ହିରୋ ଅଫ୍‌ ଆନିମଲ” ପୁରସ୍କାର ପାଇବେ ନବୀନ

- Advertisement -

 ନବୀନଙ୍କୁ ମିଳିବ ହିରୋ ଅଫ୍‌ ଆନିମଲ” ପୁରସ୍କାର

(PETA) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରାଯିବ !

ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୌରାଞ୍ଚଳରେ ପଶୁପକ୍ଷୀଙ୍କୁ ଖାଦ୍ୟଯୋଗାଣ ପାଇଁ ୫୪ ଲକ୍ଷ ଟଙ୍କାର ବ୍ୟୟବରାଦ କରିଥିଲେ  !

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ “ହିରୋ ଅଫ୍‌ ଆନିମଲ” ପୁରସ୍କାର ! ଏହି ପୁରସ୍କାର ଦେବ ପେଟା ଇଣ୍ଡିଆ ! ସାରା ଦେଶରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରି ସମ୍ମାନର ହକଦାର ହୋଇଛି ଓଡ଼ିଶା l କରୋନା ଲକ୍‌ଡାଉନ୍‌ ସମୟରେ ରାଜ୍ୟରେରେ ଥିବା ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଇବା ଲାଗି ସ୍ବତନ୍ତ୍ର ବ୍ୟବୟବରାଦ କରି କେବଳ ଦେଶ ମଧ୍ୟରେ ନୁହେଁ, ସାରା ବିଶ୍ୱରେ ଉଚ୍ଚ ପ୍ରଶାଂସିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏଥିପାଇଁ ଅନ୍ତର୍ଜାତୀୟ ପଶୁସେବା ସଂସ୍ଥାନ ପିପୁଲ୍ ଫର୍‌ ଦ ଏଥିକାଲ ଟ୍ରିଟ୍‌ମେଣ୍ଟ ଅଫ୍‌ ଆନିମଲ୍‌ସ (PETA) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରାଯିବ ! ପେଟର ଅଫିସିଆଲ ୱେବସାଇଟରେ ଏହି ସୂଚନା ଦେଇଛନ୍ତି ପେଟାର ଭାରତ ସିଇଓ ଡକ୍ଟର ମଣିଲାଲ୍‌ ଭାଲିୟାତେ ! ଜନବସତିରେ ରହୁଥିବା ପଶୁପକ୍ଷୀ ହୋଟେଲ, ଦୋକାନ ବଜାରରେ ଫିଙ୍ଗା ହେଉଥିବା ଖାଦ୍ୟ ଉପରେ ନିର୍ଭର କରିନ୍ତି ! ଲକକ୍‌ଡାଉନ୍‌ ସମୟରେ ଦୋକାନବଜାର ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ଲୋକାମନେ ମଧ୍ୟ ଘରୁ ବାହାରୁ ନାହାନ୍ତି ! ଏଭଳି ସମୟରେ ବୁଲା ପଶୁପକ୍ଷୀ ଭୋକରେ ବଞ୍ଚୁଛନ୍ତି ! ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ କୃତଜ୍ଞ ଯେ ସେ ଏହି ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଣ ନିମନ୍ତେ ସ୍ବତନ୍ତ୍ର ପାଣ୍ଠି ଦେଇଛନ୍ତି ! ସେଥିପାଇଁ ତାଙ୍କୁ ପେଟା ପକ୍ଷରୁ ସମ୍ମାନିତ କରାଯିବ ବୋଲି ପେଟା ଇଣ୍ଡିଆ ସିଇଓ ସୂଚନା ଦେଇଛନ୍ତି ! ସମ୍ମାନ ସ୍ବରୂପ ମୁଖ୍ୟମନ୍ତ୍ରୀ ପେଟା-ଭାରତ ଠାରୁ ଏକ ସମ୍ମାନଫଳକ ଓ ପ୍ରଶଂସାପତ୍ର ଗ୍ରହଣ କରିବେ ! ସାରା ଦେଶରେ ଲକଡାଉନ ଚାଲିଥିବାରୁ କେବେ ସମ୍ମାନିତ କରାଯିବ ତାରିଖ ସ୍ଥିର ହୋଇନାହିଁ ! କିଛିଦିନ ତଳେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ରାଜ୍ୟର ୫ ମହାନଗର ଓ ୪୮ଟି ପୌରାଞ୍ଚଳରେ ପଶୁପକ୍ଷୀଙ୍କୁ ଖାଦ୍ୟଯୋଗାଣ ପାଇଁ ୫୪ ଲକ୍ଷ ଟଙ୍କାର ବ୍ୟୟବରାଦ କରିଛନ୍ତି !

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles