ଗଣମାଧ୍ୟମର କରୋନା ଯୋଦ୍ଧାଙ୍କ ପ୍ରତି ଏ ଅନ୍ୟାୟ କାହିଁକି : ସିଦ୍ଧାର୍ଥଙ୍କ ଉଦବେଗ

- Advertisement -

ଭୁବନେଶ୍ୱର : ଗଣମାଧ୍ୟମରେ କାର୍ଯ୍ୟରତ ପ୍ରତିନିଧିମାନେ ମଧ୍ୟ ଆଗ ଧାଡ଼ିର କରୋନା ଯୋଦ୍ଧା l କୋଭିଡ 19 ର ଟିକନିଖ ଖବର ଆମକୁ ସେମାନଙ୍କ ଯୋଗୁଁ ହିଁ ମିଳୁଛି.l ସେମାନେହିଁ ଆମକୁ ସଚେତନ କରାଉଛନ୍ତି l ତେବେ ସେମାନଙ୍କ ପ୍ରତି ଅବିଚାର ଓ ଅନ୍ୟାୟ କରାଯାଉଛି ବୋଲି ଉଦବେଗ ପ୍ରକାଶ କରିଛନ୍ତି ଖଣ୍ଡପଡାର ପୂର୍ବତନ ବିଧାୟକ ତଥା ବିଜେପି ନେତା ସିଦ୍ଧାର୍ଥ ଶେଖର ସିଂହ l

ଓଡିଶାର ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା କରୋନା ଯୋଦ୍ଧା ମାନେ ଦିନରାତି ଏକ କରି କାର୍ଯ୍ୟ କରୁଥିବା ବେଳେ କୋଉଠି ସେମାନଙ୍କର ଦରମା କଟାଯାଉଛି ତ ଆଉ କୋଉଠି ଛଟେଇ କରାଯାଉଛି. I  ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି ସିଦ୍ଧାର୍ଥ. I
ଯେଉଁ କର୍ମଚାରୀମାନେ ଗଣମାଧ୍ୟମ ସଂସ୍ଥା ପାଇଁ ବର୍ଷ ବର୍ଷ ଧରି କାର୍ଯ୍ୟ କରୁଛନ୍ତି ମାତ୍ର ଗୋଟିଏ ଦୁଇଟି ମାସର ଲକଡାଉନ ରେ ସେମାନଙ୍କ ଦରମା କାଟ ଓ ଛଟେଇ ଅତ୍ୟନ୍ତ ଅମାନବୀୟ ବୋଲି କହିଛନ୍ତି ଖଣ୍ଡପଡାର ପୂର୍ବତନ ବିଧାୟକ l
ଅନେକ ଗଣମାଧ୍ୟମସଂସ୍ଥା ର ପୃଷ୍ଠପୋଷାକ ରାଜନୀତି ସହ ମଧ୍ୟ ସଂଶ୍ଲିଷ୍ଟ. I  ନିର୍ବାଚନ ସମୟରେ ବିପୁଳ ପରିମାଣର ଅର୍ଥ ବ୍ୟୟ କରୁଥିବା ଏହି ରାଜନେତା ମାନଙ୍କ ପାଖରେ କଣ କମ ଵିଜ୍ଞାପନରେ କିଛି ମାସ ତାଙ୍କ କର୍ମଚାରୀଙ୍କୁ ଦରମା ଦେବାପାଇଁ ଅର୍ଥ ନାହିଁ… ସେମାନଙ୍କ ଆର୍ଥିକ ସ୍ଥିତି କଣ ଏତେ ଖରାପ. I  ଏ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଛି ବୋଲି ସିଦ୍ଧାର୍ଥ କହିଛନ୍ତି l
ଜଣେ ରାଜନେତା ଭାବେ ନୁହେଁ ବରଂ ରାଜନୀତିରେ ପାଦ ଦେବା ପୂର୍ବରୁ କିଛି ବର୍ଷ ଗଣମାଧ୍ୟମରେ କାର୍ଯ୍ୟ କରିଥିବା ଜଣେ ସାମ୍ବାଦିକଭାବେ ମୋର ଏହି ଉଦବେଗ ଏବଂ ଏ ଘଟଣା ମୋତେ ବ୍ୟଥିତ କରୁଛି ବୋଲି ସିଦ୍ଧାର୍ଥ କହିବା ସହ ଖୁବ ଶୀଘ୍ର ଏ ସମସ୍ୟାର ସମାଧାନ ହେବ ବୋଲି ସେ ଆଶା ରଖିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles