ବିଜେପି @୪୦….

- Advertisement -

ଆଜି ବିଜେପିର ୪୦ତମ ପ୍ରତିଷ୍ଠା ଦିବସ। କୋଟି କୋଟି କର୍ମକର୍ତ୍ତାଙ୍କୁ ଜଣାଇଲେ ଧନ୍ୟବାଦ।
ନୂଆଦିଲ୍ଲୀ : ଆଜି ଭାରତୀୟ ଜନତା ପାର୍ଟିର ୪୦ତମ ପ୍ରତିଷ୍ଠା ଦିବସ । ୬ଏପ୍ରିଲ ୧୯୮୦ ମସିହାରେ ବିଜେପି ପ୍ରତିଷ୍ଠା ହୋଇଥିଲା । ଏହି ଅବସରରେ ଆଜି ପ୍ରଧାନ ମନ୍ତ୍ରୀ କୋଟି କୋଟି ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ସଂଗଠନ ବିନ୍ଧାଣି ଦିନ ଦୟାଲ ଉପାଧେୟ,ଶ୍ୟାମାଲାଲ ମୁଖାର୍ଜୀ, ଅଟଳ ବିହାରୀ ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।ଏହାସହ ଦଶନ୍ଧି ଧରି ଦଳକୁ ମଜବୁତ କରିଥିବା କରିଥିବା କର୍ମକର୍ତ୍ତାଙ୍କ ଅବଦାନକୁ ମନେ ପକାଇଛନ୍ତି ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ବି ବିଜେପିକୁ ସେବା କରିବାର ସୁଯୋଗ ଦିଆଯାଏ, ସେତେବେଳେ ଦଳ ଉତ୍ତମ ଶାସନ ତଥା ଗରିବ ଲୋକଙ୍କୁ ସଶକ୍ତିକରଣ ଉପରେ ଧ୍ୟାନ ଦେଇଥାଏ। ମୋଦୀ ଟ୍ୱିଟରରେ ଲେଖିଛନ୍ତି ଯେ ଦଳର ନୀତି ଅନୁଯାୟୀ ଆମର କର୍ମକର୍ତ୍ତା ଅନେକଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ବହୁତ ପରିଶ୍ରମ କରିଛନ୍ତି ଏବଂ ସାମାଜିକ ସେବା ମଧ୍ୟ କରିଛନ୍ତି। ଯାହାର ଫଳ ସ୍ୱରୂପ ଦଳ ଆଜି କୋଟି କୋଟି ଲୋକଙ୍କର ସେବା କରିବା ପାଇଁ ସୁଯୋଗ ପାଇଛି। ଅନ୍ୟ ପଟରେ ଦଳର ସଭାପତି ଜେପି ନଡ୍ଡାଙ୍କ ନେତୃତ୍ୱରେ ଦଳ ଲୋକମାଙ୍କର ଅଧିକା ସେବା କରିବାକୁ ସୁଯୋଗ ପାଇବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ଦେଶ କରୋନା ସହ ଲଢ଼ୁଛି । ସେଥିପାଇଁ ପ୍ରତେକ ବିଜେପି କର୍ମୀ ଲୋକଙ୍କୁ ସାହାଯ୍ୟ କରିବା ସହ ସାମାଜିକ ଦୁରତାକୁ ଗୁରୁତ୍ୱ ଦେବା ପାଇଁ ସେ ଅପିଲ ମଧ୍ୟ କରିଛନ୍ତି ।
ଅନ୍ୟ ପକ୍ଷରେ ବିଜେପିର ସବୁ ତୁଙ୍ଗ ନେତାମାନେ ଘର ସାମ୍ନାରେ ବିଜେପିର ପତାକା ଲଗାଇଛନ୍ତି। ଦିଲ୍ଲୀ ବାସଭବନରେ ବିଜେପି ଉପ ସଭାପତି ବୈଜନ୍ତ ପଣ୍ଡା ,ସାଂସଦ ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳୀୟ ପତାକା ଟାଙ୍ଗିଛନ୍ତି

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles