ବିଧାନସଭାରେ ବିରୁପାକ୍ଷ ଆଲେଖ୍ୟ ଚର୍ଚ୍ଚା

ବରିଷ୍ଠ ସାମ୍ବାଦିକ ତଥା ଗାନ୍ଧିବାନ୍ଧି ଚିନ୍ତାଧାରା ନେତା ବିରୁପାକ୍ଷ ତ୍ରୀପାଠୀ ଆଲେଖ୍ୟ କୁ ନେଇ ଚର୍ଚ୍ଚା। ବ୍ୟୟ ମଞ୍ଜୁର ବିଲ ଆଲୋଚନା ସମୟରେ ବରିଷ୍ଠ ବିଜେଡ଼ି ବିଧାୟକ ଅରୁଣ ସାହୁ ଏ ପ୍ରସଙ୍ଗ ଉଠାଇ ସମସ୍ତ ବିଧାୟକ ବରିଷ୍ଠ ସାମ୍ବାଦିକଙ୍କ ଆଲେଖ୍ୟ ପଢିବାକୁ ଅନୁରୋଧ କରିଥିଲେ । ସେହିପରି ୧୮ ମାସରେ କାହିଁକି ସବୁଥିରେ ବିଫଳ ବୋଲି ସରକାରୀ ଦଳକୁ ପ୍ରଶ୍ନ ବାଣ ମାରିଥିଲେ ଅରୁଣ। ଆଲୋଚନା ଆରମ୍ଭ କରି ବିଜେଡି ବିଧାୟକ ଅରୁଣ କୁମାର ସାହୁ କହିଥିଲେ ଯେ, ଏ ସରକାରକୁ ଆର୍ଥିକ ପରିଚାଳନା ଜଣା ନାହିଁ। ଋଣ କରି ବଜେଟ ଆକାରକୁ ବଢାଇ ଦେଇ, କହିଲେ ଓଡିଶାବାସୀଙ୍କୁ ଉପହାର ଦେଲୁ, ହେଲେ ଖର୍ଚ୍ଚ କରି ପାରୁନାହାନ୍ତି । ମହିଳାଙ୍କୁ ଅସଦାଚରଣ ରେ ଓଡ଼ିଶା ପ୍ରଥମ ସ୍ଥାନରେ ପହଞ୍ଚିଲାଣି । ରାଜ୍ୟରେ ବର୍ତ୍ତମାନ ଦିନକୁ ୧୫ ଟି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି । ମହିଳା ଘରୁ ଗୋଡ଼ କାଢ଼ିବାକୁ ଡରିଲେଣି। ନୂଆ ସରକାର ସମୟ କାଳରେ ଘଟିଥିବା ମହିଳା ବିରୋଧୀ ହିଂସା ଘଟଣା ସୌମ୍ୟଶ୍ରୀ ଆତ୍ମହତ୍ୟା, ଗୋପାଳପୁର ଗଣଦୁଷ୍କର୍ମ, ବଳଙ୍ଗା, ମାଲକାନଗିରି ରେ ୩ ଶିଶୁଙ୍କୁ ନିର୍ଯାତନା ପ୍ରଭୃତି କଥା କହି ଅରୁଣ ସରକାରଙ୍କୁ କାଠ ଗଡାକୁ ଟାଣିବାକୁ ପ୍ରୟାସ କରିଥିଲେ । ସେହିଭଳି ପୂର୍ବତନ ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଫିସରଙ୍କୁ ମାଡ଼ ମାରିବା ଘଟଣା ଠାରୁ ଆରମ୍ଭ କରି ବଡ଼ ଠାକୁର ପଡ଼ିଯିବା ଘଟଣା କଥା ଉଠାଇ ଅରୁଣ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉଦବେଗ ଜଣକ ବୋଲି କହିଥିଲେ । ଆୟୁଷ୍ମାନ ଯୋଜନା ବର୍ତମାନ ଆଇକ୍ଷୟ ଯୋଜନାରେ ପରିଣତ ହେଲାଣି । ବେକାରୀ ବଢ଼ିଚାଲିଛି, ଧାନ କିଣାରେ ଅବ୍ୟବସ୍ଥା, ଦରଦାମ ବୃଦ୍ଧି, ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଏମ ଏସ ପି ବାବଦକୁ ୬୯ ଟଙ୍କା, କିଶୋରୀଙ୍କ ପାଇଁ ହୋଇଥିବା ଖୁସି ଯୋଜନା ବନ୍ଦ, ଲୋକାୟୁକ୍ତ ଅଚଳ, ବୋର୍ଡ ନିଗମ, ମନ୍ତ୍ରୀ ପରିଷଦରେ ଫାଙ୍କା, ମହାନଦୀ ସମସ୍ୟା କାହିଁକି ସମାଧାନ କରିନାହାନ୍ତି ବୋଲି କହି ସରକାରଙ୍କୁ ପ୍ରଶ୍ନ ବାଣରେ ଛନ୍ଦିବାକୁ ଚେଷ୍ଠା କରିଥିଲେ ।
ଅରୁଣ ଆହୁରି କହିଥିଲେ ଯେ, ରାଜ୍ୟବ୍ୟାପୀ ବର୍ତ୍ତମାନ ଦରିଦ୍ରର ପୁରୁଣା ଚିତ୍ର ଦେଖାଗଲାଣୀ। ମାଣ୍ଡିପଙ୍କା ରେ ଆମ୍ବ ଟାକୁଆ ଖାଇ ଗରିବଙ୍କ ମୃତ୍ୟୁ ଠାରୁ ଆରମ୍ଭ କରି ଜୁଆଙ୍ଗ ପିଲାଙ୍କ ଦୁଃଖ କଥା, ଯାହାକି ଦୈନିକ ଖବର କାଗଜ ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀଙ୍କ ସଂପାଦକୀୟରେ ପ୍ରକାଶ ପାଇଛି ବୋଲି ଅରୁଣ ନିଜ ବକ୍ତବ୍ୟରେ କହିଥିଲେ । ଯାହା ସୋମବାର ବେଶ ଚର୍ଚ୍ଚାର ବିଷୟ ହୋଇଛି।

ବିଧାୟକଙ୍କ ଦରମା ମାସିକ ସାଢେ଼୩ଲକ୍ଷ

ବିଧାୟକ ଦରମା ବୃଦ୍ଧି ସଂଶୋଧିତ ବିଲ 2025 ସର୍ବ ସହମତିରେ ବିଧାନସଭାରେ ପାରିତ ହୋଇଛି । 2017 ପରେ ପୁଣି ବଢିଛି ବିଧାୟକଙ୍କ ଦରମା ଓ ପେନସନ । ଶୀତ ଅଧିବେଶନର ଶେଷ ଦିନରେ ଗୃହରେ ଏ ପ୍ରସଙ୍ଗରେ ଶାସକ ଓ ବିରୋଧୀ ଦଳର ସ୍ବର ଏକ ହୋଇଛି । ଆରମ୍ଭରୁ ହସ ହସ ମୁହଁରେ ବେଶ ସୁରୁଖୁରରେ ମଧ୍ୟ ଗୃହ କାର୍ଯ୍ୟ ଚାଲିଲା । ଏହାରି ଭିତରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ଉପସ୍ଥାପନ କଲେ ଓଡିଶା ବିଧାନସଭା ସଦସ୍ୟ ମାନଙ୍କ ଦରମା, ଭତ୍ତା ଓ ପେନସନ (ସଂଶୋଧନ) ବିଲ 2025 ।
ସେହିପରି ବାଚସ୍ପତି ଓ ଉପ ବାଚସ୍ପତିଙ୍କ ଦରମା, ଭତ୍ତା (ସଂଶୋଧନ) 2025 ଗୃହରେ ମଧ୍ୟ ଉପସ୍ଥାପିତ ହୋଇଛି । ଏହାସହ ଓଡ଼ିଶା ମନ୍ତ୍ରୀଙ୍କ ଦରମା ଓ ଭତ୍ତା (ସଂଶୋଧନ) ବିଲ୍ 2025 ଗୃହରେ ଉପସ୍ଥାପିତ ହେଲା । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧାୟକଙ୍କ ଦରମା ଓ ପେନସନ୍ ବୃଦ୍ଧି ନିଷ୍ପତି ବିଧାୟକଙ୍କ ମନରେ ନୂଆ ଆଶା ସଂଚାର କରିଛି । ବର୍ତ୍ତମାନ ବଜାର ସ୍ଥିତିକୁ ଦେଖି ଦରମା ବୃଦ୍ଧିର ଆବଶ୍ୟକତା ଅଛି ବୋଲି ବିଧାୟକ ମାନେ ଯୁକ୍ତି ବାଢିଥିଲେ । କିଛି ସମୟ ଭିତରେ ଉପସ୍ଥାପିତ ବିଲଟି ସର୍ବସମ୍ମତି କ୍ରମେ ଗୃହରେ ପାରିତ ହୋଇଥିଲା । ଏବେ ନଜର ପକାନ୍ତୁ ବିଧାୟକ ମାନଙ୍କ ଦରମା ଓ ଭତ୍ତା କେତେ ଥିଲା କେତେ ମିଳିବ । ବିଧାୟକ ମାନଙ୍କୁ ଏଣିକି ୩୫ ହଜାର ବଦଳରେ ମିଳିବ ୯୦ ହଜାର ଟଙ୍କା ।ସେହିପରି ୪୦ ହଜାର ଟଙ୍କା ବଦଳରେ ମିଳିବ ୯୬ ହଜାର ଟଙ୍କା ।ସେହିଭଳି ୩୬ ହଜାର ଟଙ୍କା ବଦଳରେ ମିଳିବ ୯୨ ହଜାର ଟଙ୍କା । ନିର୍ବାଚନ ମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଖର୍ଚ୍ଚ ଭତ୍ତା ବାବଦକୁ ମିଳିବ କେତେ ଟଙ୍କା ।୨୦ ହଜାର ବଦଳରେ ୭୫ ହଜାର ମିଳିବ ।
ସେହିପରି ଭତ୍ତା ୧୫୦୦ ଟଙ୍କା ବଦଳରେ ୩୦୦୦ ମିଳିବ ।ରାଜ୍ୟ ବାହାରେ ବୈଠକ ପାଇଁ ଦୈନିକ ୨୦୦୦ ବଦଳରେ ୧୦୦୦୦ ମିଳିବ ।ରାଜ୍ୟ ଭିତରେ କାର ଯାତ୍ର ପାଇଁ କିଲୋମିଟର ପିଛା ୨୫ ଟଙ୍କା ବଦଳରେ ମିଳିବ ୩୫ ଟଙ୍କା ।
ମାସିକ ଯାନ ବାହାନ ଭତ୍ତା ୧୫ ହଜାର ବଦଳରେ ମିଳିବ ୫୦,୦୦୦ ।ମାସକୁ ପୁସ୍ତକ କିଣିବା ପାଇଁ ୨୦୦୦ ବଦଳରେ ମିଳିବ ୧୦୦୦୦ ।ବିଜୁଳି ବିଲ ପାଇଁ ୫୦୦୦ ବଦଳରେ ୨୦୦୦୦ ଟଙ୍କା ମିଳିବ ।ଚିକିତ୍ସା ଖର୍ଚ୍ଚ ୫୦୦୦ ଟଙ୍କା ବଦଳରେ ୩୫୦୦୦ ମିଳିବ।

କ୍ୱାଟର ମିଳି ନଥିବା ବିଧାୟକ ଙ୍କ କୁ ରହଣି ପାଇଁ ଦିନକୁ ୧୦୦୦ ଟଙ୍କା ବଦଳରେ ମିଳିବ ୨୦୦୦ ଟଙ୍କା ।
ଗାଡି କିଣିବା ପାଇଁ ୫ ଲକ୍ଷ ଟଙ୍କା ବଦଳରେ ୧୦ ଲକ୍ଷ ମିଳିବ ।ସେହିପରି ବାଚସ୍ପତି , ଉପ ବାଚସ୍ପତି, ମନ୍ତ୍ରୀଙ୍କ ମଧ୍ୟ ଦରମା ବୃଦ୍ଧି ପାଇଛି। ଏବେ ନଜର ପକାନ୍ତୁ ବାଚସ୍ପତି ଦରମା ଭତ୍ତା ଓ ଦରମା କେତେ ଥିଲା କେତେ ମିଳିବ ।ବାଚସ୍ପତିଙ୍କ ଦରମା ୪୦ ହଜାର ୫୦୦ ବଦଳ ରେ ୯୮ ହଜାର କୁ ବୃଦ୍ଧି ।ବୈଠକ ଭତ୍ତା ୮୦୦ ଟଙ୍କା ୨୦୦୦ ଟଙ୍କା କୁ ବୃଦ୍ଧି ।କାର ଭତ୍ତା ମାସିକ ୧୭ ହଜାର ବଦଳରେ ୮୯ ହଜାର ପାଇବେ ।ବ୍ୟକ୍ତିଗତ ବ୍ୟୟ ଭତ୍ତା ୪୦ ହଜାର ଟଙ୍କା ବଦଳରେ ୧ ଲକ୍ଷ ୮୧ ହଜାର ଟଙ୍କା ପାଇବେ ।
ବାସଗୃହ ଭତ୍ତା ମାସିକ ୧ ଶହ ଟଙ୍କା ବଦଳ ରେ ଦୈନିକ ୨୦୦୦ ଟଙ୍କା ପାଇବେ । ସେହିପରି ଉପ ବାଚସ୍ପତିଙ୍କ ଦରମା ଓ ଭତ୍ତା କେତେ ଥିଲା କେତେ ମିଳିବ ।ଉପ ବାଚସ୍ପତିଙ୍କ ମାସିକ ଦରମା ୩୮ ହଜାର ବଦଳ ରେ ୯୪ ହଜାର ପାଇବେ ।ବୈଠକ ଭତ୍ତା ୮୦୦ ବଦଳରେ ୨୦୦୦ ପାଇବେ ।
କାର ଭତ୍ତା ୧୭ ହଜାର ବଦଳରେ ୮୫ ହଜାର ପାଇବେ ।ବ୍ୟକ୍ତିଗତ ଭତ୍ତା ୪୦ ହଜାର ବଦଳରେ ୧ ଲକ୍ଷ ୭୭ ହଜାର ପାଇବେ ।ବାସଗୃହ ଭତ୍ତା ବାବଦ କୁ ପୂର୍ବରୁ କିଛି ଟଙ୍କା ମିଳୁ ନଥିବା ବେଳେ ଏଣିକି ଦୈନିକ ୨୦୦୦ ଟଙ୍କା ପାଇବେ । ପୂର୍ବତନ ବିଧାୟକ ଯେଉଁମାନେ ଥରୁଟିଏ ବିଧାୟକ ହୋଇଥିବେ ସେମାନଙ୍କୁ ପେନସନ ବାବଦକୁ ମାସକୁ ୩୦ ହଜାର ମିଳୁ ଥିବା ବେଳେ ବର୍ତ୍ତମାନ ୮୦ ହଜାର ମିଳିବ ।ଯେଉଁମାନେ ଅଧିକ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସେମାନଙ୍କୁ ଅତିରିକ୍ତ ୩୦୦୦ ଟଙ୍କା ମିଳିବ । ପୂର୍ବତନ ବିଧାୟକ ମାନଙ୍କ ଗସ୍ତ ପୂର୍ବତନ ବିଧାୟକ ଯେଉଁମାନେ ଥରୁଟିଏ ବିଧାୟକ ହୋଇଥିବେ ସେମାନଙ୍କୁ ପେନସନ ବାବଦକୁ ମାସକୁ ୩୦ ହଜାର ମିଳୁ ଥିବା ବେଳେ ବର୍ତ୍ତମାନ ୮୦ ହଜାର ମିଳିବ । ଯେଉଁମାନେ ଅଧିକ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସେମାନଙ୍କୁ ଅତିରିକ୍ତ ୩୦୦୦ ଟଙ୍କା ମିଳିବ ।ପୂର୍ବତନ ବିଧାୟକ ମାନଙ୍କ ଗସ୍ତ ଖର୍ଚ୍ଚ ବାବଦ କୁ ୧୨ ହଜାର ଟଙ୍କା ମିଳିବ। ପୂର୍ବତନ ବିଧାୟକ ଙ୍କ ଚିକିତ୍ସା ଖର୍ଚ୍ଚ ୨୦୦୦ ହଜାର ବଦଳରେ ମିଳିବ ୨୫୦୦୦*ଖର୍ଚ୍ଚ ବାବଦ କୁ ୧୨ ହଜାର ଟଙ୍କା ମିଳିବ । ପୂର୍ବତନ ବିଧାୟକ ଙ୍କ ଚିକିତ୍ସା ଖର୍ଚ୍ଚ ୨୦୦୦ ହଜାର ବଦଳରେ ମିଳିବ ୨୫୦୦୦ । ବିଧାନସଭାରେ ଉପସ୍ଥାପିତ ହୋଇଥିବା ଏହି ବିଲ ଅନୁଯାୟୀ କୌଣସି ବିଧାୟକ ଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର କୁ ୨୫ ଲକ୍ଷ ଟଙ୍କା ର ସହାୟତା ରାଶି ଯୋଗାଇ ଦିଆଯିବ । ସେହିପରି ଏଣିକି ପ୍ରତି ପାଞ୍ଚ ବର୍ଷ କୁ ଥରେ ବଢିବ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ଓ ପେନସନ । ବିଧାନସଭାରେ ଆଉ ବିଲ ଆକାର ରେ ନ ଆଣି ସିଧାସଳଖ ଅଡ଼ିନାନ୍ସ ଜରିଆରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ଓ ପେନସନ ବୃଦ୍ଧି କରାଯାଇ ପାରିବ ।

ବିଧାନସଭାରେ ବିଜୟନନ୍ଦନଙ୍କ ମାଷ୍ଟରଷ୍ଟ୍ରୋକ: ଘାଇଲା ବିଜେପି

ଶୀତକାଳୀନ ଅଧିବେଶନକୁ ବ୍ୟୟ ମଞ୍ଜୁର ବିଲ ଆଲୋଚନାରେ ଉଷ୍ମ ଭାରିଦେଲେ ବିଜେଡିର ଯୁବ ବିଧାୟକ ତଥା ଓଡ଼ିଶାର ଚର୍ଚ୍ଚିତ ରାଜନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ୭୯ବିଜେପି ବିଧାୟକ ରାଜନୈତିକ ଆଭିମୁଖ୍ୟ ନେଇ ବର୍ଷିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଛାଡି ୧୫ଜଣ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ଦେଇଛନ୍ତି ଅରବିନ୍ଦ। ଅତିରିକ୍ତ ବଜେଟ୍ ୨୦୨୫-୨୬ର ବ୍ୟୟ ମଞ୍ଜୁର ବିଲ ଆଲୋଚନାରେ ବିଭାଗୀୟ ମନ୍ତ୍ରୀଙ୍କ ଦୁର୍ବଳ ଦକ୍ଷତା ବଖାଣିଥିଲେ। ୧୮ ମାସ ଶାସନ ପରେ ୨୪ବର୍ଷର କଥା କହୁଛନ୍ତି ମାମଲା ରୁଜୁ କରି ତଦନ୍ତ କରନ୍ତୁ । *ଆପଣ ତଦନ୍ତ କରାଇଲେ ମୁଁ ତାଳି ମାରିବି। ଆପଣ ଯେଉଁ ରାଜାଙ୍କ କଥା କହୁଛନ୍ତି ସେ ରାଜନୀତି କରିନଥିଲେ । କିଏ ରାଜା ମୁଁ ଜାଣିନାହିଁ। ସେ ତ ଇଲେକ୍ଟଟେଡ ନୁହନ୍ତି । ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ବାନ୍ଧି ଦେଖାନ୍ତୁ, କାହିଁକି ନା ଆପଣ ନିର୍ବାଚିତ ଲୋକଙ୍କ କଥା କହୁଛନ୍ତି। ଦ୍ଵିତୀୟ ଥର ପାଇଁ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହୋଇଛି । ଥରେ ବିଜେଡି ସହ ମିଶି ଆଉ ଥରେ ଆଜି ବିଜେପି ଏକାକୀ ସରକାର କରିଛି । ଯାହା ବି କେଳେଙ୍କାରି ହୋଇଛି ୫୦ପ୍ରତିଶତ ଆମର ଆଉ ଆପଣଙ୍କର ବି ୫୦ପ୍ରତିଶତ । ଆପଣ ଦୁର୍ନୀତି ଦୁର୍ନୀତି ଜପୁଚନ୍ତି କିନ୍ତୁ ୨୦୨୨ରେ ରାଜ୍ୟସଭାରେ ଦେଶର ପ୍ରଧାନମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରକୁ ପ୍ରଶଂସା କରିଥିଲେ । ଯଦି ନବୀନ ସରକାର କେଳେଙ୍କାରି କରିଥିଲେ ତାହାଲେ ପ୍ରଧାନମନ୍ତ୍ରୀ କେମିତି ମ ପ୍ରଶଂସା କଲେ ସଂସଦରେ ନବୀନ ପଟନାୟକଙ୍କୁ। ୨୦୧୪ ପରେ ଦିଲ୍ଲୀ ସରକାର ଅର୍ଥାତ୍ ଆପଣଙ୍କ ବିଜେପି ସରକାରର ଓଡ଼ିଶାର ନବୀନ ସରକାର ଉପରେ ଆଶିର୍ବାଦ ରହିଥିଲା ଆଉ ଚାଲୁଥିଲା। ବିରୋଧିରେ ଥିବା ବେଳେ ନାରୀଙ୍କ ଉପରେ ଅତ୍ୟାଚାର ହେଉଛି ଚିତ୍କାର କରୁଥିଲେ କିନ୍ତୁ ଆପଣଙ୍କ ଦିଲ୍ଲୀ ନେତୃତ୍ୱ କେହି ଶୁଣିଲେ ନାହିଁ। CBI ତଦନ୍ତ ବି କଲେ ନାହିଁ । କାହିଁକି ଗୃହରେ ପୀଡ଼ିତ ମାନଙ୍କ କଥା କହି ସେ ପରିବାରକୁ କଷ୍ଟ ଦେଉଛନ୍ତି । ଯଦି ତାଙ୍କୁ ନ୍ୟାୟ ଦେଇ ପାରିବେ ନାହିଁ । ଯେଉଁ ପୀଡ଼ିତଙ୍କ କଥା କହୁଛନ୍ତି ତାଙ୍କ ଫାଇଲ ଗୁଡ଼ିକ ରିଓପନ୍ କରି ତଦନ୍ତ କରି ନ୍ୟାୟ ଦିଅନ୍ତୁ । ଏବେ ବି ଆପଣ ମାନେ ସରକାରକୁ ଆସିବା ପରେ ଚିତ୍କାର କରୁଛନ୍ତି କି ବିଜେଡି ସରକାରରେ ମହିଳାଙ୍କ ଉପରେ ଅତ୍ୟାଚାର ହେଉଥିଲା । ତାହାଲେ ତଦନ୍ତ କରି ବାନ୍ଧନ୍ତୁ ନା । ବାନ୍ଧିବାକୁ କଣ ଦେଢ଼ ବର୍ଷ କମ ଥିଲା କି । ଆଉ ତିନି ବର୍ଷ ହାତରେ ଏମିତି ବି କିଛି କରିପାରିବେ ନାହିଁ। ଲୋକ ଆପଣଙ୍କ ଠାରୁ ବିଶ୍ୱାସ ହରାଇଲେଣି। ଗୋଟିଏ ଗୋଟିଏ ବିଭାଗ ୧୮ମାସରେ କଣ କରିଛି କେତେ ବିଫଳ ହୋଇଛି ତାହା ଗୃହରେ ପୁରା ଦମରେ କହିଥିଲେ । ବିଜେପିର ସମସ୍ତଙ୍କ ବିଧାୟକଙ୍କୁ ଅରବିନ୍ଦ ପ୍ରଶ୍ନ କରିଥିଲେ ଓଡିଶାର ବଡ ଦୁର୍ନୀତି କଣ ? ଶାସକ ଦଳର ବିଧାୟକ ତାମିଲନାଡୁ କହିଥିବା ବେଳେ ଅରବିନ୍ଦ ଏହାକୁ ଭୁଲ ଉତ୍ତର କହୁଥିଲେ । ସେ କହିଥିଲେ ଠିକ୍ ଉତ୍ତର ହେଉଛି ଓଡ଼ିଶାର ବାଲି ଦୁର୍ନୀତି ହେଉଛି ସବୁଠାରୁ ଏବେ ବଡ ଦୁର୍ନୀତି ।

ଅରୁଣଙ୍କ ବିକଳ୍ପ ରଣନୀତି

ବିଜେଡିକୁ ପୁରିଛି ୨୮ବର୍ଷ । ୨୪ ବର୍ଷ ଧରି ଲମ୍ବା ସମୟ ଓଡ଼ିଶାର ଶାସନ ଡୋରି ବିଜେଡି ହାତରେ ଥିଲା । ଦେଶର ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ବିଜେଡିର ସ୍ଵତନ୍ତ୍ର ପରିଚୟ ରହିଛି। ୨୦୨୪ ନିର୍ବାଚନରେ ଦଳ ୫୧ଟି ଆସନ ଦଖଲ କରି ଓଡିଶା ବିଧାନସଭାରେ ସଶକ୍ତ ବିରୋଧୀ ଦଳ ଭାବେ ଉଭା ହୋଇଛି। ହେଲେ ପରାଜୟ ମାତ୍ର ୩ମାସ ଭିତରେ ବିଜେଡିର ରାଜନୈତିକ ଭବିଷ୍ୟତ କଣ ହେବ ତାହା ସାଧାରଣରେ ଓ ମିଡ଼ିଆରେ ଯେତେ ଚର୍ଚ୍ଚାର ବିଷୟ ହୋଇନଥିଲା ବିଜେଡି ନେତାଙ୍କ କାର୍ଯ୍ୟକଳାପ ବାଧ୍ୟ କରିଛି ବିଜେଡି ରାଜନୈତିକ ଭବିଷ୍ୟତକୁ ନେଇ । କାରଣ ନିର୍ବାଚନ ହାରିବା ପରେ ଦଳରେ ଶୁଙ୍ଖଳା ବୋଲି କିଛି ଅଛି ତାହା ଯେ କେହି ବିଜେଡି ନେତାଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ଜଣାପଡ଼ୁନାହିଁ। ଏପରି ସ୍ଥିତିରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଗଣମାଧ୍ୟମ ଓ ବିଜେଡିର କର୍ମୀ ଓ ନେତାଙ୍କ ମଧ୍ୟରେ ଗୋଟିଏ ଆଲୋଚନା ଦଳର ଏପରି ସଂକଟ ପରିସ୍ଥିତିରେ କିଏ ଦଳକୁ ଉଦ୍ଧାର କରିବ । ସବୁଠାରୁ ଅଧିକ ଚର୍ଚ୍ଚା ବିଜେଡିର କିଏ ହେବ ଉତ୍ତରାଧିକାରୀ । ନବୀନ ପଟ୍ଟନାୟକ ରାଜନୀତିରେ ସକ୍ରିୟ ଥିବା ବେଳେ କାହାକୁ ତାଙ୍କର ଉତ୍ତରାଧିକାରୀ କରିବେ ସେ ଚର୍ଚ୍ଚା ଥମୁନାହିଁ । ବିଜେଡି ରାଜନୀତିର ଏପରି ଅବସ୍ଥାରେ ଦଳର ଚର୍ଚ୍ଚିତ ଓ ଚତୁର ବିଧାୟକ ଅରୁଣ ସାହୁ ଓଡ଼ିଶାରେ ବିକଳ୍ପ ରାଜନୀତି ମୂଳଦୁଆ ପକାଇବାକୁ ଅଣ୍ଟା ଭିଡିଛନ୍ତି । ଏକ ଆଲୋଚନା ଚକ୍ରରେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ସଠିକ ସମୟରେ ସଠିକ ନିଷ୍ପତ୍ତି ହିଁ ସସମାଜକୁ ରକ୍ଷା କରିବ। ଶୀର୍ଷ ନେତୃତ୍ୱ ଏ ଦିଗ ପ୍ରତି ଦୃଷ୍ଟି ଦେଲେ ଭଲ। ଅରୁଣ ଏହି ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ। ସେ ଆହୁରି ମଧ୍ୟ କହୁଛନ୍ତି ଆମେ ସବୁ ବୁଝୁଛେ ଜାଣୁଛେ। କିନ୍ତୁ ମୁଁହ ଖୋଲିବାକୁ ଡରୁଛୁ।ଅଜଣା ଭୟ ଆମକୁ ଘାରୁଛି। କାହିଁକି ଅଜଣା ଆତଙ୍କରେ ଆମେ ଆତଙ୍କିତ।ଓଡ଼ିଶାରେ ଖଣିଜ ଏତେ ଖଣିଜ ସମ୍ପଦ ଥାଇ। ଓଡିଶା ଯେତିକି ଉନ୍ନତି କରିବା କଥା ତାହା କରି ପାରିନାହିଁ। ଏଥିପାଇଁ ଶାସକ ଓ ଭୁଲ ନୀତି ଦାୟୀ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହାସହ ଅରୁଣ ସାହୁ କାହିଁକି ବିଜେଡି ହାରିବା ପରେ ନୂଆ ଅବତାର ନେଉଛନ୍ତି ତାହାର ମଧ୍ୟ ଉତ୍ତର ରଖିଛନ୍ତି ସେ। ବିଦ୍ରୋହ ନୁହେଁ ସେ ଯେ ବିକଳ୍ପ ସନ୍ଧାନରେ ତାହା ତାଙ୍କ ଅଭିଭାଷଣରେ ବଖାଣିଛନ୍ତି । ଲୋକ କହୁଛନ୍ତି, ଆପଣ କାହିଁକି ଏମିତି ଗୋଟେ କ୍ଲାସ ରୁମ ଖୋଲିଛନ୍ତି। କାହିଁ ବିଦ୍ରୋହର କଥା କହୁଛନ୍ତି। ମୁଁ କହେ ,କେହି ନା କେହି, କିଛି ନା କିଛି ଲୋକ ଆଗକୁ ବଢିବା ଦରକାର।ଆଉ ସମାଜର ଜଡତାକୁ ଭାଙ୍ଗିବାକୁ ପଡ଼ିବ।ଜଡତା ଭାଙ୍ଗିବା ଦରକାର।ସମାଜର ଜଡତା ନ ଭାଙ୍ଗିଲେ ଯେଉଁ ତିମିର କୁ ସେଇ ତିମିର ରେ ରହିବ।କାହିଁକି ର ପ୍ରଶ୍ନ ଯଦି ପଚାରିବ, ଆଉ ତାର ଉତ୍ତର ଖୋଜିବ, ତାହାଲେ ଯାଇଁ ଏ ଦେଶର ସୁଧାର ଆସିବ, ନହେଲେ ଆସିବନି।ଆମେ ସବୁ ମଣିଷ ଜୀବନ ପାଇଛେ। ସେ ଜୀବନ ଟା କେମିତି ବଞ୍ଚିବା ଦରକାର। ଭୟରେ, ଆତଙ୍କରେ, ସାଲିସରେ, ଚାପୁଲସିରେ , କିଛି ଗୋଟେ ପାଇବା ଆଶାରେ ଲୋକ ଜୀବନ ବଞ୍ଚୁଛନ୍ତି। ମୁଁ ସେ ଜୀବନକୁ ବିଶ୍ୱାସ କରେ ନାହିଁ। ଦେଶର ଓ ରାଜ୍ୟର ସ୍ବାର୍ଥ ପୁରଣ ହେଲେ ଯାଇଁ ନିଜର ସ୍ବାର୍ଥ ପୁରଣ ହୋଇ ପାରିବ। କିନ୍ତୁ ଏବେ ଲୋକ ନିଜ ସ୍ବାର୍ଥ ଆଗ ଦେଖୁଛନ୍ତି ନିଜ ସ୍ବାର୍ଥ ପାଇଁ ସମାଜକୁ ଜଳାଞ୍ଜଳି ଦେଇ ଦେଉଛନ୍ତି । ତାକୁ ମଣିଷ ପଣିଆ କୁହା ଯାଇନି କି ନେତୃତ୍ଵ କୁହା ଯାଏନି। ସମୁହିକ ସ୍ବାର୍ଥ କୁ ବଳିଦେଇ ନିଜସ୍ଵ ସ୍ବାର୍ଥ ସାଧନର ମାତିଛନ୍ତି ରାଜନେତା।ରାଜନୈତିକ ବ୍ୟକ୍ତି ଏକାଠି ବସିଲେ ସମାଜ ପାଇଁ ନୁହେଁ ପର ଚର୍ଚ୍ଚା କରନ୍ତି। ଆପେ ବଂଚିଲେ ବାପର ନାମ। ଭୁବନେଶ୍ୱର ବୁଦ୍ଧମନ୍ଦିରରେ ସାମାଜିକ ନ୍ୟାୟ ସାମୁଖ୍ୟ ପକ୍ଷରୁ ଆୟୋଜିତ ଆମେ କେଉଁଠି କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ଇଙ୍ଗିତ କରିଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ। ତେବେ ବିଜେଡିରେ ରହି ବିକଳ୍ପ ରଣନୀତି କରିବେ ନାଁ ଓଡ଼ିଶାରେ ନୂଆ ଓଡ଼ିଶା ଗଠନ କରିବା ପାଇଁ ଓଡ଼ିଶାର ରାଜନୀତି ଦଳର ଢାଞ୍ଚା ଓ ନୂଆ ବିକଳ୍ପ ସୃଷ୍ଟି କରିବେ ଅରୁଣ ତାହାକୁ ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି । ରାଜନୈତିକ ସମୀକ୍ଷକ ମତରେ ଛାତ୍ର ରାଜନୀତିରୁ କିଛି ନୂଆ କରିବାକୁ ସବୁବେଳେ ଉଦ୍ୟମ କରିଆସୁଥିବା ଅରୁଣ ସାହୁ ଏବେ ମୁଖ୍ୟ ବିହନ ହୋଇ ଓଡିଶା ରାଜନୀତିରେ ନୂଆ କିଛି କରିବାକୁ ଅଣ୍ଟା ଭିଡିଛନ୍ତି । ବିଜେଡିରେ ରହି ବିଧାୟକ ଅରୁଣ ସାହୁ ବିକଳ୍ପ ରାଜନୀତି ଆରମ୍ଭ କରିବେ ନା ବାହାରେ ରହି ତାହା ଆଗାମୀ ସମୟ କହିବ।

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ

ଜନସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ଼ କରିବାର ଉଦ୍ଦେଶ୍ୟ ନେଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ ଫୁଲନଖରାରେ ବୁଧବାର ଏକ ନୂତନ ଆଂଟିରେଟ୍ରୋଭାଇରାଲ ଟ୍ରିଟମେଂଟ (ଏଆରଟି) ସେଂଟର ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶାର ପ୍ରଥମ ଘରୋଇ ମେଡିକାଲ୍ କଲେଜ ହସ୍ପିଟାଲ ଭାବେ ଆଇଏମ୍‌ଏସ ଆଣ୍ଡ ସମ ହସ୍ପିଟାଲ ୨ରେ ଏହି ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଉପଲବ୍ଧ ହେବ।
ଏଚଆଇଭି ଏଡ୍‌ସ ଭଳି ଜଟିଳ ସମସ୍ୟାରେ ପୀଡ଼ିତ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ସେବା ଓ ସାହାଯ୍ୟ ସହଯୋଗ ଯୋଗାଇ ଦେବା ଲକ୍ଷ୍ୟ ନେଇ ଷ୍ଟେଟ ଏଡ୍‌ସ ସେଲ୍ ଏବଂ ଓଡ଼ିଶା ଷ୍ଟେଟ୍ ଏଡ୍‌ସ କଂଟ୍ରୋଲ ସୋସାଇଟି (ଓଏସ୍‌ଏସିଏସ୍‌)ର ମିଳିତ ସହଯୋଗରେ ସମ୍ ହସ୍ପିଟାଲ-୨ରେ ଏହି କେନ୍ଦ୍ର ଆରମ୍ଭ କରାଯାଇଛି।
ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଷ୍ଟେଟ ଏଡ୍‌ସ ସେଲ୍‌ର ଯୁଗ୍ୱ ନିର୍ଦ୍ଦେଶକ ଡକ୍ଟର ଅରବିନ୍ଦ ଯୋଗ ଦେଇ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲ୍‌ଗୁଡ଼ିକରେ ଏଚ୍‌ଆଇଭି ଏଡ୍‌ସ ସ୍ୱାସ୍ଥ୍ୟ ସେବାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌-୨, ଷ୍ଟେଟ ଏଡ୍‌ସ ସେଲ୍ ଏବଂ ଓଏସ୍‌ଏସିଏସ୍ ମଧ୍ୟରେ ସହଭାଗିତାରେ କାର୍ଯ୍ୟ କରାଇବା ସହ ଏହି ଚିକିତ୍ସା ସହଜ ସାପେକ୍ଷ ସ୍ଥିର ଏବଂ କଳଙ୍କମୁକ୍ତ କରାଇବା ଆବଶ୍ୟକ ବୋଲି ସେ କହିଥିଲେ।
ରାଜ୍ୟକୁ ଏଚ୍‌ଆଇଭି ମୁକ୍ତ କରିବାରେ ଏହି ଜଟିଳ ପଦକ୍ଷେପ ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି ଡକ୍ଟର ଅରବିନ୍ଦ କହିଥିଲେ।
ଏହି ଅବସରରେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍‌-୨ର ଆଡିସ୍‌ନାଲ୍ ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ତାପସୀ ପତି କହିଥିଲେ ଯେ ସମସ୍ତ ବର୍ଗର ବ୍ୟକ୍ତିଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ହିଁ ଏହି ହସ୍ପିଟାଲ୍‌ର ମୁଖ୍ୟ ଉଦ୍ଦେଶ୍ୟ।
କାର୍ଯ୍ୟକ୍ରମରେ ହସ୍ପିଟାଲ୍‌ର ଡେପୁଟି ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ସମନ୍ୱୟ ଗୋଚ୍ଛାୟତ ଯୋଗ ଦେଇ ଏହି ସେଂଟରକୁ କାର୍ଯ୍ୟକ୍ଷମ କରିବା ଦିଗରେ ହସ୍ପିଟାଲ ପୂର୍ଣ୍ଣମାତ୍ରାରେ ପ୍ରସ୍ତୁତ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ହସ୍ପିଟାଲ୍‌ର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି କମଳିନୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିବା ସହ ଏହି ସେଂଟରକୁ କାର୍ଯ୍ୟକ୍ଷମ କରିବା ଦିଗରେ ନର୍ସିଂ ଷ୍ଟାଫ୍ ପ୍ରସ୍ତୁତ ବୋଲି କହିଥିଲେ।
ଏହି ନୂତନ ଏଆରଟି ସେଂଟରରେ ଭୁବନେଶ୍ୱର ଓ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ରୋଗୀମାନଙ୍କୁ ଚିକିତ୍ସା ପ୍ରଦାନ କରାଯିବ।

ବିଜେପିକୁ ଯିବା ପାଇଁ ତରତର ହେଲେଣୀ ରଣେନ୍ଦ୍ର: ବିଧାନସଭାରେ ଖୋଲି କହିଦେଲେ

ଆଠଗଡର ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ମନ ଆଉ ବିଜେପିରେ ନାହିଁ।୨୦୨୪ ନିର୍ବାଚନରେ ଓଡ଼ିଶାରେ ଶାସକ ପରିବର୍ତ୍ତନ ହେଲା ପରେ ୮ ଥର ନିର୍ବାଚିତ ହୋଇଥିବା ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବେ ଗେରୁଆ ଶିବିରକୁ ଯିବାକୁ ମନ ବଲାଇଛନ୍ତି। ପ୍ରାୟ ୧ ବର୍ଷ ହେବ ବିଜେଡିରେ ଥାଇ ବିଜେଡି ପ୍ରତି ମନଉଣା କରିଥିବା ରାଜା ଅନେକ ସମୟରେ ଗଣମାଧ୍ୟମରେ ନିଜର ବୟାନ ଦେଇ ଚର୍ଚ୍ଚାରେ ଆସିଛନ୍ତି । ରାଜା ସ୍ବାଇଁ ବିଜେଡିରେ ରହିବେ କି ନାହିଁ ତାହାକୁ ନେଇ ନାନା ଚର୍ଚ୍ଚା ହେଉଥିବା ବେଳେ ଖୋଦ ରାଜା ସ୍ବାଇଁ କେତେକ ରାଜନୈତିକ କାର୍ଯ୍ୟକଳାପ ସେ ଯେ ବିଜେପି ମୁହାଁ ତାହାର ସଂକେତ ମିଳିଛି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି ।
ନିକଟରେ ଆଠଗଡରେ ପ୍ରଧାନମନ୍ତ୍ରୀଙ୍କ ମନ କୀ ବାତ କାର୍ଯ୍ୟକ୍ରମରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସାମିଲ ହୋଇଥିଲେ । ରାଜନୈତିକ ଚର୍ଚ୍ଚା ହେବା ପରେ ଆଲୋଚନା ରାଜା କହିଥିଲେ ଯେ ମୋର ଦିଲ କୀ ବାତ ତୁମେ ଶୁଣିନ, ଆଠଗଡ଼ ଯେଉଁଠି ମୁଁ ସେଇଠି ।ଆଠଗଡ଼ ଠାରେ ମନ କୀ ବାତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ସାମିଲ ହୋଇଥିଲେ ରାଜା. ଯାହାକୁ ଆରମ୍ଭ ହୋଇଥିଲା ରାଜନୈତିକ ଚର୍ଚ୍ଚା ଆଲୋଚନା । ମଙ୍ଗଳବାର ବିଧାନସଭାରେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ସ୍ବାଇଁଙ୍କ ଦିଲ କି ବାତ୍ ର କଲେ ଖୁଲାସା କରିଥଲେ ।
ଓଡ଼ିଶା ଜନ ବିଶ୍ୱାସ ବିଲ୍ ର ଆଇନ ପ୍ରଣୟନର ଚର୍ଚ୍ଚା ସମୟରେ ସଂକେତ ଦେଇ କହିଥିଲେ ଯେ ତମେ ଅମାନିଆ ଷଣ୍ଢଙ୍କୁ ଖୁଆଡରେ ପୁରାଇ ପାରିବ ତାହାଲେ ମୁଁ ତମ ସହ ଯିବି । ଓଡ଼ିଶା ଜନ ବିଶ୍ୱାସ ବିଲ୍ ର ଆଇନ ପ୍ରଣୟନର ଚର୍ଚ୍ଚା ସମୟରେ ରଣେନ୍ଦ୍ର ସ୍ବାଇଁ ବିଜେପି ଦଳକୁ ସଂକେତ ଦେଇ କହିଛନ୍ତି କି ମୁଁ ଦିଲ କି ବାତ୍ ହେଉଛି କି ମୁଁ ତୁମ ସହ ଚାଲିଯିବି। ଯଦି ରାଜ୍ୟରେ ଶିଳ୍ପ ଅନୁଷ୍ଠାନ ଓ ଟାଟା ଭଳି ବିଦ୍ୟୁତ୍ ବିତରକ କମ୍ପାନୀ ଅମାନିଆଙ୍କୁ ବନ୍ଧୁ ଖୁଆଡରେ ପୁରାଇ ପାରିବ ତାହାଲେ ଯିବି । କାହିଁକି ନା ଶିଳ୍ପ ପତି ରୋଜଗାର ପାଇଁ ନୁହେଁ ଲାଭ କରିବା ପାଇଁ ଆସୁଛନ୍ତି ।

ବିଶ୍ୱକପ୍ ଚାମ୍ପିଅନ୍ ଭାରତ ଦୃଷ୍ଟିବାଧିତ ମହିଳା ଟି- ୨୦ କ୍ରିକେଟ୍ ଟିମ୍‌ର ୪ ଓଡିଆ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କଲେ ସୋଆ ପ୍ରତିଷ୍ଠାତା ସଭାପତି

 ବିଶ୍ୱକପ୍‌ରେ ଚାମ୍ପିଅନ୍ ଦୃଷ୍ଟିବାଧିତ ଭାରତୀୟ ମହିଳା ଟି- ୨୦ କ୍ରିକେଟ୍ ଟିମ୍‌ର ୪ ଓଡିଆ ଖେଳାଳିଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ମଙ୍ଗଳବାର ସମ୍ବର୍ଦ୍ଧିତ କରିଛନ୍ତି ।
ଦୃଷ୍ଟିବାଧିତ ମହିଳା କ୍ରିକେଟ ଟିମ୍ ଚାମ୍ପିଅନ୍ ଟାଇଟଲ୍ ହାସଲ କରିବା ପରେ ଏହି ଟିମର୍ ଫେରି ଆସିଥିବା ୪ ଓଡିଆ ଖେଳାଳିଙ୍କୁ ସୋଆ ପ୍ରତିଷ୍ଠାତା ସଭାପତି ସମ୍ବର୍ଦ୍ଧିିତ କରିବା ସହ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି ।
ଦୃଷ୍ଟିବାଧିତ ମହିଳା କ୍ରିକେଟ୍ ଟିମ୍ ମଙ୍ଗ ଧରିଥିବା ୪ ଓଡିଆ ଖେଳାଳୀ ହେଉଛନ୍ତି ଫୁଲ ସାରେନ୍‌, ବାସନ୍ତୀ ହାଁସଦା, ଯମୁନାରାଣୀ ଟୁଡୁ ଓ ପାର୍ବତୀ ମାରାଣ୍ଡି । ଏହି ଚାମ୍ପିଅନ୍ ଟିମ୍ ସୋମବାର ଓଡିଶା ଫେରିଛନ୍ତି । ସେମାନଙ୍କ ସହ ତାଙ୍କ ମେଂଟର ଜାଫର ଇକବାଲ୍ ମଧ୍ୟ ପ୍ରଫେସର ନାୟକଙ୍କୁ ସାକ୍ଷାତ କରିଛନ୍ତି ।
ପ୍ରଫେସର ନାୟକ ଏହି ଖେଳାଳୀମାନଙ୍କୁ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଚା ଜଣାଇବା ସହ ସେମାନଙ୍କର ଆହୁରି ଉତରୋତର ଉନ୍ନତି କାମନା କରିଛନ୍ତି ।
ସୋଆ ଦ୍ୱାରା ଏପରି ସମ୍ବର୍ଦ୍ଧନା ଏବଂ ଆର୍ଥିକ ପୁରସ୍କାର ପ୍ରଦାନ ସେମାନଙ୍କ ମନରେ ଆନନ୍ଦ ସୃଷ୍ଟି କରିଛି ବୋଲି ଖେଳାଳୀମାନେ କହିଛନ୍ତି । ଏଥି ନିମନ୍ତେ ଖେଳାଳୀ ଓ ତାଙ୍କ ମେଂଟର ପ୍ରଫେସର ନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରାଯାଉ: ବିଜେପି ବିଧାୟକ

ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଙ୍କ ବିରୋଧରେ vigilance ତଦନ୍ତ ପାଇଁ ଗୃହରେ ଦାବି କଲେ କବିସୂର୍ଯ୍ୟନଗର ବିଜେପି ବିଧାୟକ ପ୍ରତାପ ନାୟକ। ମେଗା ପାନୀୟ ଜଳ project ଦୁର୍ନୀତି ରେ ତାଙ୍କ ସମ୍ପୃକ୍ତି ଅଭିଯୋଗ କଲେ ପ୍ରତାପ।

ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଙ୍କ ଉତ୍ତର ରେ ପୂର୍ବ ସରକାର କୁ ଟାର୍ଗେଟ। ପୂର୍ବ ସରକାର ରେ ନଳ ଥିଲା ହେଲେ ଜଳ ନଥିଲା। ଏବେ ନଳ ଆଉ ଜଳ ଅଛି। ତଥ୍ୟ ଦେଇ ବିଜେଡ଼ି ସରକାର ର ସ୍ଥାଣୁତା ବିଷୟ ରେ କହିଲେ। 2024 ଜୁନ୍ ସୁଦ୍ଧା ବିଜେଡ଼ି ସରକାର 3 ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କରିଥିଲେ ଆମେ 17 ମାସରେ 22 ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରିଛୁ। ସେମାନେ 16 ଟି ସିଭିଲ project ସମ୍ପୂର୍ଣ୍ଣ କରିଥିଲେ ଆମେ 17 ମାସରେ 66 ଟି ସମ୍ପୂର୍ଣ୍ଣ କରିଛୁ। ସେମାନେ 3733 ଟି ସୋଲାର project ଶେଷ କଲେ ଆମେ ଆମେ 17 ମାସରେ 2702 project ସାରିଛୁ। ହର ଘର ଜଳ ଯୋଜନାରେ ରେ 6032 ପ୍ରୋଜେକ୍ଟ ସାରିଥିଲେ ଆମେ 4791 କରିଛୁ। 28350 ନଳକୂପ ସେମାନେ କରିଥିଲେ ଆମେ 22964 ନଳକୂପ ଖନନ କରିଛୁ। ପିଏମ ଗତି ଶକ୍ତି ରେ ଆମେ 71 ହଜାର କିମି ପାଇପ୍ ଲାଇନ ବିଛାଯାଇଛି।ବିଜେଡ଼ି ସରକାର ପାଣି ଦେଇନଥାନ୍ତେ। ପାଇପ୍ କିଣି ଖାଲି ବିଛେଇ ଥାନ୍ତେ। intake well କଲେନି। ଏ ହେଉଛି 24 ବର୍ଷ ର ନମୁନା। ସମସ୍ତେ ସହଯୋଗ କରନ୍ତୁ।

ବିଧାନସଭାରେ ଅନ୍ଵେଷା ଯୋଜନା ତାତି

ଅନ୍ୱେସା ଯୋଜନାରେ ଛାତ୍ର ଛାତ୍ରୀ ଙ୍କ ଆଡମିସନ ହୋଇନଥିବାରୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ମାନେ ଶିକ୍ଷା ରୁ ବଞ୍ଚିତ ହେବା ସରକାର ଙ୍କ ସୁଚିନ୍ତିତ ଷଡଯନ୍ତ୍ର  ଶୀର୍ଷକ ମୁଲତବୀ ନୋଟିସ୍ କଂଗ୍ରେସ ପକ୍ଷରୁ ବିଧାନସଭା ରେ ଆଜି ଦିଆଯାଇଥିଲା। ଯେଉଁଥିରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ ଆଲୋଚନାରେ ଭାଗନେଇ କହିଛନ୍ତି, ରାଜ୍ୟରେ 40 ପ୍ରତିଶତ sc st ବାସ କରୁଛନ୍ତି । ସେମାନଙ୍କ ଉନ୍ନତି ପାଇଁ ଅନ୍ଵେଶା ଯୋଜନା ଆଣିଥିଲେ ସରକାର । ପ୍ରତି ବର୍ଷ 17ଟି ଜିଲ୍ଲାକୁ ଏହି ଯୋଜନାରେ ଫୋକସ କରାଯାଇଥାଏ । ଜିଲ୍ଲା ଗୁଡ଼ିକ ପାଖାପାଖି 24 ହଜାରରୁ ଅଧିକ ଆଦିବାସୀ ପିଲାଙ୍କ ଉନ୍ନତ ମାନର ପାଠ ପଢା ପାଇଁ ପ୍ରଥମ ଶ୍ରେଣୀରୁ ନାମ ଲେଖାଯାଇଥାଏ । ସେଥିପାଇଁ କୋଟି କୋଟି ଟଙ୍କାର ସ୍ଵତନ୍ତ୍ର ଅର୍ଥ ବ୍ୟୟ ବରାଦ କରାଯାଏ । କିନ୍ତୁ 2025-26 ଆର୍ଥିକ ବର୍ଷରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଧୋକା ଦିଆଯାଇଛି । ଅନ୍ଵେଷା ପୋର୍ଟାଲ ଖୋଲାଗଲା ନାହିଁ କି ଆଡ଼ମିଶନ କରାଗଲା ନାହିଁ । ଆମ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଆଦିବାସୀ ଓ ବିଭାଗୀୟ ମନ୍ତ୍ରୀ ମଧ୍ୟ ଆଦିବାସୀ । କିନ୍ତୁ ଆଦିବାସୀଙ୍କ ଦୁଃଖ ବୁଝୁନାହାନ୍ତି । ଯାହାପାଇଁ ମୁଖ୍ୟମନ୍ତ୍ରୀଙ୍କ କ୍ଷତି ହେଲା । ଆଦିବାସୀଙ୍କ ଦୁଃଖ କେହି ଶୁଣନ୍ତି ନାହିଁ । ଅଫିସର ମଧ୍ୟ ସେମାନଙ୍କ ନିକଟକୁ କେବେ ଯାଆନ୍ତି ନାହିଁ । ଆଦିବାସୀ ପିଲାଙ୍କୁ ସମ୍ବିଧାନ ଅଧିକାର ଦେଇଛି । କେହି ତାଙ୍କ ଉପରେ ଦୟା କରୁନାହାନ୍ତି । କିନ୍ତୁ ସରକାର ରାବଣ ହୋଇ ଆଦିବାସୀଙ୍କ ଉପରେ ଜୁଲମ କରୁଛନ୍ତି । ପିଲାଙ୍କ ଖାଇବା, ରହିବା ଓ ଯାତାୟାତରେ କେବେ ସଠିକ୍ ବ୍ୟବସ୍ଥା କରିନାହାନ୍ତି ସରକାର । ଯାହାଦ୍ବାରା ସରକାର ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି ।

ବିଜେଡ଼ି ବିଧାୟକ ଗଣେଶ୍ଵର ବେହେରା କହିଛନ୍ତି ବିଭାଗୀୟ ମନ୍ତ୍ରୀ ନିଜେ ଉତ୍ତର ରଖିଛନ୍ତି ଯେ ଆସନ୍ତା 5 ବର୍ଷ ଯାଏ ଅନ୍ୱେସା ଯୋଜନା ଜାରି ରଖିବାକୁ ପ୍ରସ୍ତାବ ସରକାର ଙ୍କ ବିଚାରାଧୀନ ଅଛି। ଏଥିରୁ ସ୍ପଷ୍ଟ ଯେ ସରକାର ଶଡ଼ଯନ୍ତ୍ର କରୁଛନ୍ତି। ବିଭାଗୀୟ ମନ୍ତ୍ରୀ ଆଦିବାସୀ ସମ୍ପ୍ରଦାୟର। ଅନ୍ୱେସା ଯୋଜନା ପାଇଁ ଡ୍ରପ୍ ଆଉଟ ହାର 33 ରୁ 18 ପ୍ରତିଶତ କୁ ଖସି ଥିଲା। କିନ୍ତୁ ସେ ଯୋଜନା କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଉଛନ୍ତି। ଏହା ଦୁର୍ଭାଗ୍ୟର କଥା।

ଏସଟିଏସସି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖି କହିଛନ୍ତି,* 11 ଟା ଜିଲ୍ଲାର 163 ଟି ଶିକ୍ଷାନୁଷ୍ଠାନରେ ପ୍ରାୟ 20 ହଜାର ଆଦିବାସୀ ଓ ଦଳିତ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି ଅନ୍ୱେସା ଯୋଜନାରେ। 2025-26 ବର୍ଷ ରେ 158 କୋଟି 8 ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଯାବତ ଜିଲ୍ଲା ପ୍ରଶାସନ କୁ 105 କୋଟି 16 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଆଗାମୀ 5 ବର୍ଷ ପାଇଁ ଅନ୍ୱେସା ଯୋଜନା ଚାଲୁ ରଖିବାକୁ ବିଭାଗ ପାଖରେ ପ୍ରସ୍ତାବ ବିଚାରଧୀନ ରହିଚି ବୋଲି ମନ୍ତ୍ରୀ ଗୃହ ରେ ଉତ୍ତର ରଖିଛନ୍ତି।

ଲୁଟୁଛି ଟାଟା ପାୱାର, ବିଧାନସଭା ହୁଲସ୍ତୁଲ

ଓଡ଼ିଶାର ବିଜୁଳି ଖାଉଟିଙ୍କ ଠାରୁ ଲୁଟ କରି ଚାଲିଛନ୍ତି ବିତରକ କମ୍ପାନୀମାନେ । OERC ସବୁ ଜାଣି ଚୁପ୍ ହୋଇ ବସିଛି। OERC ର ଉଦାସୀନତା ଯୋଗୁଁ ବିଜୁଳୀ ବିତରକ କମ୍ପାନୀ ମାନେ ଓଡ଼ିଶାର ଲୋକଙ୍କ ଠାରୁ ଶୋଷଣ କରିଚାଲିଛନ୍ତି। ଏ ପ୍ରସଂଗକୁ ନେଇ ଶୁନ୍ୟକାଳ ଉଠିଥିଲା ପଡିଥିଲା ବିଧାନସଭା। କିଛି ବିଧାୟକ ସିଧା ସଳଖ ଟାଟା ପାୱାର କିପରି ବିତରକ୍ ଦାୟିତ୍ୱରେ ରହି ଲୁଟ କରୁଛି ତାହା ନିଜ ଅଭିଭାଷଣ ରେ ବଖାଣିଥିଲେ ।

OERC ଧାର୍ଯ୍ୟ ଦର୍ ଠାରୁ ଅଧିକ ୟୁନିଟ୍ ପିଛା ଲୋକଙ୍କ ଠାରୁ ଅର୍ଥ ନେଉଛି ଟାଟା ପାୱାର।ଶୂନ୍ୟକାଳରେ ବିଜେଡି ବିଧାୟକ ତୁଷାରକାନ୍ତି ବେହେରା ଏ ପ୍ରସଙ୍ଗ ଉଠାଇ ବର୍ଷିଛନ୍ତି। ବରିଷ୍ଠ ବିଜେଡି ବିଧାୟକ ଗଣେଶ୍ୱର ବେହେରା ଦାବି କରିଛନ୍ତି ଯେ ବିତରକ କମ୍ପାନୀ ଲୋକଙ୍କ ଠାରୁ ଯେଉଁ ଅଧିକ ଟଙ୍କା ନେଇଛନ୍ତି ତାହାକୁ ତୁରନ୍ତ ଫେରସ୍ତ କରୁ ସୁଧ ସହ। ତାଙ୍କ ଯୁକ୍ତି ହେଉଛି OERC ର ଉଦାସୀନତା ଯୋଗୁଁ ବିତରକ କମ୍ପାନୀ ଲୋକଙ୍କ ଠାରୁ ଏପରି ଲୁଟ କରୁଛନ୍ତି।
OERC ଗଠନର ଏହାରି ଭିତରେ ୩୦ବର୍ଷ ହୋଇଗଲାଣି । ୧୯୯୫ରୁ ୨୦୨୫ରେ OERC ର ଯାତ୍ରା ପହଞ୍ଚିଛି କିନ୍ତୁ ଆମେ ଖାଉଟିଙ୍କ ପାଇଁ କଣ କରିଛେ ତାହା ଏବେ ପ୍ରଶ୍ନ । ବିଦ୍ୟୁତ୍ ସଂସ୍କାର ପାଇଁ OERC ଆଣି ବ୍ୟବସ୍ଥିତ କରାଯିବ ବୋଲି ସମସ୍ତେ ଆଶା ବାନ୍ଧିଥିଲେ କିନ୍ତୁ କମ୍ପାନୀ ମାନେ ହିତାଧିକାରୀଙ୍କ ଉପରେ ଜୁଲମ କରିବାରେ ଲାଗିଛନ୍ତି । OERC ର ଧାର୍ଯ୍ୟ ଦର୍ ଠାରୁ ଅଧିକ ୟୁନିଟ୍ ପିଛା ଲୋକଙ୍କ ଠାରୁ ଅର୍ଥ କାହିଁକି ନେଉଛନ୍ତି । ବିଗତ ୮ବର୍ଷ ଧରି ଖାଉଟି ମାନଙ୍କ ଠାରୁ ଅର୍ଥ ଲୁଟି ଚାଲିଛନ୍ତି ବିଦ୍ୟୁତ୍ ବିତରକ କମ୍ପାନୀ। ଏହି ସମୟ ଭିତରେ କମ୍ପାନୀ ଗୁଡ଼ିକ ୭ହଜାର ୧୪୫କୋଟି ଟଙ୍କା ଅଧିକ ଲୋକଙ୍କ ଠାରୁ ନେଇଛନ୍ତି । କିନ୍ତୁ ସବୁ ଜାଣି କାହିଁକି ସ୍ତାଣୁ ପାଲଟିଛି OERC ତାହାକୁ ନେଇ ଗୃହରେ ଗର୍ଜନ କରିଛି ବିଜେଡି। ଯେହେତୁ OERC ର ଧାର୍ଯ୍ୟ ଅର୍ଥ ଠାରୁ ଅଧିକ ଟଙ୍କା ଆଦାୟ କରିବାରେ ଲାଗିଛନ୍ତି ବିଦ୍ୟୁତ୍ ବିତରକ କମ୍ପାନୀ ତାହାକୁ ନେଇ ବିଜେଡି ବିଧାୟକ ମାନେ ଅସନ୍ତୋଷ ଝାଡିଛନ୍ତି। ବିଧାୟିକଙ୍କ ଦାବି ହେଉଛି ଯାହା ନିୟମ ରହିଛି ଯଦି ବିତରକ କମ୍ପାନୀମାନେ OERC ର ନିୟମ ଅନୁପାଳନ ନ କରି ଅଧିକ ଅର୍ଥ ନେଇଛନ୍ତି ତେବେ ସୁଧ ସହ ମୂଳ ଟଙ୍କା ଫେରାଇବ । ହେଲେ ତାହା ଏଯାଏ କରିନାହାନ୍ତି ବିତରକ କମ୍ପାନୀ ମାନେ। ବର୍ତ୍ତମାନ ସୁଦ୍ଧା କାହିଁକି ସେମାନଙ୍କ ଠାରୁ ଆଦାୟ କରାଯାଇନାହିଁ ଅଧିକ ଟଙ୍କା। ୧ହଜାର ୩୦୫କୋଟି ୨୦୧୭ମସିହାରୁ ଅର୍ଥ ନେଇ ଚାଲିଛନ୍ତି ଖାଉଟିଙ୍କ ଠାରୁ ବିଦ୍ୟୁତ୍ ବିତରକ କମ୍ପାନୀ। ଆମ ରାଜ୍ୟର ୧କୋଟି ଖାଉଟିଙ୍କ ଉପରେ ଜୁଲମ କରିଛନ୍ତି ବିତରକ କମ୍ପାନୀ ମାନେ। କମିଶନ ଆଉ ନୀରବ ନ ବସି ତାଙ୍କ ଉପରେ ତୁରନ୍ତ ଆକ୍ସନ ନିଅନ୍ତୁ । ପଡୋଶୀ ଆନ୍ଦ୍ର ତାଙ୍କ ରାଜ୍ୟରେ ବିଦ୍ୟୁତ୍ ବିତରକ କମ୍ପାନୀ ଠାରୁ ଅର୍ଥ ଆଦାୟ କରିବାରେ ଲାଗିଛି । ଓଡିଶାର OERC କାହିଁକି ଖାଉଟିଙ୍କୁ ଆଶ୍ୱସ୍ତି ଦେଉ ନାହାନ୍ତି ବୋଲି ବିଜେଡି ବିଧାୟକମାନେ ସ୍ଵର ଉଠାଇଥିଲେ। ବିଜେଡି ବିଧାୟକ ତୁଷାରକାନ୍ତି ବେହେରା କହିଛନ୍ତି ଟାଟା ପାୱାର ୪ଟି ବିଜୁଳୀ ବିତରକ ଦାୟିତ୍ୱରେ ଅଛନ୍ତି । ତୁରନ୍ତ oerc ଏହାକୁ ଗୁରୁତ୍ବ ଦେଇ ଅଧିକ ଟଙ୍କା ନେଇଥିବା ବିତରକ କମ୍ପାନୀ କୁ ଫେରସ୍ତ କରିବାକୁ ନିର୍ଦ୍ଧେଶ ଦେବାକୁ ଦାବି କରିଛନ୍ତି । ପୂର୍ବ ବିତରକ କମ୍ପାନୀ ସହ ଏବେର ଟାଟା ପାୱାର ମଧ୍ୟ ଲୋକଙ୍କ ଠାରୁ ଲୁଟ୍ କରିଛି।

Follow us

20,832FansLike
0FollowersFollow
14,700SubscribersSubscribe

Latest news