ପ୍ରଣବ ଦେଲେ ସଚେତନତା ବାର୍ତ୍ତା : କହିଲେ 48 ଘଣ୍ଟା ଗୁରୁତ୍ୱ ପୂର୍ଣ୍ଣ

- Advertisement -

ବବିଙ୍କୁ ଓଡିଶାଚିନ୍ତା  

କହିଲେ 48ଘଣ୍ଟା ଗୁରୁତ୍ୱ ପୂର୍ଣ୍ଣ 

ଘରେ ରହିବାକୁ ଦେଲେ ପରାମର୍ଶ 

ସଟ ଡାଉନକୁ ସମର୍ଥନ ପାଇଁ ନିବେଦନ

ଯାଜପୁର :  ରାଜ୍ୟକୁ ଏବେ ଟେନସନ ଦେଇଛି  କରୋନା l ବର୍ତମାନ  21 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ସେଥିମଧ୍ୟରୁ ଜଣେ ଯାଜପୁରର ବୋଲି ଜଣାପଡିଛି । ସେ ଯାଜପୁରର ବ୍ରହ୍ମବରଦା ଅଂଚଳର। ଏହି କଥା ଜାଣିଲା ପରଠାରୁ ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନି ସମ୍ପାଦକ ବୈଠକ ପରେ ବୈଠକ କରିଚାଲିଛନ୍ତି। କେମିତି କରୋନାକୁ ଜିଲ୍ଲାରୁ ବାହାର କରାଯିବ ସେ ନେଇ ଆପ୍ରାଣ ଉଦ୍ୟମ ଜାରୀରଖିଛନ୍ତି।  ଯେଉଁଠି ପାଇଁ  ଯାଜପୁର ସହିତ ଆଖ ପାଖ ଅଞ୍ଚଳକୁ ତାଲା ବନ୍ଦ ଘୋଷଣା କରିଛନ୍ତି l ସେଥିପାଇଁ ଜିଲ୍ଲା ପ୍ରଶାସନ ସହ ବୈଠକ କରି ଜିଲ୍ଲାରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି ।
ଓଡ଼ିଶାକୁ କରୋନା ଆସିବା ଦିନଠାରୁ ସେ କରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି । ଓଡ଼ିଶା ତଥା ଯାଜପୁରରୁ କେମିତି କରୋନାଠାରୁ ଦୂରରେ ରଖାଯିବ ସେଥିପାଇଁ ଲୋକସେବା ଭାବନରୁ ଆରମ୍ଭ କରି ନିଜ ନିର୍ବାଚନ ମଣ୍ଡଳୀରେ  ଲୋକଙ୍କୁ ସଚେତନ କରୁଛନ୍ତି ବିଭିନ୍ନ ମାଧ୍ୟମରେ । ବର୍ତ୍ତମାନ ସମୟରେ ଯାଜପୁରକୁ କରୋନାକୁ ଦୁରେଇ ରଖିବା ପାଇଁ ପ୍ରଶାସନ ସହ ବୈଠକ କରି ସମ୍ପୂର୍ଣ୍ଣ ଅଞ୍ଚଳକୁ ସଟ୍ ଡାଉନ ଘୋଷଣା କରିଛନ୍ତି। ଏହା ସହ ଏହି 48ଘଣ୍ଟା ବେଶ ଗୁରୁତ୍ୱ ପୂର୍ଣ୍ଣ ବୋଲି ରାଜ୍ୟବାସୀଙ୍କୁ  ଅପିଲ କରିଛନ୍ତି ସେ l ଏହି 48ଘଣ୍ଟା ଲୋକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଅନୁରୋଧ କରିଛନ୍ତି ତାହାକୁ ଗ୍ରହଣ କରିବାକୁ ସେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି l ଏହା ସହ କରୋନା ଲଢେଇରେ ପ୍ରତ୍ୟେକ ଓଡ଼ିଆ ଜଣେ ଜଣେ ଯୋଦ୍ଧା ବୋଲି ବିଜେଡି ସଂଗଠନ ସମ୍ଫାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles