ଆମେ ବି ପାଉନୁ ଦରମା : ପଦ୍ମନାଭ ବେହେରା

- Advertisement -

ଭୁବନେଶ୍ୱର : ବର୍ତ୍ତମାନ ସମସ୍ତଙ୍କର ଦରମା କାଟ ଚାଲିଛି ।ରାଜ୍ୟର ରାଜସ୍ୱ ଆଦାୟ କମିଯାଇଛି। ଏମିତି କି ଆମେ ବି ଦରମା ପାଉନୁ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଓଡିଶା ମୋଟର ଚାଳକ ସଂଘର ଆନ୍ଦୋଳନକୁ ଯୁକ୍ତିଯୁକ୍ତ ଦର୍ଶାଇବା ସହ ସରକାର ରାଜ୍ୟର ଆର୍ଥିକ ସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।
ଆଜି ୩ ଦଫା ଦାବି ନେଇ ଆନ୍ଦୋଳନକୁ ଓଲ୍ହାଇଛନ୍ତି ଓଡିଶା ମୋଟର ଚାଳକ ସଂଘ। ସେମାନେ ବରମୁଣ୍ଡା ବସ ଷ୍ଟାଣ୍ଡ ନିକଟରେ ଏହି ଆନ୍ଦୋଳନ କରୁଛନ୍ତି । ସେମାନଙ୍କର ମୁଖ୍ୟ ଦାବି ହେଉଛି ଡ୍ରାଇଭର ,କଣ୍ଡକ୍ଟର ଓ ହେଲପରଙ୍କୁ ତିନି ମାସର କ୍ଷତିପୂରଣ ସହ ପରିବହନ କର୍ମଚାରୀର ମାନ୍ୟତା ଦେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଏହି ଦାବିକୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସମର୍ଥନ କରିଛନ୍ତି। ସେ କହିଛନ୍ତି ସେମାନଙ୍କ ପାଇଁ ବିମାର ଆବଶ୍ୟକତା ଅଛି।
ସେମାନେ ମଧ୍ୟ ପୂର୍ବରୁ ଏ ଦାବି ବିଷୟରେ ଲିଖିତ ଆକାରରେ ଆମକୁ ଜଣାଇଥିଲେ। ଯାହାକୁ କି ଏବେ ମୁଖ୍ୟମନ୍ତ୍ରୀ ବିଚାର କରୁଛନ୍ତି। ଖୁବ ଶୀଘ୍ରରେ ଏ ବାବଦରେ ନିଷ୍ପତ୍ତି ନେବେ। ହେଲେ ବର୍ତ୍ତମାନ ଆର୍ଥିକ ସ୍ଥିତିକୁ ଦେଖାଯାଇ ନିଷ୍ପତି ନିଆଯିବ।
ଆମ ପାଖରେ ଚୂନା ଥିଲେ ତ ଯାଇଁ ପିଠା କରିବୁ। ଏବେ ସମସ୍ତଙ୍କର ଦରମା କାଟ ଚାଲିଛି। ଏଥିପାଇଁ ରାଜ୍ୟର ରାଜସ୍ୱ ଆଦାୟ କମିଯାଇଛି। ଏମିତି କି ଆମେ ବି ଦରମା ପାଉନୁ। ଆମ ଦରମାର ୭୦% ବି କଟିଛି।ଓ ସମସ୍ତ ବିଧାୟକ ପାଣ୍ଠି ସବୁ ବନ୍ଦ ଅଛି। ଏ ସବୁ ଦିଗକୁ ବିଚାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଟର ଚାଳକ ସଂଘର ଦାବିକୁ ବିଚାର କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles