ସଙ୍କଟ ସମୟରେ ଆତ୍ମପ୍ରଚାର…..

- Advertisement -

ଭୁବନେଶ୍ୱର : ସାରା ବିଶ୍ୱକୁ ଏବେ ମହାମାରୀ କରୋନା ଚିନ୍ତା। ଭାରତରେ ମଧ୍ୟ ଦେଢ଼ ଲକ୍ଷ ଟପିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ହେଲେ ଦେଶକୁ ଚଳାଉ ଥିବା ନେତାଙ୍କର କିଛି ଯାଏ ଆସେ ନାହିଁ। ଦେଶ ଯେତେବେଳେ ସଂପୂର୍ଣ୍ଣ ଲକ୍ ଡାଉନ ଥିଲା ସେହି ସମୟରେ ଘରେ ରହିଲେ। ଏବେ ଯେମିତି ଲକ୍ ଡାଉନ ଧିରେ ଧିରେ କୋହଳ ହେବାରେ ଲାଗିଲା ପୁଣି ନିଜର ରାଜନୀତି ଆରମ୍ଭ କରିଦେଲେ। ଏସବୁକୁ ଦେଖିଲେ କରୋନାର ପ୍ରଭାଵ ରାଜନୀତି ଓ ରାଜନେତାଙ୍କ ଉପରେ ବିଶେଷ ପ୍ରଭାବ ପକାଉନାହିଁ। ସଙ୍କଟ ସମୟରେ ନିଜର ଆତ୍ମ ପ୍ରଚାର ପାଇଁ ଅଣ୍ଟା ଭିଡିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏବେ ବିଜେପି ଓ କଂଗ୍ରେସ ନିଜର ହାଇଟେକ ପ୍ରଚାର କରିବେ।ଡିଜିଟାଲ ପ୍ଲାଟଫର୍ମରେ ହେବ ସବୁ ରାଲି। ଏ ନେଇ ସଜବାଜ ହେଲେଣି ଦୁଇ ଜାତୀୟ ଦଳ। ଏପଟେ କିନ୍ତୁ ବିଜେଡି ମଧ୍ୟ ପ୍ରଚାର ପାଇଁ ନୂଆ ଆଭିମୁଖ୍ୟ ଗ୍ରହଣ କରିଛି। ତେବେ ଆସନ୍ତୁ ଦେଖିବା କେଉଁ ରାଜନୈତିକ ଦଳ ପ୍ରଚାର ପାଇଁ କଣ ଯୋଜନା କରିଛ।
ବିଜେପି-ଆସନ୍ତା ୩୦ ତାରିଖରେ କେନ୍ଦ୍ରର ମୋଦି ସରକାରଙ୍କ ଦ୍ୱିତୀୟ ପାଳିକୁ ବର୍ଷେ ପୁରୁଛି। ସେଥିପାଇଁ ଦଳ ନିଜର ସଫଳତାର କାହାଣୀ ଲୋକଙ୍କ ପାଖରେ ପହଂଚାଇବ।ସେଥିପାଇଁ ଦଳ ଏଥର ଡିଜିଟାଲ ମାଧ୍ୟମକୁ ଆପଣେଇଛି। ୭୫୦ଟି ଭରଚୁଆଲ ରାଲି ସହ ୧୦୦୦ ଭରଚୁଆଲ କନ୍ଫରେନ୍ସିଂଗ୍ କରିବ ଦଳ। ଏହାସହ ଚିଠି ମାଧ୍ୟମରେ ଦଳ ସହ ଦଶ କୋଟି ଲୋକଙ୍କୁ ଯୋଡିବ। ଦଳ ତରଫରୁ ଏ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।
କଂଗ୍ରେସ-ବିଜେପି ପରି କଂଗ୍ରେସ ମଧ୍ୟ ଦଳ ପାଇଁ ପ୍ରଚାର କରିବ। ସୋସିଆଲ ମିଡିଆ ଜରିଆରେ ଆସନ୍ତା ୨୮ ତାରିଖରୁ ଜନ ଜାଗରଣ କାର୍ଯ୍ୟକ୍ରମ ଆରମ୍ଭ କରିବ। କରୋନା ମୁକାବିଳାରେ କେମିତି କେନ୍ଦ୍ର ସରକାର ବିଫଳ ହୋଇଛନ୍ତି।ସେହି କଥା ସୋସିଆଲ ମିଡିଆରେ ଲୋକଙ୍କୁ ବୁଝେଇବ କଂଗ୍ରେସ।ରାଜ୍ୟ ତଥା ସାରା ଦେଶରେ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।
ବିଜେଡି-ବିଜେପି ଓ କଂଗ୍ରେସ ପ୍ରଚାର କରୁଥିବା ବେଳେ ବିଜେଡି ଆପଣାଇ ଭିନ୍ନ ପନ୍ଥା । ବିଜେଡି ସୁପ୍ରିମଙ୍କ ନିର୍ଦ୍ଦେଶରେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ପ୍ରଚାର ପାଇଁ ଡିଜିଟାଲ ପ୍ଲାଟଫର୍ମକୁ ଆପଣାଇଛନ୍ତି । ହେଲେ ଦଳୀୟ ପ୍ରଚାର ପାଇଁ ନୁହେଁ। ଲୋକଙ୍କ ସମସ୍ୟାକୁ ବୁଝୁବା ପାଇଁ। ଏବେ ଦଳୀୟ ପ୍ରଚାରର ସମୟ ନୁହେଁ ବୋଲି ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି। ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରାଜ୍ୟର ୩୦ଟି ଜିଲ୍ଲାରେ ବିଜେଡି ନେତା କର୍ମୀ ଓ ପର୍ଯ୍ୟବେକ୍ଷକଙ୍କ ସହ ଭିଡିଓ କନ୍ଫରେନ୍ସିଂଗ ଜରିଆରେ ଆଲୋଚନା କରିଛନ୍ତି  ।
କରୋନା ସମୟରେ ତିନି ଦଳର ଏପରି ଆତ୍ମପ୍ରଚାରକୁ ନେଇ ସାଧାରଣ ଜୋରଦାର ଆଲୋଚନା ଚାଲିଛି। ଦେଖାଯାଉ ଏହି ରଣନୀତିରେ କେଉଁ ଦଳ କେତେ ସଫଳ ହୋଇପାରୁଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles