ଡାକ୍ତର ଶରୀରରେ କରୋନା ଭୂତାଣୁ ଚି଼ହ୍ନଟ ….

- Advertisement -

ଭୁବନେଶ୍ୱର : ରାଜ୍ୟରେ ପ୍ରଥମଥର ଜଣେ ଡାକ୍ତରଙ୍କ ଶରୀର ରେ କରୋନା ଭୂତାଣୁ ଚି଼ହ୍ନଟ ହେଇଛି l ଡାକ୍ତର ଜଣକ ହେଲେ ଶିଶୁ ବିଶେଷଜ୍ଞ ଏବଂ ସେ କଟକ ସିଟି ହସ୍ପିଟାଲରେ କାର୍ଯ୍ୟରତ ରହିଥିଲେ l ସବୁଠାରୁ ବଡ ବିଷୟ ହୋଉଛି ସେ କରୋନା ରୋଗୀ ଙ୍କୁ ଟ୍ରିଟମେଣ୍ଟ କରୁନଥିଲେ କିମ୍ବା ରୋଗୀଙ୍କ ସଂସ୍ପଶରେ ଆସିନଥିଲେ l ତଥାପି ତାଙ୍କ ଶରୀରରେ କରୋନା ପଜିଟିଭ ଚି଼ହ୍ନଟ ହେବା ଚିନ୍ତା ର ବିଷୟ l ଏବେ ସେ ଭୁବନେଶ୍ୱର ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଆଡମିଟ ହୋଇ ଚିକିତ୍ସିତ ହୋଉଛନ୍ତି l ପୂର୍ବରୁ ଭାରତରେ ବିଭିନ୍ନ ସ୍ଥାନରେ ଡାକ୍ତର , ନର୍ସ ମାନଙ୍କ ଶରୀରରେ କରୋନା ପଜିଟିଭ ଚି଼ହ୍ନଟ ହୋଇଛି କିନ୍ତୁ ଓଡ଼ିଶାରେ ଆଜି ପ୍ରଥମ ଥର ଡାକ୍ତରଙ୍କ ଶରୀରରେ କରୋନା ପଜିଟିଭ ଚି଼ହ୍ନଟ ହୋଇଛି l ଯେହେତୁ ସେ ଜଣେ ଶିଶୁ ରୋଗ ବିଶେଷଜ୍ଞ ଏବଂ ସେ ଚିକିତ୍ସା କାର୍ଯ୍ୟରେ କାର୍ଯ୍ୟରତ ଥିଲେ ତେଣୁ ଅନେକ ରୋଗୀ ତାଙ୍କ ସଂସ୍ପର୍ଶ ରେ ଆସିଥିବେ ଏବଂ ତାଙ୍କୁ ମଧ୍ଯ କରୋନା ସଂକ୍ରମିତ ର ଆଶଙ୍କା ରହୁଛି ଯାହା ଏବେ ଚିନ୍ତା ବଢ଼ାଇଛି l ସିଟି ହସ୍ପିଟାଲର ସମସ୍ତ କର୍ମଚାରୀ ଯୋଉମାନେ ଡାକ୍ତରଙ୍କ ସଂସ୍ପର୍ଶ ରେ ଆସିଥିଲେ ସମସ୍ତଙ୍କୁ ଆଇସୋଲେସନ ରେ ରଖାଯାଇଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles