ବିଧାନସଭାରେ ବିରୁପାକ୍ଷ ଆଲେଖ୍ୟ ଚର୍ଚ୍ଚା

0
157

ବରିଷ୍ଠ ସାମ୍ବାଦିକ ତଥା ଗାନ୍ଧିବାନ୍ଧି ଚିନ୍ତାଧାରା ନେତା ବିରୁପାକ୍ଷ ତ୍ରୀପାଠୀ ଆଲେଖ୍ୟ କୁ ନେଇ ଚର୍ଚ୍ଚା। ବ୍ୟୟ ମଞ୍ଜୁର ବିଲ ଆଲୋଚନା ସମୟରେ ବରିଷ୍ଠ ବିଜେଡ଼ି ବିଧାୟକ ଅରୁଣ ସାହୁ ଏ ପ୍ରସଙ୍ଗ ଉଠାଇ ସମସ୍ତ ବିଧାୟକ ବରିଷ୍ଠ ସାମ୍ବାଦିକଙ୍କ ଆଲେଖ୍ୟ ପଢିବାକୁ ଅନୁରୋଧ କରିଥିଲେ । ସେହିପରି ୧୮ ମାସରେ କାହିଁକି ସବୁଥିରେ ବିଫଳ ବୋଲି ସରକାରୀ ଦଳକୁ ପ୍ରଶ୍ନ ବାଣ ମାରିଥିଲେ ଅରୁଣ। ଆଲୋଚନା ଆରମ୍ଭ କରି ବିଜେଡି ବିଧାୟକ ଅରୁଣ କୁମାର ସାହୁ କହିଥିଲେ ଯେ, ଏ ସରକାରକୁ ଆର୍ଥିକ ପରିଚାଳନା ଜଣା ନାହିଁ। ଋଣ କରି ବଜେଟ ଆକାରକୁ ବଢାଇ ଦେଇ, କହିଲେ ଓଡିଶାବାସୀଙ୍କୁ ଉପହାର ଦେଲୁ, ହେଲେ ଖର୍ଚ୍ଚ କରି ପାରୁନାହାନ୍ତି । ମହିଳାଙ୍କୁ ଅସଦାଚରଣ ରେ ଓଡ଼ିଶା ପ୍ରଥମ ସ୍ଥାନରେ ପହଞ୍ଚିଲାଣି । ରାଜ୍ୟରେ ବର୍ତ୍ତମାନ ଦିନକୁ ୧୫ ଟି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି । ମହିଳା ଘରୁ ଗୋଡ଼ କାଢ଼ିବାକୁ ଡରିଲେଣି। ନୂଆ ସରକାର ସମୟ କାଳରେ ଘଟିଥିବା ମହିଳା ବିରୋଧୀ ହିଂସା ଘଟଣା ସୌମ୍ୟଶ୍ରୀ ଆତ୍ମହତ୍ୟା, ଗୋପାଳପୁର ଗଣଦୁଷ୍କର୍ମ, ବଳଙ୍ଗା, ମାଲକାନଗିରି ରେ ୩ ଶିଶୁଙ୍କୁ ନିର୍ଯାତନା ପ୍ରଭୃତି କଥା କହି ଅରୁଣ ସରକାରଙ୍କୁ କାଠ ଗଡାକୁ ଟାଣିବାକୁ ପ୍ରୟାସ କରିଥିଲେ । ସେହିଭଳି ପୂର୍ବତନ ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଫିସରଙ୍କୁ ମାଡ଼ ମାରିବା ଘଟଣା ଠାରୁ ଆରମ୍ଭ କରି ବଡ଼ ଠାକୁର ପଡ଼ିଯିବା ଘଟଣା କଥା ଉଠାଇ ଅରୁଣ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉଦବେଗ ଜଣକ ବୋଲି କହିଥିଲେ । ଆୟୁଷ୍ମାନ ଯୋଜନା ବର୍ତମାନ ଆଇକ୍ଷୟ ଯୋଜନାରେ ପରିଣତ ହେଲାଣି । ବେକାରୀ ବଢ଼ିଚାଲିଛି, ଧାନ କିଣାରେ ଅବ୍ୟବସ୍ଥା, ଦରଦାମ ବୃଦ୍ଧି, ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଏମ ଏସ ପି ବାବଦକୁ ୬୯ ଟଙ୍କା, କିଶୋରୀଙ୍କ ପାଇଁ ହୋଇଥିବା ଖୁସି ଯୋଜନା ବନ୍ଦ, ଲୋକାୟୁକ୍ତ ଅଚଳ, ବୋର୍ଡ ନିଗମ, ମନ୍ତ୍ରୀ ପରିଷଦରେ ଫାଙ୍କା, ମହାନଦୀ ସମସ୍ୟା କାହିଁକି ସମାଧାନ କରିନାହାନ୍ତି ବୋଲି କହି ସରକାରଙ୍କୁ ପ୍ରଶ୍ନ ବାଣରେ ଛନ୍ଦିବାକୁ ଚେଷ୍ଠା କରିଥିଲେ ।
ଅରୁଣ ଆହୁରି କହିଥିଲେ ଯେ, ରାଜ୍ୟବ୍ୟାପୀ ବର୍ତ୍ତମାନ ଦରିଦ୍ରର ପୁରୁଣା ଚିତ୍ର ଦେଖାଗଲାଣୀ। ମାଣ୍ଡିପଙ୍କା ରେ ଆମ୍ବ ଟାକୁଆ ଖାଇ ଗରିବଙ୍କ ମୃତ୍ୟୁ ଠାରୁ ଆରମ୍ଭ କରି ଜୁଆଙ୍ଗ ପିଲାଙ୍କ ଦୁଃଖ କଥା, ଯାହାକି ଦୈନିକ ଖବର କାଗଜ ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀଙ୍କ ସଂପାଦକୀୟରେ ପ୍ରକାଶ ପାଇଛି ବୋଲି ଅରୁଣ ନିଜ ବକ୍ତବ୍ୟରେ କହିଥିଲେ । ଯାହା ସୋମବାର ବେଶ ଚର୍ଚ୍ଚାର ବିଷୟ ହୋଇଛି।