ଦେଶରେ ୨୪ ଘଣ୍ଟାରେ ୮,୧୭୧କରୋନା ଆକ୍ରାନ୍ତ ଚିହ୍ମଟ

- Advertisement -

ଦେଶରେ ୨୪ ଘଣ୍ଟାରେ ୮,୧୭୧କରୋନା ଆକ୍ରାନ୍ତ ଚିହ୍ମଟ
ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି। ଏ ଯାଏ ଭାରତରେ୧ ଲକ୍ଷ ୯୮ ହଜାର ୭୦୬ ଆକ୍ରାନ୍ତ ସଂଖ୍ୟା ପହଂଚିଛି। ଏହାସହ ୫,୫୯୮ ଜଣଙ୍କର ମୃତ୍ୟୁ ହୋଇଛି।ସେହିପରି ୯୫,୫୨୭ ଜଣ ଲୋକ ସୁସ୍ଥ ହେଲେଣି।ଏବେ ୯୭,୫୮୧ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ଗତ ୨୪ ଘଣ୍ଟାରେ ୮,୧୭୧ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୦୪ ଜଣ ପ୍ରାଣ ହରାଇଛନ୍ତି ।
ଦେଶରେ ମହାରାଷ୍ଟ୍ରରେ ସର୍ବାଧିକ ୨୩୬୨ ଜଣ ଲୋକଙ୍କ ମୃତ୍ୟୁ ହେଲେଣି । ସେହିପରି ଗୁଜୁରାଟ ୧୦୬୩, ଦିଲ୍ଲୀ ୫୨୩, ମଧ୍ୟପ୍ରଦେଶରେ ୩୫୮ , ପଶ୍ଚିମବଙ୍ଗ ୩୨୫, ଉତ୍ତର ପ୍ରଦେଶ ୨୧୭, ରାଜସ୍ଥାନରେ ୧୯୮ ମୃତ ଜଣଙ୍କର ମୃତ୍ୟୁ ହେଲାଣି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles