ଯାଜପୁର ସାଜିଲା ଉଦାହରଣ : ବିଜୁ ଯୁବବାହିନୀଙ୍କୁ ପ୍ରଶଂସା..

- Advertisement -

ଯାଜପୁର : ସାଢେ ୪କୋଟି ଓଡ଼ିଅା ମୋ ପରିବାର । ସେମାନଙ୍କ ସୁଖ ଓ ଦୁଃଖରେ ସାମିଲ ହୁଅ । ୨୦ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାର୍ତ୍ତା ଦଳୀୟ ନେତା ଓ କର୍ମୀଙ୍କୁ ଦେଇଅାସୁଛନ୍ତି । ଯାହାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରୁଛନ୍ତି ସ୍ଥାନୀୟ ନେତାମାନେ । ଅାଉ ଏ ସବୁର ପରିଚାଳନା ଦାୟିତ୍ୱ ନ୍ୟସ୍ତ ଅଛି ବିଧାୟକଙ୍କ ପାଖରେ । ଯାହା ବର୍ତ୍ତମାନ କରୋନାକୁ ନେଇ ସଚେତନକା କାର୍ଯ୍ୟକ୍ରମ ଦେଖିଲେ ଯେ କେହି ଅନୁମାନ କରିପାରିବ । ଯେତେବେଳେ କରୋନା ସହ ପୁରା ବିଶ୍ୱ ଲଢୁଛି ଠିକ ସେତିକି ବେଳେ ଲୋକଙ୍କ ସଚେତନ କରିବା ପାଇଁ ଯାଜପୁରର ବିଜୁ ଯୁବବାହିନୀ ଅାଗକୁ ଅାସିଛନ୍ତି । କାରଣ କରୋନା ନେଇ ଏଯାଏ ପ୍ରତିଶୋଧକ ଓୗଷଧ ମିଳିନାହିଁ । ଏପରି ସ୍ଥଳରେ ସତର୍କ ଓ ସଚେତନତା ହିଁକରୋନା ରୋକିବାର ମୁଖ୍ୟ ମାଧ୍ୟମ । ଯେଉଁଥି ପାଇଁ ରାଜ୍ୟ ସରକାର ବ୍ୟାପକ ସର୍ତକ ସଚେତନକା ଅାରମ୍ଭ କରିଛନ୍ତି । ବିଧାନସଭା ସ୍ଥଗିତ କରି ନେତାଙ୍କୁ ଲୋକମାନଙ୍କୁ ସଚେତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ଗୁରୁମନ୍ତ୍ର । ଅାଉ ଏହି ଗୁରୁମନ୍ତ୍ରକୁ କିପରି ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରାଯିବ ତାହାର ଦାୟିତ୍ୱ ନେଇଛନ୍ତି ବିଜେଡ଼ିର ସଂଗଠନ ସମ୍ପାଦକ ପ୍ରବଣ ପ୍ରକାଶ ଦାସ । ଯେଉଁ ବିଜୁ ଯୁବ ବାହୀନିକୁ ନେଇ ବିରୋଧୀ ବିଭିନ୍ନ ସମୟରେ ନାନା ପ୍ରଶ୍ନ କରୁଛନ୍ତି ସେହି ଯୁବବାହୀନର ସଦସ୍ୟମାନେ କିପରି କରୋନା ନେଇ ସାଧାରଣ ଲୋକଙ୍କୁ ସଚେତନ କରୁଛନ୍ତି ତାହା ଏକ ପ୍ରମାଣ ଜଳଜଳ କରି ଦିଶୁଛି ସମଗ୍ର ଯାଜପୁର ଜିଲ୍ଳାରେ । ଯାଜପୁର ନିବାର୍ଚନୀ ମଣ୍ଡଳୀରେ କରୋନା ନେଇ ବିଜୁ ଯୁବବାହିନୀର କର୍ମକତ୍ତାର୍ମାନେ ନାନା ସଚେତନକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଘରେ ଘରେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ମେଡ଼ିକାଲ,ଛକ, ସର୍ବସାଧାରଣ ସ୍ଥାନରେ ପରିଷ୍କାର ଓ ପରିଚ୍ଛନ କରିବା ସହ ଲୋକଙ୍କ ସାନିଟାଇଜର ଓ ବାସୁନରେ ହାତ ଧୋଇବା ପାଇଁ ସଚେତନ କରୁଛନ୍ତି । ଏହାସହ ସତର୍କ ଓ ସଚେତନ ରହିଲେ କରୋନା କିପରି ପାଖେ ଅାସିବ ନାହିଁ ସେବା ଘରେଘରେ ପହଞ୍ଚାଉଛନ୍ତି । ଯାଜପୁର ବିଧାୟକ ତଥା ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପରାମର୍ଶରେ ଯୁବବାହିନୀ ସବୁ ଭୂଲି ଏହି କାମରେ ଲାଗିଛନ୍ତି । ଯାଜପୁର ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ଭବ ପ୍ରସାଦ ଦାସ, ବହୁ କପୋର୍ରେଟର, ଯୁବାହିନୀର କର୍ମକତ୍ତାର୍ମାନେ ଏହି ସଚେତନ କାର୍ଯ୍ୟକ୍ରମରେ ନିଜରକୁ ସାମିଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ଅକ୍ଷର ଅକ୍ଷର ପାଳନ କରି ଯୁବ କର୍ମକତ୍ତାର୍ମାନେ ଲୋକଙ୍କୁ ସଚେତନ କରୁଛନ୍ତି । ଯାଜପୁର ଜିଲ୍ଲାର ଯୁବବାହିନୀମାନଙ୍କ ଏପରି କାର୍ଯ୍ୟକ୍ରମ ଅନ୍ୟ ଜିଲ୍ଲାପାଇଁ ଏବେ ଉଦାହରଣ ସାଜିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles