ସଚେତନତା ହିଁ କରୋନାର ମୋହଷଧୀ

ଭବନେଶ୍ୱର : ଧୀରେ ଧୀରେ କରୋନା ସାରା ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଦେଶ ତଥା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା କି ସରକାର ତଥା ଲୋକମାନଙ୍କ ଚିନ୍ତାର କାରଣ ପାଲଟିଛି । କରୋନା ମହାମାରୀକୁ ଭଲ କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ବାହାରି ନାହିଁ । ଏ ମହାମାରୀକୁ ପରାସ୍ତ କରିବାକୁ ହେଲେ କେବଳ  ସଚେତନତା ଓ ସାମାଜିକ ଦୁରତାକୁ ଆପଣାଇବାକୁ ପଡିବ।
ସେଥିପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ବାରମ୍ବାର ବୁଝାଉଛନ୍ତି । ଘରୁ ନ ବାହାରି ଘରେ ରହିବା ପାଇଁ । ଯଦି କିଛି ଗୁରୁତ୍ୱପୂର୍ଣ୍ଣ କାମ ନାହିଁ ତାହାଲେ ଘରୁ ବାହାରନ୍ତୁ ନାହିଁ। ହେଲେ ବିଡ଼ମ୍ବନାର ବିଷୟ ଅନେକ ଲୋକ ଏହାକୁ ହାଲକାରେ ନେଉଛନ୍ତି। ଆଉ ଅନେକ ସମୟରେ ବିଭିନ୍ନ ଆଳ ଦେଖାଇ ବାହାରେ ବୁଲୁଛନ୍ତି । ଯାହା କି ଭବିଷ୍ୟତରେ ଏ ରୋଗ ବଢିବାର ମୁଖ୍ୟ କାରଣ ହୋଇପାରେ । ସେମାନେ ଏ ପର୍ଯ୍ୟନ୍ତ ସଚେତନ ହେବାରେ ଅସମର୍ଥ । ସେମାନେ ବୁଝିପାରୁନାହାନ୍ତି ଯେ ପ୍ରଶାସନକୁ ନୁହଁ ବରଂ ନିଜେ ଏବଂ ନିଜ ପରିବାରକୁ ଠକୁଛନ୍ତି । କରୋନା ଜଣଙ୍କୁ ହେଲାମାନେ ଅନ୍ୟ ଜଣଙ୍କୁ ଡେଇଁବା ପାଇଁ ଅଧିକ ସମୟ ନିଏ ନାହିଁ । ଆମ ସାମ୍ନାରେ ଏହାର ଅନେକ ଉଦାହରଣ ମଧ୍ୟ ଅଛି । ଯେମିତି କି ଭବନେଶ୍ୱର ବମିଖାଲ ଅଞ୍ଚଳରେ ପ୍ରଥମେ ଜଣଙ୍କୁ କରୋନା ହୋଇଥିଲା । ପରବର୍ତ୍ତୀ ସମୟରେ ଗୋଟିଏ ପରିବାରରୁ ୧୬ ଜଣଙ୍କୁ ଏହା ଆକ୍ରାନ୍ତ କରିଥିଲା । ଏହି ଘଟଣାରୁ ଆମକୁ ଅନେକ ଶିଖିବାର ଅଛି । କି ନିଜକୁ ଯଦି ଆମେ ଘରେ ରଖୁଛନ୍ତି। ତାହାଲେ ଆମ ପରିବାରକୁ ମଧ୍ୟ ସୁରକ୍ଷିତ ରଖୁଛନ୍ତି । ଆମର ଟିକେ ଟିକେ ଅବହେଳା ସରକାରଙ୍କ ଏତେ ବଡ଼ କରୋନା ବିରୋଧୀ ଲଢ଼େଇ ପାଣି ଫୋଟକା ପରି ମିଳେଇଯିବ।
ବିଭିନ୍ନ ସ୍ଥାନରୁ ଖବର ଆସୁଛି କି ଲୋକ ସାମାଜିକ ଦୁରତାକୁ ମାନୁନାହାନ୍ତି। ଯେଉଁଥିପାଇଁ କି ପୋଲିସକୁ ଲାଠି ଚାର୍ଜ ମଧ୍ୟ କରିବାକୁ ପଡୁଛି। ଏହା ସ୍ପଷ୍ଟ ଏହି ନିୟମକୁ ଅଧିକ ଶିକ୍ଷତ ଲୋକ ଭାଙ୍ଗୁଛନ୍ତି। କାରଣ ସହରରେ ଏଥିରେ ଅନେକ ସମୟରେ ବ୍ୟତିକ୍ରମ ହେବା ଗଣ ମାଧ୍ୟମରେ ଦେଖିବାକୁ ମିଳୁଛି। କିଛି କାମ ନ୍ ଥାଇ ବାହାରେ ବୁଲୁଛନ୍ତି। ଏବେ ସୋସିଆଲ ମିଡିଆରେ ମାଲକାନଗିରି ଆଦିବାସୀ ଆଞ୍ଚଳର ଏକ ଫୋଟ ଘୁରି ବୁଲୁଛି । ସେଥିରେ କିଛି ମହିଳା ଗୋଟେ ନଳକୁଅରୁ ପାଣି ଆଣିବା ପାଇଁ ଛିଡା ହୋଇଛନ୍ତି। ହେଲେ ସମସ୍ତେ ସାମାଜିକ ଦୁରତାକୁ ଗୁରୁତ୍ୱଦେଇଛନ୍ତି।
ସେ ମହିଳାମାନେ ସେତେ ଅଧିକ ଶିକ୍ଷିତ ନୁହନ୍ତି। ତଥାପି ସେମାନେ ସରକାରଙ୍କ ନିର୍ଦ୍ଦେଶକୁ ମାନୁଛନ୍ତି। କରୋନାର ଭୟବହତା ବୁଝିଛନ୍ତି । ସେଥିପାଇଁ ସେମାନେ ମୂଳରୁ ସଜାଗ।ହେଲେ କିଛି ଲୋକ ନିଜକୁ ଅଧିକ ଜ୍ଞାନୀ ଭାବି ସରକାରଙ୍କ ଆଇନକୁ ଫୁ କରି ଉଡେଇ ଦେଉଛନ୍ତି। ଯାହାକି ଭବିଷ୍ୟତରେ କରୋନାକୁ ପ୍ରସାରିତ କରିବାରେ ମୁଖ୍ୟ ବାହକ ହୋଇପାରେ। ତେଣୁ ବେଳ ଥାଉ ଥାଉ ସମସ୍ତେ ସଚେତନ ହେବା ଆବଶ୍ୟକ । ଆମେ ସମସ୍ତେ ସଚେତନ ହେଲେ ହିଁ ଏ କରୋନା ରୂପୀ ମାହାମାରୀକୁ ପରାସ୍ତ କରିପାରିବା ।

ହଜାର ଟଙ୍କା ପାଇଁ ହଜାର ଜୀବନ ବାଜିରେ….

ଯାଜପୁର : କରୋନା କାୟା ବିସ୍ତାର କରିବାରେ ଲାଗିଛି l ଯାଜପୁରରେ ବି ଜଣେ କରୋନା ରୋଗୀ ଚିହ୍ନଟ ହୋଇଛି l ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏ ସାମାଜିକ ଦୂରତା ବଜାୟ ରହିଵା ପାଇଁ ବାରମ୍ବାର ଅନୁରୋଧ କରୁଛନ୍ତି l ହେଲେ ଏହାକୁ ମାନିବାକୁ ନାରାଜ ଲୋକେ l ରାସନ, ଏକ ହଜାର ଭର୍ତ୍ତା ପାଇଁ ଲୋକେ ମାନେ ନିଜର ଜୀବନ ବାଜିଲଗାଇଛନ୍ତି l

ବିଭିନ୍ନ ସମୟରେ ବିଭିନ୍ନ ଆଳ ଦେଖାଇ ସେମାନେ ବାହାରେ ବୁଲୁଛନ୍ତି । ବଜାରକୁ ଯିବା ବାହାନାରେ ସେମାନେ ଅଯଥା ଗହଳି ସୃଷ୍ଟି କରୁଛନ୍ତି। ଯାହା କି ବର୍ତ୍ତମାନ ସମୟରେ ଏକ ଅପରାଧ । ଆଜି ସକାଳୁ ଏକ ହଜାର ଟଙ୍କା ଭର୍ତ୍ତା ନେବା ପାଇଁ ଭିନ୍ନ ଜାଗାରେ ଲୋକମାନେ ନାହିଁନଥିବା ଭିଡ ଜମାଇଛନ୍ତି l  ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି l

କେନ୍ଦ୍ରାପଡାରୁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ:

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ରାଜ୍ୟରେ ଏବେ ଆଉ ଜଣେ କରୋନା ପଜେଟିବ ଚିହ୍ନଟ ହୋଇଛନ୍ତି । ସେ କେନ୍ଦ୍ରାପଡା ଜିଲ୍ଲାର ।ତାଙ୍କ ବୟସ ୩୨ ବର୍ଷ। ସେ ମାର୍ଚ୍ଚ ୨୪ ରେ ଦୁବାଇ ରୁ ଫେରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ପଜେଟିବଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି । ଯାହାକୁ ନେଇ ରାଜ୍ୟ ସରକାର ଙ୍କ ଚିନ୍ତା ବଢିଯାଇଛି ।

ଦେଶର ଦ୍ଵିତୀୟ ବୃହତ୍ତମ କୋଭିଡ ହସ୍ପିଟାଲ ସୋଆ ଦ୍ଵାରା ଆରମ୍ଭ

ଭୁବନେଶ୍ୱର, ଏପ୍ରିଲ 6: କରୋନା ମହାମାରୀ ଆତଙ୍କର ମୁକାବିଲା କରିବା ପାଇଁ ସାରାଦେଶ ଏବେ ଲକଡାଉନ ରେ ଥିବା ବେଳେ ରୋଗୀ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଓ ସମ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଥିବା ଓଡିଶାର ବୃହତ୍ତମ କୋଭିଡ୍ ହସ୍ପିଟାଲ ସୋମବାର ଏଠାରେ କାର୍ଯ୍ୟକ୍ଷମ ହୋଇଛି ।

25 ଟି ଆଇସିୟୁ ଶଯ୍ୟା ସମେତ 525 ଶଯ୍ୟା ବିଶିଷ୍ଟ ଦେଶର ଏହି ଦ୍ଵିତୀୟ ବୃହତ୍ତମ କୋଭିଦ୍ ହସ୍ପିଟାଲଟି ଭିଡିଓ କନଫରେନସିଂ ମାଧ୍ୟମରେ ଉଦଘାଟିତ ହୋଇଯାଇଛି ।

ଏହି ଉଦଘାଟନୀ ମୁହୂର୍ତ୍ତରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ନୂଆଦିଲ୍ଲୀରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ବିଭାଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଷୀ ଉପସ୍ଥିତ ଥିଲେ । ସେହିପରି ଭୁବନେଶ୍ୱରରେ ମୁଖ୍ୟଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ଶ୍ରୀ ସୁରେଶ ମହାପାତ୍ର, 5ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ ଉପସ୍ଥିତି ଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତ ଡାକ୍ତର ଓ ସ୍ଵାସ୍ଥ୍ୟ ସେବା କର୍ମଚାରୀ ମାନଙ୍କୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସାର ଦାୟିତ୍ୱ ନେଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ମହାନଦୀ କୋଲଫିଲ୍ଡ ଲିମିଟେଡ ଏହି ହସ୍ପିଟାଲ ପାଇଁ ଆର୍ଥିକ ସହଯୋଗ କରିଥିବାରୁ କୃତଜ୍ଞତା ଜଣାଇଥିଲେ । ଏହି ହସ୍ପିଟାଲ ଖୁବ କମ ସମୟରେ ସୋଆ ସ୍ଥାପନ କରି ପାରି ଥିବାରୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦ୍ୱାରା ନିଆଯାଇଥିବା ଉପଯୁକ୍ତ ଓ ସମୟ ଉପଯୋଗୀ ପଦକ୍ଷେପକୁ ପ୍ରଶଂସା କରିବା ସହ ପ୍ରଶାସନ ଦ୍ୱାରା 3 ଟି ସହରରେ କରାଯାଇଥିବା 48 ଘଣ୍ଟିଆ ‘ସଟ ଡାଉନ’ ଏକ ବଡ ପଦକ୍ଷେପ ବୋଲି କହିଥିଲେ । ଏହାଦ୍ୱାରା ଅନେକ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇପାରିଲେ ବୋଲି ସେ କହିଥିଲେ । କରୋନା ମହାମାରୀ ସାରାବିଶ୍ୱର ମାନସିକତାକୁ ଦୋହଲାଇ ଦେଇଛି । ତେଣୁ ସମସ୍ତ ପ୍ରକାର ରାଜନୈତିକ ଭେଦଭାବ କୁ ଭୁଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନିଷ୍ପତିଗୁଡିକୁ ମାନି ଏହି ମହାମାରୀ ର ମୁକାବିଲା କରିବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଥିଲେ ।

ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ କରୋନା ମୁକାବିଲା ଲାଗି କେନ୍ଦ୍ର ପକ୍ଷରୁ ରାଜ୍ୟକୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ । ଏହି ନୂତନ ହସ୍ପିଟାଲ ରାଜ୍ୟ ପାଇଁ ଏକ ବହୁତ ବଡ ସମ୍ପଦ । ତେବେ ଏହି ହସ୍ପିଟାଲକୁ କୌଣସି ରୋଗୀ ନ ଆସିଲେ ଭଲ ଏବଂ ଯଦିବା ଆସିବେ ତେବେ ସମ୍ପୂର୍ଣ ସୁସ୍ଥ ହୋଇ ଫେରନ୍ତୁ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ଉଭୟ ଶ୍ରୀ ପ୍ରଧାନ ଓ ଶ୍ରୀ ଯୋଶୀ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ କୋଭିଡ ହସ୍ପିଟାଲ ସ୍ଥାପନ ନେଇ ତାଙ୍କ ତତ୍ପରତା ର ଉଚ୍ଚ ପ୍ରଶଂସା କରିଥିଲେ ।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର କରୋନା ମୁକାବିଲା ପାଇଁ ବିଶ୍ୱବିଦ୍ୟାଳୟକୁ ଏଭଳି ସୁଯୋଗ ଦେଇଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ମହାମାରୀ ସହ ଯୁଦ୍ଧ କରିବା ପାଇଁ ସମ ର ଡାକ୍ତର, ନର୍ସ ଓ ମେଡିକାଲ କର୍ମଚାରୀ ପ୍ରସ୍ତୁତ ଅଛନ୍ତି ଓ ଦିନରାତି ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ସେ କହିଥିଲେ ।

ଖୁବଶୀଘ୍ର କେନ୍ଦ୍ରାପଡା ଓ ଅନୁଗୁଳ ରେ ମଧ୍ୟ ସମ ପକ୍ଷରୁ କୋଭିଡ ହସ୍ପିଟାଲ ଆରମ୍ଭ କରାଯିବ ବୋଲି ଏହି ଅବସରରେ 5 ଟି ସଚିବ ଶ୍ରୀ ପାଣ୍ଡିଆନ କହିଥିଲେ ।

ଏହି ଅବସରରେ ପୋଲିସ ଡିଜି ଶ୍ରୀ ଅଭୟ, କୋଭିଡ 19 ନିମନ୍ତେ ସରକାରଙ୍କ ପ୍ରମୁଖ ମୁଖପାତ୍ର ଶ୍ରୀ ସୁବ୍ରତୋ ବାଗଚି, ସୋଆ ର ବରିଷ୍ଠ କାର୍ଯ୍ୟକର୍ତା, ଏମସିଏଲ ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

ଗତ ମାର୍ଚ୍ଚ 26 ତାରିଖ ଦିନ ଓଡିଶା ସରକାର, ଏମସିଏଲ ଓ ଆଇଏମଏସ ଓ ସମ ହସ୍ପିଟାଲ ମଧ୍ୟରେ କୋଭିଡ 19 ହସ୍ପିଟାଲ ନେଇ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା । ଚୁକ୍ତି ଅନୁଯାୟୀ ଏମସିଏଲ ହସ୍ପିଟାଲକୁ ଆର୍ଥିକ ସାହାଯ୍ୟ ଯୋଗାଇବ । ହସ୍ପିଟାଲ ପକ୍ଷରୁ କରୋନା ସଂକ୍ରାମିତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯିବା ସହ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ଲାବୋରେଟୋରୀ, ରେଡିଓଲୋଜି, ଆଇସିୟୁ ର ବ୍ୟବସ୍ଥା କରାଯାଇଛି । ହସ୍ପିଟାଲରେ 500 ଟି ଶଯ୍ୟା ଓ 25 ଟି ଆଇସିୟୁ ଶଯ୍ୟା ର ବ୍ୟବସ୍ଥା ରହିଛି ।ସୋଆ ର କ୍ୟାମ୍ପସ 2 ର ଚାରି ମହଲା ବିଶିଷ୍ଟ କନଭେନସନ ସେଣ୍ଟର ରେ ଏହି ହସ୍ପିଟାଲ କାର୍ଯ୍ୟ କରୁଛି ।

ରାଜ୍ୟରେ ୭ କୋଭିଡ ହସ୍ପିଟାଲରେ ୧୫୪୭ ଶଯ୍ୟା ବ୍ୟବସ୍ଥା କଲେ ସରକାର

ଭୁବନେଶ୍ୱର : ଦେଶରେ କରୋନା ମୁକାବିଲା କରିବାରେ ଓଡ଼ିଶା ବେଶ ଆଗରେ ଆଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଓଡ଼ିଶାକୁ ବାରମ୍ବାର ପ୍ରସଂଶା କରୁଛନ୍ତି। କରୋନା ମୁକାବିଲାରେ ଓଡ଼ିଶା ଆଜି ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି। ଆଜି ସୁଦ୍ଧା ରାଜ୍ୟରେ ୭ଟି ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ କରିଛନ୍ତି ରାଜ୍ୟ ସରକାର । ଏହି ୭ଟି ଡାକ୍ତରଖାନାର ସମୁଦାୟ ୧୫୪୭ ଶଯ୍ୟାର ବ୍ୟବସ୍ଥା କରାଯାଇଛି।
ଏଥିମଧ୍ୟରେ ଭୁବନେଶ୍ବର ସମ୍‌ ହସ୍ପିଟାଲରେ ସର୍ବାଧିକ ୫୦୦ ଶଯ୍ୟା ଅଛି। ଏବଂ ୨୫ଟି ଆଇସିୟୁ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଏହାସହଁ କିମ୍‌ସ ହସ୍ପିଟାଲରେ ୪୫୭, ରାଉରକେଲା ହାଇଟେକ୍‌ ହସ୍ପିଟାଲରେ ୨୦୦, ଯାଜପୁର ଟାଟା ହସ୍ପିଟାଳରେ ୧୫୦, କଟକ ଅଶ୍ବିନୀ ହସ୍ପିଟାଲରେ ୧୫୦, କେନ୍ଦୁଝର ଟାଟା ହସ୍ପିଟାଲରେ ୫୦ ଓ ପୁରୀ ଆଇଡିଏଚ୍‌ରେ ୪୦ ଶଯ୍ୟାର ସୁବିଧା ରହିଛି।

କଠୋର ହେଉଛି ଜିଲ୍ଲା ପ୍ରଶାସନ ।ଜାରି କଲା ନୁଆ ନିୟମ ।

0

କୋରାପୁଟ : ମହାମାରୀ କରୋନାକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲା ପ୍ରଶାସନ ପୁଣି ଜାରି କରିଛି ନୁଆ ନିୟମ । କରୋନା (କୋଭିଡ୍-୧୯)ର କୌଣସି ପ୍ରତିଷେଧକ ବା ଔଷଧ ନଥିବା ହେତୁ ସାମାଜିକ ଦୂରତା ହିଁ ଏକମାତ୍ର ଉପାୟ । ଏହି ସାମାଜିକ ଦୂରତା ରକ୍ଷା ପାଇଁ ଯଥା ସମ୍ଭବ ଚେଷ୍ଟା କରିବାକୁ ପରାମର୍ଶ ଦିଆଯାଇଛି ।ପ୍ରଶାସନର ନୁଆ ନିୟମ ଅନୁଯାୟୀ ଜିଲ୍ଲାର ସମସ୍ତ ଅତ୍ଯାବଶ୍ଯକିୟ ସାମଗ୍ରୀ ଦୋକାନ ଗୁଡ଼ିକ ପ୍ରଶାସନ ଦ୍ବାରା ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମୟ ଅନୁସାରେ ଖୋଲାଯିବ ।ସଂକ୍ରମଣ ରୋଗ ଆଇନ ୧୮୯୭ ଓ ଓଡିଶା କୋଭିଡ୍-୧୯ ନିୟନ୍ତ୍ରଣ ୨୦୨୦ ଅନୁଯାୟୀ ଜିନିଷର ବିକ୍ରି ସମୟରେ ଦୋକାନୀ ମାନେ ସାମାଜିକ ଦୂରତା ପ୍ରତି ଧ୍ୟାନ ଦେବେ । ଆଇନ ଅମାନ୍ଯକାରୀ ସଂପୃକ୍ତ ଦୋକାନୀ ଓ ଗ୍ରାହକଙ୍କ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପତ୍ର ମାଧ୍ୟମରେ ସୂଚନା ଦିଆଯାଇଛି ।ପ୍ରଶାସନ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ହାଟ ବା ବଜାରରେ ଏହି ସାମାଜିକ ଦୂରତା (ଅନୁନ୍ଯ ୧ମିଟର)ଅବଲମ୍ବନ ନ କରାଯିବ, ତେବେ ସେହି ହାଟ,ବଜାର ଗୁଡିକୁ ସିଲ୍ କରିଦିଆଯିବ ।ଏଣୁ ଜନସାଧାରଣଙ୍କ ସୁବିଧା ଓ ସୁରକ୍ଷା ସକାଶେ ଏହି ନିୟମକୁ କଡା କଡି ଭାବେ ପାଳନ କରିବାକୁ ଅନୁରୋଧ କରାଯାଇଛି ।

ବିଜେପି @୪୦….

ଆଜି ବିଜେପିର ୪୦ତମ ପ୍ରତିଷ୍ଠା ଦିବସ। କୋଟି କୋଟି କର୍ମକର୍ତ୍ତାଙ୍କୁ ଜଣାଇଲେ ଧନ୍ୟବାଦ।
ନୂଆଦିଲ୍ଲୀ : ଆଜି ଭାରତୀୟ ଜନତା ପାର୍ଟିର ୪୦ତମ ପ୍ରତିଷ୍ଠା ଦିବସ । ୬ଏପ୍ରିଲ ୧୯୮୦ ମସିହାରେ ବିଜେପି ପ୍ରତିଷ୍ଠା ହୋଇଥିଲା । ଏହି ଅବସରରେ ଆଜି ପ୍ରଧାନ ମନ୍ତ୍ରୀ କୋଟି କୋଟି ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ସଂଗଠନ ବିନ୍ଧାଣି ଦିନ ଦୟାଲ ଉପାଧେୟ,ଶ୍ୟାମାଲାଲ ମୁଖାର୍ଜୀ, ଅଟଳ ବିହାରୀ ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।ଏହାସହ ଦଶନ୍ଧି ଧରି ଦଳକୁ ମଜବୁତ କରିଥିବା କରିଥିବା କର୍ମକର୍ତ୍ତାଙ୍କ ଅବଦାନକୁ ମନେ ପକାଇଛନ୍ତି ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ବି ବିଜେପିକୁ ସେବା କରିବାର ସୁଯୋଗ ଦିଆଯାଏ, ସେତେବେଳେ ଦଳ ଉତ୍ତମ ଶାସନ ତଥା ଗରିବ ଲୋକଙ୍କୁ ସଶକ୍ତିକରଣ ଉପରେ ଧ୍ୟାନ ଦେଇଥାଏ। ମୋଦୀ ଟ୍ୱିଟରରେ ଲେଖିଛନ୍ତି ଯେ ଦଳର ନୀତି ଅନୁଯାୟୀ ଆମର କର୍ମକର୍ତ୍ତା ଅନେକଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ବହୁତ ପରିଶ୍ରମ କରିଛନ୍ତି ଏବଂ ସାମାଜିକ ସେବା ମଧ୍ୟ କରିଛନ୍ତି। ଯାହାର ଫଳ ସ୍ୱରୂପ ଦଳ ଆଜି କୋଟି କୋଟି ଲୋକଙ୍କର ସେବା କରିବା ପାଇଁ ସୁଯୋଗ ପାଇଛି। ଅନ୍ୟ ପଟରେ ଦଳର ସଭାପତି ଜେପି ନଡ୍ଡାଙ୍କ ନେତୃତ୍ୱରେ ଦଳ ଲୋକମାଙ୍କର ଅଧିକା ସେବା କରିବାକୁ ସୁଯୋଗ ପାଇବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ଦେଶ କରୋନା ସହ ଲଢ଼ୁଛି । ସେଥିପାଇଁ ପ୍ରତେକ ବିଜେପି କର୍ମୀ ଲୋକଙ୍କୁ ସାହାଯ୍ୟ କରିବା ସହ ସାମାଜିକ ଦୁରତାକୁ ଗୁରୁତ୍ୱ ଦେବା ପାଇଁ ସେ ଅପିଲ ମଧ୍ୟ କରିଛନ୍ତି ।
ଅନ୍ୟ ପକ୍ଷରେ ବିଜେପିର ସବୁ ତୁଙ୍ଗ ନେତାମାନେ ଘର ସାମ୍ନାରେ ବିଜେପିର ପତାକା ଲଗାଇଛନ୍ତି। ଦିଲ୍ଲୀ ବାସଭବନରେ ବିଜେପି ଉପ ସଭାପତି ବୈଜନ୍ତ ପଣ୍ଡା ,ସାଂସଦ ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳୀୟ ପତାକା ଟାଙ୍ଗିଛନ୍ତି

ଦେଶରେ ୧୦୯ ଟପିଲା କରୋନା ମୃତ୍ୟୁ…

ନୂଆଦିଲ୍ଲୀ: ସାରା ଦେଶରେ ଏବେ କରୋନା ଆତଙ୍କ । ସବୁଠାରୁ ବଡ଼ ଖବର ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଶହେ ଟପିଛି । ଏହା ୧୦୯ରେ ଏବେ ପହଁଚି ଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।ଏହାସହ ଆକ୍ରାନ୍ତ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏଯାବତ୍ ଏହା ୪,୦୬୭ ଆକ୍ରାନ୍ତ ହୋଇ ଥିବା ବେଳେ ୩,୬୬୬ ଜଣ ଚିକିତ୍ସିତ ହେଉଛନ୍ତି । ଏ ପର୍ଯ୍ୟନ୍ତ ୨୯୧ ଲୋକ ଠିକ୍ ହୋଇସାରିଛନ୍ତି। ।

ମତେ ଖାଇବାକୁ ଦିଅ …

ଭୁବନେଶ୍ୱର : ପେଟ ପାଇଁ ନାଟ। ପେଟର ଭୋକକୁ ସହିବା ଭାରି କଷ୍ଟ। ଏହି କଷ୍ଟ ମେଣ୍ଟାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗେଇ ଦିଏ ମଣିଷ। ନ ହେଲେ ବିପଦକୁ ଜାଣି ମଧ୍ୟ ଲୋକ ‘ମୈତ କା କୁଆଁ’ ଖେଳୁନଥାନ୍ତେ । କି ୯୦ ବର୍ଷର ବୁଢା ରିକ୍ସା ଟାଣି ନଥାନ୍ତା । କେବଳ ଏହି ପେଟ ପାଇଁ ହିଁ ସେମାନଙ୍କୁ ଏସବୁ କରିବାକୁ ପଡୁଛି। ଆପଣ ଭାବୁଥିବେ ଏ ସବୁ ଆମେ କାହିଁକି କହୁଛି।
ଏବେ କରୋନା ପାଇଁ ସାରା ଭାରତ ଲକ୍ ଡାଉନ। ଘରୁ କେହି ବାହାରି ପାରୁନାହାନ୍ତି। ଯାହାର ସିଧାସଳଖ ପ୍ରଭାବ ପଶୁ ପକ୍ଷୀଙ୍କ ଜୀବନ ଉପରେ ପଡିଛି। ସବୁ ତ ବନ୍ଦ ହୋଇଯାଇଛି ।ସେମାନେ କଣ ଖାଇବେ ? କେମିତି ବା ବଞ୍ଚିବେ ? ଭୋକିଲା ପେଟ ସହ କେମିତି ବା ଲଢ଼ିବେ ? ଏହି ନିରୀହ ପ୍ରାଣୀମାନେ । ଏ ସବୁ କହିବା ବା ଚିନ୍ତା କରିବା ପ୍ରତ୍ୟେକ  ମନୁଷ୍ୟର କର୍ତ୍ତବ୍ୟ । ଆଜିର ଏକ ଘଟଣା। ଯାହା ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମର ଏହି ପ୍ରୟାସ।
ସନ୍ଧ୍ୟା ସମୟ । ଭୁବନେଶ୍ୱର ନୟାପଲ୍ଲୀ ଅଂଚଳ। ମୁଁ ରହୁଥିବା ଘର ସାମ୍ନାରେ ଏକ ଷଣ୍ଢ ଜୋରରେ ବୋବେଇଲା । କାଳେ ସେ ଶୋଷିଲା ଅଛି ଭାବି ପାଣି ବାଲ୍ଟି ଟିଏ ଦେଲି । ହେଲେ ସେ ପିଇଲା ନାହିଁ। ଶୁଙ୍ଘିଦେଇ ଛାଡିଦେଲା । ପୁଣି ଜୋରରେ ବୋବେଇବା ଆରମ୍ଭ କଲା। ଦେଖିବାକୁ ଷଣ୍ଢଟା ବେଶ ହୃଷ୍ଟ ପୃଷ୍ଠ । ହେଲେ ତା ପେଟରେ ପେଟ ଭୋକ । ଏ କଥା ବୁଝିବାକୁ ମୁଁ ଟିକେ ଡେରି କରିଦେଲି । କିନ୍ତ ବୁଝିପାରିଲି । ହେଲେ ସଟ୍ ଡାଉନ ପ୍ରଭାବରେ ମୋ ପାଖେ ମଧ୍ୟ ତାକୁ ଖାଇବାକୁ ଦେବା ପାଇଁ କିଛି ନଥାଏ। ତଥାପି ଆସି ରୁମ୍ ରେ ଖୋଜିଲି ।କାଳେ କଣ ଥିବ ?ଦେଖେତ ପରିବା ଝୋଡ଼ିରେ ବାଇଗଣ ଦୁଇଟି ଅଛି। ସେଥିରୁ ଗୋଟେ ନେଇ ଷଣ୍ଢକୁ ଦେଲି। ହେଲେ ଗୋଟେ ବାଇଗଣ ଷଣ୍ଢ ପେଟରେ ସମୁଦ୍ରକୁ ଶଙ୍ଖେ ପରିକା । ଖାଇ ସାରିଲା ପରେ ମଧ୍ୟ ସେଠାରୁ ସେ ଗଲା ନାହିଁ। ଆହୁରୀ ଜୋରରେ ବୋବେଇବା ଆରମ୍ଭ କରିଦେଲା । ଏସବୁ ଦେଖୁଥାନ୍ତି ଘରର ମାଲିକ ଓ ଆଉ ଦୁଇଜଣ ପାଖରେ ରହୁଥିବା ଭଡାଟିଆ । ଷଣ୍ଢଟି ବୋବେଇବା ଦେଖି ସେମାନେ ମଧ୍ୟ ତାଙ୍କ ପାଖରେ ଥିବା କିଛି ଆଳୁ ଓ ପରିବା ଚୋପା ଆଣି ତାକୁ ଖାଇବାକୁ ଦେଲେ। ଵାସ୍ ତା ପରେ ସେ ଖୁସିରେ ଖାଇ କି ଆଗକୁ ଚାଲିଲା । ଆଉ ଗୋଟଏ ଷଣ୍ଢ। ପ୍ରଥମ ଷଣ୍ଢଟି ଯେମିତି ଯାଇଛି ସେ ମଧ୍ୟ ଆସି ଗେଟ ସାମ୍ନାରେ ବୋବେଇବା ଆରମ୍ଭ କରିଦେଲା। କିନ୍ତୁ ଦୁଃଖର ବିଷୟ ତାକୁ ଦେବା ପାଇଁ ମୋ ପାଖରେ ବିଶେଷ କିଛି ନଥିଲା ।ଶେଷରେ ପରିବା ଝୋଡ଼ିରେ ଦୁଇଟି ଆଳୁ ତାକୁ ଆଣିକି ଦେଲି। ସେ ଖାଇଲା । ହେଲେ ସେଥିରେ ତାର ଭୋକ ମେଣ୍ଟି ନାହିଁ। ସେ ଗଲାଣି l ମୁଁ ତା ଉପରେ ପାଣି ପକାଇଲି l ସେ ପଳେଇଲା l ତାହାର ମୁହଁକୁ ଦେଖିଲେ ସ୍ପଷ୍ଟ ବାରି ହୋଇ ପଡୁଥାଏ ସେ କହୁଛି ମତେ ଆଉ କିଛି ଦିଅ ଖାଇବାକୁ ମୁଁ ଖାଇବି l
କରୋନା ଯେ କେବଳ ମଣିଷ ଉପରେ ପ୍ରଭାବ ପକାଇଛି ।ତାହା ନୁହେଁ । ମଣିଷମାନଙ୍କ ସହ ନିରୀହ ପଶୁପକ୍ଷୀମାନେ ମଧ୍ୟ କରୋନା ସହ ଲଢ଼ୁଛନ୍ତି। ଭୋକ ରୂପରେ । ଆମେ ତ କଥା କହିପାରୁଛେ ଆଉ ବୁଝିପାରୁଛନ୍ତି । ଯେଉଁଠାରୁ ହେଲେ ମାଗିକରି ଖାଇପାରିବା। ସେମାନେ ମାଗିବେ କାହାକୁ ।ସେଥିପାଇଁ ଆମ ବିଗ ନିଉଜ ତରଫରୁ ସମସ୍ତଙ୍କୁ ଅନୁରୋଧ ଆମେ ବଂଚିବା ସହ ପଶୁପକ୍ଷୀମାନଙ୍କୁ ବଞ୍ଚାଇବା। ସେମାନଙ୍କ ପେଟକୁ ଦାନା ଦେବା। ଆଉ ମଣିଷ ପଣିଆ ଦେଖାଇବା। ଆଉ ଏ ମହାମାରୀ କବଳରୁ ଦିନିଆକୁ ରକ୍ଷା କରିବା। ଶେଷରେ ସଚେତନ ହେବା ସୁସ୍ଥ ରହିବା ।

ପୌରପରିଷଦର କର୍ମଚାରୀ ବଢାଇଲେ ସାହାଯ୍ୟର ହାତ ।

0

କୋରାପୁଟ  : କରୋନା ମୁକାବିଲା ପାଇଁ ଦିଆଯାଇଥିବା ସରକାରଙ୍କ ଆହ୍ବାନ କୁ ସ୍ବାଗତ ଜଣାଇଛନ୍ତି ସୁନାବେଡା ପୌରପରିଷଦ କର୍ମଚାରୀ । ସେହି କାରଣରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ରିଲିଫ ପାଣ୍ଠିକୁ ସାହାଯ୍ୟ କରିବାପାଇଁ ଅଣ୍ଟା ଭିଡିଛନ୍ତି ।ପରିଷଦର ସମସ୍ତ କର୍ମଚାରୀ ନିଜର ଗୋଟିଏ ଦିନର ଦରମାକୁ ଜନ କଲ୍ୟାଣ ଉଦେଶ୍ଯରେ ଦାନ କରିଛନ୍ତି । ପୌରପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ସ୍ୱସ୍ତିକ ଜମାଦlର୍ ,କର୍ମଚାରୀଙ୍କ ଦ୍ବାରା ସଂଗୃହୀତ ୫୩୮୧୧ଟଙ୍କାର ଏକ ଚେକ୍ ଜିଲ୍ଲପାଳଙ୍କୁ ପ୍ରଦାନ କରିଛନ୍ତି l ଉକ୍ତ ଚେକ୍ ପ୍ରଦାନ ସମୟରେ ପୌରପରିଷଦର ଗୋଷ୍ଠୀ ସଂଯୋଜକ ଚିତ୍ତ ରଞ୍ଜନ ସାହୁ ଉପସ୍ଥିତ ଥିଲେ l

Follow us

20,832FansLike
0FollowersFollow
14,700SubscribersSubscribe

Latest news