ରଖେ ହରି ତ ମାରେ କିଏ….

- Advertisement -

ଯାଜପୁର : କଥାରେ ଅଛି ରଖେ ,ହରି ତ ମାରେ କିଏ? ଯମ ନ ଚାହିଁଲେ କାହାରି ମୃତ୍ୟୁ ହୋଇନଥାଏ। ମରଣ ପାଖରେ ଥାଇ ବି ଦୁରେଇ ଯାଏ। ଏମିତି ଏକ ଘଟଣା ଘଟିଛି କୋରେଇ ଅଞ୍ଚଳରେ। ଘଟଣାଟି ଶୁଣିଲେ ଆପଣ ବିଶ୍ୱାସ କରି ପାରିବେନି।କିନ୍ତୁ ସତ। ଜଣେ ୫ ବର୍ଷର ଟ୍ରାନ୍ସଫର୍ମର ଉପରକୁ ଚଢିଯାଇଥିଲା।ଯାଜପୁର ଜିଲ୍ଲା କୋରେଇ ଥାନା ୨୦ ନମ୍ବର ଜାତୀୟ ରାଜପଥ କଡ ରଗଡି ସରକାରୀ ପଲିଟେକନିକ ପାଖରେ ସୋମବାର ଅପରାହ୍ନରେ ଏହି ଘଟଣା ଦେଖିବାକୁ ମିଳିଥିଲା ।
ଏହି ୫ ବର୍ଷର ଶିଶୁଟି ଖେଳୁଥିବା ସମୟରେ ରାଜପଥରେ ଯାଇଥିବା ଗାଡିକୁ ଦେଖିବା ପାଇଁ ପାଖରେ ଥିବା ଏକ ଟ୍ରାନ୍ସଫର୍ମର ଖୁଣ୍ଟ ଉପରେ ଚଢିଯାଇଥିଲା । ପରେ ଶିଶୁଟିର ସାନ ଭଉଣି ମଧ୍ୟ ଖୁଣ୍ଟରେ ଚଢିବା ପାଇଁ ପ୍ରୟାସ କରୁଥିବା ସମୟରେ କିଛି ସ୍ଥାନୀୟ ଲୋକଙ୍କ ନଜର ପଡିଥିଲା। ତାପରେ ଟ୍ରାନ୍ସଫର୍ମର ଉପରେ ଥିବା ଶିଶୁ ଉପରେ ଲୋକଙ୍କ ନଜର ପଡିଥିଲା। ଶିଶୁ କୁ ଦେଖିଲା ପରେ କିଛି ସମୟ ପାଇଁ ସଭିଏଁ ଆଶ୍ଚର୍ଯ୍ୟ ହୋଇ ରହିଯାଇଥିଲେ। ଭାଗ୍ୟ ବଡ଼ ବଳବାନ। ଠିକ୍ ଏହି ସମୟରେ ସେଠାରେ କରେଣ୍ଟ ନଥିଲା । ତଳେ ଛିଡା ହୋଇଥିବା ଲୋକମାନେ ତାକୁ ବାରମ୍ବାର ଡାକିବାରୁ ଛୁଆଟି ଆପେ ଆପେ ତଳକୁ ଖସି ଆସିଥିଲା।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles