ପ୍ରତିଷ୍ଠା ଦିବସରେ ନବୀନଙ୍କ ବଡ଼ପଣକୁ ବଖାଣିଲେ ବବି..

- Advertisement -

ଯାଜପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବିରଳ ବ୍ୟକ୍ତି l ଯେ ସାରା ଭାରତ ଓ ପୃଥିବୀ ବୁଲୁଥିଲେ l ହେଲେ ଯେଉଁଦିନ ସେ ଓଡ଼ିଶାର ଦାୟିତ୍ୱ ନେଲେ ସେ ଦିନ ଠାରୁ ଓଡିଶା ଛାଡି ଯାଉନାହାନ୍ତି l କାରଣ ସେ ସାଢେ 4କୋଟି ଓଡ଼ିଆକୁ ନିଜର ପରିବାର ବୋଲି ଭାବୁଛନ୍ତି l କାଳେ ସେ ବାହାରକୁ ଗଲେ ଓଡ଼ିଶାର ଚାଷୀ ଦୁଃଖରେ ରହିବେ ଓଡ଼ିଶାବାସୀ ତାଙ୍କ ସହଯୋଗ ପାଇବେ ନାହିଁ ଖାସ ସେଥିଲାଗି ଆଜକୁ 20ବର୍ଷ ହେବ ସେ ଓଡିଶା ବାହାରକୁ ଯାଉନାହାନ୍ତି l ଏପରି ମୁଖ୍ୟମନ୍ତ୍ରୀ ପାଇବା ବିରଳ l ଯେଉଁଠି ପାଇଁ ଓଡ଼ିଶାବାସୀ ତାଙ୍କୁ 5ଥର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି l 23ବର୍ଷରେ ବିଜେଡି ପାଦ ଥାପିବା ପରେ ଯାଜପୁରରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ଯାଜପୁର ବିଧାୟକ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ଉପରେ ଏପରି କହିଥିଲେ ନିଜ ଅଭିଭାଷଣରେ l ବେଶ କିଛି ସମୟ ବିଧାୟକ ଭାବପ୍ରବଣ ହୋଇପଡିଲେ l ଏହା ସହ ବିଜୁ ଜନତା ଦଳ ଏବେ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା ତୃଣମୂଳ ସ୍ତରରୁ ଅନୁଭବ କରିହେଉଛି ବୋଲି ବବି କହିଥିଲେ l ଯାଜପୁର ବିରଜା ମଣ୍ଡପ, ଦଶରଥପୁର ଠାରେ ଜ଼ିଲ୍ଲା ବିଜେଡି ପକ୍ଷରୁ ଆୟୋଜିତ ସଭାରେ ଯୋଗ ଦେଇ ଉପସ୍ଥିତ ବିଜେଡି କର୍ମୀ ଓ ନେତାଂକୁ ପ୍ରଣବ ଏପରି ବାଣୀ ଶୁଣାଇଥିଲେ l ଏହା ସେବା ମନବୃତ୍ତିକୁ ଆପଣାଇ ଲୋକଙ୍କୁ ସୁଖ ଦୁଃଖରେ ସାଥି ହେବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ନିର୍ଦେଶ ଦେଇଛନ୍ତି ତାକୁ ଅକ୍ଷର ଅକ୍ଷରେ ପାଳନ କରିବାକୁ ବିଧାୟକ ଉପସ୍ଥିତ ବିଜେଡି କର୍ମୀ ଓ ନେତାଂକୁ କହିଥିଲେ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles