ପରିମଳ ମୁକ୍ତ ହେବ ଯାଜପୁର ସହର :ବିଜେଡି ପ୍ରତିଷ୍ଠା ଦିବସରେ ପ୍ରଣବ କରାଇଲେ ସଂକଳ୍ପ

- Advertisement -

ଯାଜପୁର : ବଦଳୁଛି ଯାଜପୁର ସହର ପରିପଳ ବ୍ୟବସ୍ଥା । ସଚେତନ ହେଲେଣୀ ଯୁବଗୋଷ୍ଠୀ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ଯେଉଁ ସ୍ୱପ୍ନ ଦେଖୁଛନ୍ତି ଯାଜପୁରକୁ ନୂଆରୂପ ଦେବା ପାଇଁ ସେଥିରେ ଯେପରି ପରିମଳ ବ୍ୟବସ୍ଥା ବାଧକ ନସାଜେ ସେଥିଳାଗି ବିଧାୟକ ନିଜେ ହାତରେ ଝାଡ଼ୁ,କୋଦାଳ ଧରି ଅଳିଆ ଆର୍ବଜନା ମୁକ୍ତ ଯାଜପୁର ସହର କରିବାକୁ ଲାଗିପଡ଼ିଛନ୍ତି । ଶୀତୁଆ ସକାଳେ ଯେତେବେଳେ ବହୁ ଲୋକ ବିଛଣାରେ ଶୋଇରହୁଛନ୍ତି ସେତେବେଳେ ବିଧାୟକ ହାତରେ ଛାଡ଼ୁ ଧରି ଜଣେ ସାଧାରଣ ସଫେଇ କର୍ମଚାରୀ ପରି ରାସ୍ତାଘାଟରୁ ଅଳିଆ ଆର୍ବଜନା ସଫା କରି ଯାଜପୁର ସହରର ପରିମଳ ବ୍ୟବସ୍ଥାକୁ ସୁଧାରୁଛନ୍ତି । ଯେହେତୁ ବିଧାୟକ ନିଜେ ସଫେଇ କାମ କରୁଛନ୍ତି ଏଥିରେ ଅନୁପ୍ରାଣିତ ହୋଇ ବହ ୁଯୁବଗୋଷ୍ଠୀ ମଧ୍ୟ ଏହି ଅଭିଯାନରେ ସାମିଲ ହେଉଛନ୍ତି । ଭୋର ୫ଟାରୁ ଯୁବଗୋଷ୍ଠୀ ବିଧାୟକଙ୍କ ସହ ଏକାଠି ହୋଇ ସହରକୁ ସ୍ୱଚ୍ଛ ରଖିବା ପାଇଁ ସଫେଇ କାମରେ ଲାଗିପଡ଼ିଛନ୍ତି ।
ବିଜେଡ଼ିର ୨୩ତମ ପ୍ରତିଷ୍ଠା ଦିବସ ଅବସରରେ ଅବସରରେ ମୋ ସହରର ପରିମଳ ମୋ ହାତରେ ନାରା ଦେଇ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ଜିଲ୍ଲାପାଳ କାର୍ଯ୍ୟାଳୟରୁ ସଫେଇ ଅଭିଯାନ ଆରମ୍ଭ କରିଥିଲେ । ବିଧାୟକଙ୍କ ସହ ଏହି ସଫେଇ ଅଭିଯାନରେ ସ୍ଥାନୀୟ ଯୁବକମାନେ ମଧ୍ୟ ସାମିଲ ହୋଇଥିଲେ । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଂଚମ ପାଳିରେ ଯେଉଁ ଆହ୍ୱାନ ଦେଇଥିଲେ ତାହାକୁ ଅକ୍ଷର ଅକ୍ଷରେ ତାଙ୍କର ଅତି ବିଶ୍ୱସ୍ତ ଓ ପ୍ରିୟ ବିଧାୟକ ପ୍ରଣବ ପାଳନ କରିବା ସହ ବିଜେଡ଼ିର ଯୁବ କର୍ମୀମାନଙ୍କୁ ମଧ୍ୟ ଏହି ନୀତିରେ ପକାଉଛନ୍ତି । ବିଳାସପୂର୍ଣ୍ଣ ଜୀବନଯାପନ ଛାଡ଼ି ନମ୍ର ଓ ସରଳ ଜୀବନଯାପନ କଟାଇ ଲୋକଙ୍କୁ ସେବା ଯୋଗାଇ ଦେବାକୁ ଯୁବଗୋଷ୍ଠୀଙ୍କୁ ପରାମର୍ଶ ଦେଇଛନ୍ତି ସେ । ଜଣେ ଯୁବ ବିଧାୟକଭାବେ ପ୍ରଣବ କେତେବେଳେ ଗାଁରେ ରାତି କଟାଇ ଗାଁ ପରିମଳ ବ୍ୟବସ୍ଥା ସୁଧାର ଆଣୁଛନ୍ତି ଆଉ କେତେବେଳେ ସହରରେ । ଲକ୍ଷ ରହିଛନ୍ତି ନିଜ ନିର୍ବାଚନୀ ମଣ୍ଡଳୀକୁ ସଂପୂର୍ଣ୍ଣ ସ୍ୱଚ୍ଛ କରିବା ପାଇଁ । ବିଧାୟକଙ୍କ ଏପରି ସ୍ୱପ୍ନକୁ ପୂରଣ କରିବା ପାଇଁ ଯୁବଗୋଷ୍ଠୀ ଏବେ ଲାଗିପଡ଼ିଛନ୍ତି । ତୃତୀୟଥର ପାଇଁ ଯାଜପୁରବାସୀଙ୍କ ଆର୍ଶୀବାଦରୁ ବିଧାୟକ ହେବା ପରେ ପ୍ରଣବ ନିଜ ନିର୍ବାଚନୀ ମଣ୍ଡଳୀର ପ୍ରତ୍ୟେକ ଘରୁ ଜଣେ ଜଣେ ସମାଜସେବକ ସୃଷ୍ଟି କରିବାକୁ ଲକ୍ଷ ରଖିଥିଲେ । ଯାହା ଏବେ ବାସ୍ତବ ରୂପ ନେଇସାରିଛି ତାହା ଏହି ସଫେଇ ଅଭିଯାନକୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି । ଯେଉଁ ଯୁବଗୋଷ୍ଠୀମାନେ ଦିନ ୧୦ଟା ପର୍ଯ୍ୟନ୍ତ ଶୋଇ ରହୁଥିଲେ ଆଜି ସେହି ଯୁବଗୋଷ୍ଠୀମାନେ ନିଜ ସହରକୁ ପରିଷ୍କାର ପରିଚ୍ଛନ କରିବା ପାଇଁ ହାତରେ ଝାଡ଼ୁ ଓ କୋଦାଳ ଧରି ସକାଳୁ ସକାଳୁ ସଫେଇ କାମରେ ଲାଗି ପଡ଼ିଛନ୍ତି । ନିଜ ସହର ଓ ନିଜ ଗାଁର ଦାୟିତ୍ୱ ମୋ ନିଜ ହାତରେ ବାର୍ତ୍ତା ଘରେ ଘରେ ପହଞ୍ଚାଇବାରେ ବିଧାୟକ ପ୍ରଣବ ପ୍ରକାଶ ଦାସ ସଫଳ ହୋଇଛନ୍ତି ତାହା ଏବେ ଲୋକେ କୁହାକୁହିଁ ହେଲେଣୀ । ବିଜେଡ଼ର ୨୩ ତମ ପ୍ରତିଷ୍ଠା ଦିବସରେ ଯୁବ ଓ ଛାତ୍ର ବିଜେଡ଼ିର ଏହି ସଫେଇ ଅଭିଯାନରେ ସାମିଲ ହୋଇ ବିଧାୟକ ସଭିଁଙ୍କୁ ଉତ୍ସାହୀତ କରିଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles