ମୟୁରଭଞ୍ଜରେ ବବିଙ୍କ ସର୍ଜିକାଲ ଷ୍ଟ୍ରାଇକ

- Advertisement -

ଭୁବନେଶ୍ୱର : ମୟୁରଭଞ୍ଜରେ ଏକାଠି ହେଲେ ନବୀନଙ୍କ ତ୍ରୀଶକ୍ତି ପ୍ରଣବ ପ୍ରକାଶ ଦାସ, ସଂଜୟ ଦାସବର୍ମା ଓ ଅରୁଣସାହୁ । ଯାହାକୁ ନେଇ ମୟୁରଭଞ୍ଜ ଠାରୁ ରାଜଧାନୀ ଯାଏ ରାଜନୀତି ସରଗମର । କାହିକିଁ ପର୍ଯ୍ୟବେକ୍ଷକ ହେବା ପରେ ପ୍ରଥମ ବୈଠକରେ ଜିଲ୍ଲା ସାଂଗଠନିକ ଦାୟିତ୍ୱରେ ଫେଲ ମାରିଥିବା ନେତାଙ୍କୁ ନେଇ ପ୍ରଣବ ମୟୁରଭଞ୍ଜରେ ବିଜେଡ଼ିର ପରିବର୍ଦ୍ଧିତ କାର୍ଯ୍ୟକାରରୀ ବୈଠକ କଲେ । ନିଜର ଦକ୍ଷତା ସୁବବେଳେ ପ୍ରମାଣ କରିଥିବା ପ୍ରଣବ ମୟୁରଭଞ୍ଜରେ କାହିକିଁ ଅରୁଣ ଓ ସଂଜୟଙ୍କ ସାହାର ନେଲେ । ପ୍ରବଣ ( ବବି) ଯେଉଁକାମରେ ହାତ ଦିୟନ୍ତି ତାକୁ ସଫଳତାର ସହ କରିନ୍ତି । ଯେଉଁଥି ପାଇଁ ନବୀନଙ୍କ ସେ ଖାସ ବିଶ୍ୱସ୍ତ ଓ ଅତି ଘନିଷ୍ଠ । ସବୁବେଳେ ଦଳ ପାଇଁ ସେ ସମର୍ପିତ । ଦଳ ଯେଉଁଠି ଅସୁବିଧାରେ ପଡ଼େ ପ୍ରଣବ ସେଠି ଉଭା ହୁଅନ୍ତି । ଖାସ ସେଥିଲାଗି ଦଳର ସବୁ ଗୁରୁତ୍ୱପୂର୍ଣ୍ଣ କାମରେ ପ୍ରଣବକୁ ନବୀନ ଖୋଜନ୍ତି । କାରଣ ଅସମ୍ଭବକୁ ସମ୍ଭବ କରିପାରୁଥିବା ଯୁବନେତା ହେଉଛନ୍ତି ସେ । ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା ମୟୁରଭଞ୍ଜରେ ଯେତେବେଳେ ବିଜେଡ଼ି ଦୁର୍ବଳ ହୋଇଛି ସେତେବେଳେ ନବୀନ ବବିଙ୍କୁ ସେ ଜିଲ୍ଳାର ଦାୟିତ୍ୱ ଦେଇଛନ୍ତି । କାରଣ ଆବଶ୍ୟକ ଯେଉଁଠି ପ୍ରଣବ ସେଇଠି ନବୀନଙ୍କ ହନୁମାନ ହୋଇ ଉଭା ହୁଅନ୍ତି ।

ଏବେ ନଜର ପକାନ୍ତୁ କାହିକିଁ ମୟୁରଭଞ୍ଜର ପର୍ଯ୍ୟବେକ୍ଷକ ହେଲେ ପ୍ରଣବ (ବବି)
ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା ମୟୁଭଞ୍ଜରେ ବିଜେଡ଼ି ୨୦୧୭ରୁ ଦୁର୍ବଳ ହୋଇଛି । ଯାହା ୨୦୧୯ ସାଧାରଣରେ ନିର୍ବାଚନରେ ପ୍ରତିଫଳିତ ହେଲା । ଯାହାକୁ ନେଇ ବିଜେଡ଼ି ସ୍ରୁପ୍ରିମୋ ନବୀନ ପଟ୍ଟନାୟକ ଚିନ୍ତାରେ । କାହିକିଁ ଦଳର ସ୍ଥିତି ଏପରି ହେଲା ମୟୁରଭଞ୍ଜରେ । ଦଳରୁ ଦୁଇ ଯୁବନେତା ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ସଂଜୟ ଦାସବର୍ମାଙ୍କୁ ନବୀନ ମୟୁରଭଞ୍ଜ ଦାୟିତ୍ୱ ଦେଇଥିଲେ । ହେଲେ ନବୀନ ଯାହା ଆଶା କରୁଥିଲେ ତାହା କିନ୍ତୁ ବିଜେଡ଼ିକୁ ଜିଲ୍ଲାରୁ ମିଳିଲା ନାହିଁ । ୨୦୧୯ ନିର୍ବାଚନରେ ମୟୁରଭଞ୍ଜର ୯ଟି ବିଧାନସଭା ଆସନରୁ ୬ଟି ଆସନ ବିଜେଡ଼ି ହାତରୁ ଯିବା ସହ ସାଂସଦ ସିଟ ବି ଦଳ ହରାଇଲା । ଧୀରେ ଧୀରେ ଜିଲ୍ଳାରେ ବିଜେପି ଓ ଜେଏମଏମ ଶକ୍ତି ବୃଦ୍ଧି ପାଇଲା । ତେବେ ପୂର୍ବ ପରି ଜିଲ୍ଳାରେ ବିଜେଡ଼ି କିପରି ଶକ୍ତିଶାଳୀ ହେବ ସେ ଚିନ୍ତା ନବୀନଙ୍କୁ ଘାରିଲା । ତେଣୁ ନବୀନ ପାରିବାପଣ ନେତା ପ୍ରବଣ ପ୍ରକାଶ ଦାସ(ବବି)ଙ୍କ ଉପରେ ସୁପ୍ରିମୋ ଜିଲ୍ଳାର ଦାୟିତ୍ୱ ଦେଲେ । ଯେହେତୁ ୨୦୧୪ରୁ ସଂଜ ୟ ଦାସ ବର୍ମା ପର୍ଯ୍ୟବେକ୍ଷକ ଥିଲେ ତେଣୁ ତାଙ୍କୁ ବି ଜିଲ୍ଲାରେ କିଛି ସଂଗଠନ ଓ ବିଶ୍ୱସ୍ତ ନେତା ଅଛନ୍ତି । ସେହି ଆଧାରରେ ସଂଜୟଙ୍କୁ ସାଙ୍ଗରେ ନେଲେ ବବି । ଅନ୍ୟପଟେ ୨୦୧୯ ନିର୍ବାଚନରେ ମନ୍ତ୍ରୀ ଅରୁଣ ସାହୁ ବି ଜିଲ୍ଲାର ପର୍ଯ୍ୟବେକ୍ଷକ ଥିଲେ । ତାଙ୍କର ବି କିଛି ସଂଗଠନ ରହିଛି ଜିଲ୍ଲାରେ । ଏବେ ପ୍ରଣବ ସବୁ ସଂଗଠନକୁ ଏକାଠି କରି ବିଜେଡ଼ି କିପରି ଶକ୍ତିଶାଳୀ ଜିଲ୍ଲାରେ ହେବ ତାହା ଉପରେ ଗୁରୁତବ ଦେଇଛନ୍ତି । କାରଣ ସମସ୍ତଙ୍କୁ ସାଙ୍ଗରେ ନେଇ କିପରି କାମ କରିହୁଏ ସେ ମନ୍ତ୍ର ପ୍ରଣବ(ବବି) ବେଶ ଜଣା । ଜଣ ଯୁବନେତା ଭାବରେ ଯେପରି ସେ ଦଳ ପାଇଁ ନିଜକୁ ଉତ୍ସଗୀତ କରିଛନ୍ତି ତାହା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ । ସେଥିଲାଗି ବିଜେଡ଼ି ସୁପ୍ରିମୋ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସେ ଅତି ଘନିଷ୍ଠ ହୋଇଛନ୍ତି । ତାଭ୍କର ସାଂଗଠନିକ ଦକ୍ଷତା ଓ ପରିଶ୍ରମ ଯୋଗୁଁ ସେ ଦଳରେ ବେଶ ଦବଦବା ରଖିଛନ୍ତି । ତେଣୁ ଦଳକୁ ମଜବୁତ କରିବା ପାଇଁ ସବୁବେଳେ ସେ ନବୀନଙ୍କ ହନୁମାନ ସାଜିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles