ଯାଜପୁରରେ ଆଇନକୁ ଫୁ : sbi ଶାଖାରେ ରହୁନି ସାମାଜିକ ଦୂରତା

- Advertisement -

ଯାଜପୁର :  କରୋନା ମୁକାବିଲା ପାଇଁ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବାହାରକୁ ନ ବାହାରି ଘରେ ରହିବାକୁ ନିବେଦନ କରିଛନ୍ତି । ହେଲେ ଯାଜପୁରରେ କେତେକ ଅଂଚଳରେ ଲୋକେ ଏହା ମାନିବାକୁ ନାରାଜ। ଫଳରେ ପୋଲିସ ଚିନ୍ତାରେ ପଡିଛି l ଯାଜପୁର ସହରର କୋଟବସନ୍ତ sbi ଶାଖାରେ ସାମାଜିକ ଦୂରତାକୁ ଲୋକେ ମାନୁନାହାନ୍ତି l ବ୍ୟାଙ୍କ ଖୋଲିଲା ମାତ୍ର ଲୋକେ ଭିଡ଼ ଜମାଉଛନ୍ତି l ତେଣୁ ଜିଲ୍ଲା ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବା ଆବଶ୍ୟକ l ତହସିଲଦାର, ବିଡ଼ିଓ, ପୋଲିସ ସାରା ଅଞ୍ଚଳରେ ଦିନ ତମାମ ବୁଲି ଲୋକଙ୍କୁ ଘରୁ ନ ବାହାରିବାକୁ ବୁଝାଉଛନ୍ତି। ହେଲେ ଲୋକେ ଏହା ବୁଝିବାକୁ ନାରାଜ । ବିଭିନ୍ନ ସମୟରେ ବିଭିନ୍ନ ଆଳ ଦେଖାଇ ସେମାନେ ବାହାରେ ବୁଲୁଛନ୍ତି । ବଜାରକୁ ଯିବା ବାହାନାରେ ସେମାନେ ଯାଜପୁର ସହରରେ ଗହଳି ସୃଷ୍ଟି କରୁଛନ୍ତି। ଯାହା କି ବର୍ତ୍ତମାନ ସମୟରେ ଏକ ଅପରାଧ । ଆଜି sbi ସମୁଖରେ ଲୋକଙ୍କ ଭିଡ ଦେଖି  ଲୋକେ ଚିନ୍ତିତ ହୋଇଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles