ମହାରାଷ୍ଟ୍ରରେ ମହାମାରୀକୁ ନେଇ ରାଜନୈତିକ ମହାଡ୍ରାମା…

- Advertisement -

ମୁମ୍ବାଇ : ଦେଶ ଏବେ କରୋନା ମହାମାରୀ ପାଇଁ ଜଟିଳ ସ୍ଥିତି ଦେଇ ଗତି କରୁଛି।ମହାରାଷ୍ଟ୍ର ହେଉଛି କରୋନାରେ ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ। ହେଲେ ସେଠାରେ ଏବେ କରୋନାକୁ ନେଇ ଦେଖା ଦେଇଛି ରାଜନୈତିକ ଯୁଦ୍ଧ।ଉଭୟ ବିରୋଧୀ ଓ ଶାସକ ଦଳ ପରସ୍ପରକୁ କାଦୁଅ ଫିଙ୍ଗା ଆରମ୍ଭ କରିଦେଇଛନ୍ତି। ଏମିତି କି ରାଜ୍ୟରେ ରାଷ୍ଟ୍ରପତି ସାଶନ ଲାଗୁ କରାଯାଉ ବୋଲି କହିଛନ୍ତି ବରିଷ୍ଠ ନେତା ନାରାୟଣ ରାଣେ କହିଛନ୍ତି।
ଗତକାଲି ମଧ୍ୟ ରାତ୍ରିରେ ବରିଷ୍ଠ ନେତା ଶରତ ପାୱାର ମୁଖ୍ୟମନ୍ତ୍ରୀ ଉଦ୍ଧାବ ଠାକରେଙ୍କୁ ଭେଟିଥିଲେ। ଏହାର ଠିକ୍ ଗୋଟେ ଦିନ ପୂର୍ବରୁ ଶରତ ପାୱାର ରାଜ୍ୟପାଳଙ୍କୁ ମଧ୍ୟ ଭେଟିଥିଲେ ।ଏହା ପରେ ରାଜ୍ୟରେ ସବୁ କିଛି ଠିକ୍ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି।କିନ୍ତୁ ସେଠି କଣ ଆଲୋଚନା କରାଯାଇଥିଲା ତାହା ଜଣାପଡିନାହିଁ। ଏପଟେ ରାଜ୍ୟ ସରକାର କରୋନା ମୁକାବିଲାରେ ବିଫଳ ହୋଇଛନ୍ତି ।ରାଜ୍ୟରେ ରାଷ୍ଟ୍ରପତି ସାଶନ ଲାଗୁ କରାଯାଉ ବୋଲି କହିଛନ୍ତି ବରିଷ୍ଠ ନେତା ନାରାୟଣ ରାଣେ କହିଛନ୍ତି। ଅନ୍ୟପଟେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାଭିସ ଆଜି ଅପରାହ୍ନ ୪ଟା ରେ ଏକ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି। ସେ ଏକ ଭିଡିଓ ଜାରିକରି କହିଛନ୍ତି ଉଦ୍ଧବ ସରକାର କରୋନା ମୁକାବିଲାରେ ସମ୍ପୂର୍ଣ୍ଣ ବିଫଳ।ଦେଶର ୩୦% ଆକ୍ରାନ୍ତ କେବଳ ମହାରାଷ୍ଟ୍ରର ହୋଇଥିବା ବେଳେ ୪୦% ହେଉଛି ମୃତ୍ୟୁହାର ।ଯାହାକି ଦେଶ ପାଇଁ ଚିନ୍ତାର ବିଷୟ। ଏ ସବୁ ଅଭିଯୋଗର କଡା ଜବାବ ଦେଇଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ।ସେ କହିଛନ୍ତି ସରକାର ମଜଭୁତ ଅଛି। ଶରତ ପାୱାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାରେ କିଛି ଅସୁବିଧା ନାହିଁ।ବିରୋଧୀ କେବଳ ସରକାରଙ୍କ ବିରୁଦ୍ଧରେ ଅପପ୍ରଚାର କରୁଛନ୍ତି। ସେମାନେ ଷଡ଼ଯନ୍ତ୍ରରୁ ଦୂରରେ ରୁହନ୍ତୁ ବୋଲି କଡା ଚେତାବନୀ ଦେଇଛନ୍ତି ସଞ୍ଜୟ।ଏବେ ଦେଖିବା ବାକି ରହିଲା ଦେବେନ୍ଦ୍ର ଫର୍ଣ୍ଣାଭିସ ତାଙ୍କ ସାମ୍ବାଦିକ ସମ୍ମିଳନୀରେ କଣ କହୁଛନ୍ତି। କରୋନାକୁ ନେଇ ଏବେ ମହାରାଷ୍ଟ୍ରରେ ରାଜନୈତିକ ହଟଚମଟ ଦେଖାଦେଇଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles