ସୋନପୁରକୁ ଡେଇଁଲା କରୋନା :ଆଜି ନୂଆ ୭୯ ଆକ୍ରାନ୍ତ ଚିହ୍ନଟ…

- Advertisement -

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ୨୯ ନମ୍ବର ଜିଲ୍ଲାଭାବେ ସୋନପୁରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ ଆଉ ନୂଆ ୭୯ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ଗଞ୍ଜାମ – ୫,ଯାଜପୁର – ୨,ବାଲେଶ୍ବର – ୪, ପୁରୀ – ୪,ଖୋର୍ଦ୍ଧା – ୪ ,
କଟକ – ୧୬, କେନ୍ଦ୍ରାପଡ଼ା – ୬ ,ନୟାଗଡ଼-୩, ବଲାଙ୍ଗୀର – ୧୪, ଅନୁଗୁଳ- ୧ ,କେନ୍ଦୁଝର – ୮, କନ୍ଧମାଳ – ୭, ଢେଙ୍କାନାଳ-୩,ଝାରସୁଗୁଡ଼ା-୧,ସୋନପୁର – ଜଣେ।ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି ।ସେଥିମଧ୍ୟରୁ କ୍ବାରେଣ୍ଟିନ୍ ସେଣ୍ଟରରୁ ୭୧ ଓ ୮ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ ରେ ପଂହଚିଛି । ଏହାସହ୮୬୧ ଜଣ ଚିକିତ୍ସାଧୀନ, ୬୪୯ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୭ ଜଣ ମୃତ୍ୟୁ ବରଣ କରିଛନ୍ତି।ବର୍ତ୍ତମାନ ପ୍ରବାସୀ ଲୋକ ଆସିଲା ପରେ ରାଜ୍ୟରେ ବୃଦ୍ଧି ର ମାତ୍ରା ପାଇଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles