ରାଜ୍ୟରେ ୭ କୋଭିଡ ହସ୍ପିଟାଲରେ ୧୫୪୭ ଶଯ୍ୟା ବ୍ୟବସ୍ଥା କଲେ ସରକାର

- Advertisement -

ଭୁବନେଶ୍ୱର : ଦେଶରେ କରୋନା ମୁକାବିଲା କରିବାରେ ଓଡ଼ିଶା ବେଶ ଆଗରେ ଆଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଓଡ଼ିଶାକୁ ବାରମ୍ବାର ପ୍ରସଂଶା କରୁଛନ୍ତି। କରୋନା ମୁକାବିଲାରେ ଓଡ଼ିଶା ଆଜି ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି। ଆଜି ସୁଦ୍ଧା ରାଜ୍ୟରେ ୭ଟି ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ କରିଛନ୍ତି ରାଜ୍ୟ ସରକାର । ଏହି ୭ଟି ଡାକ୍ତରଖାନାର ସମୁଦାୟ ୧୫୪୭ ଶଯ୍ୟାର ବ୍ୟବସ୍ଥା କରାଯାଇଛି।
ଏଥିମଧ୍ୟରେ ଭୁବନେଶ୍ବର ସମ୍‌ ହସ୍ପିଟାଲରେ ସର୍ବାଧିକ ୫୦୦ ଶଯ୍ୟା ଅଛି। ଏବଂ ୨୫ଟି ଆଇସିୟୁ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଏହାସହଁ କିମ୍‌ସ ହସ୍ପିଟାଲରେ ୪୫୭, ରାଉରକେଲା ହାଇଟେକ୍‌ ହସ୍ପିଟାଲରେ ୨୦୦, ଯାଜପୁର ଟାଟା ହସ୍ପିଟାଳରେ ୧୫୦, କଟକ ଅଶ୍ବିନୀ ହସ୍ପିଟାଲରେ ୧୫୦, କେନ୍ଦୁଝର ଟାଟା ହସ୍ପିଟାଲରେ ୫୦ ଓ ପୁରୀ ଆଇଡିଏଚ୍‌ରେ ୪୦ ଶଯ୍ୟାର ସୁବିଧା ରହିଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles