ପରଲୋକରେ ସାମ୍ବାଦିକ ଦିଲ୍ଲୀପ ଶତପଥି….

- Advertisement -

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ବିଜେନେସ୍ ଷ୍ଟାଣ୍ଡାର୍ଡର ରେସିଡେଣ୍ଟ ଏଡ଼ିଟର ଦିଲ୍ଲୀପ ଶତପଥୀ ଆଉ ନାହାନ୍ତି l ଦିଲ୍ଲୀପ ଶତପଥୀ ୫୬ ବୟସରେ ପରଲୋକ ହୋଇଯାଇଛି । ଗତକାଲି ରାତି ୧୧.୩୦ରେ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ମାତ୍ର ରାତି ପ୍ରାୟ ଗୋଟାଏ ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଶ୍ରୀ ଶତପଥୀଙ୍କ ବିୟୋଗ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ସତ୍ୟନଗରସ୍ଥିତ ବାସଭବନରେ ବହୁ ସାମ୍ବାଦିକ ଓ ବିଶିଷ୍ଟ ବ୍ୟକ୍ତିମାନେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି l ସେହିପରି ବରିଷ୍ଠ ପ୍ରସନ୍ନମହାନ୍ତି, ରବି ଦାଶ, ରାଜାରାମ ଶତପଥୀ, ଦିଲ୍ଲୀପ ବିଶୋଇ, ନବୀନ ଦାସ, ବିରୂପାକ୍ଷ ତ୍ରିପାଠୀ, ଭକ୍ତ ତ୍ରିପାଠୀ, ମନରଞ୍ଜନ ମିଶ୍ର, ଅର୍ଧେନ୍ଧୁ ଦାସ, ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles