ପ୍ରଦୀପ କହିଲେ ସତ -ଏମିତି ବିଜେପି-ବିଜେଡି ସମ୍ପର୍କ

- Advertisement -

ଭୁବନେଶ୍ୱର : ବିଜେପି-ବିଜେଡି ସମ୍ପର୍କ କେମିତି l ବହୁ ସମୟରେ ରାଜ୍ୟରେ ଏପରି ଚର୍ଚ୍ଚା ହୁଏ l କଂଗ୍ରେସ ମଧ୍ୟ ଅଭିଯୋଗ କରେ ଯେ ବିଜେଡି-ବିଜେପି ଭାଇ ଭାଇ l କାରଣ 2000ରୁ 2009 ଯାଏ ବିଜେଡି -ବିଜେପି ମିଶିକି ଥିଲେ l ବିରୋଧୀ ଦଳ ନେତା ପ୍ରଦୀପ ନାୟକ କହିଛନ୍ତି ଯେ ନବୀନ ପଟନାୟକ ମୁଖ୍ୟମନ୍ତ୍ରୀ ବିଜେପି ଯୋଗୁଁ ହୋଇଛନ୍ତି l କେନ୍ଦ୍ର ବିଜେପିର ମଧ୍ୟ ନବୀନଙ୍କ ଉପରେ ଆଶୀର୍ବାଦ ଅଛି l ଖାସ ସେଥିଲାଗି କେନ୍ଦ୍ର ଓଡିଶାକୁ ଅଧିକ ଅନୁଦାନ ଦେଇଛି l ପ୍ରଦୀପଙ୍କ ଏପରି ବୟାନ ବର୍ଷା ପାଗରେ ଓଡିଶା ରାଜନୀତିକୁ ସରଗରମ କରିଛି l
ବିରୋଧୀ ଦଳ ନେତା ପ୍ରଦୀପ ନାୟକଙ୍କ ବୟାନ ବିଜେପି -ବିଜେଡି ବିତିରିଆ ସମ୍ପର୍କକୁ ପଦାକୁ ଆଣିଛି l 2019 ସାଧାରଣ ନିର୍ବାଚନ ପରେ ବିଜେପି -ବିଜେଡି ବେଶ ନିକଟତର ହୋଇଛି l ଆଉ ଏହାରି ଭିତରେ ବିରୋଧୀ ଦଳ ନେତା ପ୍ରଦୀପ ନାୟକଙ୍କ ବୟାନ ଉଭୟ ଦଳକୁ ଚିନ୍ତାରେ ପକାଇଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles