ମହାରାଷ୍ଟ୍ରରେ କରୋନା କବଳରେ କରୋନା ଯୋଦ୍ଧା….

ମୁମ୍ବାଇ : ଦେଶରେ ମହାରାଷ୍ଟ୍ର ସର୍ବାଧିକ କରୋନା ଆକ୍ରାନ୍ତ ରାଜ୍ୟ । ହେଲେ ସେଠାରେ ବର୍ତ୍ତମାନ କରୋନା ଯୋଦ୍ଧାମାନେ କରୋନା କବଳରେ।ଗଲା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୫ ଜଣ ପୋଲିସକର୍ମୀଙ୍କ ଠାରେ ପୋଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାକି ସରକାରଙ୍କ ପାଇଁ ଚିନ୍ତାର କାରଣ। ଏଯାଏଁ କରୋନାରେ ୧୯ ଜଣ ପୋଲିସଙ୍କ ମୃତ୍ୟୁ ହେଲାଣି।ଏହାସହ ରାଜ୍ୟରେ ମୋଟ ୧୯୬୪ ଜଣ ପୋଲିସ କରୋନାରେ ଆକ୍ରାନ୍ତ ହୋଇସାରିଲେଣି।ସେଥିମଧ୍ୟରୁ ୮୪୯ ଠିକ୍ ହୋଇସାରିଥିବା ବେଳେ ୧୦୯୫ ଜଣ ଏବେ ଚିକିତ୍ସିତ ହେଉଛନ୍ତି।ଦେଶର ସର୍ବାଧିକ ଆକ୍ରାନ୍ତ ରାଜ୍ୟ ଭାବରେ ଏ ପର୍ଯ୍ୟନ୍ତ ୫୪୮୫୭ଜଣ ପୋଜିଟିଭ ଚିହ୍ନଟ ହୋଇସାରିଲେଣି। ଏହାସହ ମୋଟ ଉପରେ ୧୭୯୨ ଜଣଙ୍କ ମୃତ୍ୟୁ ହୋଇସାରିଛି।

ସୋଆ ଆଇଟିଇଆରର ୯୧% ଗ୍ରାଜୁଏଟ୍‌ଙ୍କ ପାଇଁ ନିଯୁକ୍ତି ସୁଯୋଗ..

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍‌ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ବୈଷୟିକ ଶିକ୍ଷା କ୍ଷେତ୍ରରେ ତା’ର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିବା ବେଳେ ୨୦୧୯ – ୨୦ ବ୍ୟାଚ୍‌ର ୯୧ ପ୍ରତିଶତ ଛାତ୍ରଛାତ୍ରୀ ପ୍ରମୁଖ କମ୍ପାନୀଗୁଡ଼ିକରେ ନିଯୁକ୍ତି ସୁଯୋଗ ପାଇଛନ୍ତି ।

ତିରିଶ ପ୍ରତିଶତ ଛାତ୍ରଛାତ୍ରୀ ଡେ ଜିରୋ, ଅର୍ଥାତ୍ ପ୍ରଥମ ଦିନର ନିଯୁକ୍ତି ପ୍ରକ୍ରିୟାରେ, ଅଧିକ ଦରମା ପ୍ରଦାନ କରୁଥିବା କମ୍ପାନୀଗୁଡ଼ିକ ଦ୍ୱାରା ବାର୍ଷିକ ହାରାହାରି ସାଢ଼େ ୬ ଲକ୍ଷ ଟଙ୍କା ପ୍ୟାକେଜ୍‌ରେ ନିଯୁକ୍ତି ପାଇଛନ୍ତି । ଚଳିତ ଶିକ୍ଷାବର୍ଷରେ ଆଇଟିଇଆରକୁ କ୍ୟାମ୍ପସ୍ ଚୟନରେ ୧୦୪ଟି କମ୍ପାନୀ ଆସିଥିବା ବେଳେ ୨୨୬୪ ଜଣ ଛାତ୍ରଛାତ୍ରୀଙ୍କୁ ଚାକିରୀ ସୁଯୋଗ ମିଳିଛି । ଏମାନଙ୍କ ମଧ୍ୟରୁ ସର୍ବାଧିକ ବାର୍ଷିକ ୩୧ ଲକ୍ଷ ଟଙ୍କା ପ୍ୟାକେଜ୍‌ର ଅଫର ପାଇଛନ୍ତି ।

ଅଲ୍ ଇଣ୍ଡିଆ କାଉନ୍‌ସିଲ ଫର ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ) ଦ୍ୱାରା ସ୍ୱୀକୃତିପ୍ରାପ୍ତ ଆଇଟିଇଆର୍ ହିଁ ପୂର୍ବଭାରତର ଏକମାତ୍ର ଇଞ୍ଜିନିୟରିଂ କଲେଜ ଯିଏ କି ମାଇକ୍ରୋସଫ୍‌ଟ ଏବଂ ଇନଫୋସିସ୍ ଭଳି ପ୍ରମୁଖ କମ୍ପାନୀରୁ ସର୍ବାଧିକ ପ୍ଲେସ୍‌ମେଂଟ ଅଫର ପାଇଛି । ସେହିପରି କଗନିଜାଂଟ ଭଳି କମ୍ପାନୀ ମଧ୍ୟ ଆଇଟିଇଆର୍ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶାରେ
ସର୍ବାଧିକ ନିଯୁକ୍ତି ସୁଯୋଗ ଦେଇଛି ।

ଆଇଟିଇଆର୍ ୨୦୧୯ର ନ୍ୟାସ୍‌ନାଲ୍ ଇନ୍‌ଷ୍ଟିୁଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍ ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ଦେଶର ଇଞ୍ଜିନିୟରିଂ କଲେଜଗୁଡ଼ିକ ମଧ୍ୟରେ ୩୨ତମ ସ୍ଥାନ ହାସଲ କରିବାରେ ସଫଳ ହୋଇଛି । ୨୦୧୯ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗରେ ସାରା ଦେଶରେ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସୋଆ ୨୪ତମ ସ୍ଥାନ ହାସଲ କରିଛି । ଏହି ଶିକ୍ଷାନୁଷ୍ଠାନ ଅନ୍ୟ ଏକ ସଫଳତା ସାଉଁଟିଥିଲା ଯେତେବେଳେ ଟାଇମ୍ସ ହାୟର୍ ଏଜୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗରେ ୬୦୧ ରୁ ୮୦୦ କ୍ୟାଟେଗୋରିରେ ସ୍ଥାନୀତ ହୋଇଥିଲା ଏବଂ ଏହାର କମ୍ପ୍ୟୁଟର ସାଇନ୍ସ ପ୍ରୋଗ୍ରାମ ୬୦୦ ପ୍ଲସ୍‌ କ୍ୟାଟେଗୋରୀରେ ସ୍ଥାନ ପାଇଥିଲା ।
ଏହି ବର୍ଷ ଆଇଆଇଟି, ଭୁବନେଶ୍ୱର ଓ ଏନଆଇଟି, ରାଉରକେଲା ବ୍ୟତିତ ଓଡ଼ିଶାରେ ଆଇଟିଇଆର ଏକମାତ୍ର ବୈଷୟିକ ଶିକ୍ଷାନୁଷ୍ଠାନ ଅଟେ ଯେଉଁଠାରୁ ମାଇକ୍ରୋସଫ୍ଟ କ୍ୟାମ୍ପସ ଚାଳନା କରିଛି ।

ଆଇଟିଇଆର୍‌ର ଇଞ୍ଜିନିୟରିଂ ପ୍ରୋଗ୍ରାମ ନ୍ୟାସ୍‌ନାଲ୍ ବୋର୍ଡ ଅଫ୍ ଆକ୍ରିଡିସନ୍ (ଏନ୍‌ବିଏ)ରୁ ସ୍ୱୀକୃତି ପାଇଥିବା ବେଳେ ସମ୍ମାନସୂଚକ ଯୁକ୍ତରାଷ୍ଟ୍ର ଆମେରିକାର ଆକ୍ରିଡିସନ୍ ବୋର୍ଡ ଫର୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍‌) ରୁ ମଧ୍ୟ ମାନ୍ୟତା ପାଇଛି । ମାଇକ୍ରୋସଫ୍ଟ ଏବଂ ଆମାଜନ୍ ଭଳି ବିଶ୍ୱସ୍ତରୀୟ ବ୍ରାଣ୍ଡ ଆଇଟିଇଆର୍‌କୁ ଗତ ଜୁନ ମାସରେ କ୍ୟାମ୍ପସ୍ ଚୟନରେ ଆସିଥିବା ବେଳେ ରାପ୍ୟୁଟା ରୋବୋଟିକ୍ସ, ଇନ୍‌ଫର୍‌ମାଟିକା, ଡେଲଏଟ୍‌, ଟେକ୍‌ସିଷ୍ଟମ୍ସ, କ୍ୟାପ୍‌ଜେମିନି ଡିଜିଟାଲ୍‌, ଇନ୍‌ଫୋସିସ୍‌ ଡିଜିଟାଲ୍‌, ମୁ ସିଗ୍‌ମା, ରବଟ ର୍ ବୋସ୍‌, ମ୍ୟାକ ସଫ୍ଟୱେୟାର, ଗ୍ଲୋବାଲ୍ ଲଜିକ୍‌, ଅପ୍‌ଟମ୍‌, ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍‌, ସିଗ୍‌ମଏଡ୍‌, ଓଡେଶା ଆଇଏନ୍‌ସି, ଭାଲ୍ୟୁଲାବ୍ସ, କ୍ଲାଉଡ୍‌ଗିନ୍ ଏବଂ ହୁଣ୍ଡାଇ ମୋବିସ୍ ଭଳି କମ୍ପାନୀ ଡେ ଜିରୋ ସ୍ଲଟ୍‌ରେ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି କମ୍ପାନୀଗୁଡ଼ିକ ବାର୍ଷିକ ସାଢ଼େ ୬ ଲକ୍ଷ ଏବଂ ତଦୁର୍ଦ୍ଧ୍ୱ ଦରମାର ଅଫର ଦେଇଥିବା ଜଣାପଡ଼ିଛି ।

ଛାତ୍ରଛାତ୍ରୀମାନଙ୍କର କ୍ୟାମ୍ପସ୍ ଚୟନ ପ୍ରକ୍ରିୟାରେ ଆଇଟିଇଆର୍‌ର ୧୧୬୪ ଜଣ ଛାତ୍ରଛାତ୍ରୀଙ୍କୁ ଇନ୍‌ଫୋସିସ୍‌, ୱିପ୍ରୋ ଓ କଗ୍‌ନିଜାଂଟ ଭଳି କମ୍ପାନୀ ଡେ ୱାନ୍ ହାୟରି ପ୍ରକ୍ରିୟାରେ ନିଯୁକ୍ତି ଦେଇଛନ୍ତି ଯାହା ଷ୍ଟୁଡେଂଟ ଇନ୍‌ଟେକ୍ ରାସିଓ ଅନୁଯାୟୀ ପୂର୍ବଭାରତରେ ସର୍ବୋତ୍କୃଷ୍ଟ ବୋଲି ଜଣାପଡ଼ିଛି । କ୍ୟାପ୍‌ଜେମିନି, ଆଇବିଏମ୍‌, ମାଇଣ୍ଡଟ୍ରି, ଏନ୍‌ସିଆର୍ କର୍ପ, ଆଇବିଏସ୍‌ ସଫ୍ଟୱେୟାର, ଏକ୍ସପାନ୍ସନ୍‌, ସିଅର୍ ହୋଲ୍ଡିଙ୍ଗ୍‌, ରାମ୍‌କି, ଇନ୍‌ଫୋଗେନ୍‌, ଜେଡ୍ ଗ୍ଲୋବାଲ, ସିଜିଆଇ, ଭୋଲଟାସ୍ , ଡିଏକ୍ସସି ଟେକ୍ନୋଲୋଜି, ଆଇଟିସି ଇନ୍‌ଫୋଟେକ୍‌, ହେକ୍ସାୱେର୍‌, ଭାଲ୍ୟୁ ମୋମେନ୍‌ଟମ୍ ଏବଂ ଏଚ୍‌ପି ଭଳି ପ୍ରମୁଖ କମ୍ପାନୀ କ୍ୟାମ୍ବସ୍‌ ପରିଦର୍ଶନରେ ଆସି ନିଯୁକ୍ତି ପ୍ରକ୍ରିୟା ଜାରି ରଖିଛନ୍ତି । ଉଚ୍ଚକୋଟୀର ଶିକ୍ଷା ବ୍ୟବସ୍ଥା ପ୍ରକ୍ରିୟା ଏବଂ ଜ୍ଞାନ କୌଶଳ ପର୍ଯ୍ୟବେସିତ ଶିକ୍ଷା ପ୍ରଣାଳୀକୁ ନେଇ ଖ୍ୟାତି ଅର୍ଜନ କରିଥିବା ସୋଆ କୋଭିଡ-୧୯ ମହାମାରୀ ଦ୍ୱାରା ଉଦ୍ଭବ ହୋଇଥିବା ପରିସ୍ଥିତିରେ ୨୦୨୧ ବ୍ୟାଚର ଛାତ୍ରଛାତ୍ରୀମାନଙ୍କର ନିଯୁକ୍ତି ନିମନ୍ତେ ବିଶ୍ୱବିଦ୍ୟାଳୟର ଟ୍ରେନିଂ ଏବଂ ପ୍ଲେସ୍‌ମେଂଟ ୱିଙ୍ଗ୍ କ୍ୟାମ୍ପସ୍ ଡେ-ଜିରୋ ଚୟନ ସମ୍ବନ୍ଧୀୟ କାର୍ଯ୍ୟ ହାତକୁ ନେବା ଆରମ୍ଭ କରିଛି ।

ରାଜ୍ୟରେ ଆଉ ୭୯ କରୋନା ଆକ୍ରାନ୍ତ ସୁସ୍ଥ….

ଭୁବନେଶ୍ୱର:ଓଡିଶା ପାଇଁ ଏକ ଭଲ ଖବର ।ରାଜ୍ୟରେ ସୁସ୍ଥ ହେଲେ ଆଉ ୭୯ କରୋନା ପଜିଟିଭ ।ସେମାନେ ଗଞ୍ଜାମରୁ ୧୧, ଯାଜପୁରରୁ ୫, ବାଲେଶ୍ୱରରୁ ୧୭, କଟକରୁ ୪, ଭଦ୍ରକରୁ ୨୮, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୨, ବଲାଙ୍ଗିରରୁ ୨ ଓ ପୁରୀରୁ ୭ ଜଣ ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥତା ସଂଖ୍ୟା ୮୧୨ ରେ ପହଁଚିଲା। ଏହାସହ ୧୫୯୩ପଜିଟିଭ୍‌ଙ୍କ ଭିତରୁ ୭ ମୃତ, ୭୮୧ଚିକିତ୍ସିତ ହେଉଛନ୍ତି।

କୃଷି ଅଧିକାରୀ ଓ କର୍ମଚାରୀମାନଙ୍କୁ ସଦର ମହକୁମା ନ ଛାଡ଼ିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର () ଚଳିତ ଖରିଫରେ ଚାଷୀମାନଙ୍କୁ ଉନ୍ନତ ବିହନ, ସାର ଏବଂ କୃଷି ସାମଗ୍ରୀ ଯୋଗାଇବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଚାଷୀମାନେ ଯେପରି ସୁବିଧାରେ ବିହନ ଓ ସାର ଆବଶ୍ୟକ ଅନୁସାରେ ପାଇପାରିବେ ସେଥିନିମନ୍ତେ ତଦାରଖ କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ଜିଲ୍ଲା ଦାୟୀତ୍ୱରେ ଥିବା ନୋଡାଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କୃଷି ଓ କୃଷକ ଶସକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ କହିଛନ୍ତି । ଏଥିସହିତ କୋଭିଡ଼-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଖରିଫ ଚାଷର ଗୁରୁତ୍ୱକୁ ଦୃଷ୍ଟିରେ ରଖି କୃଷି ଅଧିକାରୀ ଓ କର୍ମଚାରୀମାନଙ୍କୁ ସଦର ମହକୁମା ଛାଡି ନ ଯିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଖିଲାପକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଡ଼ଃ ସାହୁ କହିଛନ୍ତି ।

ଆଜି ପୂର୍ବାହ୍ନରେ କୃଷି ଭବନଠାରେ ଆୟୋଜିତ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀମାନଙ୍କ ବୈଠକରେ ଅଧ୍ୟକ୍ଷତାକରି ମନ୍ତ୍ରୀ ଡ଼ଃ ସାହୁ ବିହନ ଓ ସାର ଯୋଗାଣ ସଂପର୍କରେ ସମୀକ୍ଷା କରିଥିଲେ ।ସାମ୍ପ୍ରତିକ ପରିସ୍ଥିତିରେ ରାଜ୍ୟରେ ଖରିଫ ଚାଷକୁ ପ୍ରାଥମିକତା ପ୍ରଦାନ କରି କୃଷିକାର୍ଯ୍ୟକୁ ଆଗେଇ ନେବାପାଇଁ କୃଷି ଅଧିକାରୀମାନଙ୍କୁ ଅଧିକ ତତ୍ପରତା ପ୍ରକାଶ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଡ଼ଃ ସାହୁ କହିଥିଲେ । ଜୁନ ୧ ତାରିଖରୁ ୧୦ ତାରିଖ ମଧ୍ୟରେ ସମସ୍ତ ନୋଡାଲ ଅଧିକାରୀ ସେମାନଙ୍କ ଦାୟିତ୍ୱରେ ଥିବା ଜିଲ୍ଲା ପରିଦର୍ଶନ କରି ତୃଣମୂଳ ସ୍ତରରେ ଚାଷ କାର୍ଯ୍ୟରେ ଉପୁଜୁଥିବା ସମସ୍ୟାର ସମାଧାନ କରିବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ବିହନ, ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀର ଯୋଗାଣକୁ ନିଶ୍ଚିତ କରିବା ପାଇଁ ନୋଡାଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବୈଠକରେ ସୋସିଆଲ୍ ମିଡିଆର ବହୁଳ ଉପଯୋଗ କରି ଚାଷୀମାନଙ୍କୁ ସିଧାସଳଖ ସୂଚନା ପ୍ରଦାନ ଓ ପରାମର୍ଶ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ପ୍ରତି ପଂଚାୟତରେ ହ୍ୱାଟ୍‌ସ୍‌ଆପ୍ ଗ୍ରୁପ ଗଠନ କରି ଏଥିରେ ଅଧିକରୁ ଅଧିକ ଚାଷୀମାନଙ୍କୁ ସାମିଲ କରିବା ପାଇଁ ମନ୍ତ୍ରୀ ଡ଼ଃ ସାହୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ କୋଭିଡ଼୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ଷେତ୍ରରେ ସାମାଜିକ ଦୁରତ୍ୱ, ମାସ୍କ ପରିଧାନ ଏବଂ ସାନିଟାଇଜେସନ୍ କୁ କଡାକଡ଼ି ଭାବରେ ଅନୁପାଳନ କରିବାକୁ ମନ୍ତ୍ରୀ ଡ଼ଃ ସାହୁ କହିଥିଲେ ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟଉତ୍ପାଦନର ନିର୍ଦ୍ଦେଶକ ଡ଼ଃ ଏମ୍‌. ମୁଥୁ କୁମାରଙ୍କ ସମେତ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ସଙ୍କଟ ସମୟରେ ଆତ୍ମପ୍ରଚାର…..

ଭୁବନେଶ୍ୱର : ସାରା ବିଶ୍ୱକୁ ଏବେ ମହାମାରୀ କରୋନା ଚିନ୍ତା। ଭାରତରେ ମଧ୍ୟ ଦେଢ଼ ଲକ୍ଷ ଟପିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ହେଲେ ଦେଶକୁ ଚଳାଉ ଥିବା ନେତାଙ୍କର କିଛି ଯାଏ ଆସେ ନାହିଁ। ଦେଶ ଯେତେବେଳେ ସଂପୂର୍ଣ୍ଣ ଲକ୍ ଡାଉନ ଥିଲା ସେହି ସମୟରେ ଘରେ ରହିଲେ। ଏବେ ଯେମିତି ଲକ୍ ଡାଉନ ଧିରେ ଧିରେ କୋହଳ ହେବାରେ ଲାଗିଲା ପୁଣି ନିଜର ରାଜନୀତି ଆରମ୍ଭ କରିଦେଲେ। ଏସବୁକୁ ଦେଖିଲେ କରୋନାର ପ୍ରଭାଵ ରାଜନୀତି ଓ ରାଜନେତାଙ୍କ ଉପରେ ବିଶେଷ ପ୍ରଭାବ ପକାଉନାହିଁ। ସଙ୍କଟ ସମୟରେ ନିଜର ଆତ୍ମ ପ୍ରଚାର ପାଇଁ ଅଣ୍ଟା ଭିଡିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏବେ ବିଜେପି ଓ କଂଗ୍ରେସ ନିଜର ହାଇଟେକ ପ୍ରଚାର କରିବେ।ଡିଜିଟାଲ ପ୍ଲାଟଫର୍ମରେ ହେବ ସବୁ ରାଲି। ଏ ନେଇ ସଜବାଜ ହେଲେଣି ଦୁଇ ଜାତୀୟ ଦଳ। ଏପଟେ କିନ୍ତୁ ବିଜେଡି ମଧ୍ୟ ପ୍ରଚାର ପାଇଁ ନୂଆ ଆଭିମୁଖ୍ୟ ଗ୍ରହଣ କରିଛି। ତେବେ ଆସନ୍ତୁ ଦେଖିବା କେଉଁ ରାଜନୈତିକ ଦଳ ପ୍ରଚାର ପାଇଁ କଣ ଯୋଜନା କରିଛ।
ବିଜେପି-ଆସନ୍ତା ୩୦ ତାରିଖରେ କେନ୍ଦ୍ରର ମୋଦି ସରକାରଙ୍କ ଦ୍ୱିତୀୟ ପାଳିକୁ ବର୍ଷେ ପୁରୁଛି। ସେଥିପାଇଁ ଦଳ ନିଜର ସଫଳତାର କାହାଣୀ ଲୋକଙ୍କ ପାଖରେ ପହଂଚାଇବ।ସେଥିପାଇଁ ଦଳ ଏଥର ଡିଜିଟାଲ ମାଧ୍ୟମକୁ ଆପଣେଇଛି। ୭୫୦ଟି ଭରଚୁଆଲ ରାଲି ସହ ୧୦୦୦ ଭରଚୁଆଲ କନ୍ଫରେନ୍ସିଂଗ୍ କରିବ ଦଳ। ଏହାସହ ଚିଠି ମାଧ୍ୟମରେ ଦଳ ସହ ଦଶ କୋଟି ଲୋକଙ୍କୁ ଯୋଡିବ। ଦଳ ତରଫରୁ ଏ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।
କଂଗ୍ରେସ-ବିଜେପି ପରି କଂଗ୍ରେସ ମଧ୍ୟ ଦଳ ପାଇଁ ପ୍ରଚାର କରିବ। ସୋସିଆଲ ମିଡିଆ ଜରିଆରେ ଆସନ୍ତା ୨୮ ତାରିଖରୁ ଜନ ଜାଗରଣ କାର୍ଯ୍ୟକ୍ରମ ଆରମ୍ଭ କରିବ। କରୋନା ମୁକାବିଳାରେ କେମିତି କେନ୍ଦ୍ର ସରକାର ବିଫଳ ହୋଇଛନ୍ତି।ସେହି କଥା ସୋସିଆଲ ମିଡିଆରେ ଲୋକଙ୍କୁ ବୁଝେଇବ କଂଗ୍ରେସ।ରାଜ୍ୟ ତଥା ସାରା ଦେଶରେ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।
ବିଜେଡି-ବିଜେପି ଓ କଂଗ୍ରେସ ପ୍ରଚାର କରୁଥିବା ବେଳେ ବିଜେଡି ଆପଣାଇ ଭିନ୍ନ ପନ୍ଥା । ବିଜେଡି ସୁପ୍ରିମଙ୍କ ନିର୍ଦ୍ଦେଶରେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ପ୍ରଚାର ପାଇଁ ଡିଜିଟାଲ ପ୍ଲାଟଫର୍ମକୁ ଆପଣାଇଛନ୍ତି । ହେଲେ ଦଳୀୟ ପ୍ରଚାର ପାଇଁ ନୁହେଁ। ଲୋକଙ୍କ ସମସ୍ୟାକୁ ବୁଝୁବା ପାଇଁ। ଏବେ ଦଳୀୟ ପ୍ରଚାରର ସମୟ ନୁହେଁ ବୋଲି ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି। ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରାଜ୍ୟର ୩୦ଟି ଜିଲ୍ଲାରେ ବିଜେଡି ନେତା କର୍ମୀ ଓ ପର୍ଯ୍ୟବେକ୍ଷକଙ୍କ ସହ ଭିଡିଓ କନ୍ଫରେନ୍ସିଂଗ ଜରିଆରେ ଆଲୋଚନା କରିଛନ୍ତି  ।
କରୋନା ସମୟରେ ତିନି ଦଳର ଏପରି ଆତ୍ମପ୍ରଚାରକୁ ନେଇ ସାଧାରଣ ଜୋରଦାର ଆଲୋଚନା ଚାଲିଛି। ଦେଖାଯାଉ ଏହି ରଣନୀତିରେ କେଉଁ ଦଳ କେତେ ସଫଳ ହୋଇପାରୁଛି।

ନବୀନଙ୍କ ଫୋକସରେ  ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର : ଶୁକ୍ରବାରଠାରୁ ପୁନର୍ବାର ଆରମ୍ଭ ହେବ ପୁରୀ ଓ ଭୁବନେଶ୍ୱରର ରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ l  ଭିଡ଼ିଓ କନ୍ଫରେନ୍ସିଂରେ କାର୍ଯ୍ୟର ସମୀକ୍ଷା କରିବା ସହ ପୁନଃ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l  ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପୁଣି ଶୁକ୍ରବାର ଠାରୁ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l କୋରନା ଭାଇରସ ଯୋଗୁଁ 2 ମାସ ବନ୍ଦ ରହିଥିଲା ଉନ୍ନୟନ କାର୍ଯ୍ୟ l ବୈଠକରେ ମୁଖ୍ୟଶାସନ ସଚିବ, ଅସିତ ତ୍ରିପାଠୀ, ଉନ୍ନୟନ କମିଶନ ସୁରେଶ ମହାପାତ୍ର, 5 ଟି ସଚିବ ଭି. କେ ପାଣ୍ଡିଆନ, ପୁର୍ତ୍ତ ସଚିବ କ୍ରିଷନ କୁମାର, ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ, ପୁରୀ ଜିଲ୍ଲାପାଳ ଏବଂ ଏସ୍ପି ଉପସ୍ଥିତ ଥିଲେ l  ପୁରୀ ଏବେ ନୂଆ ରୂପ ନେଇଛି l ଏହି ସୌନ୍ଦର୍ଯ୍ୟ କାମ ପୁଣି ଥରେ ଜୋରଦାର କରିବା ଉପରେ ମୁଖ୍ୟମନ୍ତ୍ରୀ ଫୋକସ କରିଛନ୍ତି l

ରକ୍ତଦାନ କରି ଉଦାହରଣ ସାଜିଲେ ଜିଲ୍ଲାପାଳ….

ଯାଜପୁର : ରକ୍ତଦାନ ମହତ ଦାନ। କେହି କେହି ଏହି ବାଣୀକୁ ନିଜର ବ୍ରତ ଭାବେ ଗ୍ରହଣ କରିଛନ୍ତି। ଏହି ଧାରାରେ ସାମିଲ ହୋଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ। ଆଜି ହେଉଛି ତାଙ୍କର ଜନ୍ମଦିନ। ତେଣୁ ଜନ୍ମଦିନରେ ସେ ରକ୍ତଦାନ କରି କରିଛନ୍ତି। ଏହାସହ ଅନେକ ଲୋକଙ୍କୁ ସ୍ୱଚ୍ଚାକୃତ ରକ୍ତଦାନ କରିବାକୁ ପରାମର୍ଶ ଦେଇଛନ୍ତି।
ଦେଶରେ କରୋନା ପ୍ରଭାବରେ ଲକ୍ ଡାଉନ ଚାଲିଛି। ଏହାର ସିଧାସଳଖ ପ୍ରଭାବ ରକ୍ତ ଭଣ୍ଡାର ଉପରେ ପଡିଛି। ସେଠାରେ ଗଚ୍ଛିତ ରକ୍ତର ପରିମାଣ ମଧ୍ୟ ହ୍ରାସ ପାଇଛି। ତେଣୁ ଯାଜପୁର ଜିଲ୍ଲାପାଳ ରକ୍ତଦାନ କରି ଜନ୍ମଦିନ ପାଳିବାକୁ ଅନେକ ଜିଲ୍ଲାବାସୀ ପ୍ରସଂଶା କରିଛନ୍ତି।ଯେଉଁଠି ଜିଲ୍ଲା ମୁଖିଆ ରକ୍ତଦାନ ପାଇଁ ଅଣ୍ଟା ଭିଡୁଛନ୍ତି ।ସେଠି କେବେ ରକ୍ତ ସଙ୍କଟ ଦେଖା ଯିବନାହିଁ ବୋଲି ଅନେକ ବୁଦ୍ଧିଜୀବୀ ମତ ରଖିଛନ୍ତି।

ଡାକ୍ତର ଶରୀରରେ କରୋନା ଭୂତାଣୁ ଚି଼ହ୍ନଟ ….

ଭୁବନେଶ୍ୱର : ରାଜ୍ୟରେ ପ୍ରଥମଥର ଜଣେ ଡାକ୍ତରଙ୍କ ଶରୀର ରେ କରୋନା ଭୂତାଣୁ ଚି଼ହ୍ନଟ ହେଇଛି l ଡାକ୍ତର ଜଣକ ହେଲେ ଶିଶୁ ବିଶେଷଜ୍ଞ ଏବଂ ସେ କଟକ ସିଟି ହସ୍ପିଟାଲରେ କାର୍ଯ୍ୟରତ ରହିଥିଲେ l ସବୁଠାରୁ ବଡ ବିଷୟ ହୋଉଛି ସେ କରୋନା ରୋଗୀ ଙ୍କୁ ଟ୍ରିଟମେଣ୍ଟ କରୁନଥିଲେ କିମ୍ବା ରୋଗୀଙ୍କ ସଂସ୍ପଶରେ ଆସିନଥିଲେ l ତଥାପି ତାଙ୍କ ଶରୀରରେ କରୋନା ପଜିଟିଭ ଚି଼ହ୍ନଟ ହେବା ଚିନ୍ତା ର ବିଷୟ l ଏବେ ସେ ଭୁବନେଶ୍ୱର ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଆଡମିଟ ହୋଇ ଚିକିତ୍ସିତ ହୋଉଛନ୍ତି l ପୂର୍ବରୁ ଭାରତରେ ବିଭିନ୍ନ ସ୍ଥାନରେ ଡାକ୍ତର , ନର୍ସ ମାନଙ୍କ ଶରୀରରେ କରୋନା ପଜିଟିଭ ଚି଼ହ୍ନଟ ହୋଇଛି କିନ୍ତୁ ଓଡ଼ିଶାରେ ଆଜି ପ୍ରଥମ ଥର ଡାକ୍ତରଙ୍କ ଶରୀରରେ କରୋନା ପଜିଟିଭ ଚି଼ହ୍ନଟ ହୋଇଛି l ଯେହେତୁ ସେ ଜଣେ ଶିଶୁ ରୋଗ ବିଶେଷଜ୍ଞ ଏବଂ ସେ ଚିକିତ୍ସା କାର୍ଯ୍ୟରେ କାର୍ଯ୍ୟରତ ଥିଲେ ତେଣୁ ଅନେକ ରୋଗୀ ତାଙ୍କ ସଂସ୍ପର୍ଶ ରେ ଆସିଥିବେ ଏବଂ ତାଙ୍କୁ ମଧ୍ଯ କରୋନା ସଂକ୍ରମିତ ର ଆଶଙ୍କା ରହୁଛି ଯାହା ଏବେ ଚିନ୍ତା ବଢ଼ାଇଛି l ସିଟି ହସ୍ପିଟାଲର ସମସ୍ତ କର୍ମଚାରୀ ଯୋଉମାନେ ଡାକ୍ତରଙ୍କ ସଂସ୍ପର୍ଶ ରେ ଆସିଥିଲେ ସମସ୍ତଙ୍କୁ ଆଇସୋଲେସନ ରେ ରଖାଯାଇଛି l

ଦେଶରେ ଦେଢ ଲକ୍ଷ ଟପିଲା ଆକ୍ରାନ୍ତ ସଂଖ୍ୟା…

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଏହାସହ ଦେଶରେ ଦେଢ଼ ଲକ୍ଷ ପାର ହୋଇଛି ସଂଖ୍ୟା।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି। ଏ ଯାଏ ଭାରତରେ ୧,୫୧,୭୬୭ ରେ ଆକ୍ରାନ୍ତ ସଂଖ୍ୟା ପହଂଚିଛି। ଆଉ ୪,୩୩୭ଜଣଙ୍କର ମୃତ୍ୟୁ ହୋଇଛି ଓ ୬୪,୪୨୫ଲୋକ ସୁସ୍ଥ ହେଲେଣି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଗତ ୨୪ ଘଣ୍ଟାରେ ୬୩୩୮ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୭୦ ଜଣ ପ୍ରାଣ ହରାଇଛନ୍ତି ।

କରୋନା ଉଜାଡ଼ି ଦେଲା ଯାତ୍ରା କଳାକାର ସଂସାର

ଭୁବନେଶ୍ୱର : ଦିନେ ଚକ ମକ ଆଲୁଅରେ ହଜାର ହଜାର ଦର୍ଶକଙ୍କର ମନରଞ୍ଜନ କରୁଥିଲେ। ଲୋକଙ୍କ କର ତାଳିରେ ଫାଟି ପଡୁଥିଲା ଯାତ୍ରା ପେଣ୍ଡାଲ। ହେଲେ ଏବେ କରୋନା ମହାମାରୀ ଏ ସବୁରେ ତାଲା ପକାଇଦେଲା। ଖାଲି ଯାତ୍ରା ଜଗତରେ ତାଲା ପକାଇଛି ତାହା ନୁହେଁ। ହଜାର ହଜାର କଳାକାରଙ୍କ ପେଟରେ ମଧ୍ୟ ତାଲା ପକାଇଛି। ଆଜି କଳାକାରଙ୍କର ଦୁଃଖ ଜଣେଇବା ପାଇଁ ରାଜ୍ୟ ଯାତ୍ରା ସଭାପତି ଦୈତାରି ପଣ୍ଡାଙ୍କ ସମେତ ବାପି ପଣ୍ଡା  ସଂସ୍କୃତି  ମନ୍ତ୍ରୀଙ୍କୁ ଭେଟି ତାଙ୍କ ସମସ୍ୟା ବିଷୟରେ ଅବଗତ କରାଇଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଛନ୍ତି।
ଦୀର୍ଘ ଦୁଇ ମାସରୁ ଅଧିକ ହେଲାଣି ଦେଶରେ ଲକ୍ ଡାଉନ ।ସେଥିପାଇଁ ସବୁଠି ପେଣ୍ଡାଲ ବନ୍ଦ। ଏହାସହ ହଜାର ହଜାର କଳାକାରଙ୍କର ରୋଜଗାର ମଧ୍ୟ ବନ୍ଦ। ଏଥିରେ ଅଧିକ ପ୍ରଭାବିତ ହୋଇଛନ୍ତି ଛୋଟ ଛୋଟ କଳାକାର। ଯେମିତିକି ପଛରେ ନାଚୁଥିବା ନୃତ୍ୟଶିଳ୍ପୀ, କମେଡିଆନ୍ ଏପରି ଅନେକ। ଯାହାର କି ଏବେ ଘରେ ଦୁଇ ଓଳି ଚୁଲି ମଧ୍ୟ ଜଳିବା କଷ୍ଟକର।ସେଥିପାଇଁ ଆଜି ରାଜ୍ୟ ଯାତ୍ରା ସଭାପତି ଦୈତାରି ପଣ୍ଡା, ବାପି ପଣ୍ଡାଙ୍କ ସମେତ ଅନେକ କଳାକାର ରାଜଧାନୀରେ ଏକାଠି ହୋଇଥିଲା। ଏ ବିଷୟରେ ସଂକୃତି ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ମନ୍ତ୍ରୀ ଖୁବ ଶୀଘ୍ର ସମସ୍ୟାର ସମାଧାନ କରିବାକୁ ପ୍ରତିସ୍ମୃତି ଦେଇଛନ୍ତି ।ଏହାସହ କଳାକାର ଭତ୍ତା ଦେବାକୁ ସେମାନେ ମନ୍ତ୍ରୀଙ୍କୁ କହିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟ କରିବାକୁ ସମୟ ମାଗିଛି କଳାକାର ସଂଘ।

Follow us

20,832FansLike
0FollowersFollow
14,700SubscribersSubscribe

Latest news