ମୋଦିଙ୍କ ନୂଆ ଆହ୍ୱାନ: ରାତି ୯ଟାରେ ୯ମିନିଟ୍

- Advertisement -

ମୋଦି ଦେଲେ ନୂଆ ଆହ୍ୱାନ

ରାତି ୯ଟାରେ ୯ମିନିଟ 

ଦୀପ , ମହମବତୀ, ମୋବାଇଲ ଲାଇଟ ଜାଳିବା

ବିଦ୍ୟୁତ ବନ୍ଦ କରିବା 

ସାମାଜିକ ଦୂରତା ବଜାୟ ରଖିବା 
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ଏକ ଭିଡିଓ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ ଲୋକଙ୍କୁ ସମ୍ବୋଧନ କରି କହିଛନ୍ତି ଏପ୍ରିଲ୍ ୫ ତାରିଖ ରାତି ୯ଟାରେ ଘରର ସମସ୍ତ ଲାଇଟ୍ ଲିଭାଇ ଦିଅନ୍ତୁ । ଏହା ପରେ ଦୁଆର କିମ୍ବା ବାଲକୋନିକୁ ଯାଇ ୯ ମିନିଟ୍ ପାଇଁ ମହମବତି, ଦୀପ, ଟର୍ଚ, ମୋବାଇଲ୍ ଲାଇଟ୍ ଜାଳିବା ।
ଏହା କରୋନାଭାଇରସ୍ ବିରୋଧରେ ଲଢ଼ିବାକୁ ଆମର ସାମୂହିକ ଶକ୍ତିର ପରିପ୍ରକାଶ ବୋଲି ପ୍ରଧାମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି ।
ଏହା ସହ ସେ କହିଛନ୍ତି କି, ଲକଡାଉନକୁ ସମ୍ମାନ ଦେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । ଲକଡାଉନ୍ ସମୟରେ ଲୋକମାନଙ୍କର ଅଭୂତପୂର୍ବ ଶୃଙ୍ଖଳା ଓ ସେବାଭାବ ପ୍ରଶଂସାଯୋଗ୍ୟ । ଲକଡାଉନ୍ ସମୟରେ ଆମେ ଘରେ ଅଛନ୍ତି । କିନ୍ତୁ, ସମଗ୍ର ଦେଶର ସାମୂହିକ ସାମର୍ଥ୍ୟ ଆମ ସମସ୍ତଙ୍କ ସହ ଥିବାରୁ ଆମେ ଏକାକୀ ନୁହନ୍ତି । ଏବେ ସାରା ଦେଶ କରୋନା ସହ ଲଢ଼ିବାକୁ ଏକଜୁଟ ହେବାର ଏକ ମାଧ୍ୟମ ବୋଲି ମୋଦି କହିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles