉପରେ ମନ୍ତ୍ରୀ ଶ୍ରୀ ବେହେରା ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଇଡ଼୍‌କୋ ସିଏମ୍‌ଡ଼ି ଶ୍ରୀ ସଞ୍ଜୟ କୁମାର ସିଂ ଯୋଗଦେଇ ଉକ୍ତ ଅଞ୍ଚଳରେ ରାସ୍ତାଘାଟର ଉନ୍ନତିକରଣ, କ୍ୟାମ୍ପସର ସୌନ୍ଦର୍ଯ୍ୟକରଣ, ଫନୀ ବାତ୍ୟାରେ ନଷ୍ଟ ହୋଇଥିବା କ୍ୟାମ୍ପସ୍‌ ପାଚେରୀ ନିର୍ମାଣ ସହ ଆବଶ୍ୟକ ସମସ୍ତ କାର୍ଯ୍ୟ ଖୁବ୍‌ ଶୀଘ୍ର ଶେଷ ହେବ ବୋଲି କହିଥିଲେ । ବୈଠକରେ ଡିସିପି ଶ୍ରୀ ଅନୁପ ସାହୁ ଉପସ୍ଥିତ ରହି ଏହି ସବୁ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯିବା ସହିତ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି କହିଥିଲେ । ଏଥି ସହିତ ଆଇଟି କମ୍ପାନୀମାନଙ୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରାଯାଇ ମାର୍ଗଦର୍ଶିକା ପାଳନ କରିଥିବା କମ୍ପାନୀଗୁଡ଼ିକୁ ଖୁବ୍‌ ଶୀଘ୍ର ଅଗ୍ନିନିରାପତ୍ତା ଏବଂ ବୃତ୍ତିଗତ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ଅଧିକାରୀମାନେ ମନ୍ତ୍ରୀଙ୍କୁ ଜଣାଇଥିଲେ । ବୈଠକରେ ଅଗ୍ନିସମ ସେବାର ଆଇଜି ଶ୍ରୀ ଅସିତ୍‌ ପାଣିଗ୍ରାହୀ, ବିଏମ୍‌ସିର ଅତିରିକ୍ତ କମିଶନର ଶ୍ରୀ ସୁରଥ ଚନ୍ଦ୍ର ମଲ୍ଲିକ, ଇଡ୍‌କୋ ସିଜିଏମ୍‌ ଶ୍ରୀ ଭକ୍ତକବି ଦାସ, ଏସ୍‌ଟିପିଆଇ, ନିର୍ଦ୍ଦେଶକ ଶ୍ରୀ ମାନସ ପଣ୍ଡା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଏସ୍‌.ଆର୍‌ ପାତ୍ର ପ୍ରମୁଖ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles