ଅଫିସରଙ୍କୁ ହେଡକ୍ବାଟର ନ ଛାଡିବା ପାଇଁ ଅରୁଣଙ୍କ ନିର୍ଦ୍ଦେଶ…

- Advertisement -

ଭୁବନେଶ୍ୱର : ଫିସରି ଓ ଭେଟେରିନାରୀ ଅଫିସରଙ୍କୁ ହେଡକ୍ବାଟର ନ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ l ଆଜି ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା ସମୟରେ ଏହି ନିର୍ଦ୍ଦେଶ ମନ୍ତ୍ରୀ l ଏହାସହ ରାଜ୍ୟର ସମସ୍ତ ପଶୁ ଡାକ୍ତରଖାନା ଖୋଲା ରହିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି l ଏଭଳି ଲକ୍ ଡାଉନ୍ ପୂର୍ବରୁ ନ ଥିଲା l ତେଣୁ ଟିକିଏ ଅସୁବିଧା ହେବ l ଦୁଇ ତିନି ସପ୍ତାହ ପରେ ପରିସ୍ଥିତି ଟିକିଏ ସ୍ଵାଭାବିକ୍ ହେଉଛି l ଯେଉଁ ଅଧିକାରୀ ଅନୁପସ୍ଥିତ ରହିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ l ସମସ୍ତ ପଶୁ ଚିକିତ୍ସାଳୟ ଖୋଲିବାକୁ ନିର୍ଦେଶ l ଆନୁସଙ୍ଗିକ ଦୋକାନ ଖୋଲିବାକୁ ନିର୍ଦେଶ ଦିଆଯାଇଛି l ମଧୁର ଜଳ ମାଛ ଚାଷ କରିବା ପାଇଁ ଚାଷୀ ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବାକୁ ବୋଲି କୃଷିମନ୍ତ୍ରୀ କହିଛନ୍ତି l ବର୍ତମାନ ଲକ ଡାଉନ ସମୟରେ ରାଜ୍ୟରେ 200 ମେଟ୍ରିକ ଟନ ଚିକେନ ଆବଶ୍ୟକ ପଡ଼ୁଥିବା ବେଳେ 220 ମେଟ୍ରିକ ଟନ ଉପଲବ୍ଧ ରହିଛି l ସାଧାରଣ ସମୟରେ 400 ମେଟ୍ରିକ ଟନର ଆବଶ୍ୟକ ପଡୁଥିଲା l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles