ମିଡ଼ିଆ ଉପଦେଷ୍ଟା ମଙ୍ଗରାଜଙ୍କୁ ରାଷ୍ଟ୍ରପ୍ୟାହା ..

- Advertisement -

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ମିଡ଼ିଆ ଉପଦେଷ୍ଟା ମାନସ ମଙ୍ଗରାଜଙ୍କୁ ରାଷ୍ଟ୍ରମନ୍ତ୍ରୀ ପ୍ୟାହା ମିଳିଛି । ସେ ଗଣମାଧ୍ୟମ ଓ ଲୋକ ସଂପର୍କ ପରାମର୍ଶଦାତା ଭାବେ ଦାୟିତ୍ବ ତୁଲାଇବେ । ମାନସଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ବିଜେଡ଼ି ନେତା ତଥା ଦୀର୍ଘଦିନ ଧରି ଓଡ଼ିଶା ମିଡ଼ିଆ ସହ ଜଡ଼ିତ ଓ ବିଜୁ ଜନତା ଦଳର ଗଣମାଧ୍ୟମ ସେଲର ନେତୃତ୍ୱ ନେଉଥିବା ମାନସ ମଙ୍ଗରାଜଙ୍କୁ ବିଶ୍ୱାସକୁ ନେଇ ତାଙ୍କୁ ଉପଦେଷ୍ଟା କରିଛନ୍ତିି । ଦୀଘଦିନ ଧରି ସାମ୍ବାଦିକ ଜଗତ ସହିତ ଜଡ଼ିତ ଥିବା ମାନସ ଆଗକୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ନୀତି ଉପରେ ନିଜର ଅଭିଜ୍ଞତାକୁ ପ୍ରୟୋଗ କରି ଉଚିତ ପରାମର୍ଶ ଦେବେ । ବିଜୁ ଜନତା ଦଳରେ ମାନସ ନିଜର ସାଂଗଠନିକ ଦାୟିତ୍ୱ ସଠିକ ଭାବେ ତୁଲାଇବା ସହ ଚିଲିକା ଅଂଚଳରେ ଜଣେ ଟାଣୁଆ ଯୁବନେତା ଭାବେ ବେଶ ପରିଚିତ । ତେଣୁ ନବୀନ ଅନେକ ସମୟରେ ଦଳର ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତାଙ୍କୁ ଦେଇଛନ୍ତି । ଯାହାକୁ ସେ ସୁଚାରୁରୂପେ ବହନ କରିଛନ୍ତି । ତେଣୁ ରାଜ୍ୟ ସରକାର ତାଙ୍କୁ ଗଣମାଧ୍ୟମ ଓ ଲୋକସର୍ମ୍ପକ ଉପଦେଷ୍ଟା କରିଥିବାରୁ ତାଙ୍କୁ ମନ୍ତ୍ରୀ ପାହ୍ୟା ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ।୨୦୧୯ ସାଧାରଣ ନିର୍ବାଚନରେ ମାନସ ମଙ୍ଗରାଜ ବିଜୁ ଜନତା ଦଳର ମିଡ଼ିଆ ଦାୟିତ୍ୱରେ ଥିଲେ ।
ମାନସ ମଙ୍ଗରାଜଙ୍କୁ ବିଜେଡ଼ି ମିଡ଼ିଆ ଆଫେୟାର୍ସର ସାଧାରଣ ସଂପାଦକ ଦାୟିତ୍ ପୂର୍ବରୁ ଦେଇସାରିଛି । ଯାହାକୁ ସେ ସଫଳତାର ସହ ତୁଲାଇଛନ୍ତି । ସବୁ ସ୍ତରରେ ତାଙ୍କର ଗ୍ରହଣୀୟତା ଅଛି । ପଂଚମ ପାଳିରେ ମୁଖ୍ୟମନ୍ତ୍ରୀ ୫ଟିକୁ ଗରୁତ୍ୱ ଦେଉଥିବାରୁ ସବୁସ୍ତରରେ ସ୍ୱଚ୍ଛତା ଆଣିବା ସହ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ତୃଣମୂଳ ସ୍ତରରେ କିପରି ପ୍ରଚାର ଓ ପ୍ରସାର କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି । ଯେହେତୁ ମାନସ ମଙ୍ଗରାଜ ର୍ପୂବରୁ ସାମ୍ବାଦିକତାରେ ତାଙ୍କର ଦକ୍ଷତା ଦେଖାଇସାରିଛନ୍ତି । \n

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles