ସ୍ଵଚ୍ଛ ହେଉଛି ଯାଜପୁର : ଯୁବଗୋଷ୍ଠୀଙ୍କୁ ଗାନ୍ଧୀ ମୁହାଁ କରୁଛନ୍ତି ପ୍ରଣବ.

- Advertisement -

ଯାଜପୁର : ପରିବେଶ ସଫା ସୁତର ରହିଲେ ଗୋଟେ ସୁସ୍ଥ ସମାଜ ଗଠନ ହୋଇପାରିବ । ମୋ ସହରକୁ ମୁଁ ସଫା ରହିବି । ସ୍ୱଚ୍ଛତାକୁ ଜୀବନର ମୂଳମନ୍ତ୍ର କରିବି । ଯେପରି ଜାତିର ପତା ମହାତ୍ମାଗାନ୍ଧୀ ସବୁବେଳେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଥିଲେ ଠିକ ସେହିପରି ମୁଁ ମଧ୍ୟ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବି । ଯାଜପୁର ନିର୍ବାଚନୀ ମଣ୍ଡଳୀର ଯୁବଗୋଷ୍ଠୀ ଏହି ମନ୍ତ୍ର ଦେଉଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) । ବିଧାୟକ ପ୍ରତ୍ୟେକ ଯୁବଗୋଷ୍ଠୀ ମନରେ ଗାନ୍ଧୀ ଦର୍ଶନ ଦେବାରେ ଲାଗିଛନ୍ତି । ଯାହାକି ମହାତ୍ମାଗାନ୍ଧୀଙ୍କ ୧୫୦ ଜୟନ୍ତି ସବୁଠାରୁ ବଡ଼ ବାର୍ତ୍ତା । ବିଧାୟକଙ୍କ ଆହ୍ୱାନ କ୍ରମେ ଯାଜପୁର ନିର୍ବାଚନୀ ମଣ୍ଡଳୀର ଯୁବଗୋଷ୍ଠୀମାନେ ଗାନ୍ଧୀ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେଉଛନ୍ତି । ପୁରା ସହରକୁ କିପରି ସ୍ୱଚ୍ଛ କରାଯିବ ସେନେଇ ଯୁବଗୋଷ୍ଠୀ ଅଣ୍ଟା ଭିଡ଼ିଛନ୍ତି । ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ପ୍ରତ୍ୟେକ ଦିନ ସକାଳରୁ ସହର ବିଭିନ୍ନ ସ୍ଥାନରେ ସଫେଇ ଅଭିଯାନକୁ ଜୋରଦାର କରାଯାଉଛି । ସକାଳୁ ସକାଳୂୁ ଶୀତ କାକରକୁ ଖାତିର ନକରି ଯୁବକମାନେ ହାତରେ ଝାଡ଼ୁ, କୋଦାଳ ଧରି ନିଜ ସଫେଇ କରୁଛନ୍ତି । ଅଧିକାଶ ସମୟରେ ଯୁବକମାନଙ୍କୁ ଉତ୍ସାହୀତ କରିବା ପାଇଁ ବିଧାୟକ ପ୍ରଣବ ପ୍ରକାଶ ଦାସ ଏହି ସଫେଇ ଅଭିଯାନରେ ସାମିଲ ହେଉଛନ୍ତି । ନିଜେ ଝାଡ଼ୁ ଧରି ସଫେଇ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜୁଛନ୍ତି । ଲକ୍ଷ ନିଜ ସହରକୁ ସଫା କରିବାକୁ ନିଜେ ସାଜିବେ ଝଡ଼ୁଧାର । କେବଳ ସେ ନୁହେଁ, ନିଜ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଘରୁ ଜଣେ ଜଣେ ଏହି ଅଭିଯାନରେ ସାମିଲ ହେବାକୁ ମଧ୍ୟ ବିଧାୟକ ଆହ୍ୱାନ ଦେଇଛନ୍ତି । ନବୀନଙ୍କ ନିର୍ଦ୍ଦେଶରେ ରାଜ୍ୟର ବହୁ ସମସ୍ୟା ସହିତ ଜଡ଼ିତ ରହି ବ୍ୟସ୍ତ ଜୀବନ କଟାଉଥିବା ପ୍ରଣବ ଏହି ସ୍ୱଚ୍ଛତା ଅଭିଯାନକୁ ସଫଳ କରିବା ପାଇଁ ଅଧିକାଶ ସମୟରେ ରାଜଧାନୀରୁ ଯାଜପୁର ଆସୁଛନ୍ତି । ବୁଧବାର ଯାଜପୁର ସହରର କୋଟବସନ୍ତପୁର ୧୧ୱାଡ଼ରୁ ଏହି ସଫେଇ ଅଭିଯାନ ଆରମ୍ଭ ହୋଇ କିଆକାନୀକୂଳ ଛକ ଯାଏ ହୋଇଥିଲା । ଯୁବଗୋଷ୍ଠୀଙ୍କ ସହିତ ବିଧାୟକ ନିଜେ ସାମିଲ ହୋଇ ରାସ୍ତାଘାଟ ସଫେଇ କରିବା ସହ ସେବାନୀତିକୁ ଆପଣାଇବା ପାଇଁ ଉପସ୍ଥିତ ଯୁବକମାନଙ୍କୁ କହିଥିଲେ । ଏହି ସଫେଇ ଅଭିଯାନ ଯାଜପୂରରେ ଏବେ ଜୋରଦାର ହୋଇଛି । ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ତଥା ଯୁବନେତା ଭବ ପ୍ରସାଦ ଦାସ ଏହି ଅଭିଯାନର ମଙ୍ଗ ଧରିଛନ୍ତି । ତାଙ୍କ ସହିତ ସ୍ଥାନୀୟ ଯୁବକମାନେ ଓ ଜିଲ୍ଲା ପ୍ରଶାସନ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ବିଧାୟକଙ୍କ ଆହ୍ୱାନରେ ଯୁବଗୋଷ୍ଠୀମାନେ ଯେପରି ଭାବରେ ସହରକୁ ସ୍ୱଚ୍ଛ କରୁଛନ୍ତି ତାହାକୁ ଏବେ ସହରବାସୀ ବେଶ ପ୍ରଶଂସା କରିଛନ୍ତିି । ଏହା ସହରର ଲୋକମାନେ ମଧ୍ୟ ବେଶ ସଚେତନ ହୋଇଛନ୍ତି । ସହରର ଅଧିକାଶ ଲୋକ ନିଜ ଘରେ ଡ଼ଷ୍ଟଫିନ ରଖି ଅଳିଆ ପକାଉଛନ୍ତି । ଗାନ୍ଧୀଙ୍କ ୧୫୦ ତମ ଜୟନ୍ତି ଅବସରରେ ଯାଜପୁରରେ ଯେପରି ସ୍ୱଚ୍ଛତା ଅଭିଯାନ ଚାଲିଛିି ତାହା ଦିନେ ପୁରା ଓଡ଼ିଶାର ରୋଲ ମଡ଼େଲ ହେବ ବୋଲି ବରିଷ୍ଠ ନାଗରିକମାନେ ମତ ଦେଇଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles