ବିଜେପୁରରେ ନାମାଙ୍କନ ଦାଖଲ କରିବେ ୩ ପ୍ରାର୍ଥୀ

- Advertisement -

ଭୁବନେଶ୍ୱର : ଅକ୍ୱୋବର ୨୧ ତାରିଖ ଦିନ ହେବ ଉପ-ନିର୍ବାଚନ । ଏନେଇ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନିଜର ଭିନ୍ନଭିନ୍ନ ରଣନୀତି ପ୍ରସ୍ତୁତ କରିଛନ୍ତି । ଆଜି କଂଗ୍ରେସ –ବିଜେପି-ବିଜେଡ଼ି ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । କଂଗ୍ରେସ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ପଣ୍ଡା,ବିଜେପି ବିଧାୟକ ପ୍ରାର୍ଥୀ ସନତ ଗଡ଼ତିଆ ଓ ବିଜେଡ଼ିର ବିଧାୟିକା ପ୍ରାର୍ଥୀ ହୋଇଛନ୍ତି ରୀତା ସାହୁ । ୩ ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ଉପ ଜିଲ୍ଳାପାଳ କାର୍ଯ୍ୟାଳୟ ଯାଇ ନାମାଙ୍କନ ଦାଖଲ କରିବେ । ଏଥିଲାଗି ବିଜେପୁରରେ ରାଜନୈତିକ ପାଣିପାଗ ବେଶ ସରଗମର । ଅଢେଇ ବର୍ଷରେ ୩ଟି ନିର୍ବାଚନର ସମ୍ମୁଖୀନ ହେଉଥିବା ବିଜେପୁରବାସୀ ଏଥର ଉପ ନିର୍ବାଚନରେ କଣ ନିଷ୍ପତି ନେଉଛନ୍ତି ତାହା ଉପରେ ସଭିଁଙ୍କ ନଜର । କାରଣ ଗଡ଼ ଜିତିବା ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ବିଜେପୁର ଲାଗି ଦଳର ସେନାପତିମାନେ ରାଜଧାନୀ ଛାଡ଼ି ଏବେ ବିଜେପୁରର ବିଭିନ୍ନ ଅଂଚଳରେ ଡ଼େରା ପକାଇଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles