ଯାଜପୁର: କରୋନା ମୁକାବିଲା କରିବା ଏବେ ରାଜ୍ୟ ପାଇଁ ବଡ ଚ୍ୟାଲେଜ ହୋଇଛି l ସାରା ଭାରତରେ  ଓଡ଼ିଶା  ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କରି ଉଦାହରଣ ସୃଷ୍ଟି କରିଛି ଓଡିଶା । ଜିଲ୍ଲା ସ୍ତରରେ କୋଭିଡ ହସ୍ପିଟାଲ ତିଆରି ପାଇଁ ବି ଶେଷ ପର୍ଯ୍ୟାୟରେ ପହଁଚିଛି l  ଯାଜପୁର ଜିଲ୍ଲାରେ 15ଦିନ ଭିତରେ କୋଭିଡ଼ ହସ୍ପିଟାଲ ନିର୍ମାଣକରିବାରେ ସଫଳ ହୋଇଛି ଜିଲ୍ଲା ପ୍ରଶାସନ l ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉଦ୍ୟମ ଫଳରେ ଏହା ସଫଳ ହୋଇପାରିଛି l ଯାଜପୁର ଏନ୍ ସି କଲେଜରେ ୫୦୦ ସହଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ତିଆରି ହୋଇଛି l ଯାଜପୁରରେ ଜଣେ କରୋନା ରୋଗୀ ଚିହ୍ନଟ ପରେ ଆଜି ସଂଧ୍ୟାରେ ବିଧାୟକ ପ୍ରଣବ ପ୍ରକାଶ ଦାସ କୋଭିଡ ହସ୍ପିଟାଲରେ ପ୍ରହରୀ ମାରିଛନ୍ତି l ଆଉ ଯେମିତି ଜିଲ୍ଲାକୁ କରୋନା ପଶି ନ ପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।  ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି କରୋନା ମୁକାବିଲା ସମୀକ୍ଷା କରିଛନ୍ତି ବିଧାୟକ ପ୍ରଣବ।ଏହା ସହ ଲୋକଙ୍କୁ ସଚେତନ କରୁଛନ୍ତି। ସଟ  ଡାଉନ ମାନିବାକୁ ବାରମ୍ବାର ଅପିଲ କରୁଛନ୍ତି। ପ୍ରଣବଙ୍କ ସହ  ଯୁବନେତା ଭାବ ପ୍ରଶାଦ ଦାସ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ବି କୋଭିଡ଼ ହସ୍ପିଟାଲ ବୁଲି ଦେଖିଛନ୍ତି l