ମହାରାଷ୍ଟ୍ରରେ କରୋନା କବଳରେ କରୋନା ଯୋଦ୍ଧା….

- Advertisement -

ମୁମ୍ବାଇ : ଦେଶରେ ମହାରାଷ୍ଟ୍ର ସର୍ବାଧିକ କରୋନା ଆକ୍ରାନ୍ତ ରାଜ୍ୟ । ହେଲେ ସେଠାରେ ବର୍ତ୍ତମାନ କରୋନା ଯୋଦ୍ଧାମାନେ କରୋନା କବଳରେ।ଗଲା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୫ ଜଣ ପୋଲିସକର୍ମୀଙ୍କ ଠାରେ ପୋଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାକି ସରକାରଙ୍କ ପାଇଁ ଚିନ୍ତାର କାରଣ। ଏଯାଏଁ କରୋନାରେ ୧୯ ଜଣ ପୋଲିସଙ୍କ ମୃତ୍ୟୁ ହେଲାଣି।ଏହାସହ ରାଜ୍ୟରେ ମୋଟ ୧୯୬୪ ଜଣ ପୋଲିସ କରୋନାରେ ଆକ୍ରାନ୍ତ ହୋଇସାରିଲେଣି।ସେଥିମଧ୍ୟରୁ ୮୪୯ ଠିକ୍ ହୋଇସାରିଥିବା ବେଳେ ୧୦୯୫ ଜଣ ଏବେ ଚିକିତ୍ସିତ ହେଉଛନ୍ତି।ଦେଶର ସର୍ବାଧିକ ଆକ୍ରାନ୍ତ ରାଜ୍ୟ ଭାବରେ ଏ ପର୍ଯ୍ୟନ୍ତ ୫୪୮୫୭ଜଣ ପୋଜିଟିଭ ଚିହ୍ନଟ ହୋଇସାରିଲେଣି। ଏହାସହ ମୋଟ ଉପରେ ୧୭୯୨ ଜଣଙ୍କ ମୃତ୍ୟୁ ହୋଇସାରିଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles