ଯାଜପୁରରେ ସଫେଇ ଅଭିଯାନ ଜୋରଦାର : ନେତୃତ୍ୱ ନେଲେ ଲଲ

- Advertisement -

ଯାଜପୁର : ମୋ ସହର ଓ ମୋ ଗାଁ ରାସ୍ତାକୁ ମୁଁ ସଫା କରିବି । ପରିଷ୍କାର ପରିଚ୍ଛନ୍ନ ରହିବାକୁ ସଭିଁଙ୍କୁ ଶିଖାଇବି । ମୋ ଗାଁ ଓ ମୋ ସହରର ରାସ୍ତା ସଫା ରହିଲେ ମୋ ରାଜ୍ୟ ଓ ଦେଶ ସ୍ୱଚ୍ଛ ରହିବ । ଯାଜପୁର ବିଧାୟକ ପ୍ରବଣ ପ୍ରକାଶ ଦାସ ଏହି ଆହ୍ନାନ ଦେଇଥିଲେ ଯାଜପୁର ଯୁବପିଢ଼ିଙ୍କୁ । ଯାହା ଏବେ ବାସ୍ତବ ରୂପ ନେଇଛି । ସ୍ୱର୍ତ୍ତପ୍ରବୃତ ଭାବେ ଶୀତୁଆ ସକାଳେ ଯାଜପୁର ସହରର ଯୁବପିଢ଼ିମାନେ ଏକାଠି ହୋଇ ସହରରେ ସଫେଇ ଅଭିଯାନକୁ ଜୋରଦାର କରିଛନ୍ତି । କେବଳ ଭାଷଣ ବାଜିରେ ନୁହେଁ, ଗାନ୍ଧୀଙ୍କ ନୀତି ଓ ଆର୍ଦଶକୁ ବାସ୍ତବ ରୂପ ଦେଇଛନ୍ତି ସହହର ଯୁବଗୋଷ୍ଠୀମାନେ । ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସଙ୍କ ନେତୃତ୍ୱରେ ଶହଶହ ଯୁବକ ଶୀତୁଆ ସକାଳକୁ ଖାତିର ନକରି ଯାଜପୁର ଗାନ୍ଧୀ ଛକରେ ଥିବା ଗାନ୍ଧୀମୃର୍ତ୍ତି ତଳେ ଏକାଠି ହୋଇ ଗାନ୍ଧୀଛକରୁ ମେଡ଼ିକାଲ ଛକ ପର୍ଯ୍ୟନ୍ତ ସଫେଇ କରିଥିଲେ । ସହରକୁ ପରିଷ୍କାର ଓ ପରିଚ୍ଛନ ରଖିବା ପାଇଁ ଯୁବଗୋଷ୍ଠୀଙ୍କ ଏପରି ପ୍ରୟାସକୁ ସଭିଁଏ ପ୍ରଶଂସା କରିଥିଲେ । ଗାନ୍ଧୀ ଜୟନ୍ତୀର ୧୫୦ ତମ ପୃର୍ତ୍ତି ଉତ୍ସବ ପାଳନ ନେଇ ଯାଜପୁରରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସ୍କୁଲ,କଲେଜ, ଗାଁ ଆସି ମାନଙ୍କ ଗାନ୍ଧୀଗୀରି ସୃଷ୍ଟି କରାଯାଉଛି । ଯାଜପୁର ନିର୍ବାଚନୀ ମଣ୍ଡଳୀରେ ବିଧାୟକଙ୍କ ଆହ୍ୱାନରେ ଯେଭଳି ଭାବରେ ଯୁବଗୋଷ୍ଠୀମାନେ ଏକାଠି ହୋଇ ଗାନ୍ଧୀଙ୍କ ନୀତି ଓ ଆର୍ଦଶକୁ ଆପଣାଇଛନ୍ତି ତାହାକୁ ଯାଜପୁରବାସୀ ବେଶ ପ୍ରଂଶସା କରିଛନ୍ତି । ବିଧାୟକ ମଧ୍ୟ ଏଥିଲାଗି ସଭିଁଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ସଫେଇ କାର୍ଯ୍ୟକ୍ରମରେ ଯୁବ ନେତା ମନୋଜ ସାହୁ, ଚନ୍ଦ୍ରମଣି ସାହୁ , ଦୀପକ ଦାସ, ରଣଜିତ ସାହୁ, ଦିଲ୍ଲୀପ ମହାପାତ୍ର, ଚାନ୍ଦ ଭାଇ, କାଲା ଭାଇ, ପ୍ରମୁଖ ସାମିଲ ହୋଇଥିଲେ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles