ଲୁଟୁଛି ଟାଟା ପାୱାର, ବିଧାନସଭା ହୁଲସ୍ତୁଲ

- Advertisement -

ଓଡ଼ିଶାର ବିଜୁଳି ଖାଉଟିଙ୍କ ଠାରୁ ଲୁଟ କରି ଚାଲିଛନ୍ତି ବିତରକ କମ୍ପାନୀମାନେ । OERC ସବୁ ଜାଣି ଚୁପ୍ ହୋଇ ବସିଛି। OERC ର ଉଦାସୀନତା ଯୋଗୁଁ ବିଜୁଳୀ ବିତରକ କମ୍ପାନୀ ମାନେ ଓଡ଼ିଶାର ଲୋକଙ୍କ ଠାରୁ ଶୋଷଣ କରିଚାଲିଛନ୍ତି। ଏ ପ୍ରସଂଗକୁ ନେଇ ଶୁନ୍ୟକାଳ ଉଠିଥିଲା ପଡିଥିଲା ବିଧାନସଭା। କିଛି ବିଧାୟକ ସିଧା ସଳଖ ଟାଟା ପାୱାର କିପରି ବିତରକ୍ ଦାୟିତ୍ୱରେ ରହି ଲୁଟ କରୁଛି ତାହା ନିଜ ଅଭିଭାଷଣ ରେ ବଖାଣିଥିଲେ ।

OERC ଧାର୍ଯ୍ୟ ଦର୍ ଠାରୁ ଅଧିକ ୟୁନିଟ୍ ପିଛା ଲୋକଙ୍କ ଠାରୁ ଅର୍ଥ ନେଉଛି ଟାଟା ପାୱାର।ଶୂନ୍ୟକାଳରେ ବିଜେଡି ବିଧାୟକ ତୁଷାରକାନ୍ତି ବେହେରା ଏ ପ୍ରସଙ୍ଗ ଉଠାଇ ବର୍ଷିଛନ୍ତି। ବରିଷ୍ଠ ବିଜେଡି ବିଧାୟକ ଗଣେଶ୍ୱର ବେହେରା ଦାବି କରିଛନ୍ତି ଯେ ବିତରକ କମ୍ପାନୀ ଲୋକଙ୍କ ଠାରୁ ଯେଉଁ ଅଧିକ ଟଙ୍କା ନେଇଛନ୍ତି ତାହାକୁ ତୁରନ୍ତ ଫେରସ୍ତ କରୁ ସୁଧ ସହ। ତାଙ୍କ ଯୁକ୍ତି ହେଉଛି OERC ର ଉଦାସୀନତା ଯୋଗୁଁ ବିତରକ କମ୍ପାନୀ ଲୋକଙ୍କ ଠାରୁ ଏପରି ଲୁଟ କରୁଛନ୍ତି।
OERC ଗଠନର ଏହାରି ଭିତରେ ୩୦ବର୍ଷ ହୋଇଗଲାଣି । ୧୯୯୫ରୁ ୨୦୨୫ରେ OERC ର ଯାତ୍ରା ପହଞ୍ଚିଛି କିନ୍ତୁ ଆମେ ଖାଉଟିଙ୍କ ପାଇଁ କଣ କରିଛେ ତାହା ଏବେ ପ୍ରଶ୍ନ । ବିଦ୍ୟୁତ୍ ସଂସ୍କାର ପାଇଁ OERC ଆଣି ବ୍ୟବସ୍ଥିତ କରାଯିବ ବୋଲି ସମସ୍ତେ ଆଶା ବାନ୍ଧିଥିଲେ କିନ୍ତୁ କମ୍ପାନୀ ମାନେ ହିତାଧିକାରୀଙ୍କ ଉପରେ ଜୁଲମ କରିବାରେ ଲାଗିଛନ୍ତି । OERC ର ଧାର୍ଯ୍ୟ ଦର୍ ଠାରୁ ଅଧିକ ୟୁନିଟ୍ ପିଛା ଲୋକଙ୍କ ଠାରୁ ଅର୍ଥ କାହିଁକି ନେଉଛନ୍ତି । ବିଗତ ୮ବର୍ଷ ଧରି ଖାଉଟି ମାନଙ୍କ ଠାରୁ ଅର୍ଥ ଲୁଟି ଚାଲିଛନ୍ତି ବିଦ୍ୟୁତ୍ ବିତରକ କମ୍ପାନୀ। ଏହି ସମୟ ଭିତରେ କମ୍ପାନୀ ଗୁଡ଼ିକ ୭ହଜାର ୧୪୫କୋଟି ଟଙ୍କା ଅଧିକ ଲୋକଙ୍କ ଠାରୁ ନେଇଛନ୍ତି । କିନ୍ତୁ ସବୁ ଜାଣି କାହିଁକି ସ୍ତାଣୁ ପାଲଟିଛି OERC ତାହାକୁ ନେଇ ଗୃହରେ ଗର୍ଜନ କରିଛି ବିଜେଡି। ଯେହେତୁ OERC ର ଧାର୍ଯ୍ୟ ଅର୍ଥ ଠାରୁ ଅଧିକ ଟଙ୍କା ଆଦାୟ କରିବାରେ ଲାଗିଛନ୍ତି ବିଦ୍ୟୁତ୍ ବିତରକ କମ୍ପାନୀ ତାହାକୁ ନେଇ ବିଜେଡି ବିଧାୟକ ମାନେ ଅସନ୍ତୋଷ ଝାଡିଛନ୍ତି। ବିଧାୟିକଙ୍କ ଦାବି ହେଉଛି ଯାହା ନିୟମ ରହିଛି ଯଦି ବିତରକ କମ୍ପାନୀମାନେ OERC ର ନିୟମ ଅନୁପାଳନ ନ କରି ଅଧିକ ଅର୍ଥ ନେଇଛନ୍ତି ତେବେ ସୁଧ ସହ ମୂଳ ଟଙ୍କା ଫେରାଇବ । ହେଲେ ତାହା ଏଯାଏ କରିନାହାନ୍ତି ବିତରକ କମ୍ପାନୀ ମାନେ। ବର୍ତ୍ତମାନ ସୁଦ୍ଧା କାହିଁକି ସେମାନଙ୍କ ଠାରୁ ଆଦାୟ କରାଯାଇନାହିଁ ଅଧିକ ଟଙ୍କା। ୧ହଜାର ୩୦୫କୋଟି ୨୦୧୭ମସିହାରୁ ଅର୍ଥ ନେଇ ଚାଲିଛନ୍ତି ଖାଉଟିଙ୍କ ଠାରୁ ବିଦ୍ୟୁତ୍ ବିତରକ କମ୍ପାନୀ। ଆମ ରାଜ୍ୟର ୧କୋଟି ଖାଉଟିଙ୍କ ଉପରେ ଜୁଲମ କରିଛନ୍ତି ବିତରକ କମ୍ପାନୀ ମାନେ। କମିଶନ ଆଉ ନୀରବ ନ ବସି ତାଙ୍କ ଉପରେ ତୁରନ୍ତ ଆକ୍ସନ ନିଅନ୍ତୁ । ପଡୋଶୀ ଆନ୍ଦ୍ର ତାଙ୍କ ରାଜ୍ୟରେ ବିଦ୍ୟୁତ୍ ବିତରକ କମ୍ପାନୀ ଠାରୁ ଅର୍ଥ ଆଦାୟ କରିବାରେ ଲାଗିଛି । ଓଡିଶାର OERC କାହିଁକି ଖାଉଟିଙ୍କୁ ଆଶ୍ୱସ୍ତି ଦେଉ ନାହାନ୍ତି ବୋଲି ବିଜେଡି ବିଧାୟକମାନେ ସ୍ଵର ଉଠାଇଥିଲେ। ବିଜେଡି ବିଧାୟକ ତୁଷାରକାନ୍ତି ବେହେରା କହିଛନ୍ତି ଟାଟା ପାୱାର ୪ଟି ବିଜୁଳୀ ବିତରକ ଦାୟିତ୍ୱରେ ଅଛନ୍ତି । ତୁରନ୍ତ oerc ଏହାକୁ ଗୁରୁତ୍ବ ଦେଇ ଅଧିକ ଟଙ୍କା ନେଇଥିବା ବିତରକ କମ୍ପାନୀ କୁ ଫେରସ୍ତ କରିବାକୁ ନିର୍ଦ୍ଧେଶ ଦେବାକୁ ଦାବି କରିଛନ୍ତି । ପୂର୍ବ ବିତରକ କମ୍ପାନୀ ସହ ଏବେର ଟାଟା ପାୱାର ମଧ୍ୟ ଲୋକଙ୍କ ଠାରୁ ଲୁଟ୍ କରିଛି।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles