ମତେ ଖାଇବାକୁ ଦିଅ …

- Advertisement -

ଭୁବନେଶ୍ୱର : ପେଟ ପାଇଁ ନାଟ। ପେଟର ଭୋକକୁ ସହିବା ଭାରି କଷ୍ଟ। ଏହି କଷ୍ଟ ମେଣ୍ଟାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗେଇ ଦିଏ ମଣିଷ। ନ ହେଲେ ବିପଦକୁ ଜାଣି ମଧ୍ୟ ଲୋକ ‘ମୈତ କା କୁଆଁ’ ଖେଳୁନଥାନ୍ତେ । କି ୯୦ ବର୍ଷର ବୁଢା ରିକ୍ସା ଟାଣି ନଥାନ୍ତା । କେବଳ ଏହି ପେଟ ପାଇଁ ହିଁ ସେମାନଙ୍କୁ ଏସବୁ କରିବାକୁ ପଡୁଛି। ଆପଣ ଭାବୁଥିବେ ଏ ସବୁ ଆମେ କାହିଁକି କହୁଛି।
ଏବେ କରୋନା ପାଇଁ ସାରା ଭାରତ ଲକ୍ ଡାଉନ। ଘରୁ କେହି ବାହାରି ପାରୁନାହାନ୍ତି। ଯାହାର ସିଧାସଳଖ ପ୍ରଭାବ ପଶୁ ପକ୍ଷୀଙ୍କ ଜୀବନ ଉପରେ ପଡିଛି। ସବୁ ତ ବନ୍ଦ ହୋଇଯାଇଛି ।ସେମାନେ କଣ ଖାଇବେ ? କେମିତି ବା ବଞ୍ଚିବେ ? ଭୋକିଲା ପେଟ ସହ କେମିତି ବା ଲଢ଼ିବେ ? ଏହି ନିରୀହ ପ୍ରାଣୀମାନେ । ଏ ସବୁ କହିବା ବା ଚିନ୍ତା କରିବା ପ୍ରତ୍ୟେକ  ମନୁଷ୍ୟର କର୍ତ୍ତବ୍ୟ । ଆଜିର ଏକ ଘଟଣା। ଯାହା ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମର ଏହି ପ୍ରୟାସ।
ସନ୍ଧ୍ୟା ସମୟ । ଭୁବନେଶ୍ୱର ନୟାପଲ୍ଲୀ ଅଂଚଳ। ମୁଁ ରହୁଥିବା ଘର ସାମ୍ନାରେ ଏକ ଷଣ୍ଢ ଜୋରରେ ବୋବେଇଲା । କାଳେ ସେ ଶୋଷିଲା ଅଛି ଭାବି ପାଣି ବାଲ୍ଟି ଟିଏ ଦେଲି । ହେଲେ ସେ ପିଇଲା ନାହିଁ। ଶୁଙ୍ଘିଦେଇ ଛାଡିଦେଲା । ପୁଣି ଜୋରରେ ବୋବେଇବା ଆରମ୍ଭ କଲା। ଦେଖିବାକୁ ଷଣ୍ଢଟା ବେଶ ହୃଷ୍ଟ ପୃଷ୍ଠ । ହେଲେ ତା ପେଟରେ ପେଟ ଭୋକ । ଏ କଥା ବୁଝିବାକୁ ମୁଁ ଟିକେ ଡେରି କରିଦେଲି । କିନ୍ତ ବୁଝିପାରିଲି । ହେଲେ ସଟ୍ ଡାଉନ ପ୍ରଭାବରେ ମୋ ପାଖେ ମଧ୍ୟ ତାକୁ ଖାଇବାକୁ ଦେବା ପାଇଁ କିଛି ନଥାଏ। ତଥାପି ଆସି ରୁମ୍ ରେ ଖୋଜିଲି ।କାଳେ କଣ ଥିବ ?ଦେଖେତ ପରିବା ଝୋଡ଼ିରେ ବାଇଗଣ ଦୁଇଟି ଅଛି। ସେଥିରୁ ଗୋଟେ ନେଇ ଷଣ୍ଢକୁ ଦେଲି। ହେଲେ ଗୋଟେ ବାଇଗଣ ଷଣ୍ଢ ପେଟରେ ସମୁଦ୍ରକୁ ଶଙ୍ଖେ ପରିକା । ଖାଇ ସାରିଲା ପରେ ମଧ୍ୟ ସେଠାରୁ ସେ ଗଲା ନାହିଁ। ଆହୁରୀ ଜୋରରେ ବୋବେଇବା ଆରମ୍ଭ କରିଦେଲା । ଏସବୁ ଦେଖୁଥାନ୍ତି ଘରର ମାଲିକ ଓ ଆଉ ଦୁଇଜଣ ପାଖରେ ରହୁଥିବା ଭଡାଟିଆ । ଷଣ୍ଢଟି ବୋବେଇବା ଦେଖି ସେମାନେ ମଧ୍ୟ ତାଙ୍କ ପାଖରେ ଥିବା କିଛି ଆଳୁ ଓ ପରିବା ଚୋପା ଆଣି ତାକୁ ଖାଇବାକୁ ଦେଲେ। ଵାସ୍ ତା ପରେ ସେ ଖୁସିରେ ଖାଇ କି ଆଗକୁ ଚାଲିଲା । ଆଉ ଗୋଟଏ ଷଣ୍ଢ। ପ୍ରଥମ ଷଣ୍ଢଟି ଯେମିତି ଯାଇଛି ସେ ମଧ୍ୟ ଆସି ଗେଟ ସାମ୍ନାରେ ବୋବେଇବା ଆରମ୍ଭ କରିଦେଲା। କିନ୍ତୁ ଦୁଃଖର ବିଷୟ ତାକୁ ଦେବା ପାଇଁ ମୋ ପାଖରେ ବିଶେଷ କିଛି ନଥିଲା ।ଶେଷରେ ପରିବା ଝୋଡ଼ିରେ ଦୁଇଟି ଆଳୁ ତାକୁ ଆଣିକି ଦେଲି। ସେ ଖାଇଲା । ହେଲେ ସେଥିରେ ତାର ଭୋକ ମେଣ୍ଟି ନାହିଁ। ସେ ଗଲାଣି l ମୁଁ ତା ଉପରେ ପାଣି ପକାଇଲି l ସେ ପଳେଇଲା l ତାହାର ମୁହଁକୁ ଦେଖିଲେ ସ୍ପଷ୍ଟ ବାରି ହୋଇ ପଡୁଥାଏ ସେ କହୁଛି ମତେ ଆଉ କିଛି ଦିଅ ଖାଇବାକୁ ମୁଁ ଖାଇବି l
କରୋନା ଯେ କେବଳ ମଣିଷ ଉପରେ ପ୍ରଭାବ ପକାଇଛି ।ତାହା ନୁହେଁ । ମଣିଷମାନଙ୍କ ସହ ନିରୀହ ପଶୁପକ୍ଷୀମାନେ ମଧ୍ୟ କରୋନା ସହ ଲଢ଼ୁଛନ୍ତି। ଭୋକ ରୂପରେ । ଆମେ ତ କଥା କହିପାରୁଛେ ଆଉ ବୁଝିପାରୁଛନ୍ତି । ଯେଉଁଠାରୁ ହେଲେ ମାଗିକରି ଖାଇପାରିବା। ସେମାନେ ମାଗିବେ କାହାକୁ ।ସେଥିପାଇଁ ଆମ ବିଗ ନିଉଜ ତରଫରୁ ସମସ୍ତଙ୍କୁ ଅନୁରୋଧ ଆମେ ବଂଚିବା ସହ ପଶୁପକ୍ଷୀମାନଙ୍କୁ ବଞ୍ଚାଇବା। ସେମାନଙ୍କ ପେଟକୁ ଦାନା ଦେବା। ଆଉ ମଣିଷ ପଣିଆ ଦେଖାଇବା। ଆଉ ଏ ମହାମାରୀ କବଳରୁ ଦିନିଆକୁ ରକ୍ଷା କରିବା। ଶେଷରେ ସଚେତନ ହେବା ସୁସ୍ଥ ରହିବା ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles