ବିଧାନସଭାରେ ଅନ୍ଵେଷା ଯୋଜନା ତାତି
ଅନ୍ୱେସା ଯୋଜନାରେ ଛାତ୍ର ଛାତ୍ରୀ ଙ୍କ ଆଡମିସନ ହୋଇନଥିବାରୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ମାନେ ଶିକ୍ଷା ରୁ ବଞ୍ଚିତ ହେବା ସରକାର ଙ୍କ ସୁଚିନ୍ତିତ ଷଡଯନ୍ତ୍ର ଶୀର୍ଷକ ମୁଲତବୀ ନୋଟିସ୍ କଂଗ୍ରେସ ପକ୍ଷରୁ ବିଧାନସଭା ରେ ଆଜି ଦିଆଯାଇଥିଲା। ଯେଉଁଥିରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ ଆଲୋଚନାରେ ଭାଗନେଇ କହିଛନ୍ତି, ରାଜ୍ୟରେ 40 ପ୍ରତିଶତ sc st ବାସ କରୁଛନ୍ତି । ସେମାନଙ୍କ ଉନ୍ନତି ପାଇଁ ଅନ୍ଵେଶା ଯୋଜନା ଆଣିଥିଲେ ସରକାର । ପ୍ରତି ବର୍ଷ 17ଟି ଜିଲ୍ଲାକୁ ଏହି ଯୋଜନାରେ ଫୋକସ କରାଯାଇଥାଏ । ଜିଲ୍ଲା ଗୁଡ଼ିକ ପାଖାପାଖି 24 ହଜାରରୁ ଅଧିକ ଆଦିବାସୀ ପିଲାଙ୍କ ଉନ୍ନତ ମାନର ପାଠ ପଢା ପାଇଁ ପ୍ରଥମ ଶ୍ରେଣୀରୁ ନାମ ଲେଖାଯାଇଥାଏ । ସେଥିପାଇଁ କୋଟି କୋଟି ଟଙ୍କାର ସ୍ଵତନ୍ତ୍ର ଅର୍ଥ ବ୍ୟୟ ବରାଦ କରାଯାଏ । କିନ୍ତୁ 2025-26 ଆର୍ଥିକ ବର୍ଷରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଧୋକା ଦିଆଯାଇଛି । ଅନ୍ଵେଷା ପୋର୍ଟାଲ ଖୋଲାଗଲା ନାହିଁ କି ଆଡ଼ମିଶନ କରାଗଲା ନାହିଁ । ଆମ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଆଦିବାସୀ ଓ ବିଭାଗୀୟ ମନ୍ତ୍ରୀ ମଧ୍ୟ ଆଦିବାସୀ । କିନ୍ତୁ ଆଦିବାସୀଙ୍କ ଦୁଃଖ ବୁଝୁନାହାନ୍ତି । ଯାହାପାଇଁ ମୁଖ୍ୟମନ୍ତ୍ରୀଙ୍କ କ୍ଷତି ହେଲା । ଆଦିବାସୀଙ୍କ ଦୁଃଖ କେହି ଶୁଣନ୍ତି ନାହିଁ । ଅଫିସର ମଧ୍ୟ ସେମାନଙ୍କ ନିକଟକୁ କେବେ ଯାଆନ୍ତି ନାହିଁ । ଆଦିବାସୀ ପିଲାଙ୍କୁ ସମ୍ବିଧାନ ଅଧିକାର ଦେଇଛି । କେହି ତାଙ୍କ ଉପରେ ଦୟା କରୁନାହାନ୍ତି । କିନ୍ତୁ ସରକାର ରାବଣ ହୋଇ ଆଦିବାସୀଙ୍କ ଉପରେ ଜୁଲମ କରୁଛନ୍ତି । ପିଲାଙ୍କ ଖାଇବା, ରହିବା ଓ ଯାତାୟାତରେ କେବେ ସଠିକ୍ ବ୍ୟବସ୍ଥା କରିନାହାନ୍ତି ସରକାର । ଯାହାଦ୍ବାରା ସରକାର ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି ।
ବିଜେଡ଼ି ବିଧାୟକ ଗଣେଶ୍ଵର ବେହେରା କହିଛନ୍ତି ବିଭାଗୀୟ ମନ୍ତ୍ରୀ ନିଜେ ଉତ୍ତର ରଖିଛନ୍ତି ଯେ ଆସନ୍ତା 5 ବର୍ଷ ଯାଏ ଅନ୍ୱେସା ଯୋଜନା ଜାରି ରଖିବାକୁ ପ୍ରସ୍ତାବ ସରକାର ଙ୍କ ବିଚାରାଧୀନ ଅଛି। ଏଥିରୁ ସ୍ପଷ୍ଟ ଯେ ସରକାର ଶଡ଼ଯନ୍ତ୍ର କରୁଛନ୍ତି। ବିଭାଗୀୟ ମନ୍ତ୍ରୀ ଆଦିବାସୀ ସମ୍ପ୍ରଦାୟର। ଅନ୍ୱେସା ଯୋଜନା ପାଇଁ ଡ୍ରପ୍ ଆଉଟ ହାର 33 ରୁ 18 ପ୍ରତିଶତ କୁ ଖସି ଥିଲା। କିନ୍ତୁ ସେ ଯୋଜନା କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଉଛନ୍ତି। ଏହା ଦୁର୍ଭାଗ୍ୟର କଥା।
ଏସଟିଏସସି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖି କହିଛନ୍ତି,* 11 ଟା ଜିଲ୍ଲାର 163 ଟି ଶିକ୍ଷାନୁଷ୍ଠାନରେ ପ୍ରାୟ 20 ହଜାର ଆଦିବାସୀ ଓ ଦଳିତ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି ଅନ୍ୱେସା ଯୋଜନାରେ। 2025-26 ବର୍ଷ ରେ 158 କୋଟି 8 ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଯାବତ ଜିଲ୍ଲା ପ୍ରଶାସନ କୁ 105 କୋଟି 16 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଆଗାମୀ 5 ବର୍ଷ ପାଇଁ ଅନ୍ୱେସା ଯୋଜନା ଚାଲୁ ରଖିବାକୁ ବିଭାଗ ପାଖରେ ପ୍ରସ୍ତାବ ବିଚାରଧୀନ ରହିଚି ବୋଲି ମନ୍ତ୍ରୀ ଗୃହ ରେ ଉତ୍ତର ରଖିଛନ୍ତି।
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy